Posted inଭଦ୍ରକ

କାମ ଆରମ୍ଭରୁ ଭାଙ୍ଗିଲା ଗ୍ରୀଡ୍‌ ସବ୍‌ଷ୍ଟେଶନ ପାଚେରି

ବନ୍ତ, ୭।୮ (ଡି.ଏନ.ଏ.) : ଭଦ୍ରକ ଜିଲା ବନ୍ତ ବ୍ଲକ ଅନ୍ତର୍ଗତ ରାମକୃଷ୍ଣପୁର ପଞ୍ଚାୟତ ଗୋପାଳସାହିସ୍ଥିତ କପାଳି ନଦୀ କୂଳରେ ଓପିଟିସିଏଲ୍‌(ଓଡ଼ିଶା ପାୱାର ଟ୍ରାନ୍ସମିସନ୍‌ କରର୍ପୋରେସନ ଲିଃ) ପକ୍ଷରୁ ଜାପାନ ଇଣ୍ଟରନ୍ୟାଶନାଲ ଏଜେନ୍ସି ଅଧୀନରେ ୨/୫୦୦ ଏମ୍‌ଭିଏ ଆଇସିଟି/୪୦୦/୨୨୦ ଜିଆଇଏସ୍‌ଗ୍ରୀଡ୍‌ ସବ୍‌ଷ୍ଟେଶନ ନିର୍ମାଣ ନେଇ ୨୦୧୮ରେ ତତ୍କାଳନୀ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଦ୍ୱାରା ଶିଳାନ୍ୟାସ କରାଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଏହାର ପାଚେରି କାମ ଚାଲିଥିବା ବେଳେ ନିମ୍ନମାନର କାମ ଯୋଗୁ ନିକଟରେ ପାଚେରି କାନ୍ଥ ଭାଙ୍ଗି ଖସି ପଡ଼ିଛି। ଭୁବନେଶ୍ୱରସ୍ଥିତ ଏକ ଠିକାଦାରୀ ସଂସ୍ଥା ଦ୍ୱାରା ଏହି କାମ ଚାଲିଛି। ବିଭାଗୀୟ ଯନ୍ତ୍ରୀଙ୍କ ଦ୍ୱାରା ନିର୍ମାଣ କାର୍ଯ୍ୟର ତଦାରଖ କରାଯାଉ ନ ଥିବାରୁ ମନୋମୁଖି ଭାବେ କାମ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। କୋଟି କୋଟି ଟଙ୍କାର ଏହି ପ୍ରକଳ୍ପ କାର୍ଯ୍ୟ ଠିକ୍‌ ଭାବେ କରାଯିବାକୁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ନେସ୍କୋ କନିଷ୍ଠ ପରିଚାଳକ ମନୋରଞ୍ଜନ ସାହୁଙ୍କୁ ପଚାରିବାରୁ ଏହା ଓପିଟିସିଏଲ୍‌ର କାମ ହୋଇଥିବାରୁ ସେ କିଛି କହିପାରି ନ ଥିଲେ।


All Right Reserved By

ଗାଡ଼ିରୁ ଖସି ଶ୍ରମିକଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ, ୫।୮ (ଡି.ଏନ.ଏ.) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ତୋରତ ପୋଲ ଉପରେ ରବିବାର ରାତିରେ ଗାଡ଼ିରୁ...

ଦେଢ଼ମାସର ପୁଅକୁ ଶ୍ୱାସରୁଦ୍ଧ କରି ହତ୍ୟା: ଅଭିଯୁକ୍ତ ବାପ ଗିରଫ

ଭଦ୍ରକ ଅଫିସ, ୯।୯- ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲଟୁଆ ନୂଆକଲୋନୀରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ରକରି ଟୁବୁ ମୁଣ୍ଡା ନାମକ...

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ

ଧାମନଗର,୧୨।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଶନିବାର ଅଭିଯୋଗ ହୋଇଛି। ନାବାଳିକା ଜଣକ ଟ୍ୟୁସନରୁ ଫେରୁଥିବା ବେଳେ ଉକ୍ତ...

କାର୍‌-ଅଟୋ ଧକ୍କା: ଜଣେ ମୃତ, ୩ ଗୁରୁତର

ଭଣ୍ଡାରିପୋଖରୀ,୨୭।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ୧୬ନଂ. ଜାତୀୟ ରାଜପଥର ଆଖୁଆପଦାଠାରେ ଶନିବାର ଏକ ଦୁର୍ଘଟଣା ଘଟିଛି। ଏକ କାର ଅଟୋକୁ ଧକ୍କା ଦେବାରୁ ଜଣଙ୍କର...

ବିଦ୍ୟାଳୟ ନଳକୂପ ଭାଙ୍ଗିଲେ ଦୁର୍ବୃତ୍ତ : ମଧ୍ୟାହ୍ନଭୋଜନ ରନ୍ଧନ ପାଇଁ ମିଳୁନି ପାଣି, ଛାତ୍ରୀଛାତ୍ର ହନ୍ତସନ୍ତ

ବନ୍ତ,୧।୮(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡ଼ା ଶିକ୍ଷା ସର୍କଲ ଅନ୍ତର୍ଗତ କଳାପାହାଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ନଳକୂପକୁ ବୁଧବାର ରାତିରେ କେହି...

ଦ୍ୱିତୀୟ ସୋମବାର : ଆରଡ଼ିରେ ଜଳଲାଗି କଲେ ଲକ୍ଷାଧିକ କାଉଡ଼ିଆ

ଆରଡ଼ି,୨୯।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କଠାରେ ଶ୍ରାବଣ ମାସର ୨ୟ ସୋମବାରରେ ଲକ୍ଷାଧିକ କାଉଡ଼ିଆ ଜଳଲାଗି କରିଥିବା ଜଣାପଡ଼ିଛି। ସୀମିତ ସ୍ଥାନରେ ଏତେ...

ନାଟ୍ୟ ମାୟାରେ ବିମୁଗ୍ଧ ରମେଶ:ଅବସର ଜୀବନର ସ୍ବପ୍ନ ରହିଛି ଅଧୁରା

ଆରଡ଼ି, ୭।୮ (ଡି.ଏନ.ଏ.) – ନାଟ୍ୟକଳା ପ୍ରତି ପିଲାଦିନର ଆକର୍ଷଣ ତାଙ୍କ ଜୀବନର ଗତି ବଦଳାଇ ଦେଇଥିଲା। ସେ ଏକାଧାରରେ ଥିଲେ ଅଭିନେତା ଓ ନାଟ୍ୟକାର।...

ଆର୍‌ଟିଓ, ମେଡିକାଲରୁ ୨ ଦଲାଲ ଗିରଫ

ଭଦ୍ରକ ଅଫିସ, ୨୭।୯: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗୁରୁବାର ଭଦ୍ରକ ଜିଲା ଚିକିତ୍ସାଳୟରୁ ୪ ଦଲାଲଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଥିଲା। ଶୁକ୍ରବାର ଏହି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *