Posted inଜାତୀୟ

ଅଭିନନ୍ଦନଙ୍କୁ ମିଳିପାରେ ସେନାର ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ,୮।୮: ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ସରକାର ସେନାର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିବାର ଯୋଜନା ରହିଥିବା ଜଣାପଡିଛି। ଗତ ଫେବୃୟାରୀ ୨୭ରେ ମିଗ୍‌-୨୧ବାୟୁସେନା ବିମାନରେ ଥିବା ଅଭିନନ୍ଦନ ପାକିସ୍ତାନର ଏଫ୍‌-୧୬ ବିମାନଙ୍କୁ ଧ୍ୱଂସ କରିବା ଓ ପରେ ବାଲାକୋଟ ଆକ୍ରମଣରେ ବୀରତା ପ୍ରଦର୍ଶନ ପାଇଁ ତାଙ୍କୁ ସେନାର ‘ବୀର ଚକ୍ର’ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ବାଲାକୋଟ ଆକ୍ରମଣରେ ଭାରତୀୟ ବାୟୁସେନା ମିରାଜ-୨୦୦୦ର ବ୍ୟବହାର କରିଥିଲା। ସୂଚନାଯୋଗ୍ୟ, ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ବିମାନ ଆକ୍ରମଣ କରିଥିଲା। ଏହାପରେ ଅଭିନନ୍ଦନ ଭୁଲ୍‌ ବଶତଃ ପାକିସ୍ତାନ ସୀମାକୁ ଚାଲିଯାଇଥିବା ବେଳେ ସେଠାରେ ତାଙ୍କୁ ପାକିସ୍ତାନ ସେନା ଅଟକ ରଖିବା ସହ ବହୁ ବାଦ ବିବାଦ ପରେ ସୁରକ୍ଷିତ ଭାବେ ଭାରତକୁ ହସ୍ତାନ୍ତର କରିଥିଲା।


All Right Reserved By Dharitri.Com

ଜନସନ୍‌ ବେବି ଶାମ୍ପୋରେ କର୍କଟ ସୃଷ୍ଟିକାରୀ ତତ୍ତ୍ୱ: ବିକ୍ରି ବନ୍ଦ ପାଇଁ ଏନ୍‌ସିପିସିଆର୍‌ ପକ୍ଷରୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୮।୪: ଜନସନ୍‌ ବେବି ଶାମ୍ପୋରେ କର୍କଟ ସୃଷ୍ଟିକାରୀ ତତ୍ତ୍ୱ ରହିଥିବା କୁହାଯାଉଛି। ତେଣୁ ଏହାର ବିକ୍ରି ବନ୍ଦ ପାଇଁ ଜାତୀୟ ଶିଶୁ ଅଧିକାର ସୁରକ୍ଷା...

୭୦ ବର୍ଷ ଭିତରେ ସବୁଠୁ ଖରାପ ସ୍ଥିତିରେ ଚାଲିଛି ଦେଶର ଅର୍ଥନୀତି:ରାଜୀବ କୁମାର

ନୂଆଦିଲ୍ଲୀ,୨୩।୮: ଦୀର୍ଘ ୭୦ ବର୍ଷ ଭିତରେ ସବୁଠୁ ଖରାପ ସ୍ଥିତି ଦେଇ ଦେଶର ଅର୍ଥ ବ୍ୟବସ୍ଥା ଗତି କରୁଛି ବୋଲି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ...

ଏକ କୋଟି ଟଙ୍କା ନେଇ ଯାଉଥିବା ବ୍ୟାଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ତ: ୪ କର୍ମଚାରୀ ମୃତ

ଶ୍ରୀନଗର,୫।୧୧: ଜମ୍ମୁ-କଶ୍ମୀର ବ୍ୟାଙ୍କର ଏକ ଭ୍ୟାନ୍‌ ସୋମବାର ରାତିରେ କଠୁଆରୁ ବାନି ଯାଉଥିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ଏକ କୋଟି ଟଙ୍କା ଥିବା...

ଏମିତି ଶିବଲିଙ୍ଗ ଯାହାର ଚାରିପଟେ ଥରେ ବୁଲିଆସିବାକୁ ଲାଗେ ୧୫ ଦିନ…

ଏପରି ଏକ ଶିବମନ୍ଦିର ଯାହା ମନ୍ଦିର ପାଇଁ ନୁହେଁ ବରଂ ଶିବଲିଙ୍ଗ ଲାଗି ପ୍ରସିଦ୍ଧ ଲାଭ କରିଛି। ଲୋକମାନଙ୍କୁ ଏହି ଶିବଲିଙ୍ଗ ଚାରିପଟେ ପରିକ୍ରମା କରିବାକୁ...

ପ୍ରଦୂଷଣ ପାଇଁ ଚାଇନା-ପାକିସ୍ତାନ ଦାୟୀ: ଭାଜପା ନେତା

ଲକ୍ଷ୍ନୌ,୬।୧୧: ଦିଲ୍ଲୀ ପ୍ରଦୂଷଣ ଗମ୍ଭୀର ରୂପ ଧାରଣ କରିବାବେଳେ ଭାଜପା ଭିନିତ୍‌ ଅଗ୍ରଓ୍ବାଲ ଶାରଦା ଏକ ଅଜବ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି,...

ଅଦରକାରୀ ପାର୍ଟସ୍‌ରୁ ବାଇକ୍‌: ଦାମ୍‌ ୨ହଜାର, ୫ଟଙ୍କାରେ ୫୦କିଲୋମିଟର ଯିବ

ସୁରଟ:ପରିବେଶ ପ୍ରଦୂଷଣ ବୃଦ୍ଧିପାଉଛି। ଆଗକୁ ଏକ ଭଲ ପରିବେଶ ମିଳିବ କି ନାହିଁ ତାହା କହିହେବନି। ଅନ୍ୟପକ୍ଷରେ ପେଟ୍ରୋଲ କିମ୍ବା ଡିଜେଲ ଦାମ୍‌କୁ ଲକ୍ଷ୍ୟ କଲେ...

ତିହାର ଜେଲ୍‌ ଗଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ୍‌

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଗିରଫ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ଦିଲ୍ଲୀର ସ୍ବତନ୍ତ୍ର ସିବିଆଇ କୋର୍ଟ ଆସନ୍ତା ୧୯ ତାରିଖ...

ପର୍ଯ୍ୟଟକଙ୍କ ଗାଡ଼ି ପଛରେ ୨ କିମି ଗୋଡ଼ାଇଲା ସିଂହ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ବେଙ୍ଗାଲୁରୁ,୧୬।୧୦: କର୍ନାଟକର ବେଲ୍ଲାରି ଜିଲାରେ ଥିବା ଅଟଳ ବିହାରୀ ବାଜପେୟୀ ଜାତୀୟ ପ୍ରାଣୀ ଉଦ୍ୟାନରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଥିବା ସିଂହ ସଫାରିରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *