ପାର୍କିଂ ଫି’ ଦେବେ କମ୍ପାନୀ କର୍ତ୍ତୃପକ୍ଷ

ଯାଜପୁର ରୋଡ,୯।୮(ନି.ପ୍ର): କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଦ୍ୱାର ଯାଜପୁର ରୋଡ ବା ବ୍ୟାସନଗର। ଶିଳ୍ପାଞ୍ଚଳର ୫୬ଟି ବସ୍‌ ଯାଜପୁର ରୋଡ ସହରରୁ ଦୈନିକ ଶିଳ୍ପାଞ୍ଚଳକୁ ଯାଉଛି। ସେମାନେ ପାର୍କିଂ ଫି’ ଦେଉ ନ ଥିଲେ। ଜିନ୍ଦଲ ଷ୍ଟିଲ, ରୋହିତ ଫେରୋଟେକ୍‌, ଟାଟା ଷ୍ଟିଲ, ଭିସା ଷ୍ଟିଲ, ନୀଳାଚଳ, ଇମ୍ଫା, ସାରୁଆବିଲ୍‌ ମାଇନ୍ସ, ବାଲେଶ୍ୱର ଆଲଏଜ, ଅଟୱାଲ ପ୍ରଭୃତି କମ୍ପାନୀ କର୍ତ୍ତୃପକ୍ଷ ଚଳିତ ମାସରୁ ବସ୍‌ ପାଇଁ ଦୈନିକ ୫୦ଟଙ୍କା ପାର୍କିଂ ଫିସ୍‌ ଦେବେ ବୋଲି କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି। ବୁଧବାର କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏଡିଏମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା ା ଏହି ବୈଠକରେ ପାର୍କିଂ ଫି’ ବାବଦରେ ଆଲୋଚନା ହୋଇଥିଲା। ପାର୍କିଂ ଫି’ ଦେବା ପାଇଁ ସବୁ କମ୍ପାନୀ ପ୍ରତିନିଧିମାନେ ରାଜି ହୋଇଥିଲେ। ଏ ସମ୍ପର୍କରେ ମଧ୍ୟ ଏକ ପ୍ରସ୍ତାବ ଆଗତ ହୋଇଛି। ବ୍ୟାସନଗର ପୌର ପରିଷଦର ନିର୍ବାହୀ ଅଧିକାରି ସପନ କୁମାର ନନ୍ଦ, କଳିଙ୍ଗନଗର ଶିଳ୍ପାଞ୍ଚଳର ବିଭିନ୍ନ କମ୍ପାନୀ ପ୍ରତିନିଧି ଓ ଖଣି ଅଞ୍ଚଳ ପ୍ରତିନିଧିମାନେ ଯୋଗ ଦେଇଥିଲେ। ବ୍ୟାସନଗର ପୌର ପରିଷଦର ରାଜସ୍ବ ବଢାଇବା ପାଇଁ ପାର୍କିଂ ଫି’ ଦେବା ପାଇଁ ନିଷ୍ପତ୍ତି ହୋଇଛି। ଏହାକୁ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ କରାଯିବ ବୋଲି ଏଡିଏମ୍‌ ମିଶ୍ର ସୂଚନା ଦେଇଛନ୍ତି।


All Right Reserved By Dharitri.Com

୧୬ରୁ ଶ୍ରୀକ୍ଷେତ୍ର ମହୋତ୍ସବ

ପୁରୀ ଅଫିସ, ୨୭-୧୧:ଶ୍ରୀକ୍ଷେତ୍ର ମହୋତ୍ସବ ଆସନ୍ତା ମାସ ୧୬ରୁ ୨୦ତାରିଖ ପର୍ଯ୍ୟନ୍ତ ଶରଧାବାଲିରେ ଅନୁଷ୍ଠିତ ହେବ। ଚଳିତ ବର୍ଷ କୁଣ୍ଢେଇବେଣ୍ଟ ସାହି ଏହି ମହୋତ୍ସବ ପରିଚାଳନା...

ଓଏଏସ୍‌ ପରୀକ୍ଷା: ୫୧ ର଼୍ୟାଙ୍କରେ ନାରାୟଣ

ପୁରୁଷୋତ୍ତମପୁର,୮ା୧(ଡି.ଏନ.ଏ.):-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ଅନ୍ତର୍ଗତ ଚିଙ୍ଗୁଡିଆପଦର ସାହିର ନାରାୟଣ ବେହେରା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୫୧ ର଼୍ୟାଙ୍କରେ ରହିଛନ୍ତି। ତାଙ୍କ ବାପାଙ୍କ ନାମ...

ବେନାମୀ କୃଷିଋଣରେ ଅର୍ଥ ଆତ୍ମସାତ୍‌ ଅଭିଯୋଗ : ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହେଲେ ଚାଷୀ

ଭବାନୀପାଟଣା,୧୫ା୬(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଉକତ୍ଳ ଗ୍ରାମୀଣ ବ୍ୟାଙ୍କ ବୋର୍ଡା ଶାଖାରେ ବ୍ୟାଙ୍କ କର୍ମଚାରୀ ଓ ଦଲାଲ ମିଶି ଚାଷୀଙ୍କ...

ପୋଖରୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର: ମିଳିନି ପରିଚୟ

କେନ୍ଦୁଝର,୨୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ସ୍ଥାନୀୟ ବଣିଆପାଟ ସାହିର ଏକ ପୋଖରୀରୁ ମଙ୍ଗଳବାର ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ବୃଦ୍ଧାଙ୍କ ପରିଚୟ ମିଳିପାରି ନ ଥିବା...

କେନାଲ କୂଅକୁ ଖସିପଡିଲା ବାଇକ, ୩ ମୃତ

ଦିଗପହଣ୍ଡି,୨ା୧(ଡି.ଏନ୍‌.ଏ.)- ନୂଆବର୍ଷ ସନ୍ଧ୍ୟାରେ ଘଟିଛି ଦୁର୍ଘଟଣା। ଦିଗପହଣ୍ଡି ବ୍ଲକ କୋଟିନଡ଼ା-ଦେଉଳପେଡ଼ି କେନାଲ ରାସ୍ତା ବୁଲାଣିରେ ଥିବା ପୋତାଶଙ୍ଖ ନିକଟ କୂଅରେ ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ...

ବିଜେପୁର ଡାକ୍ତରଖାନରେ ଖାଲିପଡ଼ିଥିବା ପଦବୀପୂରଣ ଦାବି: ୧୯ରେ ଅନଶନ ଚେତାବନୀ

ବରଗଡ଼ ଅଫିସ,୪।୬: ବରଗଡ଼ ଜିଲା ବିଜେପୁର ଡାକ୍ତରଖାନାରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀ ପଦବୀଗୁଡ଼ିକ ଦୀର୍ଘଦିନ ହେଲା ଖାଲି ପଡ଼ିଛି...

ତହସିଲ, ଆରଆଇ ଅଫିସରେ କର୍ମଚାରୀ ଅଭାବ: ୬୧ରୁ ୩୦ ପଦବୀ ଖାଲି

ରାଜନଗର, ୧୮।୯ (ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲା ରାଜନଗର ତହସିଲ ଓ ଆର୍‌ଆଇ ଅଫିସ୍‌ରେ କର୍ମଚାରୀ ଅଭାବ ଯୋଗୁ ସରକାରୀ କାର୍ଯ୍ୟରେ ବିଳମ୍ବ ହେଉଛି। ସାଧାରଣ ଲୋକଙ୍କ...

ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ ଜିଲାପାଳ

ଦାରିଙ୍ଗବାଡ଼ି,୪।୧୨(ଡି.ଏନ.ଏ)-କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି ମଙ୍ଗଳବାର ଦାରିଙ୍ଗବାଡ଼ି ଗସ୍ତ କରିଛନ୍ତ। ପ୍ରଥମେ ତହସିଲ କାର୍ଯ୍ୟାଳୟରେ ପହଞ୍ଚତ୍ କାଗଜପତ୍ର ଯାଞ୍ଚ କରିବା ସହ ତହସିଲଦାର ନୀତିଶ...

Leave a comment

Your email address will not be published. Required fields are marked *