Posted inଖେଳ

କିଙ୍ଗ୍ସ ଇଲେଭେନ ଛାଡ଼ିଲେ ହେସନ: ଭାରତ କୋଚ୍‌ ହେବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ, ୮।୮ (ପି.ଟି.)- ପୂର୍ବତନ ନ୍ୟୁଜିଲାଣ୍ଡ କ୍ରିକେଟର୍‌ ମାଇକ୍‌ ହେସନ ଗୁରୁବାର ଆଇପିଏଲ୍‌ ଫ୍ରାଞ୍ଚାଇଜ କିଙ୍ଗ୍ସ ଇଲେଭେନ ପଞ୍ଜାବର ମୁଖ୍ୟ କୋଚ୍‌ ପଦରୁ ଅବ୍ୟାହତି ନେଇଛନ୍ତି। ଫଳରେ ହେସନ ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍‌ ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ନ୍ୟୁଜିଲାଣ୍ଡର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ହେସନ ଉଭୟ ଭାରତ ଓ ପାକିସ୍ତାନ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଆବେଦନ କରିଛନ୍ତି। ପୂର୍ବତନ ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର ଟମ୍‌ ମୁଡି ମଧ୍ୟ ଭାରତୀୟ କ୍ରିକେଟ ଦଳର ଏହି ହାଇପ୍ରୋଫାଇଲ ପଦ ପାଇଁ ଦୃଢ଼ ଦାବିଦାର୍‌ ରହିଛନ୍ତି। ନିକଟରେ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମୁଖ୍ୟ କୋଚ୍‌ ସମେତ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ କୋଚ୍‌ ପଦ ପାଇଁ ଦରଖାସ୍ତ ଆହ୍ବାନ କରିଥିଲା।
ଇଲେଭେନ ପଞ୍ଜାବ ସହ ଅତିବାହିତ କରିଥିବା ସମୟକୁ ଉପଭୋଗ କରିଛି ଏବଂ ମୋତେ ଦାୟିତ୍ୱ ପ୍ରଦାନ କରିଥିବାରୁ ସେମାନଙ୍କୁ ଧନ୍ୟବାଦ୍‌ ଦେବି। ଚଳିତ ବର୍ଷ ଆମେ ଯେଉଁ କାର୍ଯ୍ୟ କରିଥିଲୁ ତାକୁ ରୂପାନ୍ତରିତ କରିପାରି ନ ଥିବାରୁ ଦୁଃଖିତ। ସଫଳତା ତାଙ୍କଠାରୁ ବେଶିଦୂରରେ ନାହିଁ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ ରହିଛି। ଭବିଷ୍ୟତ ପାଇଁ ଦଳର ସମସ୍ତଙ୍କୁ ଅଭିନନ୍ଦନ’ ବୋଲି ହେସନ ତାଙ୍କ ଟୁଇଟର୍‌ ପୃଷ୍ଠାରେ ଉଲ୍ଲେଖ କରିଛନ୍ତି। ହେସନ କେବଳ ଗୋଟିଏ ସିଜନ ପାଇଁ ପଞ୍ଜାବ ସହ କାମ କରିଥିଲେ। ଏବେ ସେ ପଞ୍ଜାବ ଦଳ ଛାଡ଼ିବା ପରେ ତାଙ୍କ ଭବିଷ୍ୟତ କାର୍ଯ୍ୟକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ୪୪ ବର୍ଷୀୟ ହେସନ ଏଥିପୂର୍ବରୁ ୬ ବର୍ଷ ଧରି ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଦଳର ପ୍ରଶିକ୍ଷକ ଦାୟିତ୍ୱ ତୁଲାଇ ସାରିଛନ୍ତି, ଯାହାକି ବ୍ଲାକ୍‌ କ୍ୟାପ୍ସ ଦଳ ପାଇଁ ବେଶ୍‌ ସ୍ମରଣୀୟ ରହିଥିଲା। ଏହି ସମୟରେ ନ୍ୟୁଜିଲାଣ୍ଡ ୨୦୧୫ ଆଇସିସି ଦିନିକିଆ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଥିଲା। ସେହିଭଳି ୨୦୧୬ରେ ଭାରତରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ ସେମିଫାଇନାଲ ପ୍ରବେଶ ଏବଂ ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷରେ ଐତିହାସିକ ଟେଷ୍ଟ ସିରିଜ ଜିତିବାର ସୌଭାଗ୍ୟ ଲାଭ କରିଥିଲା।
ଦଳର ବର୍ତ୍ତମାନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ, ବୋଲିଂ କୋଚ୍‌ ଭରତ ଅରୁଣ, ବ୍ୟାଟିଂ କୋଚ୍‌ ସଞ୍ଜୟ ବାଙ୍ଗର ଓ ଫିଲ୍ଡିଂ କୋଚ ଆର୍‌. ଶ୍ରୀଧରଙ୍କ କାର୍ଯ୍ୟକାଳ ଗତ ବିଶ୍ୱକପ୍‌ ପରେ ସମାପ୍ତ ହୋଇଥିଲା। କିନ୍ତୁ ଚଳିତ ଓ୍ବେଷ୍ଟଇଣ୍ଡିଜ ଗସ୍ତକୁ ନଜରରେ ରଖାଯାଇ ଏହାକୁ ୪୫ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। କିମ୍ବଦନ୍ତୀ ଭାରତୀୟ କ୍ରିକେଟର୍‌ କପିଳ ଦେବଙ୍କ ଅଧ୍ୟକ୍ଷତାରେ ଗଠିତ କ୍ରିକେଟ୍‌ ପରାମର୍ଶଦାତା କମିଟି (ସିଏସି)କୁ ଭାରତୀୟ ଦଳର କୋଚ୍‌ ଚୟନ ଦାୟିତ୍ୱ ପ୍ରଦାନ କରାଯାଇଛି। କପିଳଙ୍କ ବ୍ୟତୀତ ସିଏସିରେ ପୂର୍ବତନ କୋଚ୍‌ ଅଂଶୁମାନ ଗାଏକ୍ୱାଡ ଓ ମହିଳା କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟିକା ଶାନ୍ତା ରଙ୍ଗାସ୍ବାମୀ ସ୍ଥାନ ପାଇଛନ୍ତି।


All Right Reserved By Dharitri.Com

Posted inଖେଳ View All

କପିଳଙ୍କ ନେତୃତ୍ୱରେ ଗଠିତ ସିଏସି ବିରୋଧରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ନାହିଁ

ନୂଆଦିଲ୍ଲୀ, ୩୦।୯ (ପି.ଟି.)- ପୂର୍ବତନ ଅଧିନାୟକ କପିଳ ଦେବଙ୍କ ନେତୃତ୍ୱାଧୀନ କ୍ରିକେଟ ଉପଦେଷ୍ଟା କମିଟି (ସିଏସି) ବିରୋଧରେ କୌଣସି ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ନାହିଁ ବୋଲି...

ୟୁଏସ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ: ଲକ୍ଷ୍ୟ, ପ୍ରଣୟ, ସୌରଭ ୨ୟ ରାଉଣ୍ଡରେ

ଫୁଲରଟନ (ୟୁଏସ୍‌ଏ), ୧୨।୭ (ପି.ଟି.)- ଉଦୀୟମାନ ଭାରତୀୟ ଶଟ୍‌ଲର ଲକ୍ଷ୍ୟ ସେନ୍‌ ଏଠାରେ ଅନୁଷ୍ଠିତ ୟୁଏସ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ଏକ ମ୍ୟାଚ୍‌ରେ ସିନିୟର ଖେଳାଳି...

ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ଉଦ୍‌ଘାଟନୀ ମୁକାବିଲା

ଲଣ୍ଡନ, ୨୯।୫: କ୍ରିକେଟ ବିଶ୍ୱକପର ଦ୍ୱାଦଶ ସଂସ୍କରଣ ପାଇଁ କ୍ଷେତ୍ର ପ୍ରସ୍ତୁତ। ଇଂଲଣ୍ଡ ଆଣ୍ଡ ଓ୍ବେଲ୍ସ କ୍ରିକେଟ ବୋର୍ଡ ଆନୁକୂଲ୍ୟରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି...

ଦଳ ଚୟନ ନେଇ ଦ୍ୱନ୍ଦ୍ୱରେ କୋହଲି: ରାହାନେ, ରୋହିତ୍‌ କିମ୍ବା ପଞ୍ଚମ ବୋଲର

ଆଣ୍ଟିଗୁଆ, ୨୧।୮(ପି.ଟି.)- ଗୁରୁବାରଠାରୁ ଏଠାରେ ଭାରତ ଓ ଘରୋଇ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଆରମ୍ଭ ହେବ। ତେବେ...

ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ଦଳ ଘୋଷିତ

ପୋର୍ଟ ଅଫ୍‌ ସ୍ପେନ,୧୦।୮- ଭାରତ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଲାଗି ଶନିବାର ଜାସନ ହୋଲ୍ଡରଙ୍କ ନେତୃତ୍ୱରେ ୧୩ ଜଣିଆ ଓ୍ବେଷ୍ଟଇଣ୍ଡିଜ ଦଳ...

ନାଲ୍‌କୋ ଓପନ ଟେନିସ: ଅନମ, ଅଂଶୁ ଚାମ୍ପିୟନ

ଭୁବନେଶ୍ୱର, ୧୬।୧୨(କ୍ରୀଡ଼ା ପ୍ରତିନିଧି)- ନାଲ୍‌କୋ ଓପନ ଟେନିସ ଟୁର୍ନାମେଣ୍ଟ ରବିବାର କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଯାପିତ ହୋଇଛି। ଏହାର ମହିଳା ବିଭାଗରେ ଟପ୍‌ ସିଡ୍‌ ଅନମ ଆଲମାସ...

ବିଶ୍ୱ ଚାମ୍ପିୟନଶିପ୍‌ରେ ଟ୍ରାଏଲରୁ ହଟିଲେ ପ୍ରବୀଣ ରାଣା

ନୂଆଦିଲ୍ଲୀ,୧୩।୮- ଆସନ୍ତା ସେପ୍ଟେମ୍ବର ୧୪ରୁ ୨୨ ତାରିଖ ପର୍ଯ୍ୟନ୍ତ କାଜାଖସ୍ତାନସ୍ଥିତ ନୁର ସୁଲତାନଠାରେ ବିଶ୍ୱ ରେସଲିଂ ଚାମ୍ପିୟନଶିପ ଅନୁଷ୍ଠିତ ହେବ। ଏଥିନେଇ ହେବାକୁ ଥିବା ଚୟନ...

ଏସିଆ ରଗ୍‌ବୀ ସେଭେନ୍ସ ଟ୍ରଫି:ଭାରତୀୟ ମହିଳା ଦଳରେ ଓଡ଼ିଶାରୁ ୪

ଭୁବନେଶ୍ୱର, ୬ା୮ (ସ୍ପୋଟର୍‌ସ ବ୍ୟୁରୋ)- ଏସିଆ ରଗ୍‌ବୀ ସେଭେନ୍ସ ଟ୍ରଫି ଅଗଷ୍ଟ ୧୦ ଓ ୧୧ ଦୁଇ ଦିନ ଧରି ଇଣ୍ଡୋନେସିଆର ଜାକର୍ତ୍ତାସ୍ଥିତ ଜି.ବି.କେ. କମ୍ପ୍ଲେକ୍ସଠାରେ...

Leave a comment

Your email address will not be published. Required fields are marked *