ଲୁଚିଛପି ଗର୍ଲଫ୍ରେଣ୍ଡଙ୍କୁ ବାହାହେଲେ ବରୁଣ!

ମୁମ୍ବାଇ: ବଲିଉଡ୍‌ ନାୟକ ବରୁଣ ଧାୱନ ଲୁଚିଛପି ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ବିବାହ କରିଥିବା ଆଲୋଚନା ହେଉଛି। କିଛିଦିନ ହେବ ଏମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଚଳିତ ବର୍ଷ ଏମାନେ ବିବାହ କରିବେ ବୋଲି ଶୁଣିବାକୁ ମିଳିଥିଲା। ହେଲେ ଏହାକୁ ନେଇ ବରୁଣ କିମ୍ବା ନତାଶା କେବେ ମୁହଁ ଖୋଲି ନ ଥିଲେ। ଏବେ କିନ୍ତୁ ଶୁଣିବାକୁ ମିଳିଛି କି ଏମାନେ ୨୦୧୮ରେ ଲୁଚିଛପି ବିବାହ କରିଛନ୍ତି। ଆଉ ଏଥିରେ କେବଳ ଉଭୟ ପରିବାର ସଦସ୍ୟଙ୍କ ବ୍ୟତୀତ ଆଉ କେହି ଯୋଗ ଦେଇ ନ ଥିଲେ। ଏମିତିକି ଏହି ଖବର କାହାକୁ ଜଣା ବି ନ ଥିଲା। ଏବେ ଏହି ଖବର ଆଲୋଚନାର ବିଷୟ ପାଲଟିଛି ସତ ହେଲେ ଏହାକୁ ନେଇ ବରୁଣ କି ନତାଶା କିଛି ସ୍ପଷ୍ଟ କରି ନ ଥିବାରୁ ଏବେବି ଏହି ଖବରକୁ ନେଇ ଦ୍ୱନ୍ଦ୍ୱ ରହିଛି। ହେଲେ ବରୁଣ କରନ ଜୋହରଙ୍କ କାର୍ଯ୍ୟକ୍ରମ ହେଉ ଅବା ଯେଉଁସବୁ କାର୍ଯ୍ୟକ୍ରମକୁ ଯାଆନ୍ତି ତାଙ୍କ ସହ ନତାଶାଙ୍କୁ ଦେଖିବାକୁ ମିଳିଥାଏ। ତେଣୁ ଏବେ ଏହି ବିବାହକୁ ନେଇ ବରୁଣଙ୍କ ପ୍ରଶଂସକମାନେ ଅଡୁଆରେ ପଡିଯାଇଛନ୍ତି।


All Right Reserved By Dharitri.Com

‘ମିଶନ ମଙ୍ଗଲ’ ତୃତୀୟ ଦିନରେ ଆୟକଲା ୫୦ କୋଟି

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’ ଏଥର ଫ୍ରାଇଡେ ରିଲିଜ୍‌ରେ ପରଦାକୁ ଆସିଥିଲା। ସ୍ବାଧୀନତା ଦିବସରେ ରିଲିଜ୍‌ ହୋଇଥିବା...

କ୍ରିସ୍‌ମାସ ପାଳିବା ପାଇଁ ଏସବୁ ରଙ୍ଗର ପୋଷାକ ବାଛିଛନ୍ତି ବଲିଉଡ୍‌ ଅଭିନେତ୍ରୀ

ଆଉ କିଛିଦିନ ପରେ ପାଳନ କରାଯିବ କ୍ରିସ୍‌ମାସ। ଏହାକୁ ସ୍ବତନ୍ତ୍ର ଭାବେ ପାଳନ କରିବାକୁ ସଜେଇ ହେଲେଣି ବଲିଉଡ୍‌ର ଅଭିନେତ୍ରୀମାନେ। କିଏ କେମିତି କେଉଁ ରଙ୍ଗର...

ଚଳଚ୍ଚିତ୍ର ‘ଲଭ୍‌ ଟ୍ବିଷ୍ଟ’ରେ ଦେବ୍‌ଙ୍କୁ ମିଳିଛି ମନଲାଖି ଭୂମିକା, ନାୟିକା ସାଜିଛନ୍ତି ମନସ୍ମିତା

ଜଣେ ଯାହା ଚାହେଁ ତାହା ଅନେକ ସମୟରେ ସହଜରେ ପୂରଣ ହୋଇ ନ ଥାଏ। ଅନ୍ୟପକ୍ଷରେ ଏପରି ସ୍ବପ୍ନ ସାକାର ହେବାକୁ ଅଳ୍ପ ସମୟ ଲାଗିଥାଏ।...

ଜଙ୍କ୍‌ଫୁଡ୍‌ରେ ସୋନମ୍‌ଙ୍କ ପ୍ରିୟ ଗୁପ୍‌ଚୁପ୍‌

ମୁମ୍ବାଇ: ବଲିଉଡ୍‌ କଳାକାରମାନେ ଫିଟ୍‌ ରହିବାକୁ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି। ବିଶେଷକରି ଜଙ୍କ୍‌ଫୁଡ୍‌ଠାରୁ ଦୂରେଇ ରୁହନ୍ତି ଅଭିନେତ୍ରୀମାନେ। ମାତ୍ର ଏବେ ବଲିଉଡ୍‌ ଫ୍ୟାଶନ୍‌...

ବଦଳିଲେ କୋମଲିକା: ଭାଇରାଲ ହେଉଛି ଆମନାଙ୍କ ଲୁକ୍‌

ମୁମ୍ବାଇ: ଟେଲିିଭିଜନ ଜଗତର ଲୋକପ୍ରିୟ ଧାରାବାହିକ ‘କସୌଟି ଜିନ୍ଦେଗୀ କି’ ରେ କୋମଲିକା ଚରିତ୍ରରେ ପରିବର୍ତ୍ତନ କରାଯାଇଛି। ହିନା ଖାନ୍‌ ଶୋ’ ଛାଡ଼ିବା ପରେ ଏବେ...

ରମେଶଙ୍କ ନୂଆ ଯୋଜନା

ପ୍ରଯୋଜକ ରମେଶ ବାରିକ ଏକାଥରେ ହ୍ୟାଟ୍ରିକ୍‌ ମାରିବାକୁ ଯାଉଛନ୍ତି। ‘ଦେଖା ହେଲା ପ୍ରେମ ହେଲା’ ରିଲିଜ ଅପେକ୍ଷାରେ ଥିବା ବେଳେ ଆଉ ଦୁଇଟି ସିନେମା-‘ବ୍ରେକ୍‌ଅପ୍‌ ଲଭ୍‌’...

ମିଲିନ୍ଦ ସୋମେନଙ୍କୁ ‘ପାପାଜୀ’ କହି ଡାକୁଛନ୍ତି ସ୍ତ୍ରୀ ଅଙ୍କିତା

ଅଭିନେତା ତଥା ମଡେଲ ମିଲିନ୍ଦ ସୋମେନ୍‌ ଏବେ ପୁଣି ଚର୍ଚ୍ଚାରେ। ଏବେ ସେ ନିଜ ଫିଟନେସ୍‌ ପାଇଁ ନୁହେଁ, ସ୍ତ୍ରୀ ଅଙ୍କିତା କୁଅଁରଙ୍କ ପାଇଁ ଚର୍ଚ୍ଚାରେ...

‘ଓସ୍କାର’ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଲା ‘ଗଲି ବୟ’

ମୁମ୍ବାଇ: ବଲିଉଡ୍‌ପ୍ରେମୀଙ୍କ ପାଇଁ ଏକ ଦୁଃଖ ଖବର। ଓସ୍କାର ଆଓ୍ବାର୍ଡ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଲା ଫିଲ୍ମ ‘ଗଲି ବୟ’। ଜୋୟା ଅଖ୍‌ତରଙ୍କ ଫିଲ୍ମ ‘ଗଲି ବୟ’...

Leave a comment

Your email address will not be published. Required fields are marked *