କିଏ ପ୍ରାଣୀ କିଏ ଉଦ୍ଭିଦ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ପ୍ରାଣୀ ଓ ଉଦ୍ଭିଦ ମଧ୍ୟରେ ପ୍ରଭେଦ ରହିଛି। ପ୍ରାଣୀଙ୍କୁ ବଞ୍ଚତ୍ବା ପାଇଁ ଶକ୍ତି ଦରକାର। ଏହି ଶକ୍ତି ସେ ନିଜେ ଉପତ୍ାଦନ କରିପାରେନାହିଁ। ପ୍ରାଣୀ ବା ଉଦ୍ଭିଦକୁ ଖାଇ ସେ ଶକ୍ତି ସଂଗ୍ରହ କରେ। ଅନ୍ୟପକ୍ଷରେ ଉଦ୍ଭିଦ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ସୂର୍ଯ୍ୟାଲୋକରୁ ଶକ୍ତି ସଂଗ୍ରହ କରି ବଞ୍ଚେ। ଉଦ୍ଭିଦର କୋଷ ମଧ୍ୟରେ ଥିବା ସବୁଜ କଣିକା (କ୍ଲୋରୋଫିଲ) ଉଦ୍ଭିଦକୁ ଆଲୋକ ସଂଶ୍ଳେଷଣରେ ସାହାଯ୍ୟ କରେ। ପ୍ରାଣୀ ଓ ଉଦ୍ଭିଦଙ୍କ ବଞ୍ଚତ୍ବାର ଶୈଳୀ ଭିନ୍ନ ରହିଥିବାବେଳେ ମେସୋଡିନିୟମ୍‌ ଚାମେଲିଅନ (ମେସୋଡିନିୟମ୍‌ ପ୍ରଜାତିର ବହୁରୂପୀ ଏଣ୍ଡୁଅ) ନାମକ ଜୀବର ବଞ୍ଚତ୍ବାର ତରିକା କିନ୍ତୁ ପୂରା ଭିନ୍ନ। ଏହା ପ୍ରାଣୀ ଓ ଉଦ୍ଭିଦ ଉଭୟର ବଞ୍ଚତ୍ବାର ଶୈଳୀକୁ ଆପଣାଇଥାଏ। ଡେନମାର୍କର ସମୁଦ୍ର ପୃଷ୍ଠରେ ଏହି ଅଦ୍ଭୁତ ଜୀବ ଦେଖିବାକୁ ମିଳେ। ଏହାର ସନ୍ଧାନ ମିଳିବା ପରେ ତାହା ଗବେଷକମାନଙ୍କୁ ଜୀବମାନଙ୍କର ପାରମ୍ପରିକ ପଦ୍ଧତିରେ ବର୍ଗୀକରଣ ପାଇଁ ପୁନର୍ବିଚାର କରିବାକୁ ବାଧ୍ୟ କରଛି।
ମେସୋଡିନିୟମ୍‌ ଚାମେଲିଅନ ଶରୀରରେ ରହିଥିବା ହଜାର ହଜାର ଲୋମ ଦ୍ୱାରା ପାଣିରେ ଶୀଘ୍ର ଯାଇପାରେ। ପ୍ରାଣୀ ଭଳି ଉଦ୍ଭିଦକୁ ଖାଇଥାଏ। ଆଶ୍ଚର୍ଯ୍ୟର କଥା, ଯେତେବେଳେ ଏହି ଜୀବ ଉଦ୍ଭିଦକୁ ଖାଏ ସେତେବେଳେ ଉଦ୍ଭିଦରେ ରହିଥିବା କ୍ଲୋରୋଫିଲ କଣିକା ତା’ ପାକସ୍ଥଳୀରେ ସକ୍ରିୟ ଅବସ୍ଥାରେ ରହିଥାଏ ଓ ତାହା ସୂର୍ଯ୍ୟାଲୋକରୁ ଆଲୋକ ସଂଶ୍ଳେଷଣ କ୍ରିୟାରେ ଶକ୍ତି ସଂଗ୍ରହ କରିପାରେ। ଏହି ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ମେସୋଡିନିୟମ୍‌ ବହୁରୂପୀକୁ ଉଦ୍ଭିଦରେ ପରିଣତ କରିଦିଏ। କିଛି ସମୟ ପରେ ଉଦ୍ଭିଦକୁ ହଜମ କରି ସାରିବା ପରେ ତାହା ପୁଣି ପ୍ରାଣୀ ହୋଇଯାଏ। ତା’ ପରେ ପୁଣି ଖାଦ୍ୟ ପାଇଁ ନୂଆ ଉଦ୍ଭିଦ ଅନ୍ବେଷଣରେ ବାହାରିଯାଏ।
ସି ସ୍ଲଗ୍‌ ଏଲିସିୟା କ୍ଲୋରୋଟିକା ଆଉ ଏକ ପ୍ରକାର ଅଦ୍ଭୁତ ଜୀବ। ପତ୍ର ସଦୃଶ ଏହି ଜୀବ ସମୁଦ୍ର ପୃଷ୍ଠରେ ଗୁରୁଣ୍ଡି ଗୁରୁଣ୍ଡି ଯିବା ଭଳି ଲାଗେ। ଏହା ଶୈବାଳରୁ କ୍ଲୋରୋପ୍ଲାଷ୍ଟ (ଯେଉଁଥିରେ କ୍ଲୋରୋଫିଲ ଥାଏ)କୁ ତା’ ଶରୀରରେ ଥିବା ସୂକ୍ଷ୍ମନଳୀ ମାଧ୍ୟମରେ ଶୋଷିଆଣେ। ଏହାକୁ ମାସ ମାସ ଧରି ନିଜ ଶରାରରେ ରଖି ଉଦ୍ଭିଦ ଭଳି ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ଶକ୍ତି ସଂଗ୍ରହ କରିବାକୁ ସକ୍ଷମ ହୋଇଥାଏ। ପ୍ରାଣୀ ଓ ଉଦ୍ଭିଦର ବର୍ଗୀକରଣ ମଧ୍ୟରେ ଏଭଳି ଅଦ୍ଭୁତ ଜୀବ ଆସିବା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟର ବିଷୟ। ୧୯୭୦ ଦଶକ ଯାଏ ବୈଜ୍ଞାନିକମାନେ ଜୀବଜଗତକୁ ପ୍ରାଣୀ ଓ ଉଦ୍ଭିଦ ଏମିତି ଦୁଇଭାଗରେ ବିଭକ୍ତ କରିଥିଲେ। ସେହି ସମୟରୁ ସେମାନେ ଏହି ତାଲିକାରେ କବକ, ସୂକ୍ଷ୍ମ ଏକକୋଷୀ ପ୍ରାଣୀ (ପ୍ରୋଟୋଜୋଆ) ଓ ଶୈବାଳକୁ ମଧ୍ୟ ଯୋଡ଼ିଥିଲେ।
