ଅଲୋଡା ଶିଶୁକନ୍ୟା: ଅନ୍ଧାର ରାତିରେ ଚାଳିଆରୁ ଉଦ୍ଧାର ହେଲା ନବଜାତକ

ସଜନାଗଡ଼, ୮।୮(ଡି.ଏନ.ଏ.)-ଶିଶୁ କନ୍ୟା ପ୍ରତି ଘୃଣା ଭାବ ପୋଷଣ ନ କରିବା ପାଇଁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ସଫଳ ହୋଇପାରିନି। ଏବେ ବି ଶିଶୁକନ୍ୟାକୁ ଅଲୋଡା ଭାବି ଅତି ନିର୍ଦ୍ଦୟ ଭାବେ ରାସ୍ତାକଡରେ ଛାଡି ଚାଲିଯିବାକୁ ପଛାଉନାହାନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧିନ ମହିଷାପଟା ଗ୍ରାମପଞ୍ଚାୟତ ଶାଳବଣି ଗ୍ରାମରେ। ବୁଧବାର ବିଳମ୍ବିତ ରାତିରେ କେହି ଅତି ନିର୍ଦ୍ଦୟ ଭାବେ ଅନ୍ଧାର ରାତିର ସୁଯୋଗ ନେଇ ଏକ ସଦ୍ୟଜାତ ଶିଶୁ କନ୍ୟାକୁ ଶାଳବଣି ଗ୍ରାମ ଛକ ନିକଟସ୍ଥ ଦୋକାନଘର ଚାଳିଆରେ ଛାଡ଼ି ପଳାଇଯାଇଥିଲେ। କନ୍ୟାର କାନ୍ଦ ଶୁଣି ସ୍ଥାନୀୟ ଅଞ୍ଚଳର ଆରତୀ ସିଂ ନାମ୍ନୀ ମହିଳା ଘଟଣାସ୍ଥଳକୁ ଆସି ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ। ଉକ୍ତ ଶିଶୁକନ୍ୟା ଜୀବିତ ଥିବା ଜାଣିବା ପରେ ଆରତୀ ରାତିରେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ଚାଇଲ୍ଡ ଲାଇନ୍‌ ସଦସ୍ୟଙ୍କୁ ଫୋନ୍‌ କରିଥିଲେ ହେଁ ଯୋଗାଯୋଗ ହୋଇପାରି ନ ଥିଲା। ଶିଶୁକନ୍ୟା ଆରତୀଙ୍କ ପାଖରେ ଥିଲେ। ଆଶାକର୍ମୀ ଭାରତୀ ସିଂଙ୍କ ସହଯୋଗରେ ଶିଶୁକୁ ଗୁରୁବାର ଆମ୍ବୁଲାନ୍ସ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।


All Right Reserved By Dharitri.Com

ବିଧାନସଭା ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ତଦାରଖ କଲେ ଡିଜିପି

ଭୁବନେଶ୍ୱର, ୧୨।୧୧(ବ୍ୟୁରୋ): ଆସନ୍ତା ୧୩ ତାରିଖ ଅର୍ଥାତ୍‌ ବୁଧବାରରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏ ନେଇ ମଙ୍ଗଳବାର ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି...

ନବଜାତ ଶିଶୁକୁ ମୃତ ଘୋଷଣା କରିଦେଲେ ଡାକ୍ତର: ଫିଙ୍ଗିବାକୁ ନେବା ବେଳେ ଚେତା ଆସିଲା

ଅନୁଗୋଳ ଅଫିସ, ୨୩।୫:  ନବଜାତ ଶିଶୁକୁ ମୃତ ଘୋଷଣା କରିଦେଲେ ନର୍ସିଂହୋମ ଡାକ୍ତର। ଏତିକିରେ ସରି ନ ଥିଲା ପରିବାରର ଦୁଃଖ। ପ୍ରସୂତିଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ...

ରାସ୍ତା ଜଗିବସିଛନ୍ତି ଯୁବକ

ମାଧପୁର, ୫ା୪- ଆଠମଲ୍ଲିକ ବ୍ଲକ କନ୍ଧପଡା ପଞ୍ଚାୟତ କନ୍ଧପଡା ଗ୍ରାମ ରାସ୍ତାରେ ଜଗି ରହିଛନ୍ତି କେତେଜଣ ଯୁବକ । ଗ୍ରାମବାସୀଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା...

ଆଇନଜୀବୀ ଦୀପାଳି ମୃତ୍ୟୁ ଘଟଣା:ଘଟଣା ଦିନ ପ୍ରେମିକଙ୍କ ସହ ଚିକେନ ଖାଇ ଲୁଡୁ ଖେଳିଥିଲେ

ଭୁବନେଶ୍ୱର, ୨୩-୧୦(ବ୍ୟୁରୋ):ଆଇନଜୀବୀ ଦୀପାଳି ମୃତ୍ୟୁ ଘଟଣା ଦିନକୁ ଦିନ ଅଧିକ ରହସ୍ୟ ଘେରକୁ ଟାଣି ହୋଇଯାଉଛି। ଦୀପାଳି ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି...

ଛେଳି ଖାଇବାକୁ ଆସିଥିବା ୧୪ ଫୁଟର ଅହିରାଜ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲା ବନବିଭାଗ

ପାଟଣା,୨୨ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ତଣ୍ଡ ଗ୍ରାମ ମଝିସାହିର ପ୍ରଭାକର ବେହେରାଙ୍କ ଘରୁ ୧୪ ଫୁଟ ଲମ୍ବର ଏକ ଅହିରାଜକୁ...

ମୁଲତବୀ ଆଲୋଚନା:ବାଡ ଫସଲ ଖାଇଲେ…

ଭୁବନେଶ୍ୱର,୨୦ା୭(ବ୍ୟୁରୋ): କେଉଁ ବଣ ଜଙ୍ଗଲ ଅଞ୍ଚଳ ନୁହେଁ,ଖୋଦ ରାଜଧାନୀରେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର କରାଯାଉଛି। ବାଡ ଯଦି ଫସଲ ଖାଇବ ତେବେ କଥା ସରିଲା। ସରକାରଙ୍କ...

ଟ୍ରକ ଧକ୍କାରେ ଦୁଇ ଜଣଙ୍କ ଜୀବନ ଗଲା

ରାଇସୁଆଁ,୩ା୬(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ସଦର ଥାନା ନିକଟରେ ସୋମବାର ସକାଳେ ଏକ ଟ୍ରକ ଧକ୍କା ଦେବାରୁ ରାଇସୁଆଁର ଜଣେ ଯୁବତୀ ଓ ଜଣେ ମହିଳାଙ୍କ ଜୀବନ...

ମୃତକଙ୍କୁ ବଞ୍ଚାଇବାକୁ ଶ୍ମଶାନରେ ପୂଜାପାଠ

କବିସୂର୍ଯ୍ୟନଗର,୧୭ା୮- ଡାକ୍ତର ମୃତ ଘୋଷଣା କଲେ, ମାତ୍ର ମାନିଲେନି ବନ୍ଧୁ ପରିଜନ। ବଞ୍ଚାଇବାକୁ ଗୁଣିଆର ସହାୟତା ନେଲେ। ମୃତ୍ୟୁର ୧୬ ଘଣ୍ଟା ପର୍ଯ୍ୟନ୍ତ ମୃତଦେହ ରଖି...

Leave a comment

Your email address will not be published. Required fields are marked *