ବିନା ଛାତ୍ରୀଛାତ୍ରରେ ଚାଲିଛି ବିଦ୍ୟାଳୟ : ରାମକୃଷ୍ଣ ସଂସ୍କୃତ ଟୋଲ

ଯାଜପୁରଟାଉନ,୯।୮(ଡିଏନଏ): ଯାଜପୁର ସଦର ମହକୁମାଠାରୁ ମାତ୍ର ୫କି.ମି. ଦୂରତାରେ ଏଭଳି ଏକ ବିଦ୍ୟାଳୟ ଅଛି ଯେଉଁଠି ଶ୍ରେଣୀଗୃହ ଅଛି, ଶିକ୍ଷକ ଅଛନ୍ତି, ମାତ୍ର ଛାତ୍ରୀଛାତ୍ର ନାହାନ୍ତି। ଉକ୍ତ ବିଦ୍ୟାଳୟଟି ହେଉଛି ଯାଜପୁର ସହର ମନ୍ଦାରଖଣ୍ଡ ଗ୍ରାମରେ ୧୯୩୧ ମସିହାରେ ସ୍ଥାପିତ ହୋଇଥିବା ରାମକୃଷ୍ଣ ସଂସ୍କୃତ ଟୋଲ। ସରକାରୀ ହିସାବରେ କାଗଜ କଲମରେ ଉକ୍ତ ବିଦ୍ୟାଳୟରେ ୨ଜଣ ଶିକ୍ଷକ ଅଛନ୍ତି କିନ୍ତୁ ଏଠାରେ କୌଣସି ଛାତ୍ରୀଛାତ୍ର ନାମ ଲେଖାଇ ନାହାନ୍ତି। ଏହି ବିଦ୍ୟାଳୟ ବର୍ଷବର୍ଷ ଧରି ଚାଲୁଥିଲେ ମଧ୍ୟ ଜିଲା ଶିକ୍ଷା ବିଭାଗ ସବୁ ଜାଣି ନିରବରେ ବସି ରହିଛି। ବିଦ୍ୟାଳୟଟି ସରକାରୀ ଅନୁଦାନପ୍ରାପ୍ତ (ଆଡେଡ୍‌) ହୋଇଥିବାବେଳେ ଏଠାରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଅଛି। ମାତ୍ର ଗୋଟିଏ ବି ପିଲା ଏହି ବିଦ୍ୟାଳୟରେ ନାମ ଲେଖାଇ ନାହାନ୍ତି। ଗତ ବାତ୍ୟାରେ ଏହି ବିଦ୍ୟାଳୟ ଶ୍ରେଣୀଗୃହ ଭାଙ୍ଗି ଯାଇଥିଲେ ବି ଜିଲା ଶିକ୍ଷା ବିଭାଗ ପକ୍ଷରୁ ନୂତନ ଗୃହ ନିର୍ମାଣ କରାଗଲା ନାହିଁ କିମ୍ବା ମରାମତି ମଧ୍ୟ ହେଲା ନାହିଁ। ବିଦ୍ୟାଳୟ ଶ୍ରେଣୀଗୃହ ମଧ୍ୟରେ ଉଇହୁଙ୍କା ଗଢ଼ି ଉଠିଥିବାବେଳେ ଛାତ ମଧ୍ୟ ଉଡ଼ିଗଲାଣି। ଏଭଳି ପରିସ୍ଥିତିରେ କାଳେ କିଏ ଛାତ୍ରୀଛାତ୍ର ନାମ ଲେଖାଇବା ପାଇଁ ଆସିବେ ଭାବି କେବଳ ୨ଜଣ ସଂସ୍କୃତ ଶିକ୍ଷକ ଏହି ବିଦ୍ୟାଳୟକୁ ଜଗି ରହିଛନ୍ତି। ଦୀର୍ଘବର୍ଷ ଧରି ଏହି ବିଦ୍ୟାଳୟରେ ସାହିତ୍ୟ, ଗଣିତ, ବିଜ୍ଞାନ, ଇତିହାସ, ଭୂଗୋଳ ଆଦି ବିଷୟ ପଢ଼ାଇବାକୁ ଶିକ୍ଷକ ନାହାନ୍ତି। ଏହି ବିଦ୍ୟାଳୟରେ ପୂର୍ବରୁ ୭ଜଣ ଶିକ୍ଷକ ଥିବାବେଳେ ଇତି ମଧ୍ୟରେ ୫ଜଣ ଅବସର ନେଇ ସାରିଲେଣି। ଅବସର ପରେ ଏହି ବିଦ୍ୟାଳୟକୁ ଅନ୍ୟ କୌଣସି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ଫଳରେ ଛାତ୍ରୀଛାତ୍ରମାନେ ଏହି ବିଦ୍ୟାଳୟରେ ନାମ ଲେଖାଉ ନ ଥିବା ଜଣାପଡ଼ିଛି। ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀଧର ଆଚାର୍ଯ୍ୟଙ୍କୁ ଏ ସମ୍ପର୍କରେ ପଚାରିବାରେ, ଏହି ବିଦ୍ୟାଳୟ ପାଇଁ ଭିତ୍ତିଭୂମି ନ ଥିବାରୁ ସେ ନିଜ ପକେଟରୁ ୨୦ହଜାର ଟଙ୍କା ଖର୍ଚ୍ଚ କରି ଶ୍ରେଣୀଗୃହର ମରାମତି କରିଛନ୍ତି। ଜିଲାଶିକ୍ଷା ବିଭାଗକୁ ଏ ସମ୍ପର୍କରେ ବାରମ୍ବାର ଚିଠି ପ୍ରଦାନ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ। ଏହି ବିଦ୍ୟାଳୟରେ ୫ଟି ଶ୍ରେଣୀ ପାଇଁ ୭ଜଣ ଶିକ୍ଷକଙ୍କ ଆବଶ୍ୟକତା ଥିବାବେଳେ ମାତ୍ର ୨ଜଣ ସଂସ୍କୃତ ଅଛନ୍ତି। ସେଥିପାଇଁ କୌଣସି ଛାତ୍ରୀଛାତ୍ର ଏହି ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି ବୋଲି କହିଥିଲେ। ଏ ସମ୍ପର୍କରେ ଜିଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକଙ୍କୁ ପଚାରିବାରେ, ଗତବର୍ଷ ଉକ୍ତ ବିଦ୍ୟାଳୟରେ ଛାତ୍ରୀଛାତ୍ର ଥିଲେ ବୋଲି ତାଙ୍କ ପାଖରେ ଖବର ଥିଲା। ମାତ୍ର ଚଳିତ ବର୍ଷ ସେଠାରେ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି କି ନାହିଁ ତାଙ୍କ ପାଖରେ କୌଣସି ସୂଚନା ନାହିଁ ବୋଲି କହିଥିଲେ। ଯଦି ଏହି ବିଦ୍ୟାଳୟରେ ଛାତ୍ରୀଛାତ୍ର ନ ଥିବେ ତେବେ ସରକାରଙ୍କୁ ବିଦ୍ୟାଳୟ ବନ୍ଦ କରିବା ପାଇଁ ଲେଖାଯିବ ଏବଂ ଏଠାରେ ୨ଜଣ ଶିକ୍ଷକଙ୍କୁ ଅନ୍ୟ ବିଦ୍ୟାଳୟରେ ନିୟୋଜିତ କରାଯିବ ବୋଲି କହିଥିଲେ। ତେବେ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୫ କିଲୋମିଟର ଦୂରରେ ଏହି ବିଦ୍ୟାଳୟ ଥିବାବେଳେ ଦୀର୍ଘବର୍ଷ ଧରି ଏହି ବିଦ୍ୟାଳୟରେ ଛାତ୍ରୀଛାତ୍ର ନ ଥିବା ସମ୍ପର୍କରେ ଡିଇଓ କିପରି ଜାଣିପାରି ନାହାନ୍ତି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଫଟୋ-


