ଜାତୀୟ ରାଜପଥ ପୋଲ ପଥଚାରୀଙ୍କ ପାଇଁ ପାଲଟିଛି ମରଣଯନ୍ତା

ଚଣ୍ଡିଖୋଲ,୮ା୮(ଡି.ଏନ.ଏ): ଜାତୀୟ ରାଜପଥରେ କେନ୍ଦ୍ର ସରକାର ଟୋଲ ଗେଟ ସ୍ଥାପନ କରି ରାଜପଥ ପାଇଁ ଟୋଲ ଟିକସ ଆଦାୟ କରୁଥିଲାବେଳେ ଏହାର ମରାମତି ପାଇଁ ଆଦୌ ଧ୍ୟାନ ଦେଉ ନ ଥିବା ଅଭିଯୋଗ ହୋଇଛି। ଯେଉଁଥି ପାଇଁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଛି। ବିପଦସଙ୍କୁଳ ଅବସ୍ଥାରେ ଥିବା ୫ନଂ (କ) ଜାତୀୟ ରାଜପଥ ଉପରେ ଥିବା ପୋଲଗୁଡ଼ିକ ପଥଚାରୀଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥର ବିରୂପା ନଦୀର ନାନପୁରଠାରେ ହୋଇଥିବା ସେତୁ ଓ ବଡ଼ ଗେଙ୍ଗୁଟି ନଦୀ ଉପରେ ବେଣାପୁରଠାରେ ହୋଇଥିବା ସେତୁର ପାଦଚଲା ସ୍ଲାବଗୁଡ଼ିକ ଗଳି ପଡ଼ିଥବାରୁ ଯାତାୟାତରେ ଅସୁବିଧା ସୃଷ୍ଟି କରୁଛି। ପୂର୍ବରୁ ନାନପୁରଠାରେ ଥିବା ଏହି ପୋଲ ମଧ୍ୟରେ ଖସିପଡ଼ି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ହୋଇଥିଲେ। ଗତ କିଛିଦିନ ଧରି ଲୁହା ପଥର ବୋଝେଇ ଟ୍ରକଗୁଡ଼ିକ ଅଟକି ରହିବା ଯୋଗୁ ସମସ୍ୟା ଜଟିଳ ହୋଇଛି। କେନ୍ଦୁଝର ଅଞ୍ଚଳରୁ ପାରାଦୀପ ଅଭିମୁଖେ ଲୁହାପଥର ବୋଝେଇ କରି ଟ୍ରକଗୁଡ଼ିକ ଯାଉଥିଲାବେଳେ ପାରାଦୀପଠାରେ ଟ୍ରକରୁ ମାଲ୍‌ ଖଲାସ ହୋଇପାରୁ ନ ଥିବାରୁ ସମ୍ପୃକ୍ତ ଟ୍ରକଗୁଡ଼ିକ ପାରାଦୀପରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ଳମ୍ବା ଧାଡ଼ି କରି ଠିଆ ହେଉଛନ୍ତି। ଯେଉଥି ପାଇଁ ଚାରି ଲାଇନ ବିଶିଷ୍ଟ ଏହି ୫ନଂ(କ) ଜାତୀୟ ରାଜପଥର ବାମପାର୍ଶ୍ୱ ୨ ଲେନ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ଏହି ଦୁଇ ଲେନ ରାସ୍ତା ମଧ୍ୟରେ ବିପଦପୂର୍ଣ୍ଣ ଅବସ୍ଥାରେ ଉକ୍ତ ଦୁଇଟି ସେତୁ ରହିଛି। ପଥଚାରୀମାନେ ସେତୁର ପାଦଚଲା (ଫୁଟପାଥ) ରାସ୍ତାରେ ଯାତାୟାତ କରୁଛନ୍ତି। ତେବେ ପାଦଚଲା ରାସ୍ତାରୁ ସ୍ଲାବଗୁଡ଼ିକ ଖସି ପଡ଼ିଥିଲାବେଳେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏଥିପ୍ରତି ଆଦୌ ଦୃଷ୍ଟି ଦେଇନାହାନ୍ତି। ଆଗାମୀ ଦିନରେ କୌଣସି ଅଘଟଣ ଘଟିଯାଇପାରେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିବା ସହିତ ଏହାର ମରାମତି ପାଇଁ ଦାବି କରିଛନ୍ତି। ତେବେ ସମ୍ପୃକ୍ତ ଜାତୀୟ ରାଜପଥର ମରାମତି ଦାୟିତ୍ୱ ଏକ ଠିକା କମ୍ପାନୀ ନେଇଥିଲାବେଳେ ସେମାନେ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ସରକାରୀ ନିୟମ ଅନୁଯାୟୀ ଜାତୀୟ ରାଜପଥର କୌଣସିଠାରେ ଖାଲଖମା ସୃଷ୍ଟି ହେଲେ କିମ୍ବା ପୋଲ ଭାଙ୍ଗିଗଲେ ଏହା ତୁରନ୍ତ ମରାମତି ହେବାର ନିୟମ ରହିଛି। କିନ୍ତୁ ଦୀର୍ଘଦିନ ହେବ ପାଦଚଲା ରାସ୍ତାର ସ୍ଲାବଗୁଡ଼ିକ ଗଳି ପଡ଼ିଥିଲାବେଳେ ଏହା ଅଦ୍ୟାବଧି ମରାମତି ହୋଇପାରୁନି। ଏ ସମ୍ପର୍କରେ ଜାତୀୟ ରାଜପଥ ପ୍ରାଧିକରଣ ମୁଖ୍ୟ ଯନ୍ତ୍ରୀ ପୂଜା ମିଶ୍ରଙ୍କୁ ପଚାରିବାରେ, ଏହା ତୁରନ୍ତ ମରାମତି କରାଯିବ ବୋଲି ସୂଚନା ଦେଇଛନ୍ତି।


