ମୋ ନିବେଦନ କାର୍ଯ୍ୟକ୍ରମ ଆରମ୍ଭ : ପଞ୍ଚାୟତ ସମସ୍ୟା ଜଣାଇଲେ ଲୋକେ

ଶେରଗଡ଼,୮।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ କୁମାରପାଣି ପଞ୍ଚାୟତ ରାଜୀବଗାନ୍ଧୀ ସେବାକେନ୍ଦ୍ର ଗୃହରେ ଗୁରୁବାର ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ମୋ ନିବେଦନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବ୍ଲକ ଅଧ୍ୟକ୍ଷ ସାରସ ସ୍ବାଇଁ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପଞ୍ଚାୟତର ବିଭିନ୍ନ ଗ୍ରାମରେ ଉପୁଜିଥିବା ସାମସ୍ୟାକୁ ଉପସ୍ଥାପନ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୁତ କୁଲାଙ୍ଗେ ଆରମ୍ଭ କରିଥିଲେ। ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ପାନୀୟ ଜଳ ସମସ୍ୟା, ପଞ୍ଚାୟତରେ ମାଗଣା ଔଷଧ ମିଳୁ ନ ଥିବା ଉପସ୍ଥିତ ଲୋକମାନେ ଅଭିଯୋଗ କରିଥିଲେ। ପରେ ସ୍ବାସ୍ଥ୍ୟ ବିଭାଗ, କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ମାଛ ଚାଷ, ପଶୁ ଚିକିତ୍ସା, ରାଜସ୍ବ ବିଭାଗରେ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ କୁହାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଡିଓ ସୁରଞ୍ଜନ କୁମାର ସାହୁ,ତହସିଲଦାର ଡ.ଦୟାସିନ୍ଧୁ ପରିଡ଼ା, ସହକାରୀ କୃଷି ଅଧିକାରୀ ସୁବ୍ରତ କୁମାର ବାରିକ, ମାଛ ଅଧିକାରୀ ଶୁଭ୍ରକାନ୍ତ ବାରିକ, ଉଦ୍ୟାନକୃଷି ବିଭାଗ ଅଧିକାରୀ ସୌରଭ ପାଣିଗ୍ରାହୀ, କୁମାରପାଣି ସରପଞ୍ଚ ଲଷ୍ମୀ ପ୍ରଧାନ, ସହକାରୀ ଯନ୍ତ୍ରୀ ମହୀନ୍ଦ୍ର କୁମାରଙ୍କ ସମେତ ବହୁ ବିଭାଗର ଅଧିକାରୀ ଯୋଗ ଦେଇଥିଲେ।


All Right Reserved By Dharitri.Com

ବିଜୁ ଯୁବ ବାହିନୀ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟାଜିତ

ହାଟଡିହି,୩୦।୫(ଡି.ଏନ.ଏ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଆମ୍ବୋ ମହାଦେବ ପଡ଼ିଆରେ ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ବୁଧବାର ଆୟୋଜିତ ହୋଇଥିଲା। ଉକ୍ତ ଟର୍ଣ୍ଣାମେଣ୍ଟରେ...

୯ମାସ ହେବ ଶ୍ରମିକଙ୍କ ଦରମା ବନ୍ଦ: ଆଜିଠାରୁ କାରଖାନା ସମ୍ମୁଖରେ ଶନ୍ତିପୂର୍ଣ୍ଣ ଧାରଣା

କଳିଙ୍ଗନଗର,୧୬ା୧୦(ଡି.ଏନ.ଏ.)- କଳିଙ୍ଗନଗରସ୍ଥିତ ମୈଇଥାନ ମେସ୍‌କୋ କାରଖାନାରେ ଶ୍ରମିକମାନେ ୯ ମାସ ହେବ ଦରମା ପାଇ ନ ଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଗତ ଅଗଷ୍ଟ...

ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର ଅଭିଯୋଗ : ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୪।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଏକ ଗାଁର ଜଣେ ଯୁବତୀଙ୍କୁ ଅନ୍ୟ ଏକ ଗାଁର ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ...

କୁଲାଡ଼ରେ ୩ ଶହ ବର୍ଷର ପରମ୍ପରା: ଗାଁର ମଙ୍ଗଳ ପାଇଁ ଜନ୍ମାଷ୍ଟମୀ

ବଅଁରପାଳ, ୨୩।୮ (ଡି.ଏନ୍‌.ଏ.)-ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁଲାଡ଼ ଗ୍ରାମରେ ଧୁମ୍‌ଧାମରେ ଜନ୍ମାଷ୍ଟମୀ ପାଳନ ପାଇଁ ଚାଲିଛି ଆୟୋଜନ। ୩ଶହ ବର୍ଷର ପରମ୍ପରା ଅନୁଯାୟୀ ଗ୍ରାମର...

ପଥର, ବାଲି ଚାଲାଣବେଳେ ୬ ଗାଡ଼ି ଜବତ

ଭଞ୍ଜନଗର,୨୪।୭(ଡି.ଏନଏ): ପଥର, ବାଲି, ଗୋଡ଼ି ବେନିୟମ ଚାଲାଣ ଯୋଗୁ ସରକାର ବିପୁଳ ରାଜସ୍ବ ହରାଉଛନ୍ତି। ବୁଧବାର ଭଞ୍ଜନଗର ତହସିଲ ଓ ଗାଲେରୀ, ଭଞ୍ଜନଗର ପୋଲିସ ପକ୍ଷରୁ...

ଦୁର୍ବ୍ୟବହାରର ପ୍ରତିବାଦ କରିବାରୁ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ

ବୈଶିଙ୍ଗା,୧୪।୧୦(ଡି.ଏନ୍‌.ଏ.) : ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଛୁରୁଣୀ ଗ୍ରାମରେ ଝୁନି ଦେହୁରୀ (୨୫) ନାମକ ଜଣେ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ...

ଗଛରେ ପିଟିହୋଇ ବାଇକ୍‌ଚାଳକ ମୃତ

ରାଇସୁଆଁ,୧।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ସଦର ରେଞ୍ଜ ପୋଟଳ ଗାଁର ଜଣେ ବ୍ୟକ୍ତି ବାଇକ୍‌ରେ ଯାଉଥିବାବେଳେ ହାତୀପଲଙ୍କୁ ଦେଖି ଭୟଭୀତ ହୋଇ ଦ୍ରୁତ ଗତିରେ ପଳାଉଥିବାବେଳେ ଗାଡ଼ିଟି...

୩ ଜାତିକୁ ସମ୍ବିଧାନର ୨୪ ଧାରାରେ ସାମିଲ ମାମଲା:୪ ସପ୍ତାହ ଭିତରେ ପଦକ୍ଷେପ ନିଅ

କଟକ ଅଫିସ, ୬ା୧୧:ଭାରତୀୟ ସମ୍ବିଧାନର ଧାରା ୨୪ର ଅନୁସୂଚିତ ଜାତି ତାଲିକାରେ ଗିର୍‌ଗିରିଆ, ଗିର୍‌ଗିରା, ଗିଙ୍ଗିରା ଜାତି ସାମିଲ ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *