ଇନ୍ଦ୍ରାବତୀ ଜଳଭଣ୍ଡାରର ୨ ଗେଟ ଖୋଲିଲା

ତେନ୍ତୁଳିଖୁଣ୍ଟି,୮।୮(ଡି.ଏନ.ଏ)-ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପର ଇନ୍ଦ୍ରାବତୀ ସ୍ଥିତ ଦେଓପାଲି ବନ୍ଧର ଗୁରୁବାର ୨ଟି ଗେଟ ଖୋଲାଯାଇଛି। ଦେଓପାଲି ବନ୍ଧର ୨ ନଂ ଓ ୬ ନଂ ଗେଟ୍‌ ଖୋଲାଯାଇଛି। ୨ ନଂ ଗେଟରେ ୧୮୦ ଘନମିଟର ଓ ୬ ନଂ ଗେଟରେ ୨୪୦ ଘନମିଟର ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ୨୫୪.୯୫ ଘନମିଟର ଜଳ ପ୍ରବେଶ କରୁଛି। ଗେଟ ଖୋଲା ଯିବା ପୂର୍ବରୁ ଜଳଭଣ୍ଡାରର ଜଳପତ୍ତନ ୬୩୯.୮୦ ମିଟର ରହିଥିଲା। ସର୍ବୋଚ୍ଚ ଯନ୍ତ୍ରୀ ଲମ୍ବୋଦର ପ୍ରଧାନଙ୍କ ଉପସ୍ଥିତିରେ ଗେଟ୍‌ ଖୋଲା ଯାଇଥିଲା। ମୁଖ୍ୟନିର୍ମାଣ ଯନ୍ତ୍ରୀ ଗୋପାଳ ଚନ୍ଦ୍ର ଦାସ, ଏସିସି ଲମ୍ବୋଧର ପୁହାଣ, ପୋଡାଗଡ ବନ୍ଧ ନିର୍ବାହୀ ଯନ୍ତ୍ରୀ ସାମନ୍ତ ଶେଖର ଧଳ, ସହକାରୀ ଯନ୍ତ୍ରୀ ସୋମନାଥ ମହାରଣା, ଇଂ. ନିରାକାର ପାଇକ, ଇଂ. ଶ୍ରୀନିବାସ ପାତ୍ର, ଇଂ. ବାଲାଜୀ ପାତ୍ର, ଇଂ. ବିକ୍ରମ ମହାପାତ୍ର, ଇଂ.ସରୋଜ କାନ୍ତ ଦାସ, ବୈଷ୍ଣବ ସାହୁ, କିଶୋର ପଣ୍ଡା , ମନୋଜ କୁମାର ଉପସ୍ଥିତ ଥିଲେ। ଗେଟ ଖୋଲା ଯିବା ପୂର୍ବରୁ ବସ୍ତର ଜିଲାପାଳ, ନବରଙ୍ଗପୁର ଜିଲାପାଳ, କୋରାପୁଟ ଜିଲାପାଳଙ୍କୁ ଅବଗତ କରାଯାଇଥିଲା। ଗେଟ ଖୋଲା ଯିବା ପରେ ସ୍ଥିତିର ସମୀକ୍ଷା ପାଇଁ ଜିଲାପାଳ ଅଜିତ କୁମାର ମିଶ୍ର, ବିଡିଓ ଅକ୍ଷମିତା କାର୍ତ୍ତିକ, ତେନ୍ତୁୁଳିଖୁଣ୍ଟି ତହସିଲଦାର ପ୍ରଦୀପ କରଙ୍କ ସହ ଆଲୋଚନା କରାଯାଇଥିଲା।


All Right Reserved By Dharitri.Com

ନର୍ସିଂ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣା: ପୀଡ଼ିତାଙ୍କୁ ଭେଟିଲେ ରାଜ୍ୟ ମହିଳା କମିଶନ

ଜୁନାଗଡ଼, ୨୪।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜାରିଙ୍ଗ ଜଙ୍ଗଲ ଗଣ ବଳାତ୍କାର ଘଟଣାରେ ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି। ଘଟଣାକୁ ନେଇ ସୋମବାର ରାଜ୍ୟ ମହିଳା...