କେବଳ ସେତିକି ନୁହେଁ ଜୀବଙ୍କ ଭିତରେ ପୁଣି ଏମିତି ଜୀବ ଅଛନ୍ତି, ଯେଉଁମାନେ ମାଈ ବା ଅଣ୍ଡିରା (ଏକଲିଙ୍ଗୀ), ମାଈ ଓ ଅଣ୍ଡିରା (ଉଭୟଲିଙ୍ଗୀ), ଅଣ୍ଡିରା ହୋଇ ପରେ ମାଈ ହୋଇପାରନ୍ତି ଏବଂ ମାଈ ହୋଇ ପରେ ଅଣ୍ଡିରା ହୋଇପାରନ୍ତି କିମ୍ବା ଉଭୟଲିଙ୍ଗୀ ହୋଇ ଆତ୍ମନିଷେଚନ ପଦ୍ଧତିରେ ବଂଶବିସ୍ତାର କରିପାରନ୍ତି। ଏଭଳି ଜଟିଳତା ଭିତରେ ଜୀବଙ୍କର ଏଭଳି କିସମ ବି ରହିଛି ଯିଏ ନା ପ୍ରାଣୀ ନା ଉଦ୍ଭିଦ କିମ୍ବା ଉଭୟ ପ୍ରାଣୀ ଓ ଉଦ୍ଭିଦ। ପୁଣି କେତେକ ଜୀବ ଅଛନ୍ତି ଯେଉଁମାନେ ଦେଖିବାକୁ ପୂରା ଉଦ୍ଭିଦ ଭଳି, କିଛି ଉଦ୍ଭିଦ ବି ଅଛନ୍ତି ଯାହା ପ୍ରାଣୀ ଭଳି ଦେଖାଯାଆନ୍ତି। ଉଦ୍ଭିଦରୁ ପ୍ରାଣୀ ଓ ପ୍ରାଣୀରୁ ଉଦ୍ଭିଦ ଭଳି ଶାରୀରିକ ଗଠନକୂୁ ବଦଳାଇ ପାରୁଥିବା ଜୀବ ବି ଦେଖାଯାଆନ୍ତି। ଉଭୟ ପ୍ରାଣୀ ଓ ଉଦ୍ଭିଦର ଗୁଣ ବହନ କରୁଥିବା ଜୀବ ବି ଅଛନ୍ତି। ବାସ୍ତବରେ କହିବାକୁ ଗଲେ ଏପରି କୌଣସି କମ୍ବିନେଶନ (ସଂଯୋଜନ) ନାହିଁ, ଯେଉଁ ବିଷୟରେ ପ୍ରକୃତି ଚିନ୍ତା କରିନାହିଁ।
ଏଥର ଆସିବା ଆଉ ଏକ ପ୍ରଜାତିର ଜୀବ ପାଖକୁ। ନାମ ସି’ ଲିଲି ବା ସମୁଦ୍ର କଇଁ। ପୂରା ଅଜବ ଧରଣର ଏହି ପ୍ରାଣୀ। ଏହା ଦେଖିବାକୁ ଉଦ୍ଭିଦ ଭଳି କିନ୍ତୁ ପ୍ରାଣୀଟିଏ। ଏହାର ଶରୀର କେଶାକୃତି କର୍ଷିକାରେ ଆଚ୍ଛାଦିତ। ଗୋଲାକାର ଶରୀରରେ ମୁହଁ, ଅନ୍ତଃନଳୀ ତଥା ମୁହଁ ପାଖରେ ଏକ ମଳଦ୍ୱାର ବି ରହିଛି। ଏକ ବୃନ୍ତ ସାହାଯ୍ୟରେ ଏମାନେ ସମୁଦ୍ରର ତଳଦେଶରେ ଲାଗି ରହିଥାନ୍ତି। ଏମାନେ ଅତି ସୂକ୍ଷ୍ମ ଉଦ୍ଭିଦ ଓ ପ୍ରାଣୀଙ୍କୁ ଖାଇଥାନ୍ତି।
ଆଉ ଏକ ପ୍ରଜାତିର ଜୀବ ଦେଖିବାକୁ ଫୁଲ ଭଳିି, କିନ୍ତୁ ତାହା ଫୁଲ ନୁହେଁ। ରଙ୍ଗିନ ସି’ ଆନେମନି ଫୁଲ ଭଳି ଦେଖାଯାଉଥିଲେ ବି ଏହା ସମୁଦ୍ର ପୃଷ୍ଠରେ ଥିବା ଶିଳା କିମ୍ବା ପ୍ରବାଳପ୍ରାଚୀର ଉପରେ ଲାଗି ରହେ। ତା’ ପାଖଦେଇ ମାଛ ଯିବା ଯାଏ ଅପେକ୍ଷାରେ ରହେ। ଯେମିତି ମାଛ ତା ’ପାଖକୁ ଆସେ ବିଷାକ୍ତ ତତ୍ତ୍ୱଥିବା କର୍ଷିକାରେ ଶିକାର କରେ। ଏକ ହଜାରରୁ ଊର୍ଦ୍ଧ୍ୱ ପ୍ରଜାତିର ଆନେମନି ଅଛନ୍ତି। ଏମାନେ ପ୍ରାଣୀ କିନ୍ତୁ ଉଦ୍ଭିଦ ଭଳି ଦେଖାଯାଉଥିବାରୁ ଗୋଟିଏ ବର୍ଗର ଫୁଲର ନାମାନୁସାରେ ତା’ର ନାମକରଣ କରାଯାଇଛି। ଏମାନେ ନାଇଡେରିୟନ ନାମକ ପ୍ରାଣୀ ବର୍ଗରେ ଅନ୍ତର୍ଭୁକ୍ତ ଯେଉଁ ବର୍ଗରେ ଜେଲି ଫିଶ୍‌ ବି ରହିଛି। ମଜାର କଥା ଏମାନଙ୍କ ସ୍ନାୟୁ ବ୍ୟବସ୍ଥାରେ ଥିବା କେତେକ ଉପାଦାନ ମଣିଷଙ୍କ ପରି। ସିଲିଣ୍ଡର ଆକୃତିର ଶରୀରକୁ ସ୍ପର୍ଶ କରିବା କ୍ଷଣି ତା’ ଶରୀର ମଝିରେ ଥିବା ମୁହଁ ପାଖରୁ ଅସଂଖ୍ୟ କର୍ଷିକା ବାହାରି କୀଟ ଶରୀରରେ ଏକପ୍ରକାର ନ୍ୟୁରୋଟକ୍ସିନ ଇଞ୍ଜେକ୍ଟ କରି ତାକୁ ଅଚଳ କରିଦିଏ। ତା’ପରେ କର୍ଷିକା ସାହାଯ୍ୟରେ ପାଟିକୁ ନେଇ ଖାଇଥାଏ। କିନ୍ତୁ ସେମାନେ ବଞ୍ଚତ୍ବା ପାଇଁ ଅମ୍ଳଜାନ ଓ ଶର୍କରା ସବୁଜ ଶୈବାଳରୁ ସଂଗ୍ରହ କରିଥାନ୍ତି। ଆଉ ଏକ ନାଇଡେରିୟନ ଅଛି ଯାହାକୁ କୁହାଯାଏ ଭେନସ୍‌ ଫ୍ଲାଏଟ୍ରାପ୍‌ ସି’ ଆନେମନି। ଏହା ଠିକ୍‌ ଭେନସ୍‌ ଫ୍ଲାଏଟ୍ରାପ୍‌ ଉଦ୍ଭିଦ ଭଳି ଯାହା କୀଟ ଶିକାର କରି ଖାଏ। ଏହା ମାଂସାଶୀ ଉଦ୍ଭିଦ ପରି ଦେଖାଯାଉଥିବା ଏକ ପ୍ରାଣୀ। ଅପରପକ୍ଷେ ଭେନସ୍‌ ଫ୍ଲାଏଟ୍ରାପ୍‌ ଏକ ଉଦ୍ଭିଦ ହେଲେ ମଧ୍ୟ ଅନ୍ୟ ପ୍ରାଣୀଙ୍କୁ ଖାଇ ବଞ୍ଚେ ଏବଂ ଏହାର କେତେକ ଅଙ୍ଗ ତା’ର ଶିକାର କୀଟଠାରୁ ବି ଅଧିକ ବେଗରେ ଗତିକରେ।
