ପୋଲିସ ହେପାଜତରୁ କଏଦୀ ଚମ୍ପଟ

ହିନ୍ଦୋଳ, ୭।୮(ଡି.ଏନ.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ କୋର୍ଟ ପରିସରରୁ ବୁଧବାର ଜଣେ ବିଚାରାଧୀନ କଏଦୀ ପୋଲିସ ସୁରକ୍ଷା ବଳୟ ଭାଙ୍ଗି ଚମ୍ପଟ ମାରିଛନ୍ତି। ସେ ହେଲେ ପ୍ରହଲ୍ଲାଦ ବେହେରା। ତାଙ୍କ ଘର ବାଲିମୀ ଥାନା ଅନ୍ତର୍ଗତ କଡଲା ଗ୍ରାମରେ।
ମାମଲାର ବିବରଣୀ ଅନୁଯାୟୀ, ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗତ ଜାନୁୟାରୀ ୧ରେ କଡଲା ଗ୍ରାମର ସନ୍ତୋଷ ସାହୁ ଉପରେ ପ୍ରହଲ୍ଲାଦ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ସନ୍ତୋଷଙ୍କ ସ୍ତ୍ରୀ ସଂଯୁକ୍ତାଙ୍କ ଅଭିଯୋଗକ୍ରମେ ଥାନାରେ ହତ୍ୟା ଉଦ୍ୟମ ମାମଲା (ନଂ.୧/୧୯) ରୁଜୁ କରାଯାଇଥିଲା। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ହିନ୍ଦୋଳ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ହାଜତକୁ ପଠାଇ ଦିଆଯାଇଥିଲା। ସେହିଦିନଠାରୁ ପ୍ରହଲ୍ଲାଦ ବିଚାରାଧୀନ ବନ୍ଦୀ ଭାବେ ହିନ୍ଦୋଳ ଜେଲ୍‌ରେ ରହୁଥିଲେ। ହିନ୍ଦୋଳ ଆସିଷ୍ଟାଣ୍ଟ ସେସନ୍ସ ଜଜ୍‌ଙ୍କ ଅଦାଲତରେ ତାଙ୍କର ବିଚାର ଆରମ୍ଭ ହୋଇଥିଲା। ବୁଧବାର ପ୍ରଥମ କରି ଉକ୍ତ କେସ୍‌ (ସିଟି ଏସ୍‌ଏସ୍‌ ୮୩/୧୯)ର ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଥିଲା। ହାବିଲଦାର ହଟକିଶୋର ନାଏକ, ରୋହିତ କୁମାର ଭୋଇ ଏକ ଜିପ୍‌ରେ ଅଭିଯୁକ୍ତ ପ୍ରହଲ୍ଲାଦଙ୍କୁ ଧରି କୋର୍ଟକୁ ଆସିଥିଲେ। ସାକ୍ଷ୍ୟ ପ୍ରଦାନ କାର୍ଯ୍ୟ ସରିବା ପରେ ପ୍ରହଲ୍ଲାଦକୁ ବାହାରକୁ ନିଆଯାଇଥିଲା। ହେଲେ ପୋଲିସ କର୍ମଚାରୀଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ପ୍ରହଲ୍ଲାଦ ଦୌଡ଼ି ପଳାଇଯିବାକୁ ସକ୍ଷମ ହୋଇଥିଲେ। ତାଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରିରଖିଛି। ଖବର ଲେଖାଯିବା ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିପାରିନାହିଁ। ହାବିଲଦାର ହଟକିଶୋରଙ୍କ ଅଭିଯୋଗକ୍ରମେ ନଂ. ୬୭/୧୯ରେ ମାମଲା ରୁଜୁ କରାଯାଇଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ପୋଲିସ ହେପାଜତ୍‌ରୁ ଜଣେ ବିଚାରାଧୀନ କଏଦୀ ଫେରାର ହୋଇଯିବା ଘଟଣା ବିଭାଗର ଅପାରଗତାକୁ ପଦାରେ ପକାଇଛି। ପୋଲିସର ଚରମ ଦାୟିତ୍ୱହୀନତାରୁ ଏପରି ଘଟଣା ଘଟିଥିବା ବୁଦ୍ଧିଜୀବୀମାନେ କହିଛନ୍ତି।


All Right Reserved By Dharitri.Com

ପୋଖରୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

କାମାକ୍ଷାନଗର,୩୧।୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କଙ୍କଡାହାଡ଼ ଥାନା ତରାଜଙ୍ଗ ଗ୍ରାମର ଜଣେ ନାବାଳିକାଙ୍କ ଶନିବାର ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି। ସେ ହେଲେ ଭାଗ୍ୟଧର ଷଣ୍ଢଙ୍କ ଝିଅ...

ନିମ୍ନମାନର ରାସ୍ତା କାମକୁ ବିରୋଧ: ଯନ୍ତ୍ରୀ ମାନିଲେ, ବନ୍ଦ ହେଲା କାମ

କାମାକ୍ଷାନଗର, ୨୩।୧୦(ଡି.ଏନ୍‌.ଏ.) : ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ବାରୁଆ(କା) ପଞ୍ଚାୟତ ପୂର୍ତ୍ତ ବିଭାଗ ରାସ୍ତାଠାରୁ ଇଚ୍ଛାବତୀପୁର ଯାଏ ଚାଲିଥିବା ରାସ୍ତାକାମ ଅତ୍ୟନ୍ତ ନିମ୍ନମାନର ହେଉଥିବା...

୨୨ରେ ନିଯୁକ୍ତି ମେଳା: ବ୍ୟାପକ ପ୍ରଚାର ଉପରେ ଫୋକସ୍‌

ଢେଙ୍କାନାଳ ଅଫିସ, ୫।୧ – ଢେଙ୍କାନାଳ ମିନି ଷ୍ଟାଡିୟମଠାରେ ଆସନ୍ତା ୨୨ ତାରିଖରେ ଜିଲାସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହେବ। ଏହି ଉପଲକ୍ଷେ ଶନିବାର ପୂର୍ବାହ୍ନ...

ଲଗାଣ ବର୍ଷାରେ ଢେଙ୍କାନାଳ ବେହାଲ

ଢେଙ୍କାନାଳ ଅଫିସ,୨୪ା୧୦-ଢେଙ୍କାନାଳ ଜିଲାରେ ଗତ ଦୁଇଦିନ ଧରି ଲଗାଣବର୍ଷା ଜାରି ରହିଛି। ଫଳରେ ବିଭିନ୍ନ ଅଞ୍ଚଳ ଜଳମୟ ହୋଇପଡିଛି। ବୁଧବାର ଜିଲାରେ ୩୦୪.୩ ମିିଲିମିଟର ବର୍ଷା...

କୂଅ ଚାରିପଟେ ସବୁଜ ବାଡ଼

ଢେଙ୍କାନାଳ ଅଫିସ, ୨୧।୧୧ – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ସଦର ରେଞ୍ଜ୍‌ ମହୀଧରପୁର ମୁଣ୍ଡାଖମଣ ଅଞ୍ଚଳରେ ହାତୀ ଉପଦ୍ରବ ଚିନ୍ତାର ବିଷୟ ହୋଇଛି। ହାତୀଙ୍କ...

ବୈଷ୍ଣବ ରାଉତ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ୮ବର୍ଷ ଜେଲ

ଢେଙ୍କାନାଳ ଅଫିସ, ୩୧।୭-ଢେଙ୍କାନାଳ ଜିଲା ଦୌରାଜଜ୍‌ଙ୍କ ଅଦାଲତରେ ମଙ୍ଗଳବାର ବିଦାବନ୍ଧ ଗ୍ରାମର ବୈଷ୍ଣବ ରାଉତ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଜିଲା ଦୌରାଜଜ୍‌ ମଳୟ...

ଉଦ୍ଧାର ହାତୀ ଛୁଆଙ୍କୁ ନେଇ ଚିନ୍ତାରେ ବନ ବିଭାଗ

ଢେଙ୍କାନାଳ ଅଫିସ,୬ା୮ ଢେଙ୍କାନାଳ ଜିଲାରେ ବିଭିନ୍ନ ଜଙ୍ଗଲରୁ ଉଦ୍ଧାର ହେଉଥିବା ହାତୀ ଛୁଆଙ୍କୁ ନେଇ ବନ ବିଭାଗର ଚିନ୍ତା ବଢୁଛି। ଉଦ୍ଧାର ହାତୀ ଛୁଆଙ୍କୁ ସୁରକ୍ଷିତ...

ସ୍ପଷ୍ଟ ଦିବାଲୋକରେ ଲୁଟେରା ଆତଙ୍କ: ବାଇକ୍‌ ଡିକି ଭାଙ୍ଗି ୨୯ ହଜାର ଲୁଟ୍‌

ଭୁବନ, ୨୬।୭(ଡି.ଏନ.ଏ.)-ଭୁବନ ବସ୍‌ଷ୍ଟାଣ୍ଡରୁ ଶୁକ୍ରବାର ଅପରାହ୍ନ ୨ଟାରେ ବାଇକ୍‌ ଡିକି ଭାଙ୍ଗି ୨୯ ହଜାର ଟଙ୍କା ଏବଂ ଜରୁରୀ କାଗଜପତ୍ର ଲୁଟ୍‌ ହୋଇଛି। ଲୁଟ୍‌ର ଶିକାରଯ...

Leave a comment

Your email address will not be published. Required fields are marked *