ଭାରତ ସହ କୂଟନୈତିକ ସମ୍ପର୍କ ଛିନ୍ନ କଲା ପାକିସ୍ତାନ

ଇସ୍‌ଲାମାବାଦ,୭ା୮: ଭାରତ ସହ ସମସ୍ତ ପ୍ରକାର କୂଟନୈତିକ ଓ ବାଣିଜି୍ୟକ ସମ୍ପର୍କ ଛିନ୍ନ କରିବାକୁ ପାକିସ୍ତାନ ନିଷ୍ପତ୍ତି ନେଇଛି। ଏଥିସହ ଇସ୍‌ଲାମାବାଦରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଅଜୟ ବିସାରିଆଙ୍କୁ ବହିଷ୍କାର କରିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଇସ୍‌ଲାମାବାଦସ୍ଥିତ ଅଫିସ୍‌ରେ ବୁଧବାର ଅନୁଷ୍ଠିତ ଜାତୀୟ ସୁରକ୍ଷା କମିଟି (ଏନ୍‌ଏସ୍‌ସି) ବୈଠକ ପରେ ଏହି ପଦକ୍ଷେପ ନିଆଯାଇଛି। ଭାରତ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରି ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପ୍ରତିବାଦରେ ପାକିସ୍ତାନ ଏପରି କରିଥିବା ଏକ ବିବୃତିରେ କୁହାଯାଇଛି।
ଜମ୍ମୁ-କଶ୍ମୀରକୁ ନେଇ ଭାରତର ସଦ୍ୟ ପଦକ୍ଷେପ ପରେ ପାକିସ୍ତାନ ଛାନିଆ ହୋଇଯାଇଛି। ଏଥିଯୋଗୁ ଭାରତରେ ପୁଣି ପୁଲଓ୍ବାମା ଭଳି ଆକ୍ରମଣ ହେବ ବୋଲି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ମଙ୍ଗଳବାର ଧମକ ଦେଇ ଯୁଦ୍ଧଭୟ ଦେଖାଇଥିଲେ। ଏହାର ଦିନକ ପରେ ଏନ୍‌ଏସ୍‌ସି ବୈଠକରେ ସେ ଅଧ୍ୟକ୍ଷତା କରିଛନ୍ତି। ଏଥିରେ ସେଠାକାର ବହିର୍ବ୍ୟାପାର ମନ୍ତ୍ରୀ, ସ୍ବରାଷ୍ଟ୍ରମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ, କଶ୍ମୀର ବ୍ୟାପାରର ପରାମର୍ଶଦାତା, ତିନି ସେନା ମୁଖ୍ୟ, ଆଇଏସ୍‌ଆଇ ମୁଖ୍ୟଙ୍କ ସମେତ ଅନେକ ପ୍ରଶାସନିକ ଓ ସାମରିକ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ କଶ୍ମୀର ସମ୍ପର୍କରେ ଭାରତର ନିଷ୍ପତ୍ତିକୁ ଏକତରଫା ଓ ବେଆଇନ ବୋଲି ସେମାନେ ଅଭିହିତ କରିଥିଲେ। କଶ୍ମୀରୀଙ୍କ ସମର୍ଥନରେ ପାକିସ୍ତାନ ଅଗଷ୍ଟ ୧୪ରେ ସ୍ବାଧୀନତା ଦିବସ ପାଳନ କରିବ। ସେହିପରି ଭାରତର ସ୍ବାଧୀନତା ଦିବସ ଅଗଷ୍ଟ ୧୫କୁ କଳାଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ନୂଆଦିଲ୍ଲୀ ସହ ଦ୍ୱିପକ୍ଷିକ ସମୀକ୍ଷା କରିବା ଏବଂ ଭାରତର ପଦକ୍ଷେପ ନେଇ ଜାତିସଂଘ ସୁରକ୍ଷା ପରିଷଦରେ ଆପତ୍ତି ଉଠାଇବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଥିବା କୁହାଯାଉଛି। ସୀମାରେ ସେନାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପୂର୍ବରୁ ପାକିସ୍ତାନ ପାର୍ଲାମେଣ୍ଟର ଜରୁରିକାଳୀନ ମିଳିତ ଅଧିବେଶନରେ ଇମ୍ରାନ୍‌ଙ୍କ ଘନିଷ୍ଠ ସହଯୋଗୀ ତଥା ମନ୍ତ୍ରୀ ଫଓ୍ବାଦ୍‌ ଚୌଧ୍‌ରୀ କହିଥିଲେ, ଭାରତୀୟ ରାଷ୍ଟ୍ରଦୂତ ଏଠାରେ କାହିଁକି ଅଛନ୍ତି ଏବଂ ଆମ ରାଷ୍ଟ୍ରଦୂତ ସେଠାରେ କ’ଣ କରୁଛନ୍ତି। ଆମେ କାହିଁକି ଦୁଇଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ଛିନ୍ନ ନ କରିବା। ଯଦି କୌଣସି କୂଟନୀତି ନାହିଁ ତେବେ କୂଟନୀତିଜ୍ଞଙ୍କ ଉପରେ କାହିଁକି ଅର୍ଥ ବ୍ୟୟ କରିବା ବୋଲି ପ୍ରଶ୍ନ କରିଥିଲେ। ସେ ଭାରତୀୟ ଉଚ୍ଚାୟୁକ୍ତ ଅଜୟ ବିସାରିଆଙ୍କୁ ଜଣେ ଭଲ ବ୍ୟକ୍ତି ଭାବେ ପ୍ରଶଂସା କରିଥିବାବେଳେ ଭାରତ ସରକାରଙ୍କ ପଦକ୍ଷେପକୁ ସମାଲୋଚନା କରିଥିଲେ। ଏହାର କିଛି ସମୟ ପରେ ପାକିସ୍ତାନ ଉଚ୍ଚାୟୁକ୍ତ ଅଜୟଙ୍କୁ ବହିଷ୍କାର କରିଥିବା ନେଇ ସେଠାକାର ବହିର୍ବ୍ୟପାର ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶୀ ଘୋଷଣା କରିଛନ୍ତି। ଭାରତରେ ଅବସ୍ଥାପିତ ପାକିସ୍ତାନ ଉଚ୍ଚାୟୁକ୍ତ ମୋଇନ୍‌-ଉଲ୍‌-ହକ୍‌ଙ୍କୁ ନୂଆଦିଲ୍ଲୀରୁ ପ୍ରତ୍ୟାହାର କରିନେଇଛି ଇସ୍‌ଲାମାବାଦ।


All Right Reserved By

ପ୍ରଶାନ୍ତ ମହାସାଗରରେ ବିରାଟ ଆଗ୍ନେୟ ଶିଳା

କାନବେରା: ପ୍ରଶାନ୍ତ ମହାସାଗରରେ ଏକ ବିରାଟ ଆଗ୍ନେୟ ଶିଳାଥିବା ଏବେ ବୈଜ୍ଞାନିକମାନେ ଦେଖିବାକୁ ପାଇଛନ୍ତି। ଏହା ୧୫୦ ବର୍ଗ କିଲୋମିଟର ଯାଏ ପାଣି ଭିତରେ ବ୍ୟାପିଛି।...

ମୋଦିଙ୍କ ପାଇଁ ହ୍ୟୁଷ୍ଟନରେ ସ୍ବତନ୍ତ୍ର ‘ନମୋ ଥାଳି’

ଓ୍ବାଶିଂଟନ,୨୨।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହ୍ୟୁଷ୍ଟନରେ ହାଓ୍ବଡ଼ି ମୋଦି କାର୍ଯ୍ୟକ୍ରମରେ ୫୦ ହଜାର ଭାରତୀୟଙ୍କୁ ସମ୍ବୋଧିତ କରିବେ। ମୋଦିଙ୍କ ରହଣୀ ସମୟରେ ମୂଳ ଭାରତୀୟ...

