ସମ୍ଭାବ୍ୟ ବନ୍ୟା ଆଶଙ୍କା : ମୁକାବିଲା ପାଇଁ ପ୍ରଶାସନ,ଜଳସମ୍ପଦ ବିଭାଗ ପ୍ରସ୍ତୁତ

ଭଞ୍ଜନଗର,୮।୮(ଡି.ଏନ.ଏ.)-ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରଭାବ ମଧ୍ୟ ଭଞ୍ଜନଗର ଉପଖଣ୍ଡରେ ପଡିବା ସମ୍ଭାବନା ରହିଛି। ତେଣୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ଓ ଜଳସମ୍ପଦ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି। ମଙ୍ଗଳବାର ଭଞ୍ଜନଗରରେ ବର୍ଷା ଲାଗି ରହିଛି। ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ବୁଧବାର ସନ୍ଧ୍ୟା ସୁଦ୍ଧା ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିନାହିଁ। ଜଳଭଣ୍ଡାର ଗୁଡିକରେ ବହୁତ କମ୍‌ ପାଣି ଥିବାରୁ ପାଣି ମଧ୍ୟ ଛଡାଯାଉନାହିଁ। ବର୍ଷା ଜଳ ହିଁ ବର୍ତ୍ତମାନ ଉପରମୁଣ୍ଡରୁ ଆସୁଛି। ଭଞ୍ଜନଗର ଜଳଭଣ୍ଡାରରେ ୫୭୦୦ ହେକ୍ଟୋମିଟର ଜଳଧାରଣ କ୍ଷମତା ଥିବାବେଳେ ବୁଧବାର ଅପରାହ୍ନ ୨ଟା ସୁଧା ୩୫୦୦ ହେକ୍ଟୋମିଟର ପାଣି ଅଛି। ମଙ୍ଗଳବାର ସନ୍ଧ୍ୟା ୬ଟାରୁ ବୁଧବାର ସକାଳ ୬ଟା ମଧ୍ୟରେ ଭଞ୍ଜନଗରରେ ୧୧୦ ମିଲିମିଟର ବର୍ଷା ହୋଇଛି। ସେହିଭଳି ଡହରେ ୯୦ ମିଲିମିଟର, ସୋରିଷମୂଳି ୭୧, ମାଧବରିଡା ୧୨୩, ଖଣ୍ଡରାବଳି ୧୩୦ରେ ମିଲିମିଟର ବର୍ଷା ହୋଇଛି। ସାମ୍ଭାବ୍ୟ ବନ୍ୟା ଆଶଙ୍କାକୁ ଦେଖି ଜଳସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ବାଲିବସ୍ତା ମହଜୁଦ୍‌ ରଖାଯାଇଛି। ପ୍ରଶାସନ ପକ୍ଷରୁ ରାଜସ୍ବ ବିଭାଗ କର୍ମଚାରୀମାନେ ଗ୍ରାମାଞ୍ଚଳ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ବନ୍ୟା ହେଲେ ଲୋକଙ୍କୁ କିଭଳି ସୁରକ୍ଷିତ ସ୍ଥାନକୁ ଆଣି ଖାଦ୍ୟ ଯୋଗାଇ ଦିଆଯିବ ସେନେଇ ଯୋଜନା କରାଯାଇଛି। ଏଥିସହ ବିଦ୍ୟାଳୟ ଗୁଡିକୁ ଆଜି ଜିଲା ପ୍ରଶାସନ ପକ୍ଷରୁ ଛୁଟି କରିଦିଆଯାଇଛି। ଭଞ୍ଜନଗରର ଅଧିକାଂଶ ଘରୋଇ ଶିକ୍ଷାନୁଷ୍ଠାନ ଖୋଲା ରହିଥିଲା। ଫନୀରେ ବେଲଗୁଣ୍ଠା ବ୍ଲକ ଧୁମୁଛାଇ ପଞ୍ଚାୟତର କିଛି ରାସ୍ତା କ୍ଷତିଗ୍ରସ୍ତ ହୋଇଥିଲା। ସେଥିମଧ୍ୟରୁ ପାଟୁଳିସାହି ଗ୍ରାମ ନିକଟ ଏକ ମାଟି ରାସ୍ତା ମରାମତି ହୋଇପାରିନାହିଁ। ପୁଣି ବନ୍ୟା ଆଶଙ୍କା ଦେଖାଦେବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏନେଇ ଜଳସମ୍ପଦ ବିଭାଗ ନିର୍ବାହୀଯନ୍ତ୍ରୀ ନୀହାର ରଞ୍ଜନ ସାମନ୍ତରାୟଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ, ବର୍ତ୍ତମାନ ବନ୍ୟା ପରିସ୍ଥିତି ଉପୁଜିନାହିଁ। ଜଳଭଣ୍ଡାର ଗୁଡିକରେ ପାଣି କମ୍‌ ଅଛି। ତଥାପି ସାମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି।


All Right Reserved By Dharitri.Com

ହୁମ୍ମର ଗାଁ ରାସ୍ତା ନିର୍ମାଣ ନିମ୍ନମାନର: ପୁନଃ ନିର୍ମାଣ ନିର୍ଦ୍ଦେଶ ଦେଲେ ବିଡିଓ

ଛତ୍ରପୁର,୨୫ା୭(ଡି.ଏନ.ଏ)-ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ଛତ୍ରପୁର ବ୍ଲକ ପୋଡାପଦର ପଞ୍ଚାୟତ ହୁମ୍ମର ଗାଁରେ ଅତି ନିମ୍ନମାନର କଂକ୍ରିଟ୍‌ ରାସ୍ତା ନିର୍ମାଣ ହେଉଥିବା ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ...

ତପ୍ତପାଣି ଘାଟିରେ ଓଲଟିଲା ବାଲିବୋଝେଇ ଟ୍ରାକ୍ଟର: ଲିଫ୍ଟ ମାଗି ବସିଥିବା ଯୁବକ ମୃତ

ଦିଗପହଣ୍ଡି,୨୪ା୭(ଡି.ଏନ.ଏ.)-ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ବାଲି ବୋଝେଇ ଟ୍ରାକ୍ଟର ଓଲଟି ଲିଫ୍ଟ ମାଗି ବସିଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଟି. ଗୋବିନ୍ଦପୁର...

ବାଲି ଚୋରାଚାଲାଣ : ୭ ଟ୍ରାକ୍ଟର ଜବତ

ବାଲିଗୁଡ଼ା,୨ା୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଟାଉନ ତଥା ଏହାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ବାଲି ଓ ପଥର ଚୋରାଚାଲାଣ ବୃଦ୍ଧି ପାଉଛି। ଏହାକୁ ରୋକିବା...

ବହୁ ଆଗରେ ସୂର୍ଯ୍ୟ ପାତ୍ର

ବ୍ରହ୍ମପୁର ଅଫିସ,୨୩।୫- ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବହୁ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ସୂର୍ଯ୍ୟନାରାୟଣ ପାତ୍ର। ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ତାଙ୍କୁ ମିଳିଛି...

ତପ୍ତପାଣି ଘାଟିରେ ଓଲଟିଲା ମିନିବସ୍‌: ଜଣେ ମୃତ, ୨୫ ଆହତ

ଦିଗପହଣ୍ଡି,୨୧ା୫(ଡି.ଏନ.ଏ.)-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ତପ୍ତପାଣି ଘାଟିରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୫ଟାରେ ଏକ ମିନିବସ ଓଲଟି ପଡ଼ିବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ରୁ...

କବାଟ ଭାଙ୍ଗି ସୁନା ଅଳଙ୍କାର, ମୋବାଇଲ ଲୁଟ୍‌:  ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମ୍‌ର ତଦନ୍ତ

ଦିଗପହଣ୍ଡି,୩୧ା୧୦(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ବମକେଇ ଗଁା ପତିତପାବନ ସାହିର ବିଜୟ କୁମାର ପ୍ରଧାନଙ୍କ ଘରୁ ଦୁର୍ବୃତ୍ତମାନେ ମଙ୍ଗଳବାର ରାତିରେ ପ୍ରାୟ ୪ ଭରି ଓଜନର ସୁନାଗହଣା, ୪୦...

ପୁଅଙ୍କ ଏମ୍‌ବିବିଏସ୍‌ ଫଳକ ଲଗାଇ ବାପା କରୁଛନ୍ତି ଚିକିତ୍ସା, ନକଲି ଔଷଧ ପ୍ରସ୍ତୁତ କରି ଚାଲିଛି ରୋଗୀଙ୍କୁ ଶୋଷଣ

ଗୋପାଳପୁର,୯।୧-ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଭିତ୍ତିଭୂମିର ବିକାଶ କରୁଛନ୍ତି। ରୋଗୀଙ୍କୁ...

କୃଷିଋଣ ଛାଡ଼ କରିବାକୁ ବିକ୍ଷୋଭ ସମାବେଶ

ବ୍ରହ୍ମପୁର ଅଫିସ,୪ା୮-ସିପିଏମ୍‌ର ଛାମୁଆ ସଂଗଠନ କୃଷକ ସଭା ପକ୍ଷରୁ ଶନିବାର ବ୍ରହ୍ମପୁର ଉପଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ସମାବେଶ ହୋଇଥିଲା। ସ୍ବାମୀନାଥନ କମିଶନଙ୍କ ସୁପାରିସ ଅନୁସାରେ...

Leave a comment

Your email address will not be published. Required fields are marked *