ବାହୁବଳୀ ଅଭିନେତାଙ୍କ ନାଁରେ ମାମଲା

ହାଇଦ୍ରାବାଦ,୮।୮: ବାହୁବଳୀ ଫିଲ୍ମର ଅଭିନେତା ମଧୁ ପ୍ରକାଶଙ୍କ ନାଁରେ ବୁଧବାର ଏକ ମାମଲା ରୁଜୁ ହୋଇଛି। ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଅଭିଯୋଗରେ ପ୍ରକାଶଙ୍କ ନାଁରେ ମାମଲା ହୋଇଥିବା ଜଣାପଡିଛି। ବୁଧବାର ପ୍ରକାଶଙ୍କ ସ୍ତ୍ରୀ ଭାରତୀ ନିଜ ଘରେ ଫାଶି ଲଗାଇ ଦେଇଥିଲେ। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଭାରତୀଙ୍କୁ ହସ୍ପିଟାଲ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଭାରତୀଙ୍କ ପିତା ପ୍ରକାଶଙ୍କ ନାଁରେ ଯୌତୁକ ଜନିତ ହତ୍ୟା ଅଭିଯୋଗ ଆଣିଥିବା ପୋଲିସ ପ୍ରକାଶ କରିଛି। ସୂଚନାଯୋଗ୍ୟ, ପ୍ରକାଶ ୨୦୧୫ରେ ଭାରତୀଙ୍କୁ ବିବାହ କରିଥିଲେ। ବୁଧବାର ପୋଲିସ ପ୍ରକାଶଙ୍କୁ ଗିରଫ କରିବା ସହ ଗୁରୁବାର ତାଙ୍କୁ ଜୁଡିସିଆଲ ରିମାଣ୍ଡରେ ପଠାଯିବ ବୋଲି ପୋଲିସ କହିଛି। ପ୍ରକାଶ ଏସ୍‌ ଏସ୍‌ ରାଜାମୌଳିଙ୍କ ଫିଲ୍ମ ‘ବାହୁବଳୀ’ରେ ଏକ ଛୋଟିଆ ଚରିତ୍ରରେ ଅଭିନୟ କରିଥିଲେ।


All Right Reserved By

ସନ୍ଧ୍ୟାପରେ ଅଙ୍ଗୁର ଖାଇଲେ ସ୍ବାସ୍ଥ୍ୟ ଉପରେ ପଡ଼େ ଏହି ପ୍ରଭାବ …

ଅଙ୍ଗୁର ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର। ଏହାକୁ ଦିନ ବେଳେ ଖାଦ୍ୟ ଖାଇ ସାରିବାର କିଛି ସମୟ ପରେ ଖାଇଲେ ସୁଫଳ ମିଳିଥାଏ। ଅଙ୍ଗୁରରେ ଟାରଟରିକ୍‌...

ଟିଡିପି ନେତା ଏନ୍‌ ଶିବ ପ୍ରସାଦଙ୍କ ବିୟୋଗ

ବିଜୟଓ୍ବାଡା,୨୧।୯: ଆନ୍ଧ୍ର ପ୍ରଦେଶ ଚିତୋରର ପୂର୍ବତନ ଏମ୍‌ପି ତଥା ବରିଷ୍ଠ ଟିଡିପି ନେତା ଏନ୍‌ ଶିବ ପ୍ରସାଦଙ୍କର ଶନିବାର ପରଲୋକ ହୋଇଛି। ବେଶ୍‌ କିଛିଦିନ ହେବ...

ରଙ୍ଗ ବରଷିବ ଟୁପୁରୁ ଟୁପୁରୁ

ଚଳିତ ମାସ ୨୬ରେ ପରଦା ଉପରକୁ ଆସୁଛି ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ତଥା ଜିତେନ୍ଦ୍ର ନାଥ ମହାପାତ୍ରଙ୍କ ନିର୍ଦ୍ଦେଶିତ ଓଡ଼ିଆ...

ଅନନ୍ତନାଗରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୧୭।୬: ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଠାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସୋମବାର ସକାଳେ ଘେରାବନ୍ଦୀ ଆରମ୍ଭ...

ଏଥର ଜନ୍ମଦିନ ପାଳିବେ ନାହିଁ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୧୯।୬: ବିହାରରେ ମସ୍ତିଷ୍କ ଜ୍ୱରରେ ୧୩୦ ଶିଶୁ ମୃତ୍ୟୁବରଣ କଲେଣି। କେବଳ ବିହାରରେ ନୁହେଁ, ଏହି ଘଟଣାରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି।...

ଶାହ ମିଛ କହୁଛନ୍ତି: ଫାରୁକ୍‌

ଶ୍ରୀନଗର/ନୂଆଦିଲ୍ଲୀ, ୭ା୮(ପି.ଟି./ଆଇଏଏନ୍‌ଏସ୍‌): ସମ୍ବିଧାନ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲା ମଙ୍ଗଳବାର କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଶ୍ରୀନଗରସ୍ଥିତ ତାଙ୍କ...

କାମ ଆରମ୍ଭ କଲେ ମୋଦି

ନୂଆଦିଲ୍ଲୀ, ୩୧।୫: ଲଗାତର ଦ୍ୱିତୀୟଥର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ କାମ ଆରମ୍ଭ କରିଛନ୍ତି ନରେନ୍ଦ୍ର ମୋଦି। ଶୁକ୍ରବାର ହାଇଦ୍ରାବାଦ ହାଉସରେ ସେ...

ମଇଁଷି ଶିଙ୍ଘରେ ତେଲ ମାଲିସ୍‌ ପାଇଁ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ଲାଲୁ

ନୂଆଦିଲ୍ଲୀ, ୨୮।୭: ଚାରା ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡାଦେଶ ଭୋଗୁଥିବା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *