କଲେଜରେ ପିତା ଜୁନିୟର୍‌, ଝିଅ ସିନିୟର୍‌

ସାଧାରଣତଃ ପିଲାମାନଙ୍କୁ କଲେଜରେ ପାଠ ପଢାଇବାର ସ୍ବପ୍ନ ଦେଖିଥାନ୍ତି ପିତା। କିନ୍ତୁ ପିଲାମାନେ ଯଦି ନିଜ ଅଭିଭାବକଙ୍କୁ ପଢିବା ପାଇଁ ପ୍ରେରଣା ଯୋଗାଇଥାନ୍ତି ତେବେ ତାହା ନିଶ୍ଚିତ ଭାବେ ସମାଜ ପାଇଁ ଏକ ଉଦାହରଣ। ସେମିତି ଏକ ଉଦାହରଣ ଦେଖିବାକୁ ମିଳିଛି ମୁମ୍ବାଇରେ। ଏଠାରେ ଗୋଟିଏ ପରିବାରର ବାପ-ଝିଅ ଏକାଠି କଲେଜରେ ପାଠ ପଢୁଛନ୍ତି। ସବୁଠୁ ରୋଚକ କଥା ହେଉଛି, କଲେଜରେ ପିତା ଜୁନିଅର୍‌ ଆଉ ଝିଅ ସିନିୟର୍‌। ଦୁହେଁ ଲ’ କଲେଜରେ ପାଠ ପଢୁଛନ୍ତି। ମୋ ପିତା ଏକ ଫାର୍ମ ହାଉସରେ କାମ କରନ୍ତି। ତାଙ୍କ ଆଇନ୍‌ ପାଠ ବିଷୟରେ ଜାଣିବାକୁ ବହୁତ ଇଚ୍ଛା। ପିଲାବେଳେ ସେ ଅର୍ଥାଭାବରୁ ବେଶୀ ପାଠ ପଢିପାରି ନ ଥିଲେ। କିନ୍ତୁ ତାଙ୍କ ପାଠ ପଢିବା ପ୍ରତି ଆଗ୍ରହ ଦେଖି କଲେଜରେ ନାଁ ଲେଖାଇବାକୁ ତାଙ୍କୁ କହିଥିଲି। ଆଉ ସେ ଏଥିରେ ତୁରନ୍ତ ରାଜି ହୋଇଯାଇଥିଲେ ବୋଲି କହିନ୍ତି ଝିଅ। ଗୋଟିଏ କ୍ଲାସ୍‌ରେ ବାପ-ଝିଅଙ୍କୁ ଏକାଠି ଦେଖି ଅଧ୍ୟାପକମାନେ ମଧ୍ୟ ଖୁସି ହୋଇଥାନ୍ତି।


All Right Reserved By Dharitri.Com

ଟ୍ରେନରେ ଲାଗିଲା ନିଆଁ

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ରେଳ ଷ୍ଟେଶନରେ ଏକ ଦୁର୍ଘଟଣା ଘଟିଛି। ଷ୍ଟେଶନରେ ଛିଡା ହୋଇଥିବା ଟ୍ରେନରେ ଲାଗିଯାଇଛି ନିଆଁ। ପ୍ଲାଟଫର୍ମ ନଂ ୮ରେ ଥିବା ଚଣ୍ଡିଗଡ କୋଚବଲି...

କାନ୍ଦିଲେ ଭେଙ୍କାୟା: କହିଲେ, ଏଥର ରାଖୀରେ ଖାଲି ରହିବ ହାତ

ନୂଆଦିଲ୍ଲୀ, ୭।୮: ଶୋକାକୁଳ ପରିବେଶ ମଧ୍ୟରେ ଦିଲ୍ଲୀର ଲୋଧି ରୋଡ ଶ୍ମଶାନ ଘାଟଠାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତ୍ରୀ ସୁଷମା ସ୍ବରାଜଙ୍କ ଶେଷକୃତ୍ୟ...

ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଯୁବତୀ ପିଠିରେ ଆଙ୍କିଲେ ମୋଦିଙ୍କ ଟାଟୁ

ଜମ୍ମୁ -କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଖୁସିରେ ବିଭୋର ହୋଇ ଝାଡ଼ଖଣ୍ଡର ଜଣେ ଯୁବତୀ ପିଠିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟାଟୁ ଆଙ୍କି...

ଯୁବକଙ୍କ ପେଟରୁ ନେଲ୍‌କଟର, ଚିଲମ ସମେତ ୫୦ ପ୍ରକାରର ଜିନିଷ ବାହାର କଲେ ଡାକ୍ତର

ଉଦୟପୁର,୧୭।୬: ରାଜସ୍ଥାନରୁ ଏକ ଆଶ୍ଚର୍ଯ୍ୟଜନିତ ଘଟଣା ଦେଖିବାକୁ ମିଳିିଛି। ଶନିବାର ଉଦୟପୁର ହସ୍ପିଟାଲରେ ଡାକ୍ତର ଜଣେ ୨୪ ବର୍ଷୀୟ ଯୁବକ ଗଜେନ୍ଦ୍ରଙ୍କ ଅପରେଶନ୍‌ କରିଥିଲେ। ଅପରେଶନ୍‌...

ଭାରତ-ପାକିସ୍ତାନ ତିକ୍ତତା ଭିତରେ ୩ ଦିନିଆ ଚାଇନା ଗସ୍ତରେ ଗଲେ ଏସ୍‌.ଜୟଶଙ୍କର

ନୂଆଦିଲ୍ଲୀ, ୧୧।୮: ଜମ୍ମୁ-କଶ୍ମୀରରୁ ୩୭୦ ଉଚ୍ଛେଦ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଆହୁରି ବଢିଯାଇଛି। ଭାରତ ସହ ସମସ୍ତ ସମ୍ପର୍କ ଛିନ୍ନ କରିଦେଇଛି...

ହାରିଗଲେ ଶତୃଘ୍ନ ସିହ୍ନା

ପାଟନା, ୨୩।୫: ଭାଜପା ଛାଡି କଂଗ୍ରେସରେ ଯୋଗ ଦେଇଥିବା ଶତୃଘ୍ନ ସିହ୍ନା ଚଳିତ ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ଭୋଗିଛନ୍ତି। ସେ ନିଜର ନିକଟତମ...

ଲକ୍ଷ୍ନୌରେ ହାଇଟେକ୍‌ ବର୍ଜ୍ୟ ସଂଗ୍ରହ ବ୍ୟବସ୍ଥା

ଲକ୍ଷ୍ନୌ: ଲକ୍ଷ୍ନୌ ନଗର ନିଗମ(ଏଲ୍‌ଏମ୍‌ସି) ସହରରେ କଠିନ ବର୍ଜ୍ୟ ପରିଚାଳନା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିଛି। ଏଲ୍‌ଏମ୍‌ସି ରେଡ଼ିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍‌(ଆର୍‌ଏଫ୍‌ଆଇଡି)ଟେକ୍ନୋଲୋଜି ମାଧ୍ୟମରେ ବାର୍‌...

ନୌସେନାର କ୍ଷେପଣାସ୍ତ୍ର ପରୀକ୍ଷା ସଫଳ

ନୂଆଦିଲ୍ଲୀ,୧୮ା୫: ଭାରତୀୟ ନୌସେନା ପକ୍ଷରୁ ଶୁକ୍ରବାର ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଇ ପାରୁଥିବା ମଧ୍ୟମ ଧରଣ କ୍ଷେପଣାସ୍ତ୍ର (ଏମ୍‌ଆର୍‌ଏସ୍‌ଏମ୍‌)ର ସଫଳ ପରୀକ୍ଷଣ କରାଯାଇଛି। ଏ...

Leave a comment

Your email address will not be published. Required fields are marked *