Posted inଖେଳ

ରକ୍ଷଣଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ: ସବିତା

ବେଙ୍ଗାଲୁରୁ, ୮।୮- ଚଳିତମାସ ୧୭ରୁ ୨୧ ପର୍ଯ୍ୟନ୍ତ ଜାପାନର ଟୋକିଓଠାରେ ହେବାକୁଥିବା ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ହକି ଟୁର୍ନାମେଣ୍ଟ ପାଇଁ ଭାରତୀୟ ସିନିୟର ମହିଳା ଓ ପୁରୁଷ ଦଳର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ରକ୍ଷଣଭାଗ ଦୃଢ଼ ହେଲେ ଆଗାମୀ ଟୁର୍ନାମେଣ୍ଟରେ ବିଶ୍ୱର ୨ ନମ୍ବର ଦଳ ଅଷ୍ଟ୍ରେଲିଆ, ୧୧ ନମ୍ବର ଚାଇନା ଓ ୧୪ ନମ୍ବର ଜାପାନକୁ ଭାରତ କଡ଼ା ଟକ୍କର ଦେଇ ପାରିବ ବୋଲି ଅନୁଭବ କରୁଛନ୍ତି ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ଗୋଲକିପର ସବିତା। ”ଆମ ଦଳରେ ଏକାଧିକ ପ୍ରତିଭାଧର ଖେଳାଳି ରହିଛନ୍ତି। ସେମାନେ ଦୀର୍ଘଦିନ ଧରି ସାଥିହୋଇ ଖେଳିବାଦ୍ୱାରା ପଡ଼ିଆ ଭିତରେ ଓ ବାହାରେ ପରସ୍ପରକୁ ଭଲଭାବେ ବୁଝିଛନ୍ତି। ଏହା ମ୍ୟାଚ ସମୟରେ ଦଳଗତଭାବେ ଅନେକ କାମ ଦେଇଥାଏ। ଆମେ ପରସ୍ପରର ଶକ୍ତି ଓ ଦୁର୍ବଳତାକୁ ଅନୁଭବ କରିଛୁ। ତେଣୁ ଦଳଗତ ପ୍ରଦର୍ଶନ କ୍ଷେତ୍ରରେ ଆମେ କଠିନ ସମୟରେ ଏକ ହୋଇ ପରସ୍ପରକୁ ସାହାଯ୍ୟ କରିଥାଉ“ ବୋଲି ୨୯ ବର୍ଷୀୟା ସବିତା ପ୍ରକାଶ କରିଛନ୍ତି।
ଆମେ ଖେଳିବାକୁଥିବା ଦଳ ଗୁଡ଼ିକ ମଧ୍ୟରେ ଅଷ୍ଟ୍ରେଲିଆ ସବୁଠାରୁ ଶକ୍ତିଶାଳୀ। ଗତବର୍ଷ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅବସରରେ ଆମେ ଏହି ଦଳକୁ ଭେଟିଥିଲୁ। ସେତେବେଳେ ଆମେ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ହେଁ ଏକମାତ୍ର ଗୋଲରେ ହାରି ଯାଇଥିଲୁ। ତେବେ ଆମେ ଆମର ପ୍ରଦର୍ଶନକୁ ନେଇ ଗର୍ବିତ ଥିଲୁ। ଏବେ ଆମକୁ ଦୃଢ଼ ରକ୍ଷଣଭାଗ ସହ ଖେଳିବାକୁ ହେବ। ବିଶେଷ କରି ଅଷ୍ଟ୍ରେଲିଆକୁ ସହଜ ସୁଯୋଗ ନ ଦେବା ଆମର ମୁଖ୍ୟ ଲକ୍ଷ୍ୟ ରହିବ। ଟୋକିଓ ଟୁର୍ନାମେଣ୍ଟରେ ଯେଉଁ ଦଳର ରକ୍ଷଣଭାଗ ଯେତେ ଦୃଢ଼ ହେବ ସେହି ଦଳର ବିଜୟ ସମ୍ଭାବନା ସେତେ ଅଧିକ ରହିବ ବୋଲି ସବିତା ଅନୁଭବ କରୁଥିବା କହିଛନ୍ତି। ଭାରତୀୟ ଦଳ ଆଗାମୀ ରବିବାର ଟୋକିଓ ଯାତ୍ରା କରିବା କାର୍ଯ୍ୟକ୍ରମ ରହିଛି। ୧୭ ତାରିଖରେ ଜାପାନ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳି ଦଳ ଅଭିଯାନ ଆରମ୍ଭ କରିବ। ଇତିହାସ ଦେଖିଲେ ଏହି ମ୍ୟାଚରେ ଜାପାନର ପଲା ଭାରି ରହିଛି। ଉଭୟ ଦଳ ମଧ୍ୟରେ ୬୫ଟି ମ୍ୟାଚ ଖେଳାଯାଇଥିବାବେଳେ ଜାପାନ ୩୫ଟି ମ୍ୟାଚରେ ବିଜୟୀ ହୋଇଛି। ସେହି ତୁଳନାରେ ଦେଖିବାକୁ ଗଲେ ଭାରତ ମାତ୍ର ୧୫ ମ୍ୟାଚ ଜିତିବାକୁ ସକ୍ଷମ ହୋଇଛି। ଗତ ୧୦ଟି ମ୍ୟାଚକୁ ବିଚାରକୁ ନେଲେ ଜାପାନ ୪ ଓ ଭାରତ ୩ ମ୍ୟାଚ ଜିତିଥିବାବେଳେ ଅବଶିଷ୍ଟ ୩ ମ୍ୟାଚ ଡ୍ର ରହିଛି।
”ହିରୋସିମାରେ ଅନୁଷ୍ଠିତ ଏଫଆଇଏଚ୍‌ ମହିଳା ସିରିଜ ଫାଇନାଲ୍ସ ଜିତିବାଦ୍ୱାରା ଖେଳାଳିଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ବଡ଼ ଦଳକୁ ହରାଇବା ସହ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଆଶା ବଢ଼ିଛି। ଗତ କିଛିବର୍ଷ ଧରି ମହିଳା ଦଳ ଅନେକ ମ୍ୟାଚ ଖେଳିବା ସୁଯୋଗ ପାଇଥିଲା। ମାତ୍ର ଆଶାନୁରୂପ ସଫଳତା ମିଳି ନ ଥିଲା। ମାତ୍ର ଏବେ ଆଶାତୀତଭାବେ ଦଳୀୟ ପ୍ରଦର୍ଶନରେ ଉନ୍ନତି ଘଟିଛି। ଏବେ ଆମେ ଅଷ୍ଟ୍ରେଲିଆର ସମକକ୍ଷ ବୋଲି ଅନୁଭବ କରୁଛୁ। ଏଫଆଇଏଚ୍‌ ମହିଳା ସିରିଜ ଫାଇନାଲ୍ସ ଜିତିବାସହ ଆମେ ବଡ଼ ମ୍ୟାଚରେ ବିଜୟୀ ହେବାର ଦକ୍ଷତା ରଖିଛୁ ବୋଲି ପ୍ରମାଣିତ କରିଛୁ। ସେତେବେଳେ ଆମେ ଜାପାନକୁ ଏହାର ଘରୋଇ ପରିବେଶରେ ୩-୧ ଗୋଲରେ ପରାସ୍ତ କରିଥିଲୁ। ଏହା ଏକ ବଡ଼ ଉପଲବ୍ଧି“ ବୋଲି ସବିତା କହିଛନ୍ତି। ଭାରତ ପକ୍ଷରୁ ୧୯୩ ଅନ୍ତର୍ଜାତୀୟ ମ୍ୟାଚ ଖେଳି ସାରିଥିବା ଏହି ଗୋଲକିପର କହିଛନ୍ତି ଯେ, ଭାରତ ଏପରି ଏକ ଦଳରେ ପରିଣତ ହୋଇଛି ଯିଏକି ପରିସ୍ଥିତି ଅନୁସାରେ ଆକ୍ରମଣାତ୍ମକ କିମ୍ବା ରକ୍ଷଣାତ୍ମକ ଖେଳି ପାରିବ। ଜଣେ ଗୋଲକିପର ଭାବେ ମୁଁ ଆମ ରକ୍ଷଣଭାଗକୁ ଆବଶ୍ୟକ ପରାମର୍ଶ ଦେଇଥାଏ। ବିଶେଷ କରି ପ୍ରତିପକ୍ଷ ଦଳ ଯେପରି ପ୍ରଭାବ ବିସ୍ତାର କରି ନ ପାରିବ ତା’ ଉପରେ ମୁଁ ଧ୍ୟାନ ଦେଇଥାଏ। କଠିନ ପରିସ୍ଥିତିରେ ରକ୍ଷଣଭାଗ ଖେଳାଳିଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସବିତା ପ୍ରକାଶ କରିଛନ୍ତି।


All Right Reserved By Dharitri.Com

Posted inଖେଳ View All

ଆଇସିସି ନିକଟରେ ଫେରାଦ ହେଲା ପିସିବି

ମାଞ୍ଚେଷ୍ଟର,୧୬ା୬(ପିଟି): ଭାରତରେ ବିଶ୍ୱକପ୍‌ ପ୍ରସାରଣ କରୁଥିବା ଷ୍ଟାର ସ୍ପୋଟର୍‌ସ ଚ୍ୟାନେଲ ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ଏକ ସ୍ବତନ୍ତ୍ର ବିଜ୍ଞାପନ ପ୍ରସାରଣ କରୁଥିଲା। ଏହାକୁ ବିରୋଧ କରି...

ସ୍କୁଲ ପିଲାଙ୍କ ସହ କ୍ରିକେଟ ଖେଳିଲେ କୋହଲି

ଇନ୍ଦୋର,୧୨।୧୧: ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ଆସନ୍ତା ୧୪ ତାରିଖରେ ଆରମ୍ଭ ହେବ। ହୋଲକର ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଖେଳିବାକୁ...

ଆଇରନ ମ୍ୟାନ୍‌ ସୌଭାଗ୍ୟ

ଦିନେ ସେ ଏକ ସମୟରେ ୨୦ ମିନିଟ୍‌ ଯାଏ ଦୌଡି ପାରୁ ନ ଥିଲେ । ୨୦ ମିନିଟ୍‌ ଧରି ଦୌଡି ସାରିଲା ପରେ ହାଲିଆ...

କ୍ରିକେଟ୍‌ ଅଷ୍ଟ୍ରେଲିଆ କେନ୍ଦ୍ରୀୟ ଚୁକ୍ତିରେ ଲାବୁସେନ୍‌, ବନର୍‌ସ

ମେଲବୋର୍ନ,୩୦।୪(ପି.ଟି.): କ୍ରିକେଟ ଅଷ୍ଟ୍ରେଲିଆ ଗୁରବାର ତା’ର ୨୦ ଜଣିଆ ବାର୍ଷିକ ଖେଳାଳି ଚୁକ୍ତି ତାଲିକା ଘୋଷଣା କରିଛି। ବରିଷ୍ଠ ବ୍ୟାଟ୍ସମ୍ୟାନ ଉସ୍‌ମାନ ଖ୍ବାଜା ଓ ଶନ୍‌...

ବୃହତ୍‌ ବିଜୟ ସହ ଇଂଲଣ୍ଡର ଅଭିଯାନ

ଲଣ୍ଡନ, ୩୧।୫(ପି.ଟି.)- ଆୟୋଜକ ତଥା ଫେଭରାଇଟ ଇଂଲଣ୍ଡ ବୃହତ୍‌ ବିଜୟ ସହ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ରେ ଅଭିଯାନ ଆରମ୍ଭ କରିଛି। ଇଅନ ମୋର୍ଗାନଙ୍କ...

ଓଡ଼ିଶା ରାଜ୍ୟ ଫିଡେ ରେଟିଂ ଚେସ୍‌: ରାଜେଶ ଚାମ୍ପିୟନ

ବିଶାଖାପାଟଣା,୬।୧୦(ସ୍ପୋଟ୍ସ ବ୍ୟୁରୋ)- ବାଲେଶ୍ୱର ଜିଲା ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ବିନୟ ପରାଡାଇଜ୍‌ରେ ଚାଲିଥିବା ୬୦ତମ ଓଡ଼ିଶା ରାଜ୍ୟ ଫିଡେ ରେଟିଂ (ଓପନ୍‌) ଚେସ୍‌ ପ୍ରତିଯୋଗିତାରେ ପୁରୀର...

କ୍ରିକେଟରୁ ଅବସର ନେଲେ ଜାକଟି

ପଣଜୀ, ୨୮ା୧୨ (ପି.ଟି.)- ଗୋଆ ସ୍ପିନର ଶଦାବ ଜାକଟି ଶୁକ୍ରବାର କ୍ରିକେଟର ସମସ୍ତ ଫର୍ମାଟରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ଗତ ଏକ ବର୍ଷ ହେଲା...

ମେସି ଆଣିଲେ ଦୁର୍ନୀତି ଅଭିଯୋଗ

କୋପା ଆମେରିକାର ପ୍ଲେ ଅଫ୍‌ ମ୍ୟାଚ୍‌ର ୩୭ତମ ମିନିଟ୍‌ରେ ୫ ଥର ବାଲୋନ ଡି’ ଅର ପୁରସ୍କାରପ୍ରାପ୍ତ ଆର୍ଜେଣ୍ଟିନାର ଲିଓନେଲ ମେସି ଓ ଚିଲି ଅଧିନାୟକ...

Leave a comment

Your email address will not be published. Required fields are marked *