Posted inଜାତୀୟ

ରାଜ୍ୟ ସଭା ସାଇନ-ଏ-ଡାଏ

ନୂଆଦିଲ୍ଲୀ,୮ା୮(ପି.ଟି.): ରାଜ୍ୟ ସଭାକୁ ବୁଧବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଜୁନ୍‌ ୨୦ରେ ଆରମ୍ଭ ହୋଇଥିବା ପାର୍ଲାମେଣ୍ଟ ଅଧିବେଶନ ଜୁଲାଇ ୨୬ରେ ଶେଷ ହେବାର ଥିଲା। ତେବେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଗୃହୀତ ହେବାକୁ ଥିବାରୁ ସରକାର ଏହାର କାର୍ଯ୍ୟକାଳକୁ ଅଗଷ୍ଟ ୭ ପର୍ଯ୍ୟନ୍ତ ବଢ଼ାଇଥିଲେ। ରାଜ୍ୟ ସଭାର ଏହି ୨୪୯ତମ ଅଧିବେଶନ ଗତ ୧୭ ବର୍ଷ ମଧ୍ୟରେ ସବୁଠୁ ଫଳପ୍ରଦ ଥିଲା ବୋଲି ଏହାର ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁ କହିଛନ୍ତି। ଅଧିବେଶନର ୩୫ କାର୍ଯ୍ୟଦିବସରେ ୩୨ଟି ବିଲ୍‌ ଗୃହୀତ ହୋଇଛି। ଉପରାଷ୍ଟ୍ରପତି ଯାହା ଆଶା କରିଥିଲେ ତାହା ପୂରଣ ହୋଇଥିବାରୁ ସେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି। ଅତୀତର ଅଚଳାବସ୍ଥା ଦୂରହୋଇ ଗୃହକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଇପାରିଥିବା ଭେଙ୍କାୟା କହିଥିଲେ। ଗତ ୧୭ ବର୍ଷର ୫୨ଟି ଅଧିବେଶନ ମଧ୍ୟରେ ଏହା ସର୍ବଶ୍ରେଷ୍ଠ ବୋଲି ରାଜ୍ୟ ସଭା ଅଧ୍ୟକ୍ଷ କହିଥିଲେ।
ଏହି ଅଧିବେଶନରେ ତିନି ତଲାକ୍‌ ବିଲ୍‌, ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍‌ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଗୃହୀତ ହୋଇଛି ବୋଲି ରାଜ୍ୟ ସଭାକୁ ସାଇନ୍‌-ଏ-ଡାଏ ଘୋଷଣା କରିବା ପୂର୍ବରୁ ଭେଙ୍କାୟା କହିଥିଲେ। ତଥ୍ୟ ଅନୁଯାୟୀ ୧୯୮୪ର ୧୩୧ତମ ଅଧିବେଶନ ସବୁଠୁ ଫଳପ୍ରଦ ଥିଲା, ଯେଉଁଥିରେ ୩୭ଟି ବିଲ୍‌ ଗୃହୀତ ହୋଇଥିଲା। ୨୦୦୨ରେ ୧୯୭ତମ ଅଧିବେଶନରେ ୩୫ ବିଲ୍‌ ଅନୁମୋଦିତ ହୋଇଥିଲା। ତେଣୁ ଗତ ୪୧ ବର୍ଷ ମଧ୍ୟରେ ଏହା ୫ମ ସର୍ବାଧିକ ଫଳପ୍ରଦ ଅଧିବେଶନ। ଏଥର ରାଜ୍ୟ ସଭାର ଫଳପ୍ରଦ ହାର ଥିଲା ୧୦୪.୯୨ ପ୍ରତିଶତ। ଗତ ୫ଟି ଅଧିବେଶନରେ ଗୃହର ଫଳପ୍ରଦତା ୭.୪୪ରୁ ୬୫.୬୦ ପ୍ରତିଶତ ରହିଥିଲା। ତେବେ ଏଥର ଗୃହ କାର୍ଯ୍ୟ ମୋଟ ୧୯ ଘଣ୍ଟା ୧୨ ମିନିଟ ବାଧାପ୍ରାପ୍ତ ହୋଇଥିଲା। ତେବେ ନିର୍ଦ୍ଧାରିତ ସମୟଠାରୁ ଅଧିକ ଦିନ ଅଧିବେଶନ ଚାଲିବାରୁ ଗୃହକୁ ଅଧିକ ୨୮ ଘଣ୍ଟା ମିଳିଥିଲା। ବିଭିନ୍ନ ବିଲ୍‌ ଗୃହୀତ କରାଇବାରେ ସରକାରୀ ଓ ବିରୋଧୀ ଦଳର ସଦସ୍ୟମାନଙ୍କୁ ଆପୋସ ବୁଝାମଣାକୁ ଭେଙ୍କାୟା ପ୍ରଶଂସା କରିଥିଲେ। ଏଭଳି ଧାରା ବଜାୟ ରଖିବା ଲାଗି ସେ ସଦସ୍ୟମାନଙ୍କୁ ଅପିଲ୍‌ କରିଥିଲେ। ଏହି ଅଧିବେଶନରେ ରାଜ୍ୟ ସଭା ସଦସ୍ୟମାନଙ୍କୁ ସେମାନଙ୍କ ମାତୃଭାଷାରେ କହିବା ସୁଯୋଗ ମିଳିଛି। ଏହା ଅତ୍ୟନ୍ତ ଖୁସିର କଥା। ଆଗାମୀ ଦିନରେ ଅନୁବାଦ ବ୍ୟବସ୍ଥା ଆହୁରି ଉନ୍ନତ ହେବ, ଯାହା ଫଳରେ ସବୁ ସଦସ୍ୟ ବୁଝିବାରେ ସମର୍ଥ ହୋଇପାରିବେ ବୋଲି ଭେଙ୍କାୟା କହିଥିଲେ।


