Posted inUncategorized

ସୁପ୍ରିମକୋର୍ଟରେ ରାମଲାଲା ଓକିଲଙ୍କ ଯୁକ୍ତି: ଆସ୍ଥା ହିଁ ଜନ୍ମସ୍ଥାନର ପ୍ରମାଣ

ନୂଆଦିଲ୍ଲୀ,୮ା୮(ପି.ଟି.): ବିବାଦୀୟ ଅଯୋଧ୍ୟା ଜମି ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନ। ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ଅତୁଟ ବିଶ୍ୱାସ ହିଁ ଏହାର ପ୍ରମାଣ ବୋଲି ସୁପ୍ରିମକୋର୍ଟରେ ମାମଲାର ଅନ୍ୟତମ ପକ୍ଷ ‘ରାମଲାଲା ବିରାଜମାନ’ର ଓକିଲ ବୁଧବାର ଯୁକ୍ତି ବାଢ଼ିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠରେ ଅଯୋଧ୍ୟା ଜମି ବିବାଦର ଶୁଣାଣି ବେଳେ ରାମଲାଲା ପକ୍ଷର ବରିଷ୍ଠ ଆଇନଜୀବୀ କେ. ପ୍ରସାରନ୍‌ ଉପସ୍ଥିତ ହୋଇ କହିତ୍ଥଲେ, ରାମ ଜନ୍ମଭୂମି ନିଜେ ହିଁ ଭଗବାନ ରାମଙ୍କ ପରିଚୟ ପାଲଟିଛି ଏବଂ ଏହା ହିନ୍ଦୁମାନଙ୍କ ଉପାସନା ସ୍ଥଳୀରେ ପରିଣତ ହୋଇଛି। ଏହା ରାମଙ୍କ ଜନ୍ମସ୍ଥାନ। ତେବେ ଅନେକ ଶତାବ୍ଦୀ ପରେ ଏହା କିପରି ପ୍ରମାଣ ଦର୍ଶାଯାଇପାରିବ ବୋଲି ପ୍ରସାରନ୍‌ ଅଦାଲତଙ୍କୁ ପ୍ରଶ୍ନ କରିଥିଲେ।
ଶ୍ରୀରାମ ଅଯୋଧ୍ୟାରେ ଜନ୍ମଗ୍ରହଣ କରିଥିବା ବାଲ୍ମୀକି ରାମାୟଣରେ ତିନିଟି ସ୍ଥାନରେ ଉଲ୍ଲେଖ ରହିଛି। ଅନ୍ୟ କୌଣସି ଧର୍ମରେ ଈଶ୍ୱରଙ୍କ ଜନ୍ମସ୍ଥାନକୁ ନେଇ ବିବାଦ କୋର୍ଟଙ୍କ ବିଚାରାଧୀନ ରହିଛି କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିବାରୁ ତାହା ଅନୁଧ୍ୟାନ କରି ଜଣାଇବେ ବୋଲି ପ୍ରସାରନ୍‌ କହିଥିଲେ। ମାମଲାର ଅନ୍ୟତମ ପକ୍ଷ ନିର୍ମୋହୀ ଆଖଡ଼ା ବିବାଦୀୟ ଜମିର ପରିଚାଳନା ଏବଂ ସ୍ବତ୍ୱାଧିକାର ଦାବି କରିଆସୁଛି। ରାମଲାଲାଙ୍କ ସେବାୟତ ଥିବାରୁ ଜମି ଉକ୍ତ ସଂଗଠନ ମାଲିକାନାରେ ଥିବା ଦାବି କରିବାରୁ ଅଦାଲତ ଏ ସମ୍ପର୍କିତ ରାଜସ୍ବ ଦଲିଲ ଓ ଅନ୍ୟାନ୍ୟ ପ୍ରମାଣ ମାଗିଥିଲେ। ତେବେ ଏ ସମ୍ପର୍କିତ ସମସ୍ତ ଦସ୍ତାବିଜ୍‌ ୧୯୮୨ରେ ଡକାୟତି ହୋଇଯାଇଥିବା ଆଖଡ଼ା ପକ୍ଷରୁ କୁହାଯିବାରୁ ସେମାନେ ଉପଯୁକ୍ତ ପ୍ରସ୍ତୁତ ହୋଇ ଆସି ନ ଥିବା ପ୍ରଧାନ ବିଚାରପତି କହି ଅନ୍ୟ ପିଟିଶନର୍‌ଙ୍କ ଆବେଦନର ଶୁଣାଣି କରିଥିଲେ।
ନିର୍ମୋହୀ ଆଖଡ଼ାର ଲ’ ସୁଟ୍‌ ସୀମା ଅଧିନିୟମ, ୧୯୦୮ର ଅନୁଚ୍ଛେଦ ୪୭ ଉପରେ ଆଧାରିତ। ସିଆର୍‌ପିସିର ଧାରା ୧୪୫ ଅନୁଯାୟୀ ଏହି ସମ୍ପତ୍ତି ମାଜିଷ୍ଟ୍ରେଟ୍‌ଙ୍କ ଦ୍ୱାରା ଜବତ ହୋଇଥିଲା। ମାଜିଷ୍ଟ୍ରେଟଙ୍କ ଚୂଡାନ୍ତ ନିର୍ଦ୍ଦେଶନାମା ପରେ ସୀମା ଅଧିନିୟମ ଲାଗୁ ହେବା କଥା। କିନ୍ତୁ ଏପର୍ଯ୍ୟନ୍ତ ମାଜିଷ୍ଟ୍ରେଟ୍‌ ଚୂଡାନ୍ତ ନିର୍ଦ୍ଦେଶନାମା ଜାରି କରି ନ ଥିବାରୁ ସୀମା ଅଧିନିୟମ ଦର୍ଶାଇ ଲ’ ସୁଟ୍‌କୁ ବାଦ୍‌ ଦେବାର ପ୍ରଶ୍ନ ଉଠୁନାହିଁ ବୋଲି ନିର୍ମୋହୀ ଆଖଡ଼ା ପକ୍ଷର ଓକିଲ କହିଥିଲେ। ସେବାୟତ ମନ୍ଦିର ସମ୍ପତ୍ତିର ତତ୍ତ୍ୱାବଧାରକ ହୋଇଥିବାରୁ ଏହାର ପରିଚାଳନା ଓ ସମ୍ପତ୍ତି ଉପରେ ଅଧିକାର ରହିଥିବା ସେ ଯୁକ୍ତି ଦର୍ଶାଇଥିଲେ। ୧୯୩୪ରୁ ଉକ୍ତ ସ୍ଥାନକୁ ମୁସଲମାନମାନଙ୍କ ପ୍ରବେଶ ଲାଗି ଅନୁମତି ଦିଆଯାଇ ନାହିଁ। ତେଣୁ ସମସ୍ତ ୨.୭୭ ଏକର ଜମିର ନିୟନ୍ତ୍ରଣ ଓ ପରିଚାଳନା ଦାୟିତ୍ୱ ନେବା ପାଇଁ ମଙ୍ଗଳବାର ନିର୍ମୋହୀ ଆଖଡ଼ା କୋର୍ଟରେ ଦୃଢ଼ ଦାବି କରିଥିଲା।


All Right Reserved By Dharitri.Com

Posted inUncategorized View All

Featured Video Play Icon

Fun with Public– Part VII | ଫନ୍‍ ୱିଥ୍ ପବ୍ଲିକ୍ – ଏପିସୋଡ୍ ୭

In this fresh episode of Fun with Public, we reached out to the public to ask them two questions....

ଶିଲା ଦୀକ୍ଷିତଙ୍କ ବିୟୋଗ କଂଗ୍ରେସର ଏକ ଅପୂରଣୀୟ କ୍ଷତି

ନୂଆଦିଲ୍ଲୀ,୨୦।୭: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କର ୮୧ ବର୍ଷ ବୟସରେ ଦିଲ୍ଲୀର ଫୋର୍ଟିସ୍‌ ଏସକର୍ଟସ୍‌ ହାର୍ଟ ଇନଷ୍ଟୁଚ୍ୟୁଟରେ ପରଲୋକ ହୋଇଛି। ଦୀର୍ଘ ୧୫ ବର୍ଷକାଳ...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌: ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରୁ ଭାରତର ଅଭିଯାନ

ନର୍ଥ ସାଉଣ୍ଡ(ଆଣ୍ଟିଗୁଆ), ୨୨।୮(ପି.ଟି.)- ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପ୍ରାରମ୍ଭିକ ସଂସ୍କରଣରେ ଭାରତ ଗୁରୁବାରଠାରୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରୁ ତା’ର ଅଭିଯାନ ଆରମ୍ଭ କରିବ।...

ପଞ୍ଚାମୃତ ଖାଇ ୬୦ରୁ ଊର୍ଦ୍ଧ୍ୱ ଅସୁସ୍ଥ

କେନ୍ଦୁଝର/ରାଇସୁଆଁ,୩।୯(ଡି.ଏନ.ଏ.):ଗଣେଶ ପୂଜା ପଞ୍ଚାମୃତ ଭୋଗ ଖାଇ ପଦ୍ମପୁର ଅଞ୍ଚଳରେ ୬୦ରୁ ଊର୍ଦ୍ଧ୍ୱ ଲୋକ ଅସୁସ୍ଥ ହୋଇପଡିଛନ୍ତି। ଅସୁସ୍ଥ ଲୋକଙ୍କୁ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।...

ସାହିତ୍ୟର ସଂକଳ୍ପ

ଅରୁଣ କୁମାର ପଣ୍ଡା ହଁ ,ଶହେବାର କହିବି, ସାହିତ୍ୟ ଗୋଟାଏ ସାଧନା-ସାଧନାର ଧାରା। ଏହି ଶବ୍ଦଟିକୁ କିଏ କେବେ ଉଦ୍ଭାବନ କରିଥିଲା କେଜାଣି, ସାହିତ୍ୟ କହିବା...

ନିଓନାଟାଲ ପ୍ରୋଜେରୋଇଡ୍‌ ସିଣ୍ଡ୍ରୋମ୍‌

ନିଓନାଟାଲ ପ୍ରୋଜେରୋଇଡ୍‌ ସିଣ୍ଡ୍ରୋମ୍‌ ହେଉଛି ଏକ ଅତି ବିରଳତମ ଜେନେଟିକ୍‌ ସିଣ୍ଡ୍ରୋମ୍‌। ଏହା ଯାହା ଠାରେ ଦେଖାଯାଏ ତାହା ଭିତରର ଭୋକକୁ ପ୍ରବଳ ଭାବରେ ବଢ଼େଇ...

ଜାମିଆ ପରିଦର୍ଶନ କଲେ ଏନ୍‌ଏଚ୍‌ଆର୍‌ସି ଟିମ୍‌

ନୂଆଦିଲ୍ଲୀ,୧୫ା୧: ମଙ୍ଗଳବାର ଜାତୀୟ ମାନବ ଅଧିକାର କମିଶନଙ୍କ ଏକ ଟିମ୍‌ ଜାମିଆ ମିଲିଆ ଇସ୍‌ଲାମିଆ ପରିଦର୍ଶନ କରି ପୋଲିସ କାର୍ଯ୍ୟାନୁଷ୍ଠାନରେ ଆହତ ହୋଇଥିବା ଛାତ୍ରୀଛାତ୍ରଙ୍କ ପ୍ରତିକ୍ରିୟା...

ଉଚ ଚିକିଛା ଲାଗି ଟଁକା ଅଭାବ୍‌: ୧୨ ବଛର ହେଲା ଖଟେ ପଡ଼ିଛନ୍‌ ଦ୍ରୌପଦୀ

ଭବାନୀପାଟଣା,୨୪।୮(ସ୍ବ.ପ୍ର): ଦିନେ ନୁହେ କି ଦୁଇ ଦିନ ନୁହେ, ଗଲା ୧୨ ବଛର ହେଲା ଅଜନା ରୋଗ୍‌ରେ ଖଟେ ପଡ଼ି ଅସାହା ଜୀବନ୍‌ ବିତଉଛନ୍‌ ଦ୍ରୌପଦୀ...

Leave a comment

Your email address will not be published. Required fields are marked *