ସାପକାମୁଡ଼ାରେ ପୁଅ ମୃତ, ବାପା ଗୁରୁତର

ଅନୁଗୋଳ ଅଫିସ,୮।୮: ଅନୁଗୋଳ ଜିଲା ତଳଗଡ଼ ପଞ୍ଚାୟତ କନ୍ତମେଘ ଗ୍ରାମରେ ଘରେ ଶୋଇଥିବା ସମୟରେ ବାପ ଓ ପୁଅଙ୍କୁ ସାପ କାମୁଡ଼ି ଦେବାରୁ ପୁଅ ଟୁକୁ ଗଡ଼ନାୟକ(୧୨)ଙ୍କ ମୃତ୍ୟୁ ଘଟିଥିବାବେଳେ ବାପା ସୁକାନ୍ତଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ, ବୁଧବାର ବିଳମ୍ବିତ ରାତିରେ ବାପା ଓ ପୁଅ ଶୋଇଥିବା ସମୟରେ ଦୁହିଁଙ୍କୁ ଏକ ଚିତି ସାପ କାମୁଡ଼ି ଦେଇଥିଲା। ଫଳରେ ଉଭୟ ଗୁରୁତର ହୋଇ ପଡ଼ିଥିଲେ। ତୁରନ୍ତ ମେଡିକାଲ ଆଣିବା ପରିବର୍ତ୍ତେ ପରିବାର ଲୋକେ ଗୁଣିଆ ପାଖରେ ଝଡ଼ାଫୁଙ୍କା କରିଥିଲେ। ଅବସ୍ଥା ଗୁରୁତର ହେବାରୁ ଦୁହିଁଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ପୁଅ ଟୁକୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବାପା ସୁକାନ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ପଠା ଯାଇଥିବା ଜଣାପଡ଼ିଛି।


All Right Reserved By Dharitri.Com

ହକ୍‌ ପାଏଲେ ଦିବ୍ୟାଙ୍ଗ ଆଶୁତୋଷ

ବିନିକା,୨୨ା୪(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଭଣ୍ଡାର ଗାଁର ହରିଶ୍ଚନ୍ଦ୍ର ହୋତାକଁର ଦିବ୍ୟାଙ୍ଗ ପୁଓ ଆଶୁତୋଷ ଶେଷେ ସରକାରୀ ଯୋଜନାରେ ବିଜୁ ପକ୍କାଘର ଖଁଡ଼େ ପଏବାରେ...

ଶୁଆକାଠି ଖଣି ଅଞ୍ଚଳରେ ଚଢ଼ାଉ: ମଦ କାରବାରରେ ସମ୍ପୃକ୍ତ ୪ ଗିରଫ

କେନ୍ଦୁଝର, ୨।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ପୋଲିସ ଗୁରୁବାର ଶୁଆକାଠି ଖଣି ଅଞ୍ଚଳରେ ଚଢ଼ାଉକରି ବହୁ ମଦ ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ...

ପାତ୍ରବସା ବସ୍ତିରେ ପାନୀୟ ଜଳ ଅଭାବ, ୬୦ରୁ ଊର୍ଦ୍ଧ୍ୱ ପରିବାର ହନ୍ତସନ୍ତ

ଭବାନୀପାଟଣା, ୨୦।୫ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ୍‌ ଅନ୍ତର୍ଗତ ପଣ୍ଡିଗାଁ ପଞ୍ଚାୟତ ପାତ୍ରବସା ଗାଁରେ ଥିବା ବସ୍ତିରେ ପିଇବା ପାଣି ଅଭାବ ଦେଖାଦେଇଛି। ଫଳରେ...

ସରକାରୀ ସାହାଯ୍‌ରୁ ବଁଚିତ୍‌ ଦିବ୍ୟାଙ୍ଗ ଭାଇବହେନ୍‌

କୋକସରା, ୨୨।୬, (ଡି.ଏନ.ଏ): କେନ୍ଦ୍ର ଆର ରାଏଜ୍‌ ସରକାର ଦିବ୍ୟାଙ୍ଗମାନକର ସୁବିଧା ଆର ତାହାକୁ ସମାଜର ମୁଖିଆ ଧାରରେ ସାମିଲ କରବାର ଲାଗି ଅନେକ ଯୋଜନା...

ଏଟିଏମ୍‌ରୁ ଟଙ୍କା ଗାଏବ ମାମଲା : ଜଳେଶ୍ୱରରୁ ଅଭିଯୁକ୍ତଙ୍କୁ ଗିରଫ କଲା ଛତିଶଗଡ଼ ପୋଲିସ

ଜଳେଶ୍ୱର, ୨୦।୭(ଡି.ଏନ.ଏ.)-ଏଟିଏମ୍‌ରୁ ଚଞ୍ଚକତା କରି ଟଙ୍କା ଗାଏବ ଘଟଣାରେ ଛତିଶଗଡ଼ ରାଜ୍ୟ ରାଜନନ୍ଦଗାଁଓ ଜିଲା ଲାଲବାଗ ଥାନାର ଏକ ପୋଲିସ ଟିମ୍‌ ଜଳେଶ୍ୱର ବ୍ଲକ ରାଇବଣିଆ...

୨୯ରେ ଓସୁର ତୃତୀୟ ସମାବର୍ତ୍ତନ ଉତ୍ସବ

ସମ୍ବଲପୁର, ୨୦।୧୧(ଡି.ଏନ୍‌.ଏ.): ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବ ଆସନ୍ତା ୨୯ତାରିଖରେ ସମ୍ବଲପୁରସ୍ଥିତ ମୁଖ୍ୟାଳୟରେ ଅନୁଷ୍ଠିତ ହେବ। ଏହି ଉତ୍ସବରେ କୁଳାଧିପତି ତଥା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ :ଦୁଇ ପୁଅ ସହ ବାପାଙ୍କ ଜୀବନ ଗଲା

ଖୋର୍ଦ୍ଧା ଅଫିସ,୨୮ା୮:କୋଲକାତା-ଚେନ୍ନାଇ୧୬ନଂ. ଜାତୀୟ ରାଜପଥର ଗଡ଼ଖୋର୍ଦ୍ଧା ଛକ ନିକଟରେ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୦ଟାରେ ଏକ ଅଣ୍ଡା ବୋଝେଇ ଟ୍ରକ୍‌ ଧକ୍କାରେ ୩ଜଣ ବାଇକ୍‌...

ବ୍ରାହ୍ମଣୀରୁ ମୃତଦେହ ଉଦ୍ଧାର ଘଟଣା: କେହି ଦେଇପାରିଲେନି ପ୍ରମାଣ

ଭୁବନ, ୧୫।୯(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା ଭୁବନ ଥାନା ଓଢ଼ଣା-ମାଳପୁରା ଗ୍ରାମ ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀରୁ ଶୁକ୍ରବାର ମିଳିଥିବା ଗଳିତ ମୃତଦେହକୁ ନେଇ ଅଡୁଆ...

Leave a comment

Your email address will not be published. Required fields are marked *