ଦବିଲା କାଠଯୋଡି ବ୍ରିଜ୍‌

କଟକ ଅଫିସ, ୨୮।୮: କଟକ ଗୋପାଳପୁର-ଲିଙ୍କରୋଡ କାଠଯୋଡି ବ୍ରିଜ୍‌ ବୁଧବାର ମଧ୍ୟାହ୍ନରେ ଦବିଯାଇଛି। ବ୍ରିଜ୍‌ ଆରମ୍ଭରୁ ସାମାନ୍ୟ ଦବିଯାଇଛି। ଫଳରେ ଗାଡ଼ିଚଳାଚଳ ବାଧାପ୍ରାପ୍ତ ହୋଇଛି। ଦବିଥିବା...

ନିମାପଡ଼ାରେ ଜବରଦଖଲ ଉଚ୍ଛେଦ

ନିମାପଡ଼ା,୧୧ା୯(ଡି.ଏନ୍‌.ଏ.): ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଡବ୍ଲ୍ୟୁ ପି(ସି) କେସ ନଂ. ୫୪୮୪/୧୯ ଅନୁଯାୟୀ ନିମାପଡ଼ା ରାଜସ୍ବ ବିଭାଗ ପକ୍ଷରୁ ବୁଧବାର ଦୋଳବେଦି ଛକରେ ଥିବା ସରକାରୀ ଜାଗାରୁ...

ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ୍‌

ରାଉରକେଲା ଅଫିସ, ୧୧।୭: ରାଉରକେଲା ସେକ୍ଟର ୧୯ ଥାନା ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଘର ନଂ ଏଫ୨୧୨ ତାଲା ଭାଙ୍ଗି ଦୁର୍ବୃତ୍ତମାନେ...

ସ୍ବଭାବିକ ହେଲା ଟ୍ରେନ ଚଳାଚଳ

ମୁନିଗୁଡ଼ା,୯ା୮(ଡ଼ି.ଏନ.ଏ)- ଲଗାଣ ବର୍ଷା ଯୋଗୁ ଗତ ୬ ତାରିଖ ରାତିରେ ରାୟଗଡ଼ା ଜିଲା ଆମ୍ବାଦୋଳା ରେଳ ଷ୍ଟେଶନ ନିକଟରେ ରେଳ ଧାରଣା ଧୋଇ ହୋଇଯାଇଥିଲା ା...

ନାବାଳକ କାର ଚାଳକଙ୍କୁ ୨୫ ହଜାର ଜରିମାନା

ରାୟଗଡ଼ା ଅଫିସ,୨୫ା୧୨: ମଙ୍ଗଳବାର ରାୟଗଡ଼ା ସହରର ରିଂ ରୋଡ଼ରେ ଜଣେ ନାବାଳକ କାର ଚଲାଇ ୨୫ ହଜାର ଟଙ୍କା ଜରିମାନା ଦେଇଛନ୍ତି ା ରାୟଗଡ଼ା ପୋଲିସ...

ଜଙ୍ଗଲ ଆଇନ ସଂଶୋଧନ ଯୋଜନା:  ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀଙ୍କ ବିକ୍ଷୋଭ

ଭଞ୍ଜନଗର,୨୮।୯(ଡି.ଏନ.ଏ.)-୧୯୨୭ ମସିହା ଜଙ୍ଗଲ ଜମି ଆଇନକୁ କେନ୍ଦ୍ର ସରକାର ସଂଶୋଧନ କରିବାକୁ ଯାଉଛନ୍ତି। ଉକ୍ତ ଆଇନ କାର୍ଯ୍ୟାକାରୀ ହେଲେ ଦେଶରେ ୧୧ଲକ୍ଷ ଆଦିବାସୀ ପରିବାର ଜଙ୍ଗଲ...

ମଧ୍ୟାହ୍ନଭୋଜନ ରିପୋର୍ଟକୁ ନେଇ ସନ୍ଦେହ: ସ୍କୁଲ ଛୁଟି ଥାଇ ପିଲାଙ୍କୁ ମିଳିଛି ଖାଦ୍ୟ

କୋରୁକୋଣ୍ଡା ୩।୧(ଡି.ଏନ. ଏ) – ଛାତ୍ରୀଛାତ୍ରଙ୍କୁ ସ୍କୁଲମୁହାଁ କରିବାକୁ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ବ୍ୟବସ୍ଥା କରାଯାଇଛି। କିନ୍ତୁ ସ୍କୁଲ ଛୁଟି ଥିବା ସମୟରେ ମଧ୍ୟ ପିଲାଙ୍କୁ...

Leave a comment

Your email address will not be published. Required fields are marked *