Posted inଫୁରସତ

ନବଜାତକଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲେ ଡାକ୍ତର, କହିଲେ ୩୦ ହଜାର ପିଲାରେ ଏମିତି ହୋଇଥାନ୍ତି ଜଣେ

କର୍ଣ୍ଣାଟକର ବେଙ୍ଗାଲୁରୁ ହସ୍ପିଟାଲରେ ଏକ କନ୍ୟାସନ୍ତାନ ଜନ୍ମ ନେଇଛି। ଏହି ନବଜାତକଙ୍କୁ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇ କହିଲେ ୩୦ ହଜାର ପିଲାଙ୍କ ମଧ୍ୟରୁ ଜଣକର ଏପରି ହୋଇଥାଏ। ତେବେ ଅସଲ କଥା ହେଲା ହସ୍ପିଟାଲରେ ଜନ୍ମ ନେଇଥିବା ଏହି ନବଜାତକର ଦାନ୍ତ ଥିବା ଦେଖିବାକୁ ପାଇଥିଲେ ଡାକ୍ତର। ଏହା ପରେ ପରିବାର ଲୋକଙ୍କୁ ଦାନ୍ତ ଉପାଡ଼ି ଦେବା ପାଇଁ ପରାମର୍ଶ ଦେଇଥିଲେ। ଏପରି ଦାନ୍ତ ରହିଲେ ପିଲା ବଡ଼ ହେଲେ ସମସ୍ୟା ସୃଷ୍ଟି ହେବ। ଏହା କୌଣସି ସାଧାରଣ ଘଟଣା ନହେଁ, ପରିବାର ଲୋକେ ମଧ୍ୟ ଏଥିରେ ରାଜି ହୋଇଯାଇଥିଲେ। ପରେ ପିଲାର ୨ଟି ଦାନ୍ତକୁ ଡାକ୍ତର ଉପାଡ଼ିଦେଲେ। ଡାକ୍ତରଙ୍କ ସୂଚନା ଅନୁଯାୟୀ, ଶିଶୁପୁତ୍ର ଅପେକ୍ଷା ଶିଶୁକନ୍ୟାମାନଙ୍କ କ୍ଷେତ୍ରରେ ଏପରି ଦେଖିବାକୁ ମିଳିଥାଏ। ଜନ୍ମରୁ ଦାନ୍ତ ଥିଲେ ପିଲାଙ୍କୁ ଫିଡିଂ କରାଇବାରେ କଷ୍ଟ ହୋଇଥାଏ। ଏହି କାରଣରୁ ପିଲାଙ୍କୁ ଅଲସର ପରି ରୋଗ ମଧ୍ୟ ହୋଇଥାଏ।
କାହିଁକି ଜନ୍ମରୁ ହୋଇଥାଏ ଦାନ୍ତ : ଡାକ୍ତର କୁହନ୍ତି, ଯେତେବେଳେ ପିଲାମାନଙ୍କଠାରେ ହରମୋନ୍‌ ସନ୍ତୁଳନ ବିଗିଡ଼ି ଯାଇଥାଏ ସେତେବେଳେ ଜନ୍ମରୁ ଦାନ୍ତ ଉଠିଥାଏ। ଏହି ଦାନ୍ତ ହଳଦିଆ ରଙ୍ଗ ଦେଖାଯିବା ସହ ଛୋଟ ଏବଂ ଅର୍ଦ୍ଧ ବିକଶିତ ହୋଇଥାଏ।


All Right Reserved By Dharitri.Com

ନୂଆ ଟ୍ରେଣ୍ଡ୍‌ : ଟ୍ରାଇବାଲ ଆର୍ଟ

ଭୁବନେଶ୍ୱର,୧୧।୧୦(ବ୍ୟୁରୋ) : ପଞ୍ଚତାରକା ହୋଟେଲରୁ ଆରମ୍ଭକରି ନାମୀଦାମୀ ଅଫିସର ଲବି ପର୍ଯ୍ୟନ୍ତ, ଲ୍ୟାଭିସ୍‌ ରେସ୍ତୋରାଁରୁ ଲୋକଙ୍କ ଡ୍ରଇଂ ରୁମ୍‌ ପର୍ଯ୍ୟନ୍ତ, ଆଜିକାଲି ଅଧିକାଂଶ ସ୍ଥାନରେ ଦେଖିବାକୁ...

