Posted inUncategorized

ଖଡିଆଳ ଓକିଲ ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ

ଖଡିଆଳ,୮।୮(ଡି.ଏନ.ଏ.) ନୂଆପଡା ଜିଲା ଖଡିଆଳ ଓକିଲ ସଂଘ ତରଫରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯାଇଛି । ଖଡିଆଳ, ସିନପାଲି, ବୋଡେନ ଅଞ୍ଚଳର ସମସ୍ତ ମାମଲାକୁ ଖଡିଆଳ ସିନିୟର ସିଭିଲ ଜଜ୍‌ ତଥା ଜିଲା ଦୌରାଜଜ୍‌ଙ୍କ କୋର୍ଟରେ ବିଚାର ନ କରି ନୂଆପଡା ଜିଲା ଦୌରା ଜଜ୍‌ଙ୍କ କୋର୍ଟରେ ବିଚାର କରାଯାଇଥିବା ନିଷ୍ପତ୍ତିକୁ ଖଡିଆଳ ଓକିଲ ସଂଘ କର୍ମକର୍ତ୍ତାମାନେ ତୀବ୍ର ବିରୋଧ କରିଛନ୍ତି । ଏହାର ପ୍ରତିବାଦରେ ବୁଧବାର ସକାଳ ୧୦ଟାରେ ଖଡିଆଳ କୋର୍ଟ ପରିସରରେ ଖଡିଆଳ, ବୋଡେନ, ସିନାପାଲି ବ୍ଲକର ସମସ୍ତ ଆଇନଜୀବୀମାନେ ଏକତ୍ରିତ ହୋଇ ଏକ ପ୍ରତିବାଦ ସଭା କରିବା ସହିତ ସବୁ ପ୍ରକାର କୋର୍ଟ କାମକୁ ବର୍ଜନ କରିଛନ୍ତି । ସେମାନଙ୍କ ଦାବି ପୂରଣ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ଏହି ଆନ୍ଦୋଳନରେ ଖଡିଆଳ ଓକିଲ ସଂଘର ସଭାପତି ତୁଳସୀ ତାଣ୍ଡି, ବରିଷ୍ଠ ଆଇନଜୀବୀ ସାରଦା ପ୍ରସାଦ ପଣ୍ଡା, ସମ୍ପାଦକ ସୁବ୍ରତ ସେନାପତି, ସହସମ୍ପାଦକ ସଚିନ୍ଦ୍ର ମୋହନ ଯୋଶୀ, ଆଇନଜୀବୀ ଅସିତ ମହାପାତ୍ର, ଅଭିନବ ନାୟକ, ସଞ୍ଜୟ ମହାପାତ୍ର, ମନୋରଞ୍ଜନ ମହାପାତ୍ର, ସୁରେଶ ପ୍ରଧାନୀ, ଜିତେନ୍ଦ୍ର ପ୍ରଧାନୀ, ଗିରିଧାରୀ ବିଭାର, ସୁରେଶ ମେହେର, ମନୋରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

 


All Right Reserved By Dharitri.Com

Posted inUncategorized View All

କାହିଁକି ମୁହଁ ଲୁଚାଇଲେ କୋହଲି

ବେଙ୍ଗାଲୁରୁ,୨୩।୯: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ କ୍ୟାପଟେନ କ୍ୱିଣ୍ଟନ ଡି’କକଙ୍କ ଦମଦାର ବ୍ୟାଟିଂ ବଳରେ ଦକ୍ଷିଣ ଆଫ୍ରିକା ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି-୨୦...

ଏମ୍ସରେ ମନମୋହନ ସିଂ

ନୂଆଦିଲ୍ଲୀ,୧୧ା୫: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ରବିବାର ରାତିରେ ତାଙ୍କୁ ନୂଆଦିଲ୍ଲୀସ୍ଥିତ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସେସ୍‌...

କିଡ୍‌ନୀ ଚୋରି ମାମଲା: ଆପୋଲୋ ହସ୍ପିଟାଲ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ୱର, ୨୯ା୧୨(ବ୍ୟୁରୋ): କିଡ୍‌ନୀ ଚୋରି ସଂକ୍ରାନ୍ତ ମାମଲାରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ପକ୍ଷରୁ କରାଯାଇଥିବା ଯୁକ୍ତିକୁ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଖାରଜ କରିଛନ୍ତି। ଏଥିସହ...

୧୪୨ ୟୁନିଟ୍‌ ରକ୍ତ ସଂଗ୍ରହ

ଅନୁଗୋଳ ଅଫିସ/ଆଠମଲ୍ଲିକ/  ଢେଙ୍କାନାଳ ଅଫିସ, ୧୬।୪:  ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରକ୍ତ ଅଭାବ ଦୂର ପାଇଁ ଅନୁଗୋଳ ନିର୍ବାଚନମଣ୍ଡଳୀ ବିଜୁ...

ପ୍ରଥମ ଭାରତୀୟ ଭାବେ ବିରାଟ କୋହଲି କିଣିଲେ ଏହି କାର୍‌

ନୂଆଦିଲ୍ଲୀ,୧୭।୧: ଜର୍ମାନୀର ଲଗଜରୀ ବ୍ରାଣ୍ଡ୍‌ ଅଡି ନୂଆ SUV Audi Q8 ଭାରତରେ ଲଞ୍ଚ୍‌ ହୋଇଛି। ଏହି ଗାଡିର ମୂଲ୍ୟ ୧.୩୩ କୋଟି ଟଙ୍କା ରହିଛି।...

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ଓଡ଼ିଶାକୁ ୧ ସ୍ବର୍ଣ୍ଣ ସହ ୪ ପଦକ

ଭୁବନେଶ୍ୱର, ୧୪।୧(କ୍ରୀଡ଼ା ପ୍ରତିନିଧି)-  ଆସାମର ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସରେ ଶନିବାର ଓଡ଼ିଶାକୁ ଗୋଟିଏ ସ୍ବର୍ଣ୍ଣ ସହିତ ୪ ପଦକ ମିଳିଛି। ପୁରୁଷ...

ହୋଲିରେ ପରିବେଶ ସୁରକ୍ଷା ବାର୍ତ୍ତା

ରଙ୍ଗର ପର୍ବ ହୋଲିକୁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଇଥାଏ। ତେବେ ହୋଲିକୁ ବିଶେଷ ଭାବରେ ପାଳନ କରି ପରିବେଶ ସୁରକ୍ଷାର ବାର୍ତ୍ତା...

ଟିକ୍‌ଟକ୍‌ ଉପରୁ ବ୍ୟାନ ହଟିଲା

ଚେନ୍ନାଇ,୨୫-୪: ଲୋକପ୍ରିୟ ଭିଡ଼ିଓ ଆପ୍‌ ଟିକ୍‌ଟକ୍‌ ଉପରୁ ବ୍ୟାନ ହଟିଯାଇଛି। ବୁଧବାର ଜଷ୍ଟିସ ଏନ.କିରୁବାକରନ ଏବଂ ଜଷ୍ଟିସ ଏସ୍‌.ଏସ୍‌. ସୁନ୍ଦରଙ୍କୁ ନେଇ ଗଠିତ ମାଡ୍ରାସ ହାଇକୋର୍ଟଙ୍କ...

Leave a comment

Your email address will not be published. Required fields are marked *