All Right Reserved By

୧୬୦୦ କୀର୍ତ୍ତିରାଜି ଫଟୋରେ ନିର୍ମିତ ବିଶ୍ୱକର୍ମା

ପୁରୁଣା ଭୁବନେଶ୍ୱର,୧୭-୯(ଡି.ଏନ.ଏ);ମଙ୍ଗଳବାର ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା। ଏଥିପାଇଁ ପ୍ରସ୍ତୁତି ସରିଥିବାବେଳେ ସହରଠୁ ଗାଁ ସବୁଠି ଉତ୍ସାହ ଆଉ ଉତ୍କଣ୍ଠା। ବିଶେଷକରି ବିଭିନ୍ନ ସହର ଓ ବଜାରରେ...

ବଦଳିଲେ ପୁରୀ ସିଡିଏମ୍‌ଓ, ବାତ୍ୟା ସମୟରେ କାର୍ଯ୍ୟରେ ଅବହେଳା ଲାଗି ୪ ଡାକ୍ତର ନିଲମ୍ବିତ

ଭୁବନେଶ୍ୱର,୧୮।୫(ବ୍ୟୁରୋ): ଶନିବାର ବଦଳିଛନ୍ତି ପୁରୀ ସିଡିଏମ୍‌ଓ। ତାଙ୍କ ସ୍ଥାନରେ ଡା. ଅମରେନ୍ଦ୍ର ନାଥ ମହାନ୍ତିଙ୍କୁ ନିଯୁକ୍ତି ମିଳିଛି। ଏହାଛଡ଼ା ବାତ୍ୟା ‘ଫନୀ’ ସମୟରେ କାର୍ଯ୍ୟରେ ଅବହେଳାକୁ...