All Right Reserved By Dharitri.Com

୪ ଶିଶୁ ଶ୍ରମିକ ଉଦ୍ଧାର

ସୁକିନ୍ଦା,୬।୮(ଡି.ଏନ୍‌.ଏ.) – ଦୀର୍ଘଦିନ ଧରି ଇଟାଭାଟିଠାରୁ ଆରମ୍ଭ କରି ମୋଟରସାଇକେଲ ଗ୍ୟାରେଜ ଏବଂ ଢାବାରେ ଶିଶୁ ଶ୍ରମିକଭାବେ ଏକ ରକମ ବନ୍ଧକ ରହିଥିବା ୪ ଶିଶୁ...

ଖଣି ପ୍ରଭାବିତ ଅଞ୍ଚଳରେ ମେଗା ଜଳଯୋଗାଣ ପ୍ରକଳ୍ପ ବାଟବଣା: ତ୍ରୁଟି ସୁଧାରିବାକୁ ତାଗିଦ୍‌

ଯାଜପୁର ଅଫିସ,୨୨ା୮: ଯାଜପୁର ଜିଲା ସୁକିନ୍ଦା ବ୍ଲକର ଖଣି ପ୍ରଭାବିତ ଅଞ୍ଚଳରେ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠିରେ ନିର୍ମାଣାଧିନ ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ...

