Posted inଜାତୀୟ

ଦିଲ୍ଲୀ ବିଧାନସଭା ନିର୍ବାଚନ: ପ୍ରକାଶ ଜାଭଡେକର ଭାଜପା ନିର୍ବାଚନ ପ୍ରଭାରୀ ନିଯୁକ୍ତ

ନୂଆଦିଲ୍ଲୀ,୯।୮: ଆସନ୍ତା ବର୍ଷ ଆରମ୍ଭରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଭାଜପା ପକ୍ଷରୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହେଲାଣି। ଏନେଇ ଭାରତୀୟ ଜନତା ପାର୍ଟି (ଭାଜପା) ଅଧ୍ୟକ୍ଷ ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ କରିଛନ୍ତି। ଏଥିସହ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଓ କେନ୍ଦ୍ର ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ନିର୍ବାଚନର ଉପ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି। ରାଜଧାନୀରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ସରକାର କ୍ଷମତାରେ ଥିବା ବେଳେ ଭାଜପା ସହ କଡ଼ା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି। ଏଥିପାଇଁ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ରାଜ୍ୟବାସୀଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ଘୋଷଣା କରୁଥିବା ଦେଖିବାକୁ ମିଳିଛି।


All Right Reserved By

କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପଦରୁ ଇସ୍ତଫା ଦେଲେ ହରିଶ ରାଓ୍ବତ

ଡେରାଡୁନ୍‌, ୪।୭: ଉତ୍ତର ଖଣ୍ଡର ପୂର୍ବତମ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ବତ କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପଦରୁ ଇସ୍ତଫା ଦେଇଛନ୍ତି। ନିଜ ଫେସ୍‌ବୁକ୍‌ରେ ସେ ଏନେଇ ସୂଚନା...

ଯୋଗୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ବାଧ୍ୟରେ ୨୨ ପୋଲିସ ନେଲେ ଅବସର

ଭୋପାଳ,୯।୭: ଭ୍ରଷ୍ଟାଚାର ଓ ଅଳସୁଆ କର୍ମଚାରୀଙ୍କ ବିରୋଧରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏହି କ୍ରମରେ ବାରାଣସୀରେ ୫୦ ବର୍ଷରୁ ଊର୍ଦ୍ଧ୍ୱ...

ବିମୁଦ୍ରୀକରଣ ବେଳେ ଜମା ହୋଇପାରି ନ ଥିଲା ୧.୧୭ କୋଟି ଅଚଳ ଟଙ୍କା: ସୁପ୍ରିମକୋର୍ଟ ଗଲେ ବ୍ୟବସାୟୀ

ନୂଆଦିଲ୍ଲୀ,୩୧ା୮: ବିମୁଦ୍ରୀକରଣ ବେଳେ ୧ କୋଟି ୧୭ ଲକ୍ଷ ଅଚଳ ଟଙ୍କା ଜମା କରିପାରି ନ ଥିବା ତାମିଲନାଡୁର ଜଣେ ବ୍ୟବସାୟୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।...

୫ ପ୍ରତିଶତ ବଢିଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୯।୧୦: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ୫ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା। ବୁଧବାର ମୋଦିଙ୍କ ନେତୃତ୍ୱାଧୀନ କ୍ୟାବିନେଟ ବୈଠକରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ...

ଘରଭଡ଼ା ଦେଇପାରୁନାହାନ୍ତି କମଲନାଥ ସରକାର: ବନ୍ଦ ହେବ ୨୬ ହଜାର ଅଙ୍ଗନଓ୍ବାଡି କେନ୍ଦ୍ର

ଭୋପାଳ,୨୭ା୬ (ଆଇଏଏନ୍‌ଏସ୍‌)L ଛୋଟ ଛୋଟ ପିଲାଙ୍କ ମାନସିକ, ଶାରୀରିକ, ଶୈକ୍ଷିକ ଓ ବୌଦ୍ଧିକ ବିକାଶ ଲାଗି ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକର ଭୂମିକା ଅତୁଳନୀୟ। ହେଲେ ମଧ୍ୟପ୍ରଦେଶର କମଲନାଥ...

ସ୍ତ୍ରୀଙ୍କୁ ପସନ୍ଦ ନ ଥିଲେ କଳାରଙ୍ଗ ସ୍ବାମୀ: ନିଆଁରେ ଜଳାଇ ହତ୍ୟା କଲେ

ବରେଲୀ,୧୭।୪: ଉତ୍ତରପ୍ରଦେଶ ବରେଲୀ ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ସ୍ତ୍ରୀଙ୍କୁ କଳା ରଙ୍ଗ ସ୍ବାମୀ ପସନ୍ଦ ନ ଆସିବାରୁ ତାଙ୍କୁ ପେଟ୍ରୋଲ...

ଅଯୋଧ୍ୟା ରାୟ ନେଇ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଉତ୍ତରପ୍ରଦେଶର ସମସ୍ତ ଜିଲାରେ ହାଇ ଆଲର୍ଟ

ଲକ୍ଷ୍ନୌ,୨୧।୧୦: ଅଯୋଧ୍ୟା ରାୟ ନେଇ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ସମ୍ପର୍କରେ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି...

ସେନ୍‌ଗରଙ୍କୁ ଜେଲ୍‌ରେ ସିବିଆଇ ଜେରା

ଲକ୍ଷ୍ନୌ, ୪ା୮(ପି.ଟି.): ଉନ୍ନାଓ ପୀଡ଼ିତାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି। ସେ ନିମୋନିଆରେ ଆକ୍ରାନ୍ତ ହୋଇଥିବାବେଳେ ଡ଼ାକ୍ତରୀ ଚିକିତ୍ସା ଜାରି ରହିଛି। ଜ୍ୱର ସହ ବ୍ଲଡ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *