ମାନସିକ ବିକୃତ ମହିଳାଙ୍କୁ ଥଇଥାନ କେନ୍ଦ୍ରକୁ ପଠାଗଲା

ଧର୍ମଗଡ଼,୯।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ସହରରେ ବୁଲୁଥିବା ଜଣେ ମାନସିକ ବିକୃତ ମହିଳାଙ୍କୁ ଧର୍ମଗଡ଼ସ୍ଥିତ ଏକ ଥଇଥାନ କେନ୍ଦ୍ରକୁ ଶୁକ୍ରବାର ହସ୍ତାନ୍ତର କରାଯାଇଛି। ମାନସିକ ବିକୃତି ଥିବା ଉକ୍ତ ମହିଳା ସହରର ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା କରିବା ସହ ବିଭିନ୍ନ କାଣ୍ଡ କରୁଥିଲେ। ଧର୍ମଗଡ଼ ବ୍ୟବସାୟୀ ସଂଘ ପକ୍ଷରୁ ଉକ୍ତ ମହିଳାଙ୍କୁ ମାନବିକତା ଦୃଷ୍ଟିକୋଣରୁ କୌଣସି ସେଲ୍‌ଟର ହୋମକୁ ସ୍ଥାନାନ୍ତର କରାଯିବା ନେଇ ଧର୍ମଗଡ଼ ଉପଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଧର୍ମଗଡ଼ ଉପଜିଲାପାଳ ପଦ୍ମନାଭ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଧର୍ମଗଡ଼ ସିଡିପିଓ ସୁଚରିତା ପଟ୍ଟନାୟକ, ଧର୍ମଗଡ଼ ଥାନା ସବ୍‌ଇନ୍ସପେକ୍ଟର ଆଲୋକ ମହାପାତ୍ର ଓ ମହିଳା କନଷ୍ଟେବଳମାନେ ବ୍ୟବସାୟୀ ସଂଘ ସଭାପତି ବିଦ୍ୟାଧର ସାହୁ ଓ ବ୍ୟବସାୟୀ ପ୍ରବୀଣ ଅଗ୍ରୱାଲଙ୍କ ଉପସ୍ଥିତିରେ ଉକ୍ତ ମହିଳାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା କରାଇ ଥଇଥାନ କେନ୍ଦ୍ର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି।


All Right Reserved By Dharitri.Com

ବୃଦ୍ଧ ଦମ୍ପତି ହତ୍ୟା ଘଟଣାର ପର୍ଦ୍ଦାଫାଶ: ଝିଅର ପରକୀୟା ପ୍ରୀତି ମା’ବାପାଙ୍କ ଜୀବନ ନେଲା

ପାଟଣା,୧୩।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ପଲାଣିଘାଟି ପଞ୍ଚାୟତ ଗୁଧିରାମ ପଡା ଗ୍ରାମରେ ଗତ ଶନିବାର ବିଳମ୍ବିତ ରାତିରେ ବୃଦ୍ଧ ଦମ୍ପତି ରାମାଇ ମୁଣ୍ଡା ଓ ତାଙ୍କ...

ଅସୁସ୍ଥ କୃଷ୍ଣସାର ଉଦ୍ଧାର

ଦିଗପହଣ୍ଡି,୧୧ା୧୧(ଡି.ଏନ.ଏ.): ଦିଗପହଣ୍ଡି ବନ ବିଭାଗ କର୍ମଚାରୀମାନେ ରବିବାର ଅସୁସ୍ଥ ଅବସ୍ଥାରେ ଏକ ମାଈ କୃଷ୍ଣସାରକୁ ଉଦ୍ଧାର କରି ବନ ବିଭାଗ କାର୍ଯ୍ୟାଳୟରେ ରଖିଛନ୍ତି। ସୋମବାର ତାକୁ...

ଛାତ୍ର ସଂସଦ ନିର୍ବାଚନ ବାତିଲକୁ ତୀବ୍ର ବିରୋଧ : ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ବ୍ରହ୍ମପୁର ଅଫିସ,୨୫ା୮-ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ବାତିଲ ଘୋଷଣା ପରେ ଏବେ ବିଭିନ୍ନ ଛାତ୍ର ସଂଗଠନ ଓ ଛାତ୍ରୀଛାତ୍ରମାନଙ୍କ...

ମହଙ୍ଗା ପଡ଼ିଲା ମିଥ୍ୟା ବିଲ୍‌ କରିବା: ୩ ସରକାରୀ କର୍ମଚାରୀ ଭରିବେ ଟଙ୍କା

ନୟାଗଡ଼ ଅଫିସ, ୪ା୮: ମିଥ୍ୟା ବିଲ୍‌ କରିବା ୩ ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ସେମାନଙ୍କଠାରୁ ୩ମାସ ଭିତରେ ୬୬ ହଜାର ୫୫୦ ଟଙ୍କା...

ଅନର କିଲିଂ ମାମଲା : ୩ ଅଭିଯୁକ୍ତଙ୍କୁ କାରାଦଣ୍ଡାଦେଶ

ବ୍ରହ୍ମପୁର ଅଫିସ,୧୮ା୫ : ଅନର କିଲିଂ ମମଲାରେ ଅତିରିକ୍ତ ଜିଲା ଦୌରା ଜଜ୍‌ – ୧ ସଞ୍ଜୟ ସାହୁ ୩ ଅଭିଯୁକ୍ତଙ୍କୁ ଶନିବାର ଉପଯୁକ୍ତ ପ୍ରମାଣ...

ପୋଖରୀରେ ବୁଡ଼ି ୨ ଶିଶୁ ମୃତ

ଢେଙ୍କାନାଳ ଅଫିସ, ୯।୧୦-ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କଣ୍ଟାବଣିଆ ଥାନା ଅନ୍ତର୍ଗତ ଇଟାପ ଗ୍ରାମରେ ବୁଧବାର ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡ଼ିଯାଇ ୨ଜଣ ଶିଶୁଙ୍କ...

ଜାତୀୟ ରାଜପଥ ମରାମତି କଲା ସଚେତନ ନାଗରିକ ମଞ୍ଚ

ଧର୍ମଶାଳା,୩୦ା୯(ଡି.ଏନ୍‌.ଏ.): ଧର୍ମଶାଳା ବ୍ଲକ ୫୩ନଂ ଜାତୀୟ ରାଜପଥ ଶୋଚନୀୟ ହୋଇପଡିଛି। ଚଣ୍ଡିଖୋଲ-ଡୁବୁରୀକୁ ସଂଯୋଗ କରୁଥିବା ଏହି ବ୍ୟସ୍ତବହୁଳ ରାଜପଥର କବାଟବନ୍ଧ ଠାରେ ଥିବା ବ୍ରାହ୍ମଣୀ ସେତୁ...

ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ପଦ୍ମପୁର,୧୩।୧୧(ଡି.ଏନ୍‌.ଏ.): ବାସୁଦେବପୁର ବ୍ଲକ ଅଧୀନ ରାଧାବଲ୍ଲଭପୁର ଗ୍ରାମର ଜଣେ ଯୁବକଙ୍କ ବିଦ୍ୟୁତ୍‌ ଆଘାତରେ ବୁଧବାର ମୃତ୍ୟୁ ଘଟିଛି। ସେ ହେଲେ ପ୍ରହଲ୍ଲାଦ ଜେନା। ସୂଚନାନୁଯାୟୀ, ପ୍ରହଲ୍ଲାଦ...

Leave a comment

Your email address will not be published. Required fields are marked *