ବୀର ସଂଗ୍ରାମୀଙ୍କୁ ଝୁରୁଛି ବରୀ ମାଟି: ସ୍ମୃତିପୀଠ, ସଂଗ୍ରାମୀ ଭବନର ପାଚେରୀ ନିର୍ମାଣ ଦାବି

ବରୀ/ରତ୍ନଗିରି,୧୫।୮(ସ୍ବ.ପ୍ର/ଡି.ଏନ୍‌.ଏ.)- ଆଜି ଭାରତବର୍ଷ ୭୩ ତମ ସ୍ବାଧୀନତା ଦିବସ ପାଳନ ନେଇ ଉତ୍ସବମୁଖର ହୋଇଛି। ହେଲେ ଯାଜପୁର ଜିଲା ବୀରମାଟି ବରୀରେ ଚଳିତ ବର୍ଷ ଗୋଟିଏ...

ମୃତ ଶ୍ରୀକାନ୍ତଙ୍କ ପରିବାରକୁ ଭେଟିଲେ ଜିଲାପାଳ

ଯାଜପୁର ଅଫିସ,୨୨ା୮: କଲିକତାଠାରେ ଏକ ବିଦ୍ୟୁତ୍‌ ଦୁର୍ଘଟଣାରେ ଯାଜପୁର ଜିଲା ଦଶରଥପୁର ବ୍ଲକ ଚିତାଳୋ ପଞ୍ଚାୟତ କୁରୁଡି ଗ୍ରାମର ଶ୍ରୀକାନ୍ତ ରାଉତଙ୍କ ରବିବାର ମୃତ୍ୟୁ ହୋଇଯାଇଥିଲା।...

ଦୋକାନ ଖୋଲିବାବେଳେ ଲୁଟିନେଲେ ଗହଣା

ଯାଜପୁର ଟାଉନ,୩।୮(ଡିଏନଏ): ଯାଜପୁରସହର ବିରଜା ହାଟ ନିକଟରେ ଥିବା ଗହଣା ଦୋକାନରୁ ଶୁକ୍ରବାର ଲୁଟ୍‌ ହୋଇଯାଇଛି। ପୂର୍ବାହ୍ନ ୯ଟାରେ ପଣ୍ଡା ଜୁଏଲର୍ସ ମାଲିକ ରମାକାନ୍ତ ପଣ୍ଡା...

ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ହାତେଇଲା ଭାଜପା: ମିଠା ବାଣ୍ଟି ଖୁସି ମନାଇଲେ ରସୁଲପର ବ୍ଲକ ଅଞ୍ଚଳର ଦଳୀୟ କର୍ମୀ

ରସୁଲପୁର,୨୨ା୮(ଡି.ଏନ୍‌.ଏ.): ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ଉପନିର୍ବାଚନ ବୁଧବାର ସରିଛି।ଦୀର୍ଘଦିନ ଧରି ଲାଗିରହିଥିବା ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟି ନିର୍ବାଚନ ଫଳ ଭାଜପା ସପକ୍ଷରେ...

ଗ୍ୟାସ ଲିକ୍‌ରୁ ୪ବଖରା ଜଳିଗଲା

ବିଞ୍ଝାରପୁର,୧୧।୧୦(ଡି.ଏନ.ଏ): ବିଞ୍ଝାରପୁର ଥାନା ଅନ୍ତର୍ଗତ କପିଳା ପଞ୍ଚାୟତ ଗୁହାଳି ଗ୍ରାମରେ ଗୁରୁବାର ମଧ୍ୟାହ୍ନ ସମୟରେ ଗ୍ୟାସ ଟାଙ୍କି ଲିକ୍‌ କରି ୪ବଖରା ଘର ଜଳି ପୋଡ଼ି...

ବ୍ରାଉନ ସୁଗାର ବ୍ୟବସାୟୀ କୋର୍ଟ ଚାଲାଣ

ଯାଜପୁର ରୋଡ,୨|୮(ନି.ପ୍ର୍ର)- ଯାଜପୁରପୁର ରୋଡ୍‌ ଗୋପବନ୍ଧୁ ନଗରର ନହକା ଛକଠାରେ ଗିରଫ ହୋଇଥିବା ୩ ବ୍ରାଉନ୍‌ ସୁଗାର ବ୍ୟବସାୟୀଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ଏ...

Leave a comment

Your email address will not be published. Required fields are marked *