ଚଣ୍ଡିମନ୍ଦିର ପରିଚାଳନା ବିଭ୍ରାଟ ନେଇ ବଢୁଛି ଅସନ୍ତୋଷ: କାର୍ଯ୍ୟକାରୀ ହେଉନି ଦେବୋତ୍ତର କମିଶନରଙ୍କ ଆଦେଶ

ଚଣ୍ଡିଖୋଲ,୮ା୮(ଡି.ଏନ.ଏ): ଚଣ୍ଡିଖୋଲର ଚଣ୍ଡିମାତା ମନ୍ଦିର ପରିଚାଳନା କ୍ଷେତ୍ରରେ ଦୀର୍ଘଦିନ ହେବ ବିଭ୍ରାଟ ହେବା ପରେ ଏହାକୁ ନେଇ ଦେବୋତ୍ତର କମିଶନରେ ମାମଲା ରୁଜୁ ହୋଇଥିଲା। କମିଶନର ଏଠାରେ ଗଠିତ ଟ୍ରଷ୍ଟ ବୋର୍ଡକୁ ରଦ୍ଦ କରି ସ୍ଥାୟୀ ପରିଚାଳନା କମିଟି ଗଠନ ପାଇଁ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ମେ ୨୫ ତାରିଖ କମିଶନର ଦେଇଥିବା ଆଦେଶରେ ନୂଆ ସ୍ଥାୟୀ ଟ୍ରଷ୍ଟ ବୋର୍ଡ ଗଠନ ପର୍ଯ୍ୟନ୍ତ ୩ଜଣିଆ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଏକ ଅସ୍ଥାୟୀ ପରିଚାଳନା କମିଟି ମନ୍ଦିର ପରିଚାଳନା କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ହେଲେ ୨ମାସ ବିତିଯାଇଥିଲେ ବି କମିଶନରଙ୍କ ନିର୍ଦ୍ଦେଶ ଅଦ୍ୟାବଧି କାର୍ଯ୍ୟକାରୀ ହୋଇନାହିଁ। କମିଶନର ଦେଇଥିବା ରାୟରେ କଟକସ୍ଥିତ ଡିଭିଜୋନାଲ ଏଣ୍ଡୋମେଣ୍ଟ ଇନ୍ସପେକ୍ଟର, ଦର୍ପଣ ଅତିରିକ୍ତ ତହସିଲଦାର ଓ ବଡ଼ଚଣା ଥାନାଧିକାରୀ ଅସ୍ଥାୟୀ ଭାବେ ମନ୍ଦିରର ପରିଚାଳନା କରିବେ ବୋଲି ଉଲ୍ଲେଖ କରିଛନ୍ତି। ସୂଚନା ଥାଉକି, ଅସ୍ଥାୟୀ ପରିଚାଳନା କମିଟିରେ ଥିବା ୩ଜଣ ସରକାରୀ ଅଧିକାରୀ କମିଶନରଙ୍କ ଆଦେଶ ପାଇ ସାରିଥିଲେ ମଧ୍ୟ ଚଣ୍ଡିମାତା ମନ୍ଦିରକୁ ଆସି ବିଧିବଦ୍ଧ ଭାବେ ପରିଚାଳନା ଦାୟିତ୍ୱ ନେଇନାହାନ୍ତି। ଅପରପକ୍ଷେ ପୂର୍ବ ବିବାଦୀୟ ପରିଚାଳନା କମିଟିର ଟ୍ରଷ୍ଟି ମଧ୍ୟ ଦାୟିତ୍ୱ ହସ୍ତାନ୍ତର କରୁ ନ ଥିବା ଦେଖାଯାଇଛି। ଗତ ୪ବର୍ଷ ହେବ ମନ୍ଦିର ପରିଚାଳନାରେ ଘୋର ବିଭ୍ରାଟ ଲାଗି ରହିଥିବାରୁ ମନ୍ଦିର ପରିବେଶ ଓ ଆଧ୍ୟାତ୍ମିକ ଭାବାବେଗ ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପରିଚାଳନାଗତ ତ୍ରୁଟି ଯୋଗୁ ଆଶ୍ରମରେ ଥିବା ଗୋରୁ ରୋଗାଗ୍ରସ୍ତ ହୋଇ ମୃତ୍ୟୁବରଣ କରିବା ସହ ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଏ ସମସ୍ତ କଥା ଜାଣୁଥିଲେ ମଧ୍ୟ ଦେବୋତ୍ତର ବିଭାଗ ଓ ଜିଲା ପ୍ରଶାସନ ଏହି ପୀଠକୁ ସୁପରିଚାଳନା କରିବା ପାଇଁ ମନୋନିବେଶ ନ କରିବା ହଜାର ହଜାର ଆଶ୍ରମ ପ୍ରେମୀ ଓ ପର୍ଯ୍ୟଟକଙ୍କୁ ବ୍ୟଥିତ କରିଛି। ଗତ ୨ମାସ ତଳୁ ଦେବୋତ୍ତର କମିଶନରଙ୍କ ସ୍ଥାୟୀ ପରିଚାଳନା କମିଟି ଗଠନ ପାଇଁ ନିର୍ଦ୍ଦେଶ ଆସିଥିଲେ ମଧ୍ୟ ଇତିମଧ୍ୟରେ ନିଯୁକ୍ତ ଅସ୍ଥାୟୀ କମିଟିର ଗୋଟିଏ ବି ବୈଠକ ବସି ନ ଥିବା ଜଣାପଡ଼ିଛି। ଯଥାଶୀଘ୍ର କମିଶନରଙ୍କ ଆଦେଶ ଅନୁଯାୟୀ ମନ୍ଦିରର ପରିଚାଳନା ପାଇଁ ସ୍ଥାୟୀ ପରିଚାଳନା କମିଟି ଗଠନର ପ୍ରକ୍ରିୟା ଆରମ୍ଭ କରିବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ କମିଟିରେ ଥିବା ବଡ଼ଚଣା ଥାନାଧିକାରୀ ଦୀପକ କୁମାର ଜେନାଙ୍କୁ ପଚାରିବାରୁ, କମିଶନରଙ୍କ ଆଦେଶ ମିଳିଛି। ଦେବୋତ୍ତର ବିଭାଗ ମନ୍ଦିର ପରିଚାଳନା ନେଇ ଯାହା ନିଷ୍ପତ୍ତି ନେବେ ସେଥିରେ ସହଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି।


