ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ଜିଲାପାଳ, ଧର୍ମଗଡ ବିଧାୟକ

କଲମପୁର,୯।୮(ଡି.ଏନ.ଏ.)-୩ ଦିନ ଧରି ଲଗାଣ ବର୍ଷାରେ କଳାହାଣ୍ଡି ଜିଲା କଲମପୁର ବ୍ଲକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଅଞ୍ଚଳର ନଈକୂଳିଆ ଟେମରା, ପୋରୁଆଗୁଡା, ଖଙ୍ଗାରଗୁଡା, ସାନକୁଟ୍ରୁ, ବିରିପୁର, ମାଟିଖାଲ, ଜାମପଡା, କର୍ମେଲଡଙ୍ଗରୀଗୁଡା, କର୍ମେଲ, ବାଲିଛଡା, ଖଣ୍ଡିଡଙ୍ଗରୀଗୁଡା, ବଙ୍କାପଲା ଆଦି ଗଁାର ଲୋକେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖିନ ହୋଇଥିଲେ । ବିଶେଷ କରି ବିରିପୁର, ମାଟିଖାଲ, ବଙ୍କାପଲା ଏବଂ ବାଲିଛଡା ଗାଁରେ ବନ୍ୟାରେ ଅଧିକ ପ୍ରଭାବିତ ହୋଇଥିଲା। ଏହି ଗାଁର ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ସେମାନଙ୍କୁ କଲମପୁର ହାଇସ୍କୁଲକୁ ସ୍ଥାନାନ୍ତରିତ କରାଯାଇଥିଲା। କଲମପୁର ବିଡିଓ ହେମ ସାଗର ଭୋଇ ଓ ବ୍ଲକ କର୍ମଚାରୀମାନେ ନଇ କୁଳିଆ ଗାଁସବୁ ବୁଲି ପରିସ୍ଥିତି ଅନୁଧ୍ୟାନ କରି ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଇ ରନ୍ଧାଖାଦ୍ୟ ଯୋଗାଇ ଦେଇଥିଲେ। ଗୁରୁବାର ସକାଳେ ଧର୍ମଗଡ ବିଧାୟକ ମହୋଷଧି ବାଗ ଓ ଜିଲାପାଳ ଡ. ଗାଭାଲି ପରାଗ ହର୍ଷଦ ବିରିପୁର ଗସ୍ତ କରି ବନ୍ୟା ପ୍ରଭାବିତ ଘର ସବୁ ବୁଲି ଦେଖିଥିଲେ। ଭାଙ୍ଗିଯାଇଥିବା ଘର ସହ ଚାଷ ଜମିରେ ପାଣି ମାଡି ନଷ୍ଟ ହୋଇଥିବା ଲୋକଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି କହିଥିଲେ। ଏହି ଅଞ୍ଚଳରେ ଆଉ ୨ଟି ବନ୍ୟା ଆଶ୍ରୟସ୍ଥଳି ନିର୍ମାଣ ପାଇଁ ସରକାରଙ୍କୁ ଅବଗତ କରିବି ବୋଲି ବିଧାୟକ ବାଗ କହିଥିଲେ। ସକାଳୁ ବିରିପୁରଠାରେ ଡାକ୍ତରୀ ଦଳ ପହଞ୍ଚତ୍ ଲୋକମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଔଷଧ ବିତରଣ କରିଥିବା ବେଳେ କଲମପୁର ତହସିଲଦାର ସୃତି ରଞ୍ଜନ ମଲ୍ଲିକ, ବିଡିଓ ହେମ ସାଗର ଭୋଇ ଉପସ୍ଥିତ ରହି ଘର ଭାଙ୍ଗିଥିବା ପରିବାରକୁ ପଲିଥିନ ଯୋଗାଇଦେଇଥିଲେ। ବିରିପୁରର ଲୋକମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା। ଏହି ସମୟରେ ବ୍ଲକ ଯୋଗାଣଧିକାରୀ ଦେବଧର ଧରୁଆ, କଲମପୁର ଫାଣ୍ଡି ଅଧିକାରୀ ମନରଞ୍ଜନ ଆଚାର୍ଯ୍ୟ, କମପୁର ପିଇଓ ଶ୍ୟାମ ପ୍ରଶାଦ ମିଶ୍ର, ମୀନଗୁର ପିଇଓ ଗଜାନନ୍ଦ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। କଲମପୁର ଅଗ୍ନିଶମ ବିଭାଗ ମଧ୍ୟ ମିନଗୁର ଏବଂ କଲମପୁର ପଞ୍ଚାୟତରେ ରିଲିଫ କାର୍ଯ୍ୟରେ ସହଯୋଗ କରୁଛନ୍ତି।


All Right Reserved By Dharitri.Com

ହାତୀ ଆକ୍ରମଣରେ ମହିଳାଙ୍କ ଜୀବନ ଗଲା, ପ୍ରତିବାଦରେ ରାସ୍ତା ଅବରୋଧ

ବଇଣ୍ଡା,୧।୮(ଡି.ଏନ୍‌.ଏ.) : ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ଥାନା ପ୍ରତାପପୁର ଗ୍ରାମରେ ହାତୀ ଆକ୍ରମଣରେ ମଞ୍ଜୁଲତା ସାହୁ(୫୫)ଙ୍କ ଜୀବନ ଯାଇଛି। ଏହାର ପ୍ରତିବାଦ ଏବଂ...

ମଉଳି ଗଲା ପିତାମାତାଙ୍କ ସ୍ବପ୍ନ: ପାଠପଢା ବୟସରେ ଦିବ୍ୟାଙ୍ଗ ହୋଇଗଲେ ପୁଅ

ନବରଙ୍ଗପୁର,୨୪।୬(ବି.ପ୍ର.)- ପୁଅ ପାଠ ପଢି ମଣିଷ ହେବ। ବାର୍ଦ୍ଧକ୍ୟ ବୟସରେ ସହାୟକ ହେବ। ଏଭଳି ଆଶା ରଖିଥିଲେ ମାଆ, ବାପା । କିନ୍ତୁ ସବୁ ଆଶା...

ଭାରିଯାନ କବ୍‌ଜାରେ ୫ନଂ.(କ) ଜାତୀୟ ରାଜପଥ : ନିୟମ ବାହାରେ କ୍ଷମତାଶାଳୀଙ୍କ ଗାଡ଼ି

ପାରାଦୀପ,୧୨ା୮(ସ୍ବ.ପ୍ର.): ପାରାଦୀପ ଚଣ୍ଡିଖୋଲ ୫ନଂ.(କ) ଜାତୀୟ ରାଜପଥରେ ଶୃଙ୍ଖଳିତ ଭାବେ ଭାରିଯାନ ଚଳାଚଳ ନିମେନ୍ତ ପ୍ରଶାସନ ଓ ଜେସିସି (ଜଏଣ୍ଟ କୋଅର୍ଡିନେଶନ କମିଟି) ମଧ୍ୟରେ ଆଲୋଚନା...

୫୫ କେଜି ପଲିଥିନ , ପ୍ଲାଷ୍ଟିକ ଜବତ

ଓଡ଼ଗାଁ,୨୬ା୯(ସ୍ବ.ପ୍ର.): ଏକକ ବ୍ୟବହୃତ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ଉପରେ କେନ୍ଦ୍ର ଓ ରାଜ୍ୟ ସରକାର କଟକଣା ଲାଗୁ କରୁଥିବା ବେଳେ ଏନେଇ ବ୍ୟବସାୟୀ ଓ...

ଜଳସମ୍ପଦ ମନ୍ତ୍ରୀଙ୍କ ଗସ୍ତ: ମଙ୍ଗଳା ଦର୍ଶନ ସହ ନଦୀ ବନ୍ଧବାଡ଼ ବୁଲି ଦେଖିଲେ

କାକଟପୁର,୧୨।୯(ଡି.ଏନ୍‌.ଏ.): ରାଜ୍ୟ ଜଳ ସମ୍ପଦ ବିଭାଗ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଗୁରୁବାର କାକଟପୁର ଏବଂ ଅସ୍ତରଙ୍ଗ ବ୍ଲକ ଅଞ୍ଚଳ...

ଶାମୁକାର ବି ଅଭାବୀ ବିକ୍ରୀ

ବାଲେଶ୍ୱର ଅଫିସ,୧୪।୭(ମାନସ ବିଶ୍ୱାଳ)-ବାଲେଶ୍ୱର ଜିଲା ସମୁଦ୍ର ବେଳାଭୂମିରେ ମିଳୁଥିବା ବିଭିନ୍ନ ପ୍ରଜାତିର ଶାମୁକା ଉପକୂଳବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଗରିବ ଶ୍ରମଜୀବୀଙ୍କ ଜୀବନଜୀବିକା ପାଲଟିଛି। ବେଳାଭୂମି...

ଦଦ୍‌ରା ଘରେ ଚାଲିଛେ ଅଙ୍ଗନଓ୍ବାଡି କେନ୍ଦ୍ର

ଲାଠୋର, ୮ା୮ (ଡି.ଏନ୍‌.ଏ):  ସରକାର ରାଜ୍‌କୋଷରୁ କୋଟି କୋଟି ଟଁକା ଖରଚ୍‌ କରି ୫ଶହ ଲୋକ୍‌ ସଂଖ୍ୟାରେ ଗୁଟେ ଲେଖେଁ ଅଙ୍ଗନଓ୍ବାଡି କେନ୍ଦ୍ର ଖୁଲୁଛନ୍‌। କେନ୍ଦ୍ରରେ...

ଦୁଇ ପୃଥକ ଅପହରଣ ମାମଲା: ୪ ଗିରଫ

ଭବାନୀପାଟଣା, ୩୧।୫ (ଡି.ଏନ୍‌.ଏ.): ଭବାନୀପାଟଣା ଟାଉନ ଥାନା ଅଞ୍ଚଳରେ ଦୁଇଟି ଅପହରଣ ମାମଲାରେ ୪ ଅଭିଯୁକ୍ତଙ୍କୁ ପୋଲିସ ଶୁକ୍ରବାର ଗିରଫ କରିଛି। ଭବାନୀପାଟଣା ସହରରେ ଗତ...

Leave a comment

Your email address will not be published. Required fields are marked *