ପ୍ରବାଳର ଗତି ନ ଥିଲେ ବି ତାହା ଉଦ୍ଭିଦ ନୁହେଁ, ପ୍ରାଣୀ। ଶାମୁକା, ସ୍ପଞ୍ଜ ଓ ବର୍ନାକ୍‌ଲ ପ୍ରଭୃତି ଏହି ପ୍ରଜାତିର ପ୍ରାଣୀ। ସି’ଓ୍ବିଡ୍‌ସ ବା ସାମୁଦ୍ରିକ ଶୈବାଳ ବି ଉଦ୍ଭିଦ ନୁହେଁ। ଏମାନଙ୍କୁ ପ୍ରୋଟିଷ୍ଟ କୁହାଯାଏ। ଏମାନେ ଯେଉଁ ପ୍ରାଣୀବର୍ଗରେ ଅନ୍ତର୍ଭୁକ୍ତ, ତା’ ଭିତରେ ପ୍ରୋଟୋଜୋଆ, ବୀଜାଣୁ, ଏକକୋଷୀ ଶୈବାଳ ଓ କବକ ପ୍ରଭୃତି ଅଛନ୍ତି। ପ୍ରୋଟିଷ୍ଟମାନେ ପ୍ରାଣୀଙ୍କ ଭଳି ବ୍ୟବହାର ପ୍ରଦର୍ଶନ କରି ଅନ୍ୟ ଜୀବଙ୍କୁ ଖାନ୍ତି ଏବଂ ଉଦ୍ଭିଦ ଭଳି ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାକୁ ବି ଆପଣାଇଥାନ୍ତି।
ଛତୁ ଅନେକ ପ୍ରକାରର ଅଛି। ଏହା ଉଦ୍ଭିଦ ନୁହେଁ, ଏକ ପ୍ରକାର କବକ। ଛତୁ ଉଦ୍ଭିଦ ଭଳି ଗୋଟିଏ ଜାଗାରେ ବଢୁଥିଲେ ବି ଏହା ଆଲୋକ ସଂଶ୍ଳେଷଣ କରିପାରେ ନାହଁ। ଏହା ଶକ୍ତି ପାଇଁ ଅନ୍ୟ ଜୀବ ଉପରେ ନିର୍ଭର କରେ ଓ ଜୀବକୁ ଶିକାର କରିବା ବଦଳରେ ତା’ ଉପରେ ବଢେ। ମାଟି, ଗଛ, ଜୀବର ପଚା ଶରୀରରେ ଏହା ବଢେ। ପନିପରିବା ବଦଳରେ ଆମେ ଛତୁ ଖାଇବା ଅର୍ଥ ମାଂସ ଖାଇବା ସହ ସମାନ ବୋଲି କହିପାରିବା।
ପାଣିରେ ଶୈବାଳ ଭଲ ବଢେ। ଏହା ଉଦ୍ଭିଦ ଭଳି ଦେଖାଯାଉଥିଲେ ବି ଉଦ୍ଭିଦ ନୁହେଁ, ଏହା ଏକକୋଷୀ ପ୍ରାଣୀ। ନୋରି ଏକ ସାମୁଦ୍ରିକ ଶୈବାଳ ଯାହାକୁ ଆୟର୍ଲାଣ୍ଡ ଓ ଆଇସ୍‌ଲାଣ୍ଡରେ ସ୍ନାକ୍ସ ଭାବେ ବ୍ୟବହାର କରାଯାଏ। ତାହା ଘୁଷୁରି ମାଂସ ଭଳି ଲାଗେ ବୋଲି ଅନେକେ ଦାବି କରନ୍ତି। ଏସୀୟ ଖାଦ୍ୟରେ ବି କେଲପ ବା ସାମୁଦ୍ରିକ ଶୈବାଳକୁ ଖାଦ୍ୟ ଭାବେ ବ୍ୟବହାର କରାଯାଏ ଯାହାର ଉଦ୍ଭିଦ ସହ କୌଣସି ସମ୍ପର୍କ ନାହଁି। ଏହା ଟିସୁ ମାଧ୍ୟମରେ ପୋଷକ ସଂଗ୍ରହ କରେ। ଏହା ଉଭୟ ଲିଙ୍ଗୀୟ ଓ ଅଲିଙ୍ଗୀ ଜନନ ପ୍ରଣାଳୀରେ ବଂଶବୃଦ୍ଧି କରିପାରେ।
ୟୁଗ୍ଲେନା ପ୍ରାଣୀ, ଉଦ୍ଭିଦ କି କବକ ନୁହେଁ। ଏହିି ମଧୁରଜଳ ଜୀବଟିର ଲାଞ୍ଜ ଓ ଏକ ଆଖି ଭଳି ଚିହ୍ନ ରହିଛି। ଏହା ଲାଲ କିମ୍ବା ନୀଳରଙ୍ଗରେ ସ୍ଥିର ପାଣି ଉପରେ ବଢିଥାଏ। ଆଲୋକ ପାଇଲେ ଆଲୋକ ସଂଶ୍ଳେଷଣ ମାଧ୍ୟମରେ ଶକ୍ତି ସଂଗ୍ରହ କରିପାରେ। ଏଣୁ ଏହା ଉଦ୍ଭିଦ। ଯେତେବେଳେ ସୂର୍ଯ୍ୟାଲୋକ ନ ପାଏ ସେତେବେଳେ ପ୍ରାଣୀ ଭଳି ଏହା ଗତି କରି ଖାଦ୍ୟ ସଂଗ୍ରହ କରେ। ଏହାର ଆଖିକୁ ଆମ ଆଖି ସହ ତୁଳନା କରାଯାଇପାରେ ଓ ଆମ ଆଖି ଭଳି ଆଲୋକ ପ୍ରତି ସମ୍ବେଦନଶୀଳ। ଏହାକୁ ଏବେ ସୁଦ୍ଧା ବୈଜ୍ଞାନିକମାନେ କୌଣସି ଶ୍ରେଣୀରେ ଅନ୍ତର୍ଭୁକ୍ତ କରିନାହାନ୍ତି।
ଆମେ ବହୁ ପୂର୍ବରୁ ଗଛର ରହସ୍ୟ ସମ୍ବନ୍ଧରେ ଜାଣିଥିଲୁ ଯେ, ଗଛ ଶୁଣିପାରେ, ଭାବାବେଗ ବି ଅଛି, ନକାରାମତ୍କ ଭାବର ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରିପାରେ। ତେବେ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରି ଆମେ ଅନୁଭବ କରିପାରିବା ଯେ ସେମାନେ ବି ଆମ ଭଳି ପ୍ରାଣୀ ଯେଉଁମାନେ ବିଭିନ୍ନ ପ୍ରକାରେ ବଞ୍ଚୁଛନ୍ତି। ବୈଜ୍ଞାନିକମାନେ ଗବେଷଣାରେ ମଧ୍ୟ ବହୁ ଆଗକୁ ଯାଇଛନ୍ତି ଓ ଶେଷରେ ସେମାନେ ପାଇବେ- ସବୁ ଜୀବ ସମାନ।
Email: gandhim@nic.in


All Right Reserved By

ମଣିମା ଓ ମଣିଷ

ନିରଞ୍ଜନ ପାଢ଼ୀ ଗଣତନ୍ତ୍ରର ଗରିମା ମଧ୍ୟରେ ରାଜତନ୍ତ୍ର ବିଲୟ ଲଭିବାର ଇତିହାସ ପୁରୁଣା ହୋଇଗଲାଣି। ଜନତନ୍ତ୍ରର ଜୟଧ୍ୱନି ମଧ୍ୟରେ କେବେଠୁଁ ନିଃଶବ୍ଦ ହୋଇଗଲାଣି ମଣିମା ବୋଲି...

ଦୁର୍ବଳ ହୋଇପଡ଼ିଲେ

୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ଭଳି ଅର୍ଥନୈତିକ ଅସ୍ତ୍ର ପ୍ରୟୋଗ କରାଯିବା ପରେ ସେତେବେଳେ ଦେଶବାସୀଙ୍କୁ ବାର୍ତ୍ତା ଦିଆଯାଇଥିଲା ଯେ ଭାରତୀୟ ଅର୍ଥନୀତି ଦୀର୍ଘମିଆଦୀ ସଫଳତା...

ଜମ୍ମୁ-କଶ୍ମୀରର ବିକାଶ ଚିତ୍ର

ଡ. ସନ୍ତୋଷ କୁମାର ମହାପାତ୍ର କେନ୍ଦ୍ର ସରକାରଙ୍କ ଜମ୍ମୁ-କଶ୍ମୀର ନିଷ୍ପତ୍ତି ସପକ୍ଷରେ ଅନେକ ଯୁକ୍ତି ମଧ୍ୟରୁ ଏକ ପ୍ରମୁଖ ଯୁକ୍ତି ହେଉଛି ଧାରା ୩୭୦ ଓ...

ମ୍ୟାଲେରିଆ ନିରାକରଣ

ସୁନୀତା ଶତପଥୀ ଭାରତ ମ୍ୟାଲେରିଆ ବିରୋଧରେ ଯୁଦ୍ଧ ଜିତି ଆସୁଛି, କିନ୍ତୁ ଯୁଦ୍ଧ ଶେଷ ହେବାର ନାଁ ଧରୁନି। ଅନେକ ରୋଗ ମଶା ଦ୍ୱାରା ସଂକ୍ରମିତ...

ଏଇ ଭାରତରେ

ପ୍ରାଥମିକ ଅବସ୍ଥାରେ ଭାଷା ଶିକ୍ଷା କରିବା ପିଲାଙ୍କ ପକ୍ଷେ କଷ୍ଟକର ହୋଇଥାଏ। କିନ୍ତୁ ଏହି କାର୍ଯ୍ୟକୁ ଅନାୟାସରେ କରିପାରୁଛନ୍ତି ଜଣେ ୮ ବର୍ଷର ବାଳକ। ସେ...

ମଙ୍ଗଳ ଅଭିଯାନ

ଆକାର ପଟେଲ ଗତ ସପ୍ତାହରେ ଆମେ ଚନ୍ଦ୍ରଯାନ-୨ ଓ ଭାରତର ଚନ୍ଦ୍ର ଅଭିଯାନ ବିଷୟରେ ଉଲ୍ଲେଖ କରିଥିଲୁ ଏବଂ ସେଥିରେ ମଙ୍ଗଳ ଅଭିଯାନ ବିଷୟରେ ବି...

ଅଳିଆ ସଫା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ମୋଦି ସରକାରଙ୍କ ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନ ସଦା ଜାରି ରହିଛି। ନିକଟରେ ପାର୍ଲାମେଣ୍ଟରେ ପ୍ରଦତ୍ତ ସୂଚନା ଅନୁସାରେ ଗତ ପାଞ୍ଚବର୍ଷ...

ଦଳର ବଳ

ଆକାର ପଟେଲ ଆପଣ www.bjp.orgରେ ଲଗ୍‌ଅନ୍‌ କଲେ ଗୋଟିଏ ବାର୍ତ୍ତା ଦେଖିବାକୁ ପାଇବେ ‘ଓ୍ବେଲ୍‌କମ୍‌ ଟୁ ଦ ଓ୍ବେବ୍‌ସାଇଟ୍‌ ଅଫ୍‌ ଦ ଓ୍ବାର୍ଲଡ୍‌ସ ଲାର୍ଜେଷ୍ଟ ପାର୍ଟି’।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *