Posted inUncategorized

୫୬୦ ନେତା, କର୍ମୀ ଗିରଫ

ଜମ୍ମୁ,୮ା୮(ପି.ଟି.): ଜମ୍ମୁ-କଶ୍ମୀରରେ ସୁରକ୍ଷା ସଂସ୍ଥାଗୁଡ଼ିକ ବିଭିନ୍ନ ରାଜନୈତିକ ଦଳର ୫୬୦ ନେତା ଓ କର୍ମୀଙ୍କୁ ଗିରଫ କରିଛନ୍ତି। ଉପତ୍ୟକାରେ ଶାନ୍ତିଭଙ୍ଗ କରିବା ଆଶଙ୍କା ଥିବାରୁ ସେମାନଙ୍କୁ ଗିରଫ କରାଯାଇଥିବା ଜଣେ ବରିଷ୍ଠ ଅଧିକାରୀ ବୁଧବାର ସୂଚନା ଦେଇଛନ୍ତି। ଗିରଫ ନେତାଙ୍କ ମଧ୍ୟରେ ରହିଛନ୍ତି ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବ୍‌ଦୁଲ୍ଲା ଓ ମେହବୁବା ମୁଫ୍‌ତି। ଉଭୟଙ୍କୁ ରବିବାର ରାତିରେ ଗୃହବନ୍ଦୀ କରାଯାଇଥିବାବେଳେ ପରେ ଗିରଫ କରି ଶ୍ରୀନଗରର ହରି ନିବାସରେ ରଖାଯାଇଛି। ସେହିପରି ପିପୁଲ୍ସ କନ୍‌ଫରେନ୍ସ ନେତା ସଜାଦ୍‌ ଲୋନ୍‌ ଏବଂ ଇମ୍ରାନ୍‌ ଅନ୍‌ସାରୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଗିରଫ ଓ ଅଟକ ନେତାଙ୍କୁ ଶ୍ରୀନଗରସ୍ଥିତ ଶେର-ଏ-କଶ୍ମୀର ଇଣ୍ଟରନ୍ୟାଶନାଲ କନ୍‌ଭେନ୍‌ଶନ୍‌ ସେଣ୍ଟର ଓ ବାରାମୂଲା ଏବଂ ଗୁରେଜ୍‌ର କେତେକ ସ୍ଥାନରେ ରଖାଯାଇଛି।


All Right Reserved By Dharitri.Com

Posted inUncategorized View All

Featured Video Play Icon

Construction yard abuzz with activity in run-up to Rath Yatra | ଚଳଚଞ୍ଚଳ ରଥଖଳା

With the famed ‘Car Festival’ of Lord Jagannath nearing, the Ratha Khala (construction yard of chariots) in Puri is...

ଟାଇଫଏଡ୍‌ର ମୁକ୍ତିଦାତା କିସ୍‌ମିସ୍‌

ଆୟୁର୍ବେଦ ଶାସ୍ତ୍ରାନୁଯାୟୀ ଦୈନିକ ଖାଦ୍ୟପେୟ ଉପରେ ଧ୍ୟାନ ଦେଲେ ଅନେକ ରୋଗ ଲାଗି ମେଡିକାଲ ଯିବାକୁ ପଡ଼ି ନ ଥାଏ। କାରଣ ପ୍ରାଥମିକ ଅବସ୍ଥାରେ ଅନେକ...

ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ଭାଜପା

ନୂଆଦିଲ୍ଲୀ,୧୩।୬: ଲୋକ ସଭା ନିର୍ବାଚନରେ ବିପୁଳ ବିଜୟ ପରେ ଏବେ ଭାଜପା ଆସନ୍ତା ବିଧାନସଭା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ...

ବିଦ୍ୟୁତ୍‌ ତାରରେ ଝୁଲୁଛି ଜୀବନ ଡୋରୀ

ଚନ୍ଦ୍ରଗିରି,୧୧।୯(ଡି.ଏନ୍‌.ଏ.): ଗଜପତି ଜିଲାରେ ଏପରି ଏକ ଗ୍ରାମ ରହିଛି ଯେଉଁଠିକୁ ପହଞ୍ଚିବା ଲାଗି ଜୀବନକୁ ବାଜି ଲଗାନ୍ତି ଲୋକେ। ଏହା ହେଉଛି ଜିଲାର ମୋହନା ବ୍ଳକ...

Leave a comment

Your email address will not be published. Required fields are marked *