All Right Reserved By Dharitri.Com

ବିଗିଡ଼ିଛି ସ୍ବାସ୍ଥ୍ୟସେବା, ଆଇନଶୃଙ୍ଖଳା

ଅନୁଗୋଳ ଅଫିସ/କଣିହଁା, ୨୩।୭ ଅନୁଗୋଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ସହ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିଯାଇଛି। ପ୍ରତିଦିନ ଗରିବ ଲୋକଙ୍କ ଜୀବନ ସହ ଖେଳ ଚାଲିଛି। ଜିଲା ମୁଖ୍ୟ...

ପହଣ୍ଡି ବେଳେ ସେବକଙ୍କ ମଧ୍ୟରେ ଗଣ୍ଡଗୋଳ

ପୁରୀ ଅଫିସ, ୧୬।୭: ସିଂହଦ୍ୱାର ସମ୍ମୁଖରେ ସୋମବାର ନୀଳାଦ୍ରିବିଜେ ପହଣ୍ଡି ଚାଲିଥିଲା। ଠାକୁରମାନେ ଗୋଟି ପହଣ୍ଡିରେ ଜଣଙ୍କ ପରେ ଜଣେ ରତ୍ନସିଂହାସନକୁ ବିଜେ କରୁଥିଲେ। ହଜାର ହଜାର...

ପୁଣି ତେଜିଲା ଆନ୍ଦୋଳନ, ଜିଲାପାଳ ଅଫିସ ଆଗରେ ଧାରଣା ଦେଲେ ଚାଷୀ

ବରଗଡ ଅଫିସ୍‌, ୫।୧୨:ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ଦେଖାଯାଇଥିବା ଅଚଳାବସ୍ଥା ନେଇ ପୁଣି ଚାଷୀ ଆନ୍ଦୋଳନ ତେଜି ଉଠିଛି। ଜିଲାର ଭେଡେନ ବ୍ଲକ ଅନ୍ତର୍ଗତ ରେଶମ...

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ‘ଆୟୁଷ୍ମାନ୍‌ ଭାରତ’ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଆଲୋଚନା

ଭୁବନେଶ୍ୱର, ୪।୬(ବ୍ୟୁରୋ): ରାଜ୍ୟରେ କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ୍‌ ଭାରତ’ ଯୋଜନା କାର୍ଯ୍ୟକାରୀ କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏ ନେଇ ମଙ୍ଗଳବାର ସଚିବାଳୟରେ ଏକ...

ଭାରରେ ବୁହାହେଲେ ଡଙ୍ଗରିଆ ମହିଳା

ମୁନିଗୁଡା, ୩୦।୮(ଡି.ଏନ୍‌.ଏ.): ରାୟଗଡା ଜିଲା ମୁନିଗୁଡାରେ ଶୁକ୍ରବାର ପୁଣି ଭାରରେ ବୁହାହେଲେ ଡଙ୍ଗରିଆ ମହିଳା। ଆମ୍ବୁଲାନ୍ସ ନ ପାଇବାରୁ ବାଧ୍ୟହୋଇ ଡେଙ୍ଗୁଣି ଗ୍ରାମରୁ ମୁନିଗୁଡା ଗୋଷ୍ଠୀ...

ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ଲାଗୁ ପ୍ରସଙ୍ଗ: ପୁଣି କୋହଳ, ବଦଳିଲାନି ବ୍ୟବସ୍ଥା

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ୩ ମାସର ଡେଡ୍‌ଲାଇନ୍‌ ସରିବା ପୂର୍ବରୁ ସ୍ଥିତିକୁ ଦେଖି ରାଜ୍ୟ ସରକାର ନୂଆ ମୋଟର ଯାନ ଆଇନକୁ କଡାକଡି ଲାଗୁ କରିବାକୁ ଆଉ ୩...

ଗେଷ୍ଟ ହାଉସରେ ସେକ୍ସ ର଼୍ୟାକେଟ, ୨ ଗିରଫ

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ରାଜଧାନୀର ବ୍ୟସ୍ତବହୁଳ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ ନିକଟ ଏକ ଗେଷ୍ଟ ହାଉସରେ ସେକ୍ସ କାରବାର ଚାଲିଥିଲା। ଏ ସମ୍ପର୍କରେ ସୂଚନା ମିଳିବା ପରେ ମଙ୍ଗଳବାର ଖଣ୍ଡଗିରି...

୫ ଜିଲାରେ ଅତିପ୍ରବଳ ବର୍ଷା

ଭୁବନେଶ୍ୱର,୨୪।୧୦(ବ୍ୟୁରୋ):ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୪...

Leave a comment

Your email address will not be published. Required fields are marked *