ହାଓ୍ବାଇରେ ବିମାନ ଦୁର୍ଘଟଣା: ୯ ମୃତ

ହୋନୋଲୁଲୁ,୨୨।୬: ହାଓ୍ବାଇରେ ଏକ ଦୁଇ ଇଞ୍ଜିନ ବିଶିଷ୍ଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପାଇଲଟଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ବେସାମରିକ ବିମାନ...

ଶହେ ବର୍ଷରେ ପୃଥିବୀକୁ ଧକ୍କା ଦେବେ ୯ଶହ ଗ୍ରହାଣୁ

ଓ୍ବାଶିଂଟନ,୧୬।୯ : ଆସନ୍ତା ଶହେ ବର୍ଷ ମଧ୍ୟରେ ପୃଥିବୀକୁ ୯ ଶହ ଗ୍ରହାଣୁ ଧକ୍କା ଦେବାର ସମ୍ଭାବନା ରହିଛି। ଏହାଦ୍ୱାରା ପୃଥିବୀର ଜୀବଜଗତ ଉପରେ ନକାରାତ୍ମକ...

ସୌଦି ଆରମକୋ ଅଏଲ ପ୍ଲାଣ୍ଟରେ ଡ୍ରୋନ୍‌ ଆକ୍ରମଣ: ଲାଗିଲା ନିଆଁ

ରିୟାଦ,୧୪।୯: ସୌଦି ଆରବରେ ଥିବା ବିଶ୍ୱର ସବୁଠାରୁ ବଡ ସୌଦି ଆରମକୋ ଅଏଲ ପ୍ଲାଣ୍ଟରେ ଶନିବାର ଡ୍ରୋନ୍‌ ଆକ୍ରମଣ ଫଳରେ ନିଆଁ ଲାଗି ଯାଇଛି। ସୌଦି...

ମୋଦିଙ୍କ ହ୍ୟୁଷ୍ଟନ ସମାବେଶରେ ଯୋଗଦେବେ ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୭ା୯: ଭାରତ-ଆମେରିକା ସମ୍ପର୍କ ବୃଦ୍ଧି ଲାଗି ଆସନ୍ତା ରବିବାର ହ୍ୟୁଷ୍ଟନ୍‌ ସହରରେ ଅନୁଷ୍ଠିତ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିନନ୍ଦନ ସମାବେଶରେ ରାଷ୍ଟ୍ରପତି ଡୋନାଲ୍ଡ...

କୁଳଭୂଷଣ ଯାଦବଙ୍କୁ ଦ୍ୱିତୀୟ ଥର ଲାଗି ଦିଆଯିବ ନାହିଁ କନସୁଲାର ଆକ୍ସେସ୍‌:ପାକିସ୍ତାନ

ଇସ୍‌ଲାମାବାଦ,୧୨।୯: ପାକିସ୍ତାନ ଜେଲରେ ବନ୍ଦୀଥିବା କୁଳଭୂଷଣ ଯାଦବଙ୍କ ମାମଲାରେ ପୁଣି ଥରେ ପାକିସ୍ତାନ ତା’ର ପୂର୍ବପାଠର ଆଲୋଚନା କରିଛି। ପାକିସ୍ତାନ କହିଛି ସେ ଦ୍ୱିତୀୟ ଥର...

କଶ୍ମୀର ଉପରେ ଏକପାଖିଆ ରିପୋର୍ଟିଂ କରୁଛି ଆମେରିକା ଗଣମାଧ୍ୟମ: ଭାରତ

ୱାଶିଂଟନ,୧୧।୯: ଭାରତ ସରକାରଙ୍କ ଦ୍ୱାରା ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ଆମେରିକାର ଗଣମାଧ୍ୟମ କଶ୍ମୀର ଉପରେ ଏକପାଖିଆ ରିପୋର୍ଟିଂ କରୁଛି ବୋଲି ଭାରତ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *