ବାଧକ ସାଜିଛି ନାରମୁଣ୍ଡା ନାଳ, ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟାଳୟ ଯାଉଛନ୍ତି ଛାତ୍ରୀଛାତ୍ର

ଝରିଗାଁ,୭।୮(ସ୍ବ.ପ୍ର.): ସ୍କୁଲକୁ ଯିବାକୁ ରାସ୍ତାଘାଟ ନାହିଁ, ପାଠ ପଢ଼ିବାକୁ ଇଚ୍ଛା ଥିଲେ ମଧ୍ୟ ନିୟମିତ ବିଦ୍ୟାଳୟକୁ ଯିବା ନେଇ ବାଧକ ସାଜିଛି ନାରମୁଣ୍ଡା ନାଳ। ବର୍ଷା ହେଲା ମାତ୍ରେ ଅଭିଭାବକଙ୍କ ସମେତ ପିଲାମାନଙ୍କ ମନରେ ଭୟ ସୃଷ୍ଟି ହେଉଛି। ମାତ୍ର ବାଧ୍ୟ ହୋଇ ଜୀବନକୁ ବାଜି ଲଗାଇ ନାରମୁଣ୍ଡା ନାଳ ପାର ହୋଇ ସ୍କୁଲକୁ ଯିବାକୁ ପଡୁଛି ସେମାନଙ୍କୁ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ବେଲଝରୀ ଗ୍ରାମରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରକାଶ ଯେ, ବର୍ଷା ହେଲା ମାତ୍ରେ ନାରମୁଣ୍ଡା ନାଳରେ ପ୍ରଖର ସ୍ରୋତ ପ୍ରବାହିତ ହେଉଥିବାବେଳେ ଅତୀତ ଦିନରେ ସେହି ନାଳରେ ଜଣେ ବୃଦ୍ଧା ହାଟରୁ ଘରକୁ ଫେରିବା ସମୟରେ ଭାସି ଯାଇଥିଲେ। ସେହି ଘଟଣା ପରଠାରୁ ବର୍ଷା ହେଲା ମାତ୍ରେ ନାଳ ଅତିକ୍ରମ କରିବା ସମୟରେ ମନରେ ଭୟ ସୃଷ୍ଟି ହେଉଥିବା ବେଲଝରୀ, ମିରଧାନଗୁଡ଼ା, ବାଘଗୁଡ଼ା, ରାମସା ଆଦିର ଗ୍ରାମବାସୀ ପ୍ରକାଶ କରିଛନ୍ତି। ଉକ୍ତ ରାସ୍ତା ଦେଇ ବର୍ଷସାରା ବେଲଝରୀ ଗ୍ରାମର ଦଶରୁ ଊର୍ଦ୍ଧ୍ୱ ଝିଅପୁଅ ରାମସା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯାଇଥାନ୍ତି। ସେହିପରି ନାଳ ଆରପଟେ ରହିଥିବା ମିରଧାନଗୁଡ଼ା ଏବଂ ବାଘଗୁଡ଼ା ଗ୍ରାମର ପ୍ରାୟ ୧୦ ଜଣ ଝିଅପୁଅ ବେଲଝରୀ ପ୍ରାଥମିକ ବିଦ୍ୟାଳୟକୁ ପାଠ ପଢ଼ିବା ନେଇ ଆସିଥାନ୍ତି। ସେହି ରାସ୍ତା ଦେଇ ଦୈନଦିନ ଯାତାୟାତ କରୁଥିବା ଛାତ୍ରୀ ଆସମତୀ ଗୌଡ଼, ସବିତା ଗୌଡ଼, ଗୋମତୀ ଜାନୀ, ହୀରାମଣି ଜାନୀ, ଡାଳିମ୍ବ ଜାନୀ, ପଦ୍ମା ଜାନୀ, ଫୁଲମତୀ ଜାନୀ, ଦାମାନୀ ଜାନୀ, ଲକ୍ଷ୍ମୀ ଜାନୀ, ମଙ୍ଗଳଦେଇ ଜାନୀ, ହରିଶଚନ୍ଦ୍ର ଜାନୀ, ବାସନ୍ତି ଜାନୀ, ମୁନି ଜାନୀ ଏନଂ ଛାତ୍ର ଜୟଦେବ ଜାନୀ ପ୍ରମୁଖ ପ୍ରକାଶ କରିଛନ୍ତି। ସ୍ଥାନୀୟ ବ୍ଲକ ପ୍ରଶାସନ ୨୦୧୮-୧୯ ମସିହାରେ ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନା ସହାୟତାରେ ୨୦ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ଏକ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି। ବର୍ଷା ଯୋଗୁ କାମ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ିରହିଛିି। ଏ ନେଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ବାହାଦୂର ସିଂ ଧରୁଆଙ୍କୁ ପଚାରିବାରୁ ଅର୍ଦ୍ଧ ନିର୍ମିତ ପୋଲର ପାର୍ଶ୍ୱରେ ରହିଥିବା ରାସ୍ତାରେ କିପରି ଛାତ୍ରୀଛାତ୍ର ଆସି ପାରିବେ ସେଥିନେଇ ବ୍ଲକ ପ୍ରଶାସନ ପକ୍ଷରୁ ଖୁବ୍‌ଶୀଘ୍ର ବ୍ୟବସ୍ଥା କରାଯିବ ବୋଲି କହିଥିଲେ।


All Right Reserved By Dharitri.Com

ବେଧଡ଼କ ଚାଲିଛି ବେଆଇନ କରତକଳ

ରୂପ୍‌ସା,୭।୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ସଦର ବ୍ଲକ ସମେତ ବସ୍ତା, ବାଲିଆପାଳ ଓ ଭୋଗରାଇ ଆଦି ଅଞ୍ଚଳରେ ଅବାଧରେ ବେଆଇନ ଭାବେ କରତକଳ ଚାଲୁଥିବା ଅଭିଯୋଗ ହେଉଛି।...

