Posted inଜାତୀୟ

ପ୍ରଣବ, ନାନାଜୀ, ଭୂପେନଙ୍କୁ ଭାରତ ରତ୍ନ

ନୂଆଦିଲ୍ଲୀ,୯।୮(ପି.ଟି.):ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ସ୍ବର୍ଗତ ଭାରତୀୟ ଜନସଂଘ ନେତା ନାନାଜୀ ଦେଶମୁଖ ଏବଂ ସ୍ବର୍ଗତ ଗାୟକ ଭୂପେନ ହଜାରିକାଙ୍କୁ ଗୁରୁବାର ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖାର୍ଜୀ, ହଜାରିକାଙ୍କ ପୁତ୍ର ତେଜ୍‌ ଏବଂ ଦେଶମୁଖଙ୍କ ଘନିଷ୍ଠ ସମ୍ପର୍କୀୟ ବିକ୍ରମଜିତ୍‌ ସିଂଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ହଜାରିକା ଓ ଦେଶମୁଖଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ପ୍ରଦାନ କରାଯାଇଛି।
ରାଷ୍ଟ୍ରପତି ଭବନର ଦରବାର ହଲ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବହୁ କେନ୍ଦ୍ରମନ୍ତ୍ରୀ, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲଙ୍କ ସମେତ ଅନେକ ଅତିଥି ଉପସ୍ଥିତ ଥିଲେ। ୪ବର୍ଷର ବ୍ୟବଧାନ ପରେ ଚଳିତବର୍ଷ ଭାରତ ରତ୍ନ ଉପାଧି ପ୍ରଦାନ କରାଯାଇଛି। ୨୦୧୫ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ବନାରସ ହିନ୍ଦୁ ୟୁନିଭର୍ସିଟି ପ୍ରତିଷ୍ଠାତା ମଦନ ମୋହନ ମାଲବ୍ୟାଙ୍କୁ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ଭାରତ ରତ୍ନ ପ୍ରଦାନ କରାଯାଇଥିଲା।
ଭାରତ ରତ୍ନ ପାଇବାରେ ପ୍ରଣବ ମୁଖାର୍ଜୀ ହେଉଛନ୍ତି ପଞ୍ଚମ ରାଷ୍ଟ୍ରପତି। ସେ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରପତି ଥିଲେ। ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନପ୍ରାପ୍ତ ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌, ରାଜେନ୍ଦ୍ର ପ୍ରସାଦ, ଜାକିର ହୁସେନ ଏବଂ ଭିଭି ଗିରିଙ୍କ ଏଲିଟ୍‌ କ୍ଲବରେ ପ୍ରଣବ ସାମିଲ ହୋଇଛନ୍ତି। ଦେଶମୁଖ ୧୯୨୮ରୁ ମୃତ୍ୟୁ ପର୍ଯ୍ୟନ୍ତ ଆରଏସ୍‌ଏସ୍‌ ସହ ଜଡିତ ରହିଥିଲେ। ୨୦୧୦ରେ ମଧ୍ୟପ୍ରଦେଶର ସତ୍‌ନାଠାରେ ୯୪ବର୍ଷରେ ତାଙ୍କର ପରଲୋକ ଘଟିଥିଲା। ସେ ଭାରତୀୟ ଜନସଂଘର ପ୍ରତିଷ୍ଠାତା ଥିଲେ। ପରେ ଉକ୍ତ ସଂଗଠନ ଭାରତୀୟ ଜନତା ପାର୍ଟିରେ ପରିଣତ ହୋଇଥିଲା। ୧୯୨୬ରେ ଜନ୍ମିତ ହଜାରିକା ଜଣେ ପ୍ରଚ୍ଛଦପଟ ଗାୟକ, ଗୀତିକାର, ସଂଗୀତଜ୍ଞ, କବି ଏବଂ ଅହମିୟା ଫିଲ୍ମ ନିର୍ମାତା। କେନ୍ଦ୍ର ସରକାର ମୁଖାର୍ଜୀ, ଦେଶମୁଖ ଏବଂ ହଜାରିକାଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଜାନୁୟାରୀରେ ନିଷ୍ପତ୍ତି ନେଇଥିଲେ। ଚଳିତ ବର୍ଷ ଏହି ୩ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୪୮ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାରତ ରତ୍ନ ପ୍ରଦାନ କରାଗଲାଣି।


All Right Reserved By Dharitri.Com

ଏନ୍‌ଆର୍‌ସି ସଂଯୋଜକଙ୍କ ନାଁରେ ମାମଲା

ଗୁଆହାଟୀ,୬-୯(ପି.ଟି.):ଆସାମରେ ଏନ୍‌ଆର୍‌ସି(ଜାତୀୟ ନାଗରିକ ପଞ୍ଜିକା) କାର୍ଯ୍ୟରେ ନିୟୋଜିତ ସଂଯୋଜକ ପ୍ରତୀକ ହାଜେଲାଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରାଯାଇଛି। ଚୂଡ଼ାନ୍ତ ତାଲିକା ପ୍ରସ୍ତୁତିରେ ସେ ଜାଲିଆତି...

ଦିଲ୍ଲୀ ଦଙ୍ଗା: ମୃତ୍ୟୁସଂଖ୍ୟା ୪୩

ନୂଆଦିଲ୍ଲୀ,୨୯ା୨(ପି.ଟି.): କେନ୍ଦ୍ରର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ଦିଲ୍ଲୀରେ ଚାଲିଥିବା ସଂଘର୍ଷରେ ମୃତ୍ୟୁସଂଖ୍ୟା ୪୩ ଛୁଇଁଛି। ଗୁରୁବାର ସୁଦ୍ଧା ୩୮ ଜଣଙ୍କ ଜୀବନ ଯାଇଥିବାବେଳେ...

ପିଆଜ ରପ୍ତାନୀ ଉପରେ ଲାଗିଲା ରୋକ

ନୂଆଦିଲ୍ଲୀ,୨୯।୯: ଦେଶରେ ପିଆଜ ଦାମ ଆକାଶ ଛୁଇଁ ହୋଇଛି। ପିଆଜ ଦର କିଲୋ ପିଛା ୮୦ ଟଙ୍କାରେ ପହଞ୍ଚିଲାଣି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର...

ବଜେଟରେ କ’ଣ ହେଲା ଶସ୍ତା କ’ଣ ହେଲା ମହଙ୍ଗା

ନୂଆଦିଲ୍ଲୀ,୫।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଛନ୍ତି। ତେବେ ସାଧାରଣ ଜନତାଙ୍କ ନଜର ଏଥର ବଜେଟରେ କ’ଣ ଶସ୍ତା ଓ କ’ଣ...

‘ସାମ୍‌ନା’ର ନୂଆ ସମ୍ପାଦିକା ହେଲେ ରଶ୍ମୀ

ମୁମ୍ବାଇ,୧।୩: ଶିବସେନାର ମୁଖପତ୍ର ‘ସାମ୍‌ନା’ର ନୂଆ ସମ୍ପାଦିକା ଭାବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପତ୍ନୀ ରଶ୍ମୀ ଠାକରେଙ୍କୁ ନିଯୁକ୍ତ କରାଯାଇଛି। ପୂର୍ବରୁ ଏହାର ସମ୍ପାଦକ...

କର୍ନାଟକ ବିଧାନସଭାର ନୂଆ ବାଚସ୍ପତି ବିଶେଶ୍ୱର ହେଗଡେ

ବେଙ୍ଗାଲୁର,୩୧।୭: କର୍ନାଟକ ବିଧାନସଭାର ନୂଆ ବାଚସ୍ପତି ଭାବେ ଭାଜପା ବିଧାୟକ ବିଶେଶ୍ୱର ହେଗଡେ କାଗେରୀ ବୁଧବାର ନିଯୁକ୍ତ ହୋଇଛନ୍ତି। ସେ ମଙ୍ଗଳବାର ବିଧାନସଭାରେ ବାଚସ୍ପତି ପାଇଁ...

ମହାରାଷ୍ଟ୍ରରେ ସରଗରମ ହେଉଛି ରାଜନୀତି: ରାଜ୍ୟପାଳଙ୍କୁ ଭେଟିବେ କଂଗ୍ରେସ-ଏନ୍‌ସିପି ନେତା

ମୁମ୍ବାଇ,୫।୧୧: ମହାରାଷ୍ଟ୍ର ବିଧାନସଭାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି(ଭାଜପା) ତା ଜିଦ୍‌ରେ ଅଟଳ ରହିଥିବା ବେଳେ ଅନ୍ୟପଟେ...

୮୧ବର୍ଷରେ ସ୍ବପ୍ନ ସାକାର

ମୁମ୍ବାଇ: ନିଜ ସ୍ବପ୍ନ ପୂରଣ କରିବାକୁ ଅନେକେ ଅକ୍ଳାନ୍ତ ପ୍ରଚେଷ୍ଟା କରନ୍ତି। କୁହାଯାଏ, ସ୍ବପ୍ନ ପଛରେ ଦୌଡ଼ିବାର କିଛି ବୟସ ନ ଥାଏ। କିନ୍ତୁ ବହୁତ...

Leave a comment

Your email address will not be published. Required fields are marked *