ସବୁଜ ପତ୍ରିକାଧାରୀଙ୍କ ସଂଖ୍ୟା ଗଣତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୦ା୮(ବ୍ୟୁରୋ): ରାଜ୍ୟରେ କେତେ ସବୁଜ ପତ୍ରିକାଧାରୀ ରହିଛନ୍ତି ସେମାନଙ୍କ ସଂଖ୍ୟା ଗଣତି ଆରମ୍ଭ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଏ...

ରାଜ୍ୟରେ ଲାଗୁହେବ ‘ଏକ ଦେଶ, ଏକ ରାଶନ କାର୍ଡ’

ଭୁବନେଶ୍ୱର,୧।୭(ବ୍ୟୁରୋ): ଦେଶର ଯେକୌଣସି ସ୍ଥାନରେ ଖାଉଟିମାନେ ଶସ୍ତାରେ ରାଶନ ପାଇ ପାରିବା ପାଇଁ କେନ୍ଦ୍ର ସରକାର ଲାଗୁ କରିଛନ୍ତି ‘ଏକ ଦେଶ, ଏକ ରାଶନ କାର୍ଡ’...

ପ୍ରଧାନ ଶିକ୍ଷକ ନିୟମିତ ସ୍କୁଲ ନ ଆସିବା ଘଟଣା: ଦରମା ବନ୍ଦ ସହ କାରଣ ଦର୍ଶାଅ ନୋଟିସ ମାଗିଲେ ବିଇଓ; ଧରିତ୍ରୀ ପ୍ରଭାବ

ଭବାନୀପାଟଣା,୨୮।୮(ସ୍ବ.ପ୍ର.)-କଳାହାଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକ ସିନ୍ଦିପଦର ପଞ୍ଚାୟତ ବାର୍ଷିକୋଣା ନୂତନ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ରୋହିତ ମାଝି ନିୟମିତ ସ୍କୁଲ ଆସୁ ନ...

ସମାଜ ଲାଗି ଉଦାହରନ୍‌ ପାଲଟିଛନ୍‌ ଅଜିତ

ଭବାନୀପାଟଣା,୧୫।୧୦(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଶିବ ମନ୍ଦିର ପଡ଼ାର ଅଜିତ କଟ୍ଟା। ସେ ନିହାତି ଗରିବ୍‌, ପେସାରେ ଝନେ ସାଇକେଲ ମେକାନିକ୍‌। ହେଲେ ହୁରୁଦ୍‌...

ହାଇକୋର୍ଟର ନୂଆ ବିଚାରପତି ନାମ ସୁପାରିସକୁ ବିରୋଧ: ୧୬ ପର୍ଯ୍ୟନ୍ତ କୋର୍ଟ ବର୍ଜନ ନିଷ୍ପତ୍ତି

କଟକ ଅଫିସ, ,୧୫।୧୦: ସୁପ୍ରିମକୋର୍ଟଙ୍କ କଲେଜିୟମ ଗତ ୩ ତାରିଖରେ ଓଡ଼ିଶା ହାଇକୋର୍ଟରେ ୨ଜଣ ବିଚାରପତିଙ୍କୁ ନିଯୁକ୍ତି ଦେବା ପାଇଁ ନାମ ସୁପାରିସ କରିଛନ୍ତି। ତେବେ...

କଳ୍ପନାରୁ ବଡ଼ଗଡ଼ ରାସ୍ତା ହେବ ୪ ଲେନ୍‌

ଭୁବନେଶ୍ୱର/କଟକ ରୋଡ, ୨୨ା୮(ବ୍ୟୁରୋ/ଡି.ଏନ.ଏ.): କଳ୍ପନା ସିନେମା ହାଲ ଛକରୁ ବଡ଼ଗଡ଼ କେନାଲରୋଡକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାପାର୍ଶ୍ୱରୁ ବୁଧବାର ଜବରଦଖଲ ହଟିଛି। ରାସ୍ତାପାର୍ଶ୍ୱରେ ଥିବା ଜରି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *