Posted inଖେଳ

ବିଶ୍ୱଚାମ୍ପିୟନଶିପ୍‌ ଟିମ୍‌ରେ ମେରୀକମ୍‌, ଲଭ୍‌ଲିନା

ନୂଆଦିଲ୍ଲୀ, ୮।୮ (ପି.ଟି.)- ଛ’ଥର ବିଶ୍ୱବିଜୟିନୀ ଏମ୍‌.ସି. ମେରୀକମ୍‌ ଓ ଲଭ୍‌ଲିନା ବୋରଗୋହିନ ଆଗାମୀ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ ପାଇଁ ଭାରତୀୟ ଦଳରେ ମନୋନୀତ ହୋଇଛନ୍ତି। ନିକଟର ପ୍ରଦର୍ଶନକୁ ଭିତ୍ତି କରି ଏହି ଚୟନ କରାଯାଇଛି। ୩୬ ବର୍ଷୀୟା ଷ୍ଟାର୍‌ ବକ୍ସର ମେରୀକମ୍‌ ଚଳିତ ବର୍ଷ ଇଣ୍ଡିଆ ଓପନ୍‌ ଓ ନିକଟରେ ଇଣ୍ଡୋନେସିଆରେ ଶେଷ ହୋଇଥିବା ଟୁର୍ନାମେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେ ୫୧ କିଗ୍ରାରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି। ସେହିଭଳି ବିଶ୍ୱ ଏବଂ ଏସିଆନ ବ୍ରୋଞ୍ଜ ପଦକ ବିଜୟିନୀ ଲଭ୍‌ଲିନା ୬୯ କିଗ୍ରାରେ ଭାଗନେବେ ବୋଲି ଜଣାପଡ଼ିଛି। ତେବେ ପୂର୍ବତନ ବିଶ୍ୱ ବିଜୟିନୀ ତଥା ନିକଟରେ ଥାଇଲାଣ୍ଡରେ ରୌପ୍ୟ ପଦକ ହାସଲ କରିଥିବା ନିଖାତ୍‌ ଜରୀନ ୫୧ କିଗ୍ରା ଟ୍ରାଏଲ୍ସରେ ମେରୀକମ୍‌କୁ ଚ୍ୟାଲେଞ୍ଜ କରିବାକୁ ଆଶାବାଦୀ ରହିଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ)କୁ ଏକ ଚିଠି ଲେଖି ଅଭିଯୋଗ କରିଛନ୍ତି, ମଙ୍ଗଳବାର ଭନଲାଲ ଦୁଆତିଙ୍କ ବିପକ୍ଷରେ ଟ୍ରାଏଲ୍‌ ବାଉଟ୍‌ ଥିଲେ ମଧ୍ୟ ତାଙ୍କୁ ଚୟନ କମିଟିର ଅଧ୍ୟକ୍ଷ ରାଜେଶ ଭଣ୍ଡାରୀଙ୍କ ଦ୍ୱାରା‘ଅଂଶଗ୍ରହଣରୁ ବଞ୍ଚତ୍ତ କରାଯାଉଛି’। ଅପରପକ୍ଷରେ କିଛିଦିନ ପୂର୍ବରୁ ବିଏଫ୍‌ଆଇ ଶୀର୍ଷ ଅଧିକାରୀଙ୍କୁ ନେଇ ମେରୀକମ୍‌ଙ୍କୁ ଚୟନ କରିବା ନିଷ୍ପତ୍ତି ନିଆଯାଇଥିଲା ବୋଲି ଭଣ୍ଡାରୀ ତାଙ୍କ ପକ୍ଷ ରଖି କହିଛନ୍ତି। ‘ଇଣ୍ଡିଆନ୍‌ ଓପନ୍‌ ସେମିଫାଇନାଲରେ ନିଖାତ୍‌ଙ୍କୁ ମେରୀକମ୍‌ ପରାସ୍ତ କରିଥିଲେ। ଜାତୀୟ କ୍ୟାମ୍ପ୍‌ରେ ଅନ୍ୟମାନଙ୍କଠାରୁ ମେରୀକମ୍‌ଙ୍କ ପ୍ରଦର୍ଶନରେ ସ୍ଥିରତା ରହିଆସିଛି। ନିଖାତ୍‌ ୟଙ୍ଗ୍‌ ଓ ଜଣେ ଶ୍ରେଷ୍ଠ ବକ୍ସର। ସମୟ ଆସିଲେ ତାଙ୍କ ପାଇଁ ସୁଯୋଗ ରହିଛି। ବର୍ତ୍ତମାନ କିନ୍ତୁ ସମ୍ପୂର୍ଣ୍ଣ ଭାବେ ପ୍ରଦର୍ଶନ ଓ ଅଭିଜ୍ଞତା ଆଧାରରେ ଚୟନ କରାଯାଇଛି’ ବୋଲି ଭଣ୍ଡାରୀ ଏକ ସାକ୍ଷାତ୍‌କାର ଅବସରରେ କହିଛନ୍ତି। କିନ୍ତୁ ନିଖାତ୍‌ କହିଛନ୍ତି, ଏହି ନିଷ୍ପତ୍ତିକୁ ନେଇ ସମ୍ପୂର୍ଣ୍ଣ ଭାବେ ଆଶ୍ଚର୍ଯ୍ୟାନ୍ବିତ ହୋଇଛି। ପୂର୍ବରୁ ମୁଁ ୨୦୧୬ରେ ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିସାରିଛି ଏବଂ ଯଦି ଫିଟ୍‌ ଅଛି ତାହାଲେ ୨୦୧୯ରେ କାହିଁକି ନୁହେଁ। ୟଙ୍ଗ୍‌ ଏକ କାରଣ ବୋଲି ଭାବୁନାହିଁ। ଓଭର୍‌ଓ୍ବେଟ୍‌ବର୍ଗର ଟ୍ରାଏଲ୍ସ ଗୁରୁବାର ପର୍ଯ୍ୟନ୍ତ ରହିଥିବାରୁ ତାଙ୍କୁ ଟାଏଲ୍ସର ସୁଯୋଗ ଦିଆଯାଉ ବୋଲି ନିଖାତ୍‌ ବିଏଫ୍‌ଆଇକୁ ଅନୁରୋଧ କରିଛନ୍ତି।


All Right Reserved By Dharitri.Com

Posted inଖେଳ View All

ଟି୨୦ ଫର୍ମାଟ୍‌ରେ ସକ୍ରିୟ ରହିବେ ମାଲିଙ୍ଗା

କଲମ୍ବୋ, ୨୪।୭(ଏ.ଏଫ୍‌.ପି.)- ଶ୍ରୀଲଙ୍କା ଅଭିଜ୍ଞ ଦ୍ରୁତ ବୋଲର ତଥା ଉଇକେଟଟେକର ଲସିଥ୍‌ ମାଲିଙ୍ଗା ଏବେ ଅବସର ନେବାକୁ ଯାଉଛନ୍ତି। ବାଂଲାଦେଶ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ...

ମିଅଁ।ଦାଦ୍‌ଙ୍କ ୨୬ ବର୍ଷର ରେକର୍ଡ ଭାଙ୍ଗିପାରନ୍ତି କୋହଲି

ପୋର୍ଟ ଅଫ୍‌ ସ୍ପେନ, ୧୧ା୮- ଭ୍ରମଣକାରୀ ଭାରତ ଓ ଘରୋଇ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ରବିବାର ସ୍ଥାନୀୟ କୁଇନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ ଦିନିକିଆ ସିରିଜର ୨ୟ...

ରୋନାଲ୍ଡୋଙ୍କ ଦରମା ଅନ୍ୟ ଖେଳାଳିଙ୍କ ୩ ଗୁଣା

ରୋମ,୧୧।୯: ପର୍ତ୍ତୁଗାଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ସିରି ଏ’ ଲିଗ୍‌ରେ ସର୍ବାଧିକ ଦରମା ପାଉଥିବା ଖେଳାଳି। ତାଙ୍କ ବାର୍ଷିକ ଦରମା ଅନ୍ୟ ଖେଳାଳିଙ୍କ ଆୟଠାରୁ ପ୍ରାୟ...

କବିରଙ୍କୁ ଟାଇଟଲ

ଭୁବନେଶ୍ୱର, ୨୧।୯(କ୍ରୀଡ଼ା ପ୍ରତିନିଧି)- ଅହମ୍ମଦାବାଦସ୍ଥିତ ର଼୍ୟାକେଟ ଏକାଡେମୀରେ ଅନୁଷ୍ଠିତ ଏଆରଏ-ଏଆଇଟିଏ ନ୍ୟାଶନାଲ ସିରିଜ ଟେନିସ ଟୁର୍ନାମେଣ୍ଟର ୧୮ ବର୍ଷରୁ କମ୍‌ ବାଳକ ବର୍ଗରେ ଓଡ଼ିଶାର କବିର...

ଲିଭରପୁଲ୍‌କୁ ୬ଷ୍ଠ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ

ମାଡ୍ରିଡ୍‌,୨ା୬- ମହମ୍ମଦ ସାଲା ଚାମ୍ପିୟନ୍ସ ଲିଗ୍‌ ଫାଇନାଲର ଅନ୍ୟତମ ଦ୍ରୁତତମ ଗୋଲ ଓ ଡିଭୋକ ଓରିଗିଙ୍କ ଗୋଲ ବଳରେ ଲିଭରପୁଲ ଦଳ ୨-୦ ଗୋଲରେ ଟୋଟେନହାମକୁ...

ଆଇସିସି ବିଶ୍ୱକପ: ସେମିଫାଇନାଲରେ ଭାରତ

ବର୍ମିଂହାମ,୩।୭(ପି.ଟି.)- ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ବିଶ୍ୱକପ୍‌ରେ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି। ଏଜବାଷ୍ଟନ ଗ୍ରାଉଣ୍ଡରେ ମଙ୍ଗଳବାର ଖେଳାଯାଇଥିବା ରୋମାଞ୍ଚକ...

ସୁନାରେ ବିଶ୍ୱକପ୍‌ ଟ୍ରଫି ନିର୍ମାଣ କଲେ ଜଣେ ଭାରତୀୟ ଫ୍ୟାନ: ୟୁଜର୍ସ କହିଲେ, ପାକିସ୍ତାନ ପଠେଇଦିଅ

ବେଙ୍ଗାଲୁରୁ, ୪।୭: ୨୦୧୯ ଆଇସିସି ବିଶ୍ୱକପ୍‌ ସେମିଫାଇନାଲ ଯେତିକି ପାଖେଇ ଆସୁଛି, ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ରୋମାଞ୍ଚ ସେତିକି ବଢିବାରେ ଲାଗିଛି। ବିଶ୍ୱକପରେ ଭାରତୀୟ...

ଆଇଏସ୍‌ଏଲ୍‌: ବେଙ୍ଗଲ- ନର୍ଥଇଷ୍ଟ ମ୍ୟାଚ୍‌ ଡ୍ର

ବେଙ୍ଗାଲୁରୁ,୨୨।୧୦(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଗତଥରର ଚାମ୍ପିୟନ ବେଙ୍ଗାଲୁରୁ ଏଫ୍‌ସି ଓ ନର୍ଥ ଇଷ୍ଟ ୟୁନାଇଟେଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଗୋଲ ଶୂନ୍ୟ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *