ବିଦ୍ୟୁତ୍‌ ଆଘାତରେ ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଧର୍ମଶାଳା,୮ା୮(ଡି.ଏନ୍‌.ଏ.): ଧର୍ମଶାଳା ଥାନା ଅନ୍ତର୍ଗତ ଦେଓଦା ଗ୍ରାମରେ ବୁଧବାର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ଜଣଙ୍କ ଦିଗାମ୍ବରପୁର ଗ୍ରାମର ଶରତ ଖଟୁଆ (୩୫)। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଦ୍ୟୁତ୍‌ ବିଭାଗର ଅବହେଳା ଦାୟୀ କରି କ୍ଷତିପୂରଣ ଦାବିରେ ମୃତକଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ କାଏମା-ନୀରହାଟ ରାସ୍ତାରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ। ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା ଓ ଥାନା ଅଧିକାରୀ ସରୋଜ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ଜିଲା ରେଡ୍‌କ୍ରସ ପାଣ୍ଠିରୁ ୧୦ ହଜାର ଏବଂ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ୧୫ହଜାର ଟଙ୍କା ଆର୍ଥତ୍କ ସହାୟତା ଘୋଷଣା ପରେ ରାସ୍ତା ଅବରୋଧ ହଟିଥିଲା। ଏ ନେଇ ପୋଲିସ ଏକ ମାମଲା (୩୧୯/୧୯) ରୁଜୁକରି ମୃତଦେହ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ପଠାଇ ଘଟଣାର ତଦନ୍ତ ଚଳାଇଛି। ପ୍ରକାଶ ଯେ, ଶରତ ଦେଓଦା ଗ୍ରାମରେ କାମ କରୁଥିବା ସମୟରେ ହଠାତ୍‌ ବିଦ୍ୟୁତ୍‌ ତାର ତାଙ୍କ ଉପରେ ଛିଡି ପଡିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।


All Right Reserved By Dharitri.Com

ବାହ୍ୟ ମଳମୁକ୍ତ ପଞ୍ଚାୟତ ସୁନ୍ଦରିଆ: ପାଇଖାନା ନିର୍ମାଣରେ ବ୍ୟାପକ ଦୁର୍ନୀତି

ଯାଜପୁର ଅଫିସ,୧୮।୮-ଯାଜପୁର ଜିଲାରେ ପାଇଖାନା ନିର୍ମାଣରେ ବ୍ୟାପକ ଅନିୟମିତତା ସଂକ୍ରାନ୍ତରେ ଓଡିଶା ଲୋକାୟୁକ୍ତ ଆଇନ ଧାରା ୨୦ରେ ପ୍ରଥମ କରି ଏକ ମାମଲା ଦାଏର ହୋଇଛି।...

ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନ ପକ୍ଷରୁ ଖବରଦାତା ସମ୍ମିଳନୀ:ପ୍ରଦୂଷଣ ମୁକ୍ତ ସମାଜ ଗଠନର ଆହ୍ବାନ

ଯାଜପୁର ରୋଡ,୧୧ା୯(ନି.ପ୍ର.)- ପ୍ରଦୂଷଣ ଆଇନକୁ କଡ଼ାକଡ଼ି ଭାବେ ପାଳନ ସହିତ ପ୍ରଦୂଷଣ ସୃଷ୍ଟିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରି କି ଏକ ପ୍ରଦୂଷଣ...

ନିଶାରେ ଛାତ୍ରୀଛାତ୍ରଙ୍କୁ ରାସ୍ତାରେ ଆଣ୍ଠେଇବା ଘଟଣା: ବହିଷ୍କାର ପରେ ଗିରଫ ହେଲେ ଅଭିଯୁକ୍ତ ଶିକ୍ଷକ

ଯାଜପୁର ଅଫିସ,୭।୧୨: ନିଶାସକ୍ତ ଅବସ୍ଥାରେ ଛାତ୍ରୀଛାତ୍ରଙ୍କୁ ରାସ୍ତା ମଝିରେ ଆଣ୍ଠେଇବା ଘଟଣାରେ ଗଣଶିକ୍ଷକ ମକରନ୍ଦ ମହାନ୍ତଙ୍କୁ ଗିରଫ ପରେ ଶନିବାର କୋର୍ଟ ଚାଲାଣ କରାଯାଇଥିବା ସୂଚନା...

ମହଙ୍ଗା ପଡ଼ିଲା ଯୁବକଙ୍କ ମୃତ୍ୟୁକୁ ନେଇ ରାସ୍ତା ଅବରୋଧ : ଜଣଙ୍କ ପରେ ଜଣଙ୍କୁ ଥାନାକୁ ନେଉଛି ପୋଲିସ

ସିଂହପୁର,୫।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକର ସିଂହପୁର ବଜାରଠାରେ ଗୁରୁବାର ସନ୍ଧ୍ୟାରେ ବସ୍‌ ଚକାତଳେ ଟିଣା ଗ୍ରାମର ଯୁବକ ଚନ୍ଦ୍ରମଣିଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ...

ଏଟିଏମକୁ୍‌ ଭାଙ୍ଗି ଟଙ୍କା ଲୁଟ୍‌ ଉଦ୍ୟମ ବିଫଳ

କଳିଙ୍ଗନଗର,୧୪|୮(ଡି.ଏନ୍‌.ଏ.)- ଦାନଗଦୀସ୍ଥିତ ୟୁକୋ ବ୍ୟାଙ୍କ ଏଟିଏମ୍‌କୁ ସୋମବାର ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ ଭାଙ୍ଗି ଟଙ୍କା ଲୁଟ୍‌ ଉଦ୍ୟମ କରି ବିଫଳ ହୋଇଥିବା ଜଣାପଡିଛି। ଏ ନେଇ...

ରେଳପଥ ପାଇଁ ପ୍ରଭାବିତ ହେଉଛି ଚାଷଜମି: ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ କ୍ଷତିଗ୍ରସ୍ତ ଚାଷୀ

ଡୁବୁରୀ/ସୁକିନ୍ଦା,୧୯ା୧୦(ଡି.ଏନ୍‌.ଏ.): ସୁକିନ୍ଦା-ଅନୁଗୋଳ-ଡୁବୁରୀ ରେଳ ପ୍ରକଳ୍ପ ନିର୍ମାଣ ଯୋଗୁ ଦାନଗନୀ ବ୍ଲକ ଅନ୍ତର୍ଗତ ବାଘୁଆପାଳ ଓ ବାଲିଆପାଳ ମୌଜାର ଶହଶହ ହେକ୍ଟର ଚାଷ ଜମି ମରୁଡି କବଳିତ...

ନୂତନ ଟ୍ରାଫିକ ନିୟମରେ ଜରିମାନା ଆଦାୟ

ଧର୍ମଶାଳା,୪-୯(ଡି.ଏନ୍‌.ଏ.)- ଧର୍ମଶାଳା ଓ ଜେନାପୁର ଥାନା ପୋଲିସ ପକ୍ଷରୁ ଟ୍ରାଫିକ ନିୟମ ଭଙ୍ଗ କରୁଥିବା ବାଇକ୍‌ ଚାଳକଙ୍କଠାରୁ ନୂତନ ଟ୍ରାଫିକ୍‌ ନିୟମ ଅନୁସାରେ ମଙ୍ଗଳବାର ଜରିମାନା...

କଂସ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ:ଉପଜିଲାପାଳଙ୍କୁ ଭେଟିଲେ ଓ୍ବାର୍ଡ ସଭ୍ୟାସଭ୍ୟ

କାଳିଆପାଣି,୨୦-୯(ଡି.ଏନ୍‌.ଏ.)- ସୁକିନ୍ଦା ବ୍ଲକ ଅନ୍ତର୍ଗତ କଂସ ପଞ୍ଚାୟତର ସରପଞ୍ଚ ରବୀନ୍ଦ୍ର କୁମାର ସାହୁଙ୍କ ବିରୋଧରେ ନାଏବ ସରପଞ୍ଚଙ୍କ ସମେତ ୮ ଜଣ ୱାର୍ଡ ସଭ୍ୟାସଭ୍ୟ ଅନାସ୍ଥା...

Leave a comment

Your email address will not be published. Required fields are marked *