ଅଜବ ଅଣ୍ଡା ଦେଖି ଆଶ୍ଚର୍ଯ୍ୟ ହେଲେ ଦମ୍ପତି

ସାଧାରଣତଃ ପଶୁପକ୍ଷୀଙ୍କ ଅଣ୍ଡା ଦେଖିଥିବେ ମାତ୍ର ଫିନ୍‌ଲ୍ୟାଣ୍ଡ୍‌ ବୁଲିବାକୁ ଯାଇଥିବା ଦମ୍ପତି ସମୁଦ୍ରକୂଳରେ ଅଜବ ଅଣ୍ଡା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଅଣ୍ଡା କୌଣସି ପଶୁ...

ମଙ୍ଗଳ -୨୦୨୦ ରୋଭର୍‌ର ‘ଆଏ’ ଟେଷ୍ଟ କଲା ନାସା

ଓ୍ବଶିଂଟନ: ମଙ୍ଗଳକୁ ନାସାର ରୋବୋଟିକ ମିଶନ-ଦି ମାର୍ସ ୨୦୨୦ ରୋଭର ମଙ୍ଗଳ ପୃଷ୍ଠର କିଭଳି ଭଲଭାବେ ଫଟୋ ନେଇପାରିବ ତାହା ଉପରେ ଏକ ପରୀକ୍ଷା କରାଯାଇଛି।...

ଏହି ମନ୍ଦିରରେ ଓଲଟା ସ୍ବସ୍ତିକ ତିଆରି କଲେ ମାନସିକ ହୁଏ ପୂରଣ…

ଭାରତରେ ଅନେକ ସ୍ଥାନରେ ଗଣେଶ ମନ୍ଦିର ରହିଛି। ଏସବୁ ମନ୍ଦିରରେ ସାଧାରଣତଃ ଗଣେଶଙ୍କ ପଥର ଅବା ଧାତୁ ନିର୍ମିତ ମୂର୍ତ୍ତି ପୂଜା ପାହାନ୍ତିି । ତେବେ...

ଟଙ୍କା ଅଭାବରୁ କରୁଥିଲେ ଓ୍ବେଟର ଚାକିରି, ପାଇଲେ ଆଇଏଏସ୍‌

ତାମିଲନାଡୁର ଜୟଗଣେଶ ଛଅ ଥର ବିଫଳ ହେବା ପରେ ସପ୍ତମଥରରେ ଆଇଏଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଗରିବ ପରିବାରରେ ଜନ୍ମିତ ଜୟଗଣେଶଙ୍କ ମନରେ ପିଲାଦିନରୁ ଆଇଏଏସ୍‌...

ବହୁରୂପୀ କାହିଁକି, କେତେବେଳେ ଏବଂ କେମିତି ବଦଳାଇଥାଏ ରଙ୍ଗ

ବହୁରୂପୀ ଏଣ୍ଡୁଅ ରଙ୍ଗ ବଦଳାଉଥିବା ନିଶ୍ଚିତ ଦେଖିଥିବେ। କିନ୍ତୁ ମନକୁ କେବେ ପ୍ରଶ୍ନ ଆସିଛି କି, ଏହା କାହିଁକି ରଙ୍ଗ ବଦଳାଏ ଏବଂ କେଉଁ ସମୟରେ...

ଏହି କମ୍ପାନୀର କର୍ମଚାରୀମାନେ ନିଜ ଇଚ୍ଛାରେ ବଢ଼ାଇଥା’ନ୍ତି ଦରମା

ସରକାରୀ ଚାକିରିଆ ହୁଅନ୍ତୁ ବା ବେସରକାରୀ। କର୍ମଚାରୀମାନଙ୍କ ଦରମା ବଢ଼ିଥାଏ କାର୍ଯ୍ୟାଳୟର ମୁଖ୍ୟଙ୍କ ନିର୍ଦ୍ଦେଶରେ। କିନ୍ତୁ ଏମିତି ଏକ କମ୍ପାନୀ ରହିଛି, ଯେଉଁଠି କର୍ମଚାରୀମାନେ ସେମାନଙ୍କ...

ଆପ୍‌ରୁ ନଦୀ ସମ୍ପର୍କରେ ଜାଣିହେବ ତଥ୍ୟ

ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ (ଓ୍ବାର୍ଲଡ ଓ୍ବାଇଲ୍ଡଲାଇଫ୍‌ ଫଣ୍ଡ୍‌) ରିଭର୍‌ ଆପ୍‌ ବାସ୍ତବ ଦୁନିଆର ଅନୁଭବ କରାଇ ପାରୁଥିବା ଏକ ଆପ୍‌ । ଏହା ମୁଖ୍ୟତଃ ନଦୀର ସୌନ୍ଦର୍ଯ୍ୟ ତଥା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *