Posted inଖେଳ

ମିଳିମିଶି କାର୍ଯ୍ୟ କରିବାକୁ ଆଇ-ଲିଗ୍‌ କ୍ଲବ୍‌ଗୁଡିକୁ ଫିଫାର ପରାମର୍ଶ

ନୂଆଦିଲ୍ଲୀ,୮।୮(ପି.ଟି.)- ସବୁ ପ୍ରକାର ସମସ୍ୟାର ସମାଧାନ ପାଇଁ ମିଳିମିଶି କାର୍ଯ୍ୟ କରିବାକୁ ବିଦ୍ରୋହ କରିଥିବା ଆଇ- ଲିଗ୍‌ କ୍ଲବଗୁଡିକୁ ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ପରାମର୍ଶ ଦେଇଛି। କିଛି ବିବାଦ ପାଇଁ ଫୁଟବଲ ଭାରତରେ ସଂଘର୍ଷ କରୁଛି। ଏପରିସ୍ଥଳେ ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ସହ ବିବେକପୂର୍ଣ୍ଣ ଢ଼ଙ୍ଗ ସହ ଦୂରଦୃଷ୍ଟି ସମ୍ପର୍ନ୍ନ ଆଭିମୁଖ୍ୟ ନେଇ କାର୍ଯ୍ୟ କରିବାକୁ ଆନ୍ଦୋଳନକାରୀ କ୍ଲବଗୁଡକୁ ଫିଫା ନିର୍ଦ୍ଦେଶ ଦେଇଛି।
ଘରୋଇ ସଂସ୍ଥା ଦ୍ୱାରା ପରିଚାଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)କୁ ଟପ୍‌ ଲିଗ୍‌ରେ ସ୍ଥାନ ଦେବା ନେଇ ଏଆଇଏଫ୍‌ଏଫ୍‌ର ନିଷ୍ପତ୍ତିକୁ କ୍ଲବଗୁଡିକ ବିରୋଧ କରିଥିଲେ। ଆଇ- ଲିଗ୍‌ ଚାମ୍ପିୟନ ମିନର୍ଭା ପଞ୍ଜାବ ନେତୃତ୍ୱରେ ୬ଟି କ୍ଲବ ଏ ନେଇ ଆପତ୍ତି ଉଠାଇଥିଲେ। ଭାରତୀୟ ଫୁଟବଲ୍‌କୁ ନେଇ ଏଆଇଏଫ୍‌ଏଫ୍‌ ପ୍ରସ୍ତୁତ କରିଥିବା ରୋଡମ୍ୟାପ୍‌କୁ ଫିଫା ଅବଶ୍ୟ ସମର୍ଥନ କରିଛି। ଏ ସଂକ୍ରାନ୍ତରେ ଫିଫା ମିନର୍ଭା ପଞ୍ଜାବ, ଏଆଇଏଫ୍‌ଏଫ୍‌ ଓ ଏସିଆନ ଫୁଟବଲ କନ୍‌ଫେଡେରେଶନ (ଏଏଫ୍‌ସି)କୁ ଚିଠି ଲେଖିଛି। ୨୦୧୮ ବର୍ଷ ନେଇ ହୋଇଥିବା ରିଭ୍ୟୁରେ କେତୋଟି ଜଟିଳ ସମସ୍ୟା ଥିବା କଥା ଫିଫା ସ୍ବୀକାର କରିଛି। ୨୦୧୮ ବର୍ଷ ପାଇଁ ଦିଆଯାଇଥିବା ସୁପାରିସ୍‌ଗୁଡିକୁ ଏପର୍ଯ୍ୟନ୍ତ ବିଚାରକୁ ନିଆଯାଇ ନାହିଁ ବୋଲି ଫିଫାର କାର୍ଯ୍ୟକାରୀ ସାଧାରଣ ସମ୍ପାଦକ ମାଟ୍ଟିଆସ୍‌ ଗ୍ରାଫଷ୍ଟୋର୍ମ କହିଛନ୍ତି।
ଜଏଣ୍ଟ ରିପୋର୍ଟ ଅନୁସାରେ ଆଗାମୀ ୨୦୧୯- ୨୦ ସେସନରେ ଆଇଏସ୍‌ଏଲ୍‌ରେ ପର୍ଯ୍ୟାୟ କ୍ରମେ ଆମକୁ ଏକାଠି କରିବାକୁ ଆଇ- ଲିଗ୍‌ କ୍ଲବ୍‌ଗୁଡିକ ଏଆଇଏଫ୍‌ଏଫ୍‌କୁ କହିଥିଲେ। ଏଆଇଏଫ୍‌ଏଫ୍‌ ସବୁ ସମସ୍ୟାର ସମାଧାନ କରିପାରିବ ବୋଲି ଫିଫା ବିଶ୍ୱାସ କରୁଛି। ଆବଶ୍ୟକ ପଡିଲେ ଏ ସଂକ୍ରାନ୍ତରେ ଏଆଇଏଫ୍‌ଏଫ୍‌କୁ ଫିଫା ଓ ଏଏଫ୍‌ସି ସହଯୋଗ କରିବ ବୋଲି କୁହାଯାଇଛି। ଫିଫାର ଏଭଳି ସମୟୋଚିତ ପଦକ୍ଷେପ ତଥା ଆଭିମୁଖ୍ୟକୁ ଏଆଇଏଫ୍‌ଏଫ୍‌ ସାଧାରଣ ସମ୍ପାଦକ କୁଶଲ ଦାସ ସ୍ବାଗତ କରଛନ୍ତି। ତେବେ ବର୍ତ୍ତମାନ ଆଇଏସ୍‌ଏଲର ଦଳର ସଂଖ୍ୟାକୁ ୧୬କୁ ବୃଦ୍ଧି କରାଯିବା ସମ୍ଭାବନାକୁ ସେ ଏଡାଇ ଦେଇଛନ୍ତି।
ଗତମାସ ଆଗାମୀ ୨-୩ ବର୍ଷ ପାଇଁ ଦୁଇଟି ଲିଗ୍‌ ଚାଲୁ ରଖିବାକୁ ପଟେଲ୍‌ ଏଏଫ୍‌ସିକୁ ପ୍ରସ୍ତାବ ଦେଇଥିବା କଥା ପଟେଲ ଆଇ- ଲିଗ୍‌ କ୍ଲବ୍‌ଗୁଡିକୁ ଅବଗତ କରାଇଥିଲେ। ଏଥିରେ ଅବଶ୍ୟ କ୍ଲବ୍‌ଗୁଡିକ ସନ୍ତୁଷ୍ଟ ହୋଇ ନ ଥିଲେ। ଫିଫା ଓ ଏଏଫ୍‌ସିର ଦ୍ୱାରସ୍ଥ ହେବା ପୂର୍ବରୁ ବିଦ୍ରୋହୀ କ୍ଲବଗୁଡିକ ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ କ୍ରୀଡ଼ା ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ।


All Right Reserved By Dharitri.Com

Posted inଖେଳ View All

ମାତ୍ର ୯ମ ଯାଏ ପଢିଛନ୍ତି ଭାରତର ଏହି ଷ୍ଟାର୍‌ ଅଲରାଉଣ୍ଡର

ଭାରତୀୟ କ୍ରିକେଟ ଖେଳାଳିମାନେ ପଡିଆରେ ଦମଦାର ପ୍ରଦର୍ଶନ କରୁଥିଲେ ମଧ୍ୟ ପାଠ ପଢ଼ାରେ ସେତେଟା ଭଲ ନୁହନ୍ତି। ଭାରତୀୟ ଦଳର ଷ୍ଟାର୍‌ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା...

ରୋହିତଙ୍କ ପରେ ମୟଙ୍କଙ୍କ ଶତକ: ଭାରତ ବଡ ସ୍କୋର ଆଡକୁ ଅଗ୍ରସର

ବିଶାଖାପାଟଣା,୩।୧୦: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତର ସ୍ଥିତି ମଜଭୁତ ହୋଇଛି। ହିଟମ୍ୟାନ ରୋହିତ୍‌ ଶର୍ମାଙ୍କ...

ହିରୋ ସବ୍‌ଜୁନିୟର ଲିଗ୍‌: ଓଡ଼ିଶା ଏଫ୍‌ସିର ବୃହତ୍‌ ବିଜୟ

ଭୁବନେଶ୍ୱର, ୨୩।୧ (ସ୍ପୋଟର୍‌ସ ବ୍ୟୁରୋ)- ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌) ଫ୍ରାଞ୍ଚାଇଜ ଓଡ଼ିଶା ଏଫ୍‌ସିର ୧୩ ବର୍ଷରୁ କମ୍‌ ଦଳ ହିରୋ ସବ୍‌ଜୁନିୟର ଲିଗ୍‌ରେ ବୃହତ୍‌...

ଗଣ୍ଡରପୁରକପ୍‌ ଫୁଟବଲ: ଫାଇନାଲରେ କଟକ ସ୍ପୋଟର୍‌ସ ହଷ୍ଟେଲ

ଭୁବନେଶ୍ୱର, ୬।୧୨(ସ୍ପୋଟର୍‌ସ ବ୍ୟୁରୋ)- ରାଜ୍ୟସ୍ତରୀୟ ଗଣ୍ଡରପୁର କପ୍‌ ଫୁଟବଲ ଟୁର୍ନାମେଣ୍ଟର ଗୁରୁବାର ଅନୁଷ୍ଠିତ ସହରାଞ୍ଜଳ ବିଭାଗର ପ୍ରଥମ ସେମିଫାଇନାଲରେ ଭୁବନେଶ୍ୱରର ଜଗା ୟୁନାଇଟେଡକୁ ୨-୦ ଗୋଲରେ...

ଭେଗାନ ବଲ ବ୍ୟବହାର କଲା ଇୟର୍ଲି କ୍ରିକେଟ କ୍ଲବ

ଲଣ୍ଡନ,୧୫।୮(ଏଏଫ୍‌ପି)- ଇଂଲିଶ୍‌ କ୍ରିକେଟ କ୍ଲବ ଇୟର୍ଲି ଏବେ ଏକ ନୂଆ ପ୍ରକାର ବଲ୍‌ ବ୍ୟବହାର କରି ଖବର ସୃଷ୍ଟି କରିଛି। ପାରମ୍ପରିକ ଚମଡ଼ା ବଲ୍‌ ବଦଳରେ...

ଅଗ୍ରଓ୍ବାଲଙ୍କ ୩ୟ ଶତକ

ଇନ୍ଦୋର,୧୫।୧୧- ସ୍ଥାନୀୟ ହୋଲ୍‌କାର ଷ୍ଟାଡିୟମରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟଷ୍ଟରେ ଭାରତୀୟ ଓପନର ମୟଙ୍କ ଅଗ୍ରଓ୍ବାଲ ଶତକ ଅର୍ଜନ କରିଛନ୍ତି। ଏହା ତାଙ୍କ ଟେଷ୍ଟ...

ପଡ଼ିଲା ପ୍ରଥମ ଉଇକେଟ

ଅକ୍‌ଲାଣ୍ଡ,୨୬।୧- ଭାରତ ବିପକ୍ଷ ଦ୍ୱିତୀୟ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ତା’ର ପ୍ରଥମ ଉଇକେଟ ହରାଇଛି। ଦଳୀୟ ସ୍କୋର ୬ ଓଭରରେ ୪୮ ରନ୍‌ ହୋଇଥିବାବେଳେ...

ହେଲିକପ୍ଟର ଦୁର୍ଘଟଣାରେ ପ୍ରସିଦ୍ଧ ବାସ୍କେଟବଲ ଖେଳାଳି କୋବେ ବ୍ରାଏଣ୍ଟ ମୃତ

କାଲିଫର୍ଣ୍ଣିଆ,୨୭।୧: ଆମେରିକାର କାଲିଫର୍ଣ୍ଣିଆ ସହରରେ ଏକ ବଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ପ୍ରସିଦ୍ଧ ବାସ୍କେଟବଲ ଖେଳାଳି...

Leave a comment

Your email address will not be published. Required fields are marked *