ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ଶିଶୁ ବିଜ୍ଞାନ ସମ୍ମାନ

କଟକ ଅଫିସ, ୯।୮: ଲୋକପ୍ରିୟ ବିଜ୍ଞାନ ଲେଖିକା ତଥା ଶିଶୁ ସାହିତି୍ୟକା ଡ. ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ଶିଶୁ ବିଜ୍ଞାନ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି। ତାଙ୍କୁ ବିଜ୍ଞାନ ପ୍ରଚାର ସମିତିର ୭୧ତମ ପ୍ରତିଷ୍ଠା ଦିବସ ଅବସରରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବକ୍ତୃତା କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଫେସର ଡା. ବାସୁଦେବ କର ଏହି ସମ୍ମାନ ପ୍ରଦାନ କରିଥିଲେ। ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳକୁ ପିଲାମାନଙ୍କ ମଧ୍ୟରେ ଆଦୃତ କରାଇବା ଲକ୍ଷ୍ୟରେ ଡ. ମହାନ୍ତି ଇତିମଧ୍ୟରେ ୪୦ରୁ ଊର୍ଦ୍ଧ୍ୱ ବିଜ୍ଞାନ ଭିତ୍ତିକ ପୁସ୍ତକ ରଚନା କରିସାରିଛନ୍ତି। ପୂର୍ବରୁ ସେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ଜାତୀୟ ବିଜ୍ଞାନ ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମୀ, ନାଇଜର, ଜଗତ୍‌ସିଂହପୁର ସାହିତ୍ୟ ପରିଷଦ ଆଦି ଅନେକ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ହୋଇସାରିଛନ୍ତି। ଏହି ଅବସରରେ ବିଜ୍ଞାନ ପ୍ରଚାର ସମିତି ସଭାପତି ପ୍ରଫେସର ଡା. ସୁଦର୍ଶନ ପଟ୍ଟନାୟକ, ବୈଜ୍ଞାନିକ ଡ. କର୍ମଦେବ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।


All Right Reserved By Dharitri.Com

ଦେଶ ଗୋଟିଏ ଆଡ଼େ, ଓଡ଼ିଶା ଭିନ୍ନ

ଭୁବନେଶ୍ୱର,୨୪-୫(ବ୍ୟୁରୋ):ସମଗ୍ର ଦେଶ ଗୋଟିଏ ଆଡେ ମୁହାଁଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯାଦୁ ଛାଇଯାଇଛି। ଭାଜପା ଓ ଏହାର ସହଯୋଗୀ ଦଳକୁ ଭୋଟ ଗ୍ରହଣ ହୋଇଥିବା ୫୪୨...

୧୬ ବର୍ଷ ଜେଲ୍‌ରେ ନାବାଳକ : ମୁଖ୍ୟ ଶାସନ ସଚିବଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ସମନ

ଭୁବନେଶ୍ୱର,୨୧ା୧୦(ବ୍ୟୁରେ) : ଏକ ଅପରାଧ ଘଟଣାରେ ଜଣେ ନାବାଳକଙ୍କୁ ୧୬ ବର୍ଷ ଧରି ଜେଲ୍‌ରେ ରଖାଯିବା ଘଟଣାରେ ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚଆରସି) ମୁଖ୍ୟ ଶାସନ ସଚିବଙ୍କୁ...

୧୮୩ ଥର ହେଲିକପ୍ଟର ବ୍ୟବହାର କରିଛନ୍ତି ନେତା, ଅଫିସର

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ବିଜେଡିର ବହୁ ନେତା ବିଗତ ଦିନରେ ସରକାରୀ ଅର୍ଥରେ ହେଲିକପ୍ଟର ବ୍ୟବହାର କରୁଥିବା ବିରୋଧୀ ଦଳ ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇଥିଲା। ଏନେଇ...

ବିଜେପୁରକୁ ପ୍ରାଧାନ୍ୟ : ଆସନ ଛାଡ଼ିବା ନେଇ ଚର୍ଚ୍ଚା

ଭୁବନେଶ୍ୱର,୩୧।୫(ବ୍ୟୁରୋ) : ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀ ପୁଣି ଚର୍ଚ୍ଚାକୁ ଆସିଛି। ୨୦୧୭ ଦ୍ୱିତୀୟାର୍ଦ୍ଧରେ ତତ୍କାଳୀନ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ସେହି...

ରାଜ୍ୟରେ ଆଉ ନିର୍ମାଣ ହେବ ୪ ପ୍ଲାନେଟାରିୟମ,ଖର୍ଚ୍ଚ ହେବ ୩୦ କୋଟି

ଭୁବନେଶ୍ୱର,୩।୮(ବ୍ୟୁରୋ): ରାଜ୍ୟର ୩୦ଟି ଜିଲାରେ ବିଜ୍ଞାନ ପାର୍କ ନିର୍ମାଣ ହେବ। ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲାରେ ଏହି ପାର୍କ ନିର୍ମାଣ କରାଯିବ। ଏଥିସହ ୪ଟି ସ୍ଥାନରେ...

ଆବୁଧାବୀରେ ଅନ୍ତର୍ଜାତୀୟ ପେଟ୍ରୋଲିୟମ ସମ୍ମିଳନୀ: ‘ତୈଳ, ଗ୍ୟାସ କ୍ଷେତ୍ରରେ ୧୦୦ ବିଲିୟନ ପୁଞ୍ଜି ନିବେଶ କରିବ ଭାରତ’

ଭୁବନେଶ୍ୱର,୧୨।୧୧:(ବ୍ୟୁରୋ): ତୈଳ ଓ ଗ୍ୟାସ କ୍ଷେତ୍ରରେ ବିଶ୍ୱ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ଆମର ଲକ୍ଷ୍ୟ। ଏହି ମର୍ମରେ ୨୦୨୪ ସୁଦ୍ଧା ଭାରତ ରିଫାଇନିଂ, ପାଇପ୍‌ଲାଇନ ଏବଂ...

ଫନୀ ସହାୟତା: ଓଡ଼ିଶାକୁ ମିଳିଲା ୩୩୩୮ କୋଟି

ଭୁବନେଶ୍ୱର,୨୦।୮(ବ୍ୟୁରୋ): ଓଡ଼ିଶାକୁ ‘ଫନୀ’ ସହାୟତା ଦେଲେ କେନ୍ଦ୍ର ସରକାର। ଓଡ଼ିଶାକୁ ମିଳିଲା ୩୩୩୮.୨୨ କୋଟି ସହାୟତା। ଫନୀ ପରବର୍ତ୍ତୀ ଥଇଥାନ ପାଇଁ ମଙ୍ଗଳବାର ଏହି ସହାୟତା...

ସାଧବ ବୋହୂ ସହ ସେଲ୍‌ଫି

କାକଟପୁର, ୯।୭(ଡି.ଏନ୍‌.ଏ.): ବର୍ଷା ଦିନ ଆରମ୍ଭ ହେଲେ ସବୁଜ ଘାସ ଗାଲିଚା ଉପରେ ସାଧବ ବୋହୁ ଦେଖାଯିବା ସ୍ବାଭାବିକ କଥା। ମାତ୍ର ପରିବେଶ ପରିବର୍ତ୍ତନ ଯୋଗୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *