ଆପଣମାନେ ଖୁସି ତ

ରିଲିଜ୍‌ ଅପେକ୍ଷାରେ ଥିବା ଓଡ଼ିଆ ସିନେମା ‘ଫ୍ରମ୍‌ ମି ଟୁ ୟୁ’ ଏବେ ଚର୍ଚ୍ଚାରେ। କାରଣ ଏଥିରେ ଏପରି ଏକ ଗୀତ ସଂଯୋଜିତ ହୋଇଛି, ଯାହା ଆଲୋଚନା ପାଇଁ ଯଥେଷ୍ଟ ଖୋରାକ ଯୋଗାଇଛି। ଗୀତଟିର ଏକ ଟ୍ୟାଗ୍‌ ଲାଇନ୍‌ ରହିଛି ‘ଆପଣମାନେ ଖୁସି ତ’। ଓଲିଉଡ୍‌ର ମ୍ୟୁଜିକ୍‌ ସାଇଣ୍ଟିଷ୍ଟ ଭାବେ ପରିଚିତ ପ୍ରେମ ଆନନ୍ଦ ଏହାର ସ୍ବର ସଂଯୋଜନା କରିଥିବା ବେଳେ ମସ୍ତିଭରା ଏପରି ଗୀତଟିକୁ ରଚନା କରିଛନ୍ତି ବସନ୍ତରାଜ ସାମଲ। ଏ ସମ୍ପର୍କରେ ପ୍ରେମ ଆନନ୍ଦ କହନ୍ତି, ‘କଲେଜର ବାର୍ଷିକ ଉତ୍ସବରେ ପିଲାମାନେ ଗୀତ ଗାଇ ନାଚୁଛନ୍ତି। ଏହି ସମୟରେ ଏଭଳି ଏକ ଗୀତକୁ ଯୋଡ଼କା ଯାଇଛି, ଯାହାର ଆଦ୍ୟ ଲାଇନ୍‌ ରହିଛି- ମନଟା ଆମ ମାଲ୍‌ ମହୁ ଦିଲ୍‌ଟା ସାଦାସିଧା। ସିକ୍ୟୁଏନ୍ସ ଅନୁସାରେ ଜଣେ ଝିଅ ପୁଅମାନଙ୍କ ମଧ୍ୟରୁ କିଏ ତା’ ସହ ନାଚିବ ବୋଲି କହିବା ପରେ ଜଣେ ପୁଅ ତାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରୁଛି। ଆଉ ଯେତେବେଳେ ଏହି ଯୋଡିକୁ ବାହାବା ମିଳୁଛି ସେତେବେଳେ ପୁଅଟି କହୁଛି ‘ଆପଣମାନେ ଖୁସି ତ’।’ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଆଶୁତୋଷ ଏବଂ ଅସୀମା ପଣ୍ଡା। ‘ଆପଣମାନେ ଖୁସି ତ’ ଲାଇନ୍‌ଟିକୁ ଗାଇଛନ୍ତି ବିୟୁଟିଫୁଲ ଦାସ। ଏହି ଫିଲ୍ମର ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି ଜ୍ୟୋତି ନାୟକ ଏବଂ ଅମ୍ଳାନ କୁମାର। ତାଙ୍କ ସହ ନାୟିକା ଭାବରେ ସ୍କ୍ରିନ୍‌ ଶେୟାର କରିଛନ୍ତି ‘ମିଠା ମିଠା’ ଚଳଚ୍ଚିତ୍ରରେ ଜ୍ୟୋତିଙ୍କ ନାୟିକା ସାଜିଥିବା ଶ୍ରଦ୍ଧା। ରିସ୍ତାଓ୍ବେଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ଫିଲ୍ମଟିର କାର୍ଯ୍ୟକାରୀ ପ୍ରଯୋଜନା କରିଛନ୍ତି ରାଜେଶ କୁମାର ମହାନ୍ତି। ହେମନ୍ତ କୁମାର ସାହୁ ଏହି ଫିଲ୍ମରୁ ନିଜର ନିର୍ଦ୍ଦେଶନା କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ସହ-ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ଅଶ୍ୱିନୀ ଗଡ଼ନାୟକ। ଗୀତଗୁଡିକର କୋରିଓଗ୍ରାଫି କରିଛନ୍ତି ଅମିତ ନାୟକ। ଫିଲ୍ମଟି ଚଳିତ ମାସରେ ରିଲିଜ୍‌ ହେବାର ଯୋଜନା ରହିଛି।


All Right Reserved By Dharitri.Com

ମାଡ଼ ଖାଇ ଅଭିନୟ ଶିଖିଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର ଅରିଜିନାଲ ଡିଭା କୁହାଯାଉଥିବା ରେଖା ବୁଧବାର ୬୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୫୪ ଅକ୍ଟୋବର ୧୦ ଚେନ୍ନାଇରେ ଜନ୍ମ ଗ୍ରହଣ କରିଥିଲେ ଭାନୁରେଖା...

ଜୟ ହିନ୍ଦ୍‌ ଲେଖି ପାକିସ୍ତାନୀ ମହିଳାଙ୍କ ରୋଷର ଶିକାର ହେଲେ ପ୍ରିୟଙ୍କା

ବ୍ୟକ୍ତିଗତ ହେଉ କି ପ୍ରଫେଶନାଲ ଜୀବନ ହେଉ ଦୁଇଟାଯାକରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପୂରା ସନ୍ତୁଳନ ରକ୍ଷା କରିଥାନ୍ତି। ଏମିତିରେ ବି ତାଙ୍କୁ ବହୁବାର ଟ୍ରୋଲ...

ଲମ୍ବା ରେସ୍‌ର ଘୋଡ଼ା

ମନୋଜ କୁମାର ବରାଳ ଓରଫ ଗୁଲସନ୍‌। ସ୍କୁଲରେ ପଢ଼ିବା ବେଳେ ଏକକ ଅଭିନୟ ତାଙ୍କ ମନରେ ଅଭିନୟର ଆଶା ଜାଗ୍ରତ କରିଥିଲା। କଲେଜରେ ପଢ଼ିବା ସମୟରେ...

ହିନ୍ଦୀ ହିଟ୍‌, ତାମିଲ ଫ୍ଲପ୍‌

ଥରେ ମନେପକାନ୍ତୁ ନା ସେହି ଶ୍ରୋତାଦୃତ ଗୀତ ‘ପ୍ୟାର କିୟା ତୋ ଡର୍‌ନା କ୍ୟା’କୁ। ୧୯୬୦ରେ ନିର୍ମିତ ବଲିଉଡ୍‌ର ବ୍ଲକବଷ୍ଟର ହିନ୍ଦୀ ସିନେମା ‘ମୁଗଲ-ଏ-ଆଜାମ’ରେ ଦୃଶ୍ୟାୟିତ...

ଶ୍ରୀଦେବୀଙ୍କ ମୃତ୍ୟୁ ଦୁର୍ଘଟଣା ନା ହତ୍ୟା: କେରଳ ଡିଜିପି ଦେଲେ ଚାଞ୍ଚଲ୍ୟକର ବୟାନ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଶ୍ରୀଦେବୀଙ୍କ ମୃତ୍ୟୁକୁ ବର୍ଷେ ପୂରିଗଲାଣି। ୨୪ ଫେବୃଆରୀ,୨୦୧୮ରେ ବାଥ୍‌ଟବ୍‌ରେ ବୁଡ଼ି ଶ୍ରୀଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ପରଲୋକରେ ପୂରା ବଲିଉଡ୍‌ ଜଗତରେ...

୧୨ ବର୍ଷ ପରେ ଏକାଠି ହେବେ ବଣ୍ଟି-ବବ୍‌ଲୀ

ମୁମ୍ବାଇ: ଦୀର୍ଘ ୧୨ ବର୍ଷ ପରେ ପୁଣି ଏକାଠି ହେବେ ବଣ୍ଟି ଏବଂ ବବଲି। ଅଭିଷେକ ବଚ୍ଚନ ଓ ରାଣୀ ମୁଖାର୍ଜୀ ସ୍କ୍ରିନ୍‌ ଶେୟାର କରିବେ।...

ସାରାଙ୍କ ଟେନସନ

ସୈଫ ତନୟା ସାରା ଅଲ୍ଲୀ ଖଁ। କ’ଣ କରିବେ ଜାଣିପାରୁନାହାନ୍ତି। କାରଣ ପ୍ରେମ ତାଙ୍କ ପାଇଁ ଟେନସନ ସାଜିଛି। ଯୁଆଡ଼େ ଗଲେ ସେହି ଗୋଟିଏ ପ୍ରଶ୍ନ।...

‘ଭାରତ’ ଫିଲ୍ମକୁ ନେଇ କ୍ୟାଟ୍ରିନାଙ୍କ ସଫେଇ

‘ଭାରତ’ ଫିଲ୍ମରେ ସଲମାନ ଏବଂ କ୍ୟାଟ୍ରିନା ନଜରକୁ ଆସିବେ। ଏହି ଫିଲ୍ମ ପାଇଁ ପ୍ରଥମେ ପ୍ରିୟଙ୍କାଙ୍କୁ ବଛାଯାଇଥିଲା। ପରେ କ୍ୟାଟି୍ରିନାଙ୍କୁ ନିଆଯାଇଛି। ଯେତେବେଳେ ଏକ ସାକ୍ଷାତକାରରେ...

Leave a comment

Your email address will not be published. Required fields are marked *