ବରିଷ୍ଠ ସାମ୍ବାଦିକଙ୍କ ପତ୍ନୀ ବିୟୋଗ

ଭୁବନେଶ୍ୱର,୭।୨(ବ୍ୟୁରୋ): ଧରିତ୍ରୀର ବରିଷ୍ଠ ସାମ୍ବାଦିକ ତଥା ବାଲେଶ୍ୱର ସଂସ୍କରଣ ମୁଖ୍ୟ ଉପେନ୍ଦ୍ର ପ୍ରସାଦ ମହାଲାଙ୍କ ଧର୍ମପତ୍ନୀ ପ୍ରଭାତୀ ମହାଲା(୫୧)ଙ୍କ ଗୁରୁବାର ରାତି ସାଢ଼େ ୧୦ଟାରେ ଭୁବନେଶ୍ୱରର...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ : ବିଭିନ୍ନ ପ୍ରକଳ୍ପ କଲେ ଉଦ୍‌ଘାଟନ

ଦାରିଙ୍ଗବାଡ଼ି,୧୮।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲାକୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ମଙ୍ଗଳବାର ସନ୍ଧ୍ୟାରେ ଗସ୍ତ କରି ବୁଧବାର ବିଭିନ୍ନ ବ୍ଲକରେ ଏକାଧିକ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ସେ...

ଫାଣ୍ଡି ପ୍ରତିଷ୍ଠା ପାଇଁ ବରିଷ୍ଠ ନାଗରିକ ମଞ୍ଚର ଦାବି

ବାଲିଆ,୧୪ା୧୧: ବିରିଡି ଥାନା ଅନ୍ତର୍ଗତ ୨୨ମୌଜାର ପୂରଣଠାରେ ଏକ ଫାଣ୍ଡି ପ୍ରତିଷ୍ଠା କରିବା ପାଇଁ ବାଇଶି ମୌଜା ବରିଷ୍ଠ ନାଗରିକ ମଞ୍ଚ ପୂରଣ ପକ୍ଷରୁ ଦାବି...

ପିକଅପ୍‌ ଭ୍ୟାନରେ ଚାଲାଣ ହେଉଛି ଗୋମାଂସ; ଦୁର୍ଘଟଣା ପରେ ପଦାକୁ ଆସିଲା

ଜଳେଶ୍ୱର, ୨୮ା୬ (ଡି.ଏନ.ଏ.)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ଗୋଚାଲାଣ ଉପରେ ଅଙ୍କୁଶ ଲଗାଯିବା ପରେ ବେପାରୀମାନେ ଏବେ ଗୋମାଂସ ଚାଲାଣ ଭଳି ପନ୍ଥା ଆପଣେଇଛନ୍ତି। କୋଲକାତା...

ଲଞ୍ଚ ଘାଟରେ ନଦୀକୁ ଡେଇଁ ଯୁବକ ନିଖୋଜ: ଉଦ୍ଧାର କାର୍ଯ୍ୟରେ ଅବହେଳା ନେଇ ଉତ୍ତେଜନା, ଭଙ୍ଗାରୁଜା

ଚାନ୍ଦବାଲି, ୧୬।୬ (ଡି.ଏନ.ଏ) – ଭଦ୍ରକ ଜିଲା ଚାନ୍ଦବାଲି ସହର ନିକଟ ବୈତରଣୀ ଲଞ୍ଚ ଘାଟରେ ଶନିବାର ଅପରାହ୍ନରେ ଜିତୁନ ଦାସ(୨୫) ନାମକ ଜଣେ ଯୁବକ...

ସଡ଼କ ସୁରକ୍ଷା ନେଇ ସଚତନତା କାର୍ଯ୍ୟକ୍ରମ: ଗାଡ଼ିଚାଳକଙ୍କୁ ଗୋଲାପ ଫୁଲ ଦେଇ ସଚେତନ କଲେ ଛାତ୍ରୀଛାତ୍ର

ନୂଆପଡା ଅଫିସ,୨ା୧୦ – ରାଜ୍ୟରେ ଏବେ ସଡକ ସୁରକ୍ଷା ଏବଂ ପରିବହନ ନିୟମ ଉପରେ ବିଭିନ୍ନ ବିକଳ୍ପ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି। ଏହି ପରିପ୍ରେକ୍ଷୀରେ...

ବିଛାଖଣ୍ଡି ଖାଦାନରେ ଚଢାଉ, ୧୮କୁ ନୋଟିସ

ଧର୍ମଶାଳା/ଜେନାପୁର,୧୪|୮(ଡି.ଏନ୍‌.ଏ.)- ଧର୍ମଶାଳା ତହସିଲ ଓ ବନ ବିଭାଗ ପକ୍ଷରୁ ବିଛାଖଣ୍ଡି ମୌଜାରେ ପୁନଶ୍ଚ ମଙ୍ଗଳବାର ବେଆଇନ କ୍ରଶର ଉପରେ ଚଢାଉ କରାଯାଇଛି। ଏହି ସମୟରେ ଏନ୍‌ଓସି...

Leave a comment

Your email address will not be published. Required fields are marked *