ବନ୍ୟାରେ ୯ ଜିଲାର ୧ଲକ୍ଷ ୩୦ ହଜାର ପ୍ରଭାବିତ

ଭୁବନେଶ୍ୱର,୯।୮(ବ୍ୟୁରୋ) : ବନ୍ୟା ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ତଥ୍ୟ ମୁତାବକ ୯ଟି ଜିଲା ସର୍ବାଧିକ କ୍ଷତିଗସ୍ତ ହୋଇଛି। ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ଗଜପତି, ମାଲାକାନାଗିରି, କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର ଜିଲା ବନ୍ୟାରେ ପ୍ରଭାବିତ ହୋଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, କଳାହାଣ୍ଡିର ସର୍ବାଧିକ ୧୨ଟି ବ୍ଲକ୍‌, ରାୟଗଡ଼ାର ୧୧, ମାଲାକାନାଗିରିର ୬, କନ୍ଧମାଳର ୫, କୋରାପୁଟ ଓ ନବରଙ୍ଗପୁରର ୩ଟି ଲେଖାଁଏ ବ୍ଲକ୍‌, ଗଜପତି, ବଲାଙ୍ଗୀର ଓ ସମ୍ବଲପୁର ଜିଲାର ଗୋଟିଏ ଲେଖାଁଏ ବ୍ଲକ୍‌ ବନ୍ୟାରେ କ୍ଷତିଗସ୍ତ ହୋଇଛି। ସେହିଭଳି କଳାହାଣ୍ଡିର ସର୍ବାଧିକ ୯୦,୧୬୨ ଲୋକ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ରାୟଗଡ଼ାର ୧୪,୬୪୫, ନବରଙ୍ଗପୁରର ୯,୧୨୦, ମାଲାକାନାଗିରିର ୯,୨୫୫ ଓ ସର୍ବମୋଟ ରାଜ୍ୟର ୪୩ଟି ବ୍ଲକ୍‌ର ୧,୩୦,୦୭୨ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ମୋଟ ୨୦୮୧ଟି ଘର ଭାଙ୍ଗିଥିବା ବେଳେ ୧୪,୩୨୨ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୯୫ଟି ରିଲିଫ୍‌ କ୍ୟାମ୍ପ୍‌ରେ ଲୋକଙ୍କୁ ରଖାଯାଇ ମାଗଣା ଖାଦ୍ୟ ଯୋଗାଇ ଦିଆଯାଉଛି। ଏପର୍ଯ୍ୟନ୍ତ ସୁଦ୍ଧା ୩ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ୨ଜଣ ନିଖୋଜ ଅଛନ୍ତି।
ରାୟଗଡ଼ା ଜିଲାର ୬୯ଟି ଗ୍ରାମ ପଞ୍ଚାୟତର ୧୪୫ଟି ଗ୍ରାମ ବନ୍ୟା ପ୍ରଭାବିତ ହୋଇଥିବା ବେଳେ ଏଠାରେ ଓଡ୍ରାଫ୍‌ର ଗୋଟିଏ ଟିମ୍‌ ଏବଂ ଅଗ୍ନିଶମର ୫ଟି ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। କୋରାପୁଟର ୯ଟି ଗ୍ରାମ ପଞ୍ଚାୟତର ୧୬ଟି ଗ୍ରାମ ବନ୍ୟାଘେରରେ ଥିବାବେଳେ ୨୨୭୫ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଓ ବନ୍ୟାରେ ଜଣଙ୍କର ମୃତ୍ୟୁ ଘଟିଛି। ନବରଙ୍ଗପୁରର ୭ଟି ଗ୍ରାମପଞ୍ଚାୟତର ୧୮ଟି ଗ୍ରାମ ପ୍ରଭାବିତ ହୋଇଛି ଏବଂ ଏଠାରେ ଓଡ୍ରାଫ୍‌ ଓ ଅଗ୍ନିଶମର ଗୋଟିଏ ଗୋଟିଏ ଟିମ୍‌ ମୁତୟନ ହୋଇଛନ୍ତି। ପ୍ରାୟ ୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। କନ୍ଧମାଳ ଜିଲାରେ ୮ଟି ଗ୍ରାମ ପଞ୍ଚାୟତର ୨୦ଟି ଗାଁ ପ୍ରଭାବିତ ହୋଇଥିବା ବେଳେ ଦିନା ମାଝି ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଜିଲାର ଆଉଜଣେ ବ୍ୟକ୍ତି ଏବେ ବି ନିଖୋଜ ଅଛନ୍ତି। ସେହିଭଳି ଗଜପତି ଜିଲାର ୪ଟି ଗାଁ, ମାଲାକାନାଗିରିର ୨୦ଟି ଗ୍ରାମପଞ୍ଚାୟତର ୩୬ଟି ଗାଁ ବନ୍ୟାଘେରରେ ରହିଛି। ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଜୟପୁର, କାଲିମେଳା ଓ ସୁକମାକୁ ରାସ୍ତା ଖୋଲାଯିବା ସହ ବର୍ଷା କମିବା ଯୋଗୁ ଜଳସ୍ତର କମିଛି। କଳାହାଣ୍ଡି ଜିଲାର ୯୯ଟି ଗ୍ରାମପଞ୍ଚାୟତର ସର୍ବାଧିକ ୭୬୩ଟି ଗ୍ରାମ ବନ୍ୟା ପ୍ରଭାବିତ ହୋଇଛି। ବନ୍ୟା ଯୋଗୁ ଜିଲାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ନିଖୋଜ ଅଛନ୍ତି। ୨ଟି ଓଡ୍ରାଫ୍‌ ଟିମ୍‌ ସହ ୨ଟି ଡାକ୍ତରୀ ଦଳ ଏଠାକୁ ପଠାଯାଇଛି। ୧୪ଟି ସ୍ଥାନରେ ରାସ୍ତା ପାଣିରେ ଧୋଇଯିବା ଯୋଗୁ ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିଭଳି ସମ୍ବଲପୁର ଜିଲାରେ ୯ଟି ଗ୍ରାମ ପାଣିଘେରରେ ରହିଥିବା ବେଳେ ବଲାଙ୍ଗୀର ଗୋଟିଏ ଗ୍ରାମ ବନ୍ୟା ପ୍ରଭାବିତ ହୋଇଛି।


All Right Reserved By Dharitri.Com

୫ଦିନରେ ଦୋକାନ ବନ୍ଦ ପାଇଁ ପ୍ରତିଶ୍ରୁତି

ହାତିଓଟ,୯ା୭-ପୋଲସରା ବ୍ଲକ ଜକର ପଞ୍ଚାୟତ ଜକର ଗ୍ରାମରେ ଚାଲିଥିବା ମଦବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛି। ଶନିବାର ୨୭ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ମଦ ବନ୍ଦ ପାଇଁ...

ଉର୍ବଶୀକଁର ଘରେ ପୁହୁଁଚିଲା ଡାକ୍‌ତରୀ ଦଲ

  ପର୍ଲା, ୨୪।୧୨ (ଡି.ଏନ୍‌.ଏ.)- ସୋମବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଚିକିଛା ଲାଗି ଟଁକା ଅଭାବ, ଅଜନା ରୋଗ୍‌ରେ ପୀଡ଼ିତ ଉର୍ବଶୀ’ ଶୀରଷକ୍‌ରେ ଖବର ବାହାରିଥିଲା।...

ମେ’ମାସରେ ଘମାଘୋଟ ଲଢ଼େଇ: ବାଗ୍‌ଚୀ

ଭୁବନେଶ୍ୱର, ୧।୫(ବ୍ୟୁରୋ): ମେ’ ମାସ ଆମପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କରୋନା ଶତ୍ରୁ ସହ ଏ ମାସରେ ଘମାଘୋଟ ଲଢ଼େଇ ହେବ। ମାର୍ଚ୍ଚରେ ପ୍ରସ୍ତୁତି ହୋଇଥିବା ବେଳେ...

ବଦଳିଲା ପାଗ: ବଢ଼ିପାରେ ଶୀତ

ଭୁବନେଶ୍ୱର,୫।୨(ବ୍ୟୁରୋ): ପୁଣି ପାଗରେ ପରିବର୍ତ୍ତନ ଘଟିଛି। ବୁଧବାର ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ୨୪ ଘଣ୍ଟାରେ ତାଳଚେରରେ...

ସଦସ୍ୟତା ଅଭିଯାନର ସମୀକ୍ଷା କଲେ ନବୀନ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପୂର୍ବାହ୍ନରେ ଦଳର ସଦସ୍ୟତା ସମ୍ପର୍କିତ ସମୀକ୍ଷା କରିଛନ୍ତି। ବୈଠକ ସମ୍ପର୍କରେ ସତ୍ୟବାଦୀ ବିଧାୟକ ଉମାକାନ୍ତ...

ଲକ୍‌ଡାଉନ୍‌ ଯୋଗୁ ପ୍ରଭାବିତ ହେଉଛି ଗରିବଙ୍କ ଜୀବନ ଜୀବିକା: ୨୨୦୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୭।୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ହେଲେ ଏହାଦ୍ୱାରା ଗରିବ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ...

ଖୋଲା ପଡ଼ିଆରେ ଶିଶୁ କନ୍ୟା ଜନ୍ମ କଲେ ମହିଳା

କେନ୍ଦୁଝର, ୧୨ା୨(ସ୍ବ.ପ୍ର.): ବାଂଶପାଳ ବ୍ଲକ ଅଞ୍ଚଳରେ ଜଣେ ପ୍ରସୂତି ମହିଳା ଖୋଲା ପଡିଆରେ ଶିଶୁ ଜନ୍ମ ଭଳି ଅଭାବନୀୟ ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।...

ଗଞ୍ଜାମ ପ୍ରଶାସନର ଅଭିନବ ପଦକ୍ଷେପ: ‘କରୋନା ଯୋଦ୍ଧା ଆମର ହିରୋ’ ପେଣ୍ଟିଂ ପ୍ରତିଯୋଗିତା, ଭାଗନେଇ ଜିତିପାରିବେ ଆର୍ଥିକ ପୁରସ୍କାର

ଛତ୍ରପୁର, ୧୧।୪(ଡି.ଏନ୍‌.ଏ.)- କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗଞ୍ଜାମରେ ଲକ୍‌ ଡାଉନ୍‌ ଓ ଆଂଶିକ ସଟ୍‌ ଡାଉନ୍‌ ଜାରି ରହିଛି। ଏହାକୁ ନେଇ...

Leave a comment

Your email address will not be published. Required fields are marked *