Posted inUncategorized

ହାତୀ ନଦୀରେ ବନ୍ୟା: ୭୫ ହଜାର ଲୋକ ପ୍ରଭାବିତ; ୫୫୩୨ ହେକ୍ଟର ଚାଷ ଜମି ଜଳମଗ୍ନ

ଜୁନାଗଡ,୯।୮(ଡି.ଏନ.ଏ.)ମଙ୍ଗଳବାର, ବୁଧବାର ଉପରମୁଣ୍ଡାରେ ଲଗାଣ ବର୍ଷା ଓ ମଙ୍ଗଳପୁର ବ୍ୟାରେଜରୁ ୫ଟି ଗେଟ୍‌ରେ ପାଣି ଛଡାଯିବା ପରେ କଳାହାଣ୍ଡି ଜିଲାରେ ପ୍ରବାହିତ ହାତୀନଦୀରେ ମଙ୍ଗଳବାର ବିଳମ୍ବିତ ରାତିରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମଙ୍ଗଳପୁର ହାତୀ ବ୍ୟାରେଜର ୫ଟି ଗେଟରୁ ବର୍ତ୍ତମାନ ମିନିଟ ପିଛା ୧୩୪ କ୍ୟୁମେକ୍ସ ପାଣି ହାତୀନଦୀରେ ପ୍ରବେଶ କରୁଛି। ହାତୀନଦୀରେ ୨୦୯.୫୭ ମିଟର ପାଣି ପ୍ରବାହିତ ହେବା ବିପଦ ସଙ୍କୁଳ ରହିଥିବାବେଳେ ଗୁରୁବାର ସନ୍ଧା ୬ଟା ସୁଦ୍ଧା ଜୁନାଗଡ ସହର ପାଖ ହାତୀନଦୀରେ ୨୦୮.୭୩ ମିଟର ପାଣି ପ୍ରବାହିତ ହେଉଛି। ସେହିପରି ବର୍ତ୍ତମାନ ମୁଖୀଗୁଡାସ୍ଥିତ ଇନ୍ଦ୍ରାବତୀରେ ବିଦ୍ୟୁତ୍‌ ଉପତ୍ାଦନ ମଧ୍ୟ ବନ୍ଦ ରହିଥିବା ଜଣାପଡିଛି। ହାତୀନଦୀରେ ବଢି ଆସିବା ଯୋଗୁ ଜୁନାଗଡ ବ୍ଲକର ୫୫୩୨ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି। ସେହିପରି ୩୧୨ ହେକ୍ଟର ଚାଷ ବିହୀନ ଜମି ଜଳ ମଗ୍ନ ହୋଇଥିବା କୃଷି ବିଭାଗ ପକ୍ଷରୁ ଜଣାପଡିଛି। ହାତୀନଦୀ ବନ୍ୟାରେ ଜୁନାଗଡ ବ୍ଲକର ୭୫ ହଜାର ଲୋକ ପ୍ରଭାଭିତ ହୋଇଥିବା ତହସିଲ ପକ୍ଷରୁ ସୂଚନା ମିଳିଛି।
କେନ୍ଦୁପାଟି ପଞ୍ଚାୟତ ମାକରଶୋଲାଠାରେ ତେଲନଦୀରେ ୨୦୮ ମିଟର ପାଣି ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କୁଳ ରହିଥିବାବେଳେ ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ୨୦୭.୧୫ ମିଟର ପାଣି ପ୍ରବାହିତ ହେଉଛି। ସେହିପରି ବ୍ଲକର ଗୌଡଛେଣ୍ଡିଆ ପଞ୍ଚାୟତ କଛାରପଡା ବାହ୍ୟଜଗରୁ ବିଚ୍ଛିନ୍ନ ହୋଇଛି। ଲଗାଣ ବର୍ଷା ଯୋଗୁ ଗତ ୨ ଦିନରେ ଜୁନାଗଡ ତହସିଲର ୨୨ଟି ଘର ଭାଙ୍ଗିଥିବା ଜଣାପଡିଛି। ମଙ୍ଗଳବାର ପ୍ରବଳ ବର୍ଷାରେୁ ଜୁନାଗଡ ସହର ତଳିଆଅଞ୍ଚଳ ଫତେନଗରପଡା ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି ଚାଲିଥିଲା। ଏଠାରେ ଡ୍ରେନଜ ବ୍ୟବସ୍ଥା ଠିକ ନ ଥିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଥିଲା। ବୁଧବାର କଳାହାଣ୍ଡି ଜିଲାପାଳ ଡ. ଗାଭାଲି ପରାଗ ହର୍ଷଦ, ଜୁନାଗଡ ତହସିଲଦାର ଉପେନ୍ଦ୍ର ଲୁହା ସମେତ ବିଭାଗୀୟ ଯନ୍ତ୍ରୀମାନେ ଅନୁଧ୍ୟାନ କରିବାକୁ ଫତେନଗର ପଡାକୁ ଆସିଥିଲେ। ବର୍ଷା ପାଣି ଠିକ ଭାବେ ଡ୍ରେନରେ ଯାଇପାରିବ ସେ ନେଇ ଜିଲାପାଳ ଯନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଏହାସହ ଡ୍ରେନଗୁଡିକର ପୁନରୁଦ୍ଧାର କରିବା ପାଇଁ ଜିଲାପାଳ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

 


All Right Reserved By Dharitri.Com

Posted inUncategorized View All

କମ୍ପ୍ୟୁଟର ସାମ୍ନାରେ ଦୀର୍ଘ ସମୟ ବସୁଥିଲେ…

ଆଜିକାଲି ଅଧିକାଂଶ ଲୋକ ଅଫିସରେ ଦୀର୍ଘ ସମୟ କମ୍ପ୍ୟୁଟର ସାମ୍ନାରେ ବସି କାର୍ଯ୍ୟ କରିଥା’ନ୍ତି। ଫଳରେ ଏହା ଦ୍ୱାରା ଚକ୍ଷୁ ଉପରେ କୁପ୍ରଭାବ ପଡ଼ିଥାଏ। ତେଣୁ...

ରୁମୁକୁଝୁମା ସାଂସ୍କୃତିକ ଅନୁଷ୍ଠାନ ନୃତ୍ୟସଙ୍ଗୀତ ଉତ୍ସବ ଉଦ୍‌ଘାଟିତ:ଲୋକ ନୃତ୍ୟରେ ଦୁଲୁକିଲା ମଞ୍ଚ

ଦେବଗଡ଼, ୧୭।୧(ଡ଼ି.ଏନ୍‌.ଏ.)-ଦେବଗଡ଼ ଜିଲାର ଅଗ୍ରଣୀ ରୁମୁକୁଝୁମା ସାଂସ୍କୃତିକ ଅନୁଷ୍ଠାନ ଓ ଭକ୍ତବନ୍ଧୁ ଟ୍ରଷ୍ଟ ମିଳିତ ଆନୁକୁଲ୍ୟରେ ଜିଲାସ୍ତରୀୟ ‘ନୂପୁର ନୃତ୍ୟସଙ୍ଗୀତ ଉତ୍ସବ-୨୦୨୦’ ଆରମ୍ଭ ହୋଇଛି। ଏହା...

କୋଭିଡ୍‌ ଫଣ୍ଡ୍‌କୁ ୩,୫୧,୧୧୧ ଟଙ୍କା ପ୍ରଦାନ: ଚେକ୍‌ ଗ୍ରହଣ କଲେ ଗଞ୍ଜାମ ଜିଲାପାଳ

ଶେରଗଡ଼,୧୩ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ସମ୍ମୁଖରେ ସୋମବାର ସକାଳେ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ପହଞ୍ଚି ୩ଲକ୍ଷ ୫୧ ହଜାର ୧ ଶହ...

ଛତ୍ରପୁର କଲେଜରେ ଛାତ୍ରୀଛାତ୍ରଙ୍କ ଧାରଣା

ଛତ୍ରପୁର,୧୩ା୯(ଡି.ଏନ.ଏ.)- ଛତ୍ରପୁର ସରକାରୀ ବିଜ୍ଞାନ କଲେଜର ଛାତ୍ରୀଛାତ୍ର ଓ ପୂର୍ବତନ ଛାତ୍ର ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଗୁରୁବାର ଧାରଣା ଦିଆଯାଇଥିଲା। ଖଲ୍ଲିକୋଟ କ୍ଲଷ୍ଟର...

ଆଠମଲ୍ଲିକରେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ: ଅଙ୍ଗନଓ୍ବାଡି, ଆହାର କେନ୍ଦ୍ର ଖାଦ୍ୟ ମାନ ପରଖିଲେ

ଆଠମଲ୍ଲିକ,୧।୯(ଡି.ଏନ.ଏ.) – ଅନୁଗୋଳ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ ଚମ୍ପତିରାୟ ଶନିବାର ଆଠମଲ୍ଲିକ ସଦର ମହକୁମା ସମେତ ଆଠମଲ୍ଲିକ ବ୍ଲକକୁ ଯାଇ ବିଭିନ୍ନ ସରକାରୀ ଯୋଜନାର...

ଜମ୍ମୁର ୫ ଜିଲାରେ ମୋବାଇଲ ସେବା ଆରମ୍ଭ

ଜମ୍ମୁ,୨୯।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ ଅଗଷ୍ଟ ୫ରୁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ଏମିତିକି ମୋବାଇଲ୍‌, ଇଣ୍ଟରନେଟ୍‌ ସେବାକୁ ମଧ୍ୟ ବନ୍ଦ...

ଶିବସେନା ନେତାଙ୍କୁ ହତ୍ୟା

ମୁମ୍ବାଇ,୧୭।୩(ପି.ଟି.):ମହାରାଷ୍ଟ୍ରର ଅହମଦନଗର ଜିଲାରେ ଶିବସେନାର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ରବିବାର...

ଉତ୍ତର ଭାରତରେ ଘନ କୁହୁଡି: ଟ୍ରେନ୍‌, ବିମାନ ସେବା ବାଧାପ୍ରାପ୍ତ

ନୂଆଦିଲ୍ଲୀ,୩୦।୧୨: ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ହାଡଭଙ୍ଗା ଶୀତ ଅନୁଭୂତ ହୋଇଛି। ସୋମବାର ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ପାରଦ ତଳକୁ ଖସିଆସିଛି।...

Leave a comment

Your email address will not be published. Required fields are marked *