ଗୋରୁଙ୍କୁ ବ୍ୟାପୁଛି ଅଜଣା ଚର୍ମ ରୋଗ: ବିଶେଷଜ୍ଞ ଦଳ ଦ୍ୱାରା ରକ୍ତ ନମୁନା ସଂଗ୍ରହ

ବାଲେଶ୍ୱର ଅଫିସ, ୮।୮-ବାଲେଶ୍ୱର ଜିଲାର ରେମୁଣା ଓ ଖଇରା ବ୍ଲକରେ ଗୋରୁମାନଙ୍କୁ ଅଜଣା ଚର୍ମ ରୋଗ ବ୍ୟାପିଥିବା ଖବର ପାଇ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ନିତ୍ୟାନନ୍ଦ ଦାସ ଭୁବନେଶ୍ୱରସ୍ଥିତ ରାଜ୍ୟ ପ୍ରାଣୀ ରୋଗ ଗବେଷଣା କେନ୍ଦ୍ରକୁ ଜଣାଇଥିଲେ। ଗୁରୁବାର ଏକ ବିଶେଷଜ୍ଞ ଡାକ୍ତର ଦଳ ବାଲେଶ୍ୱରରେ ପହଞ୍ଚତ୍ ଉକ୍ତ ଦୁଇ ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ଗୋରୁଗାଈଙ୍କଠାରୁ ରକ୍ତ ଓ ଚର୍ମ ନମୁନା ସଂଗ୍ରହ କରି ଫେରିଯାଇଛନ୍ତି।
ଜିଲା ପ୍ରାଣୀ ଚିକିତ୍ସାଧିକାରୀ କାର୍ଯ୍ୟାଳୟର ଅତିରିକ୍ତ ଜିଲା ପ୍ରାଣୀ ଚିକିତ୍ସାଧିକାରୀ (ରୋଗ ନିୟନ୍ତ୍ରଣ) ଡା. ଜୀବନକୃଷ୍ଣ ସାହୁ, ଖଇରା ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡା. ରଘୁନାଥ ସିଂ ଓ ରେମୁଣା ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡା. ଅଜିତ୍‌ ସାମଲ ସହଯୋଗ କରିଥିଲେ। ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ଦାସଙ୍କ ସୂଚନାନୁସାରେ ଏହି ରୋଗରେ ଜିଲାରେ ବର୍ତ୍ତମାନ ସୁଦ୍ଧା କୌଣସି ଗୋରୁ ମୃତ୍ୟୁମୁଖରେ ପଡ଼ିନାହାନ୍ତି। ରାଜ୍ୟର ଅନ୍ୟ ଜିଲାଗୁଡିକରେ ଏହି ରୋଗ ଦେଖାଯାଉଥିବା ସୂଚନା ମିଳିଛି। ତେଣୁ ଗୋପାଳକମାନେ ଆତଙ୍କିତ ନ ହେବାକୁ ଅନୁରୋଧ କରିଛନ୍ତି।


All Right Reserved By Dharitri.Com

ସ୍ଥିତି ଅନୁଧ୍ୟାନ କଲେ ଆରପିଏଫ୍‌ ଆଇଜି

ତାଳଚେର,୧୧ା୯(ନି.ପ୍ର.)-ରେଳ ସୁରକ୍ଷାବଳ (ଆର୍‌ପିଏଫ୍‌) ଆଇ.ଜି. ରାଜାରାମ ମଙ୍ଗଳବାର ଦିନିକିଆ ତାଳଚେର ଗସ୍ତରେ ଆସି ଫେରି ଯାଇଛନ୍ତି। ସେ ଆର୍‌ପିଏଫ୍‌ ଅଫିସ ପରିଦର୍ଶନ ସହ ପ୍ଲାଟଫର୍ମ, ଟ୍ରେନ୍‌...

ସର୍କୁଲାର ଜାରି କଲେ ପରିବହନ କମିଶନର: ଯେକୌଣସି ଆର୍‌ଟିଓରେ ଡିଏଲ୍‌ ଆବେଦନ କରିହେବ

କଟକ ଅଫିସ, ଭୁବନେଶ୍ୱର,୨ା୧୧ (ବ୍ୟୁରୋ): ଯାନବାହନ ମାଲିକମାନେ ରାଜ୍ୟର ଯେକୌଣସି ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ଙ୍କ କାର୍ଯ୍ୟାଳୟରେ ନିଜ ଗାଡିର ପଞ୍ଜୀକରଣ କରିବା ସହ ଡ୍ରାଇଭିଂ ଲାଇସେନ୍ସ...