All Right Reserved By

୪ ରାଜ୍ୟରେ ଏକାକୀ ଲଢ଼ିବ ଜେଡିୟୁ

ପାଟନା,୧୦ା୬(ଆଇଏଏନ୍‌ଏସ୍‌): ଗତ ଲୋକ ସଭା ନିର୍ବାଚନରେ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଭାଜପା ନେତୃତ୍ୱାଧୀନ ଏନ୍‌ଡିଏରେ ସାମିଲ ହୋଇଥିଲା। ନିର୍ବାଚନ ଶେଷ ହେବା...

ଜେଟଲୀଙ୍କୁ କ୍ଷମା ମାଗିଥିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅରୁଣ ଜେଟଲୀ ଆଉ ଆମ ଗହଣରେ ନାହାଁନ୍ତି ସତ। ହେଲେ ତାଙ୍କର କିଛି କାର୍ଯ୍ୟ ଏବେବି...

ଶୋପିଆନ୍‌ରେ ଏନ୍‌କାଉଣ୍ଟର: ୪ ଆତଙ୍କବାଦୀ ନିହତ

ଶ୍ରୀନଗର,୨୩।୬: ଜମ୍ମୁ-କଶ୍ମୀର ଶୋପିଆନ୍‌ ଜିଲାରେ ରବିିବାର ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୪ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ କଶ୍ମୀରର କିଗମ୍‌ର ଦରମଦୋରା ଅଞ୍ଚଳରେ କିଛି...

୨୦୨୦ରେ ହେବ ଜନଗଣନା: ୧ ଅପ୍ରେଲ୍‌ରୁ ସେପ୍ଟେମ୍ବର ୩୦ ମଧ୍ୟରେ ହେବ ତଥ୍ୟ ସଂଗ୍ରହ

ନୂଆଦିଲ୍ଲୀ,୩।୮: ଆସନ୍ତା ୨୦୨୦ରେ ଦେଶରେ ଜନଗଣନା କରାଯିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ୧ ଏପ୍ରିଲ୍‌ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏହା...

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ବୈଠକରେ ଯୋଗ ଦେଲେ ୟେଦୁରପ୍ପା

ବେଙ୍ଗାଲୁରୁ,୩୦।୭: କର୍ନାଟକ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବା ପରେ ବିଏସ୍‌ ୟେଦୁରପ୍ପା ମଙ୍ଗଳବାର ପ୍ରଥମ କରି ଏକ ବୈଠକରେ ଯୋଗ ଦେଇଛନ୍ତି। କୋଡାଗୁ ବିଧାୟକଙ୍କ ସହ ଏହି...

ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ବାଚସ୍ପତିଙ୍କ ଅବଜ୍ଞା, ବିଧାନସଭା ଦିନକ ପାଇଁ ସ୍ଥଗିତ: ଆସ୍ଥାଭୋଟ କରାଇଦେଲେନି

ବେଙ୍ଗାଲୁରୁ,୧୮ା୭(ପି.ଟି./ଆଇଏଏନ୍‌ଏସ୍‌): ଘଡ଼ିକେ ଘୋଡ଼ା ଛୁଟୁଛି। କର୍ନାଟକ ରାଜନୀତିର ପାଣି କେତେବେଳେ କେଉଁ ଆଡ଼କୁ ବହିବ କିଛି କହି ହେଉନାହିଁ। ୧୬ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ପରେ...

ନିର୍ବାଚନ ଆଚରଣ ବିଧି: ୨୪ ଘଣ୍ଟାରେ ଇସିଙ୍କର ୪ ନୋଟିସ୍‌

ନୂଆଦିଲ୍ଲୀ,୨୮।୩: ନିର୍ବାଚନ ଆଚରଣ ବିଧି ନେଇ ନିର୍ବାଚନ କମିଶନ(ଇସି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା ସରକାରଙ୍କୁ ଘେରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ଇସି ସରକାରଙ୍କୁ ୪ଟି...

ମୋବାଇଲ୍‌ ଚାର୍ଜର ପାଟିରେ ପୁରାଇ ଦେବାରୁ ୨ବର୍ଷର ଶିଶୁର ଜୀବନ ଗଲା

ଲକ୍ଷ୍ନୌ, ୨୧।୫: ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ମୋବାଇଲ ଚାର୍ଜର ପାଟିରେ ପୂରେଇ ଦେବାରୁ ବିଦ୍ୟୁତ ଆଘାତ ଲାଗି ଜଣେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *