ହରମୋନ୍‌ସ୍ତରରେ ସନ୍ତୁଳନ ରକ୍ଷା କରେ ଯୋଗ…

ଯୋଗ ମାଧ୍ୟମରେ ବିଭିନ୍ନ ରୋଗ ଭଲ ହେଉଛି। ତେଣୁ ନିଜକୁ ଫିଟ୍‌ ଓ ରୋଗମୁକ୍ତ କରିବା ପାଇଁ ଅନେକ ସକାଳୁ ସକାଳୁ ଯୋଗ କଲେ ମିିଳିଥାଏ ସୁଫଳ। ତେବେ ଯୋଗ କରିବା ପୂର୍ବରୁ ଓ ପରେ କେତେ ସମୟ ବ୍ୟବଧାନରେ ଖାଦ୍ୟ ଖାଇବା ଦରକାର ଓ କ’ଣ ଖାଇବା ଉଚିତ୍‌ ସେନେଇ ସତର୍କ ରହିବା ଆବଶ୍ୟକ। ଯୋଗଦ୍ୱାରା ମାନସିକ ଅବସାଦ ଦୂର ହୋଇଥାଏ ବୋଲି ଚାଇନା ବେଜିଂ ବିଶ୍ୱଦ୍ୟାଳୟର କେତେକ ପ୍ରଫେସର ସେମାନଙ୍କ ଗବେଷଣା ରିପୋର୍ଟରେ ଦର୍ଶାଇଛନ୍ତି। ଯୋଗ କଲେ ସିଧା ସଳଖ ହାଇପୋଥାଲାମସ୍‌ ଉପରେ ପ୍ରଭାବ ପଡ଼ିଥାଏ। ଫଳରେ ଶରୀରରେ ବିଭିନ୍ନ ହରମୋନ୍‌ସ୍ତରରେ ସନ୍ତୁଳନ ରକ୍ଷା ହେବା ଦ୍ୱାରା ମାନସିକ ଚାପରୁ ମୁକ୍ତି ମିଳିଥାଏ । ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନରେ ଯୋଗ ଏକ ମହୌଷଧୀ ସଦୃଶ କାର୍ଯ୍ୟ କରିଥାଏ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ଯୋଗ କରିବାର ୪୫ ମିନିଟ ପୂର୍ବରୁ ଫଳ ଖାଇହେବେ। ସକାଳେ ଯୋଗ କରିବା ଆଗରୁ ତେବେ ଗୋଟେ କପ୍‌ ଚା, ଗରମ ପାଣି ସହ ଲେମ୍ବୁ ରସ, ଗୋଟେ ଗ୍ଲାସ ଉଷୁମ କ୍ଷୀର ପିଇଲେ ଭଲ। ତେବେ ସକାଳୁ କିଛି ନଖାଇ ଖାଲି ପେଟରେ ଯୋଗ କରିବା ଫଳପ୍ରଦ ବୋଲି ଗବେଷଣା ରିପୋର୍ଟରେ ସୂଚିତ ହୋଇଛି।


All Right Reserved By Dharitri.Com

ଜାଣନ୍ତୁ କିପରି ହୋଇଥିବେ ଆପଣଙ୍କ ପାର୍ଟନର

ସାଧାରଣତଃ ବୈବାହିକ ଜୀବନକୁ ନେଇ ପ୍ରାୟ ସମସ୍ତେ ଚିନ୍ତିତ ଥାନ୍ତି। ବିବାହ ପୂର୍ବରୁ ସମସ୍ତେ ଏହି କଥା ଭାବିଥାନ୍ତି ଯେ, ସେମାନଙ୍କ ପାର୍ଟନର କିପରି ହୋଇଥିବ।...

ଡାଇବେଟିସ୍‌ ରୋଗୀ ପାଇଁ ଉପକାରୀ ଫଳ

ସାଧାରଣତଃ ଡାଇବେଟିସ ରୋଗୀଙ୍କୁ ଖାଦ୍ୟ ଉପରେ କଟକଣା ଲଗାଇଥାନ୍ତି ଡାକ୍ତର। ନ୍ୟୁଟ୍ରିସନର ଅଭାବ ଓ ଖାଦ୍ୟପେୟରେ କଟକଣା ପାଇଁ ଡାଇବେଟିସ ରୋଗୀ ଧୀରେ ଧୀରେ ଦୁର୍ବଳ...

ଅଦାରସରେ ରହିଛି ବହୁ ଔଷଧିୟ ଗୁଣ

ସାଧାରଣତଃ ଚା’ରେ ଅଦାର ବ୍ୟବହାର କରାଯାଇଥାଏ। ମାତ୍ର ଅଦାରେ ବହୁ ଔଷଧିୟ ଗୁଣ ଭରି ରହିଛି। ଏଥିରେ ଆଣ୍ଟି ଇମ୍ଫ୍ଲେମେଟ୍ରି ଏବଂ ଆଣ୍ଟି ବ୍ୟାକ୍ଟେରିଆ ଗୁଣ...

ସୌଦି ରାଜକୁମାରଙ୍କୁ ଭେଟିଲେ ଡୋଭାଲ

ରିଆଦ୍‌,୨।୧୦: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନଏସ୍‌ଏ) ଅଜିତ ଡୋଭାଲ ବୁଧବାର ସୌଦି ରାଜକୁମାର ମହମ୍ମଦ ବିନ୍‌ ସଲମାନଙ୍କୁ ଭେଟିଛନ୍ତି। ପ୍ରାୟ ୨ଘଣ୍ଟା ଧରି ଡୋଭାଲ ଓ ରାଜକୁମାରଙ୍କ...

କ୍ୟାନ୍‌ସର ପୀଡ଼ିତାଙ୍କ ବିଶ୍ୱ ରେକର୍ଡ

ଲଣ୍ଡନ: ଜୀବନରେ ଅସମ୍ଭବ ବୋଲି କିଛି ନାହିଁ। ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ ଥିଲେ ସବୁକିଛି ସମ୍ଭବ। କାରଣ କ୍ୟାନସର ଭଳି ମାରାତ୍ମକ ରୋଗରେ ପୀଡ଼ିତ...

ମୋଦି-ପୁଟିନ୍‌ଙ୍କ ମିଳିତ ବିବୃତି: ଦେଶର ଆଭ୍ୟନ୍ତରୀଣ ମାମଲାରେ ଅନ୍ୟ କାହାର ହସ୍ତକ୍ଷେପ ବରଦାସ୍ତ କରାଯିବନି

ଭ୍ଲାଡ଼ିଭୋସ୍ତକ,୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ଗସ୍ତରେ ଯାଇଛନ୍ତି। ଭ୍ଲାଡ଼ିଭୋସ୍ତକଠାରେ ଏକ ଖବରଦାତା ସମ୍ମିଳନୀରେ ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମୀର୍‌ ପୁଟିନ୍‌ ମିଳିତ ଭାବେ...

ସିଏଏ ନେଇ ମାଇକ୍ରୋସଫ୍ଟ ସିିଇଓ ସତ୍ୟ ନଡେଲାଙ୍କ ମନ୍ତବ୍ୟ: ସଫେଇ ଦେଲା ମାଇକ୍ରୋସଫ୍ଟ

ଓ୍ବାଶିଂଟନ, ୧୪।୧: ନାଗରିକତ୍ୱ ସଂଶୋଧନ ଆଇନ( ସିଏଏ) ନେଇ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନଡେଲା ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ଭାରତରେ ମୋର ପିଲାଦିନ...

ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଟ୍ରକ୍‌: ୩୬ ମୃତ

ବେଜିଂ,୨୯।୯: ଚାଇନାର ପୂର୍ବ ଜିଆଙ୍ଗ୍‌ସୁ ପ୍ରଦେଶରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩୬ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୩୬ରୁ ଅଧିକ ଲୋକ ଆହତ...

Leave a comment

Your email address will not be published. Required fields are marked *