ମୌସୁମୀ ନିଷ୍କ୍ରିୟ, ଚାଷୀ ହତାଶ:୧୬,୮୪୩ ହେକ୍ଟର ଜମି ପଡ଼ିଆ

ରୂପ୍‌ସା, ୧୯।୭-ଚଳିତବର୍ଷ ବର୍ଷା ନିୟମିତ ହେଉ ନ ଥିବାରୁ ଧାନ ଅମଳ ହେବାର ସମ୍ଭାବନା କ୍ଷୀଣ ହୋଇଛି। ବର୍ଷା ଅଭାବରୁ ଚାଷୀ ହାତ ବାନ୍ଧି ବସିଛି।...

ବଲାଙ୍ଗୀରରେ ନରସିଂହ ଆଗୁଆ

ବଲାଙ୍ଗୀର ଅଫିସ,୨୩।୫: ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବଲାଙ୍ଗୀର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ର ଆଗୁଆ ରହିଛନ୍ତି। ନରସିଂହ ୮୨୬୬ ଭୋଟ...

ରକ୍ତଦାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଲାଞ୍ଜିଗଡ଼,୨୯।୮(ଡି.ଏନ.ଏ.) କଳାହାଣ୍ଡି ଜିଲା ଲାଞ୍ଜିଗଡଠାରେ ବୁଧବାର ସାମାଜିକ ସଙ୍ଗଠନ ସୋସିଆଲ ଏକ୍ଟିଭିଷ୍ଟ କଳାହାଣ୍ଡି ପକ୍ଷରୁ ରକ୍ତଦାନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି...

୩ ବର୍ଷ ଶିଶୁକନ୍ୟାଙ୍କୁ ବଳାତ୍କାର କଲେ ନାବାଳକ

ଚିକିଟି,୨୨ା୧(ଡି.ଏନ.ଏ.)-ବ୍ରହ୍ମପୁର ପୋଲିସ ଜିଲା କେ.ନୂଆଗାଁ ଥାନା ଅଞ୍ଚଳରେ ଜଣେ ୩ ବର୍ଷର ଶିଶୁକନ୍ୟାଙ୍କୁ ଅଷ୍ଟମ ଶ୍ରେଣୀ ଛାତ୍ର ବଳାତ୍କାର କରିଥିବା ମଙ୍ଗଳବାର ଅଭିଯୋଗ ହୋଇଛି। ପୀଡ଼ିତାଙ୍କ...

ବିଦ୍ୟାଳୟ ଜମିରେ ଅଣ ଓଡ଼ିଆଙ୍କ ଜବରଦଖଲ : ସଙ୍କୁଚିତ ହେଉଛି ବିଦ୍ୟାଳୟ ଜମି

ଯାଜପୁର ରୋଡ଼, ୧୮ା୧୦ (ନି.ପ୍ର.): ଯାଜପୁର ରୋଡ୍‌ସ୍ଥିତ ନରସିଂହ ଚୌଧୁରୀ ଉଚ୍ଚ ବିଦ୍ୟାଳୟ ବିଭିନ୍ନ ଅବ୍ୟବସ୍ଥା ଦେଇ ଗତି କରୁଛି। ବିଦ୍ୟାଳୟର ଜମିରେ ଅଣ ଓଡ଼ିଆଙ୍କ...

ଚେଇଁ ଶୋଇଛନ୍ତି ବିଏମ୍‌ସି ଡ୍ରେନେଜ ବିଭାଗ ଅଧିକାରୀ: ସହରର ୪୦% ଡ୍ରେନ୍‌ରେ ଢାଙ୍କୁଣି ନାହିଁ

ଭୁବନେଶ୍ୱର, ୨୭ା୭(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଧୀନ ୬୭ଟି ଓ୍ବାର୍ଡରେ ମୋଟ ୬୫୦କିମିର ଆଭ୍ୟନ୍ତରୀଣ ଡ୍ରେନ ଓ ୬୦ କିମିର ୧୦ଟି ମୁଖ୍ୟ ଡ୍ରେନ୍‌ ରହିଛି।...

Leave a comment

Your email address will not be published. Required fields are marked *