ଜଳଶକ୍ତି ଅଭିଯାନ ଶୁଭାରମ୍ଭ

କେନ୍ଦ୍ରାପଡା ଅଫିସ, ୮।୮: କେନ୍ଦ୍ର ସରକାରଙ୍କ ଜଳଶକ୍ତି ଅଭିଯାନରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ଏକମାତ୍ର ଜିଲା ଭାବେ କେନ୍ଦ୍ରାପଡ଼ା ସ୍ଥାନ ପାଇଥିବା ବେଳେ ସହରର ଟାଉନହଲଠାରେ ଗୁରୁବାର ଏହି ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ରାଜ୍ୟ ସରକାରଙ୍କ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଛନ୍ତି। ଏ ନେଇ ଜିଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଉଦ୍‌ଘାଟନୀ ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମନ୍ତ୍ରୀ ଦାସ ପ୍ରକାଶ କରିଥିଲେ ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଏହି ଅଭିଯାନ ଦ୍ୱାରା ଆଗାମୀ ଜଳସଙ୍କଟ ଦୂର ହୋଇପାରିବ। ଜଳ ସଂରକ୍ଷଣ ଓ ବର୍ଷାଜଳ ଅମଳ, ପାରମ୍ପରିକ ଜଳଉତ୍ସର ପୁନରୁଦ୍ଧାର, ଜଳ ଛାୟା ବିକାଶ, ବ୍ୟାପକ ବନୀକରଣ ଦ୍ୱାରା ସାମ୍ପ୍ରତ୍ତିକ ସମୟର ପାନୀୟ ଜଳ ସମସ୍ୟା ଦୂର ହେବା ସହିତ କେନ୍ଦ୍ରାପଡ଼ା ଜିଲା ଭୂତଳ ଜଳସ୍ତରକୁ ବୃଦ୍ଧି କରିହେବ ବୋଲି ମନ୍ତ୍ରୀ ଦାସ କହିଥିଲେ।


All Right Reserved By Dharitri.Com

ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ

ଭୁବନ, ୪।୯(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଅଧୀନ ୧ନଂ. ଓ୍ବାର୍ଡରେ ରହୁଥିବା ଜ୍ଞାନରଞ୍ଜନ ପତି(୪୦)ଙ୍କ ମୃତଦେହକୁ ପୋଲିସ ମଙ୍ଗଳବାର ରାସ୍ତାପାର୍ଶ୍ୱରୁ ଉଦ୍ଧାର କରିଛି। ମୃତକଙ୍କ ବାପା...

ବଜ୍ରପାତ ନେଲା ୨ ଜୀବନ

ପାପଡ଼ାହାଣ୍ଡି, ୧୭।୬(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଚେରଚେଟା ପଞ୍ଚାୟତ ବରଦେଇ ଗ୍ରାମରେ ରବିବାର ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଗ୍ରାମର...

ମାଧପୁର ପଞ୍ଚାୟତରେ ବ୍ୟାପକ ଅନିୟମିତତା ଅଭିଯୋଗ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାହିଁ ଯୋଗ୍ୟ ହିତାଧିକାରୀଙ୍କ ନାଁ

ମାଧପୁର,୨୧।୨(ଡି.ଏନ୍‌.ଏ) : ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ପଞ୍ଚାୟତରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଫନି ପରେ ପଞ୍ଚାୟତର ପ୍ରତ୍ୟେକ ଗାଁ...

ସିଦ୍ଧ ମହାବୀର ରେଲଓ୍ବେ ଓଭରବ୍ରିଜ୍‌ ପାଇଁ ଅଧିଗ୍ରହଣ ହେବ ୨.୬୬ ଏକର ଜମି: ମାପଚୁପ ଆରମ୍ଭ, ପୁରୀବାସୀ ଉତ୍ସାହିତ

ପୁରୀ ଅଫିସ,୧୯ା୧: ପୁରୀକୁ ବିଶ୍ୱସ୍ତରୀୟ ସହର କରିବା ଲାଗି ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। ଗତ ୧୬ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ଟି...

ରେଳଧାରଣା ନିକଟରୁ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର

ତିର୍ତ୍ତୋଲ,୧୦।୧୧(ଡି.ଏନ୍‌.ଏ.): ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟକ-ପାରାଦୀପ ରେଳଧାରଣାର ବନ୍ଧବାଟି ଲେବୁଲ କ୍ରସିଂ ନିକଟରୁ ରବିବାର ସକାଳେ ଜଣେ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର...

ବଏସ୍‌ ୮୦, ଭତାରୁ ବଁଚିତ୍‌ ବିଭୀଷଣ, ସୁଗ୍ରୀ

ଖପା୍ରଖୋଲ, ୨୦।୧୨ (ଡି.ଏନ୍‌.ଏ.)-ସରକାର ଅସାହା ଗରିବ୍‌ ବୁଢ଼ାବୁଢ଼ିକୁଁ ୬୦ ବଛର ହେଲେ ଭତା ଯୁଗେଇଦେବାର ବେବସ୍‌ତା କରିଛନ୍‌। ହେଲେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଦମେଇପାଲି...

ପ୍ରସିଦ୍ଧ ଚନ୍ଦନେଶ୍ୱର ପୀଠ ଉତ୍ସବମୁଖର

ଭୋଗରାଇ,୧୫।୮(ଡି.ଏନ.ଏ.)- ବାଲେଶ୍ୱର ଜିଲା ଭୋଗରାଇ ସ୍ଥିତ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଚନ୍ଦନେଶ୍ୱର ଶୈବପୀଠ ଶ୍ରାବଣ ପୂର୍ଣ୍ଣିମା ଉପଲକ୍ଷେ ଉତ୍ସବମୁଖର ହୋଇଉଠିଛି। ଗୁରୁବାର ଶ୍ରାବଣ ପୂର୍ଣ୍ଣିମା ପାଳିତ...

ପ୍ଲାଷ୍ଟିକ ଆବର୍ଜନା ପରିଚାଳନା:ସର୍ବଭାରତୀୟ ସ୍ତରରେ ପୁରୀ ପୁରସ୍କୃତ

ପୁରୀ ଅଫିସ,୧୩ା୧: ପୁରୀକୁ ସ୍ବଚ୍ଛ ଓ ପରିଷ୍କାର ରଖିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ଏକାଧିକ ପଦକ୍ଷେପ ଗ୍ରହଣ କରାଯାଇଛି। ‘ମୋ ବିଚ୍‌’ ହେଉ ଅବା...

Leave a comment

Your email address will not be published. Required fields are marked *