ଡାହୁକା ନଦୀରେ ନାହିଁ ଗାର୍ଡଓ୍ବାଲ୍‌ : ୧୦୦ରୁ ଊର୍ଦ୍ଧ୍ୱ ଘର ଭାସିଯିବା ଆଶଙ୍କା

ନୂଆଗାଁ,୭।୮(ଡି.ଏନ.ଏ.)-ନୟାଗଡ଼ ଜିଲା ନୂଆଗାଁ ବ୍ଲକ ପାରାଢିପି ପଞ୍ଚାୟତସ୍ଥ ଏହି ଗ୍ରାମକୁ ଲାଗି ପ୍ରବାହିତ ହେଉଛି ଡାହୁକା ନଦୀ। ତେବେ ଏହି ନଦୀରେ ଗାର୍ଡଓ୍ବାଲ ନ ଥିବାରୁ ବର୍ଷା ଯୋଗୁ ଅଧିକ ଜଳ ପ୍ରବାହିତ ହୋଇ ଧନଜୀବନ ନଷ୍ଟ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। ଏଥିଯୋଗୁ ଗ୍ରାମରେ ବସବାସ କରୁଥିବା ୧୫୦ ପରିବାର ମଧ୍ୟରୁ ନଦୀକୂଳସ୍ଥିତ ୧୦୦ରୁ ଊର୍ଦ୍ଧ୍ୱ ଘର ଭାସିଯିବା ଆଶଙ୍କା ସୃଷ୍ଟି ହୋଇଛି। ବର୍ଷାଦିନେ ଅଧିକ ପାଣି ନଦୀରେ ଆସୁଥିବାରୁ କ୍ରମଶଃ ନଦୀ ପଠା ଓ ଲୋକମାନଙ୍କ ରେକର୍ଡଭୁକ୍ତ ଜାଗା, ଘରବାଡ଼ି ଖାଇବାକୁ ବସଲାଣି । ବର୍ଷା ହେଲେ ସମ୍ପ୍ରତି ନଦୀ ପାଣି ଲୋକଙ୍କ ଘରେ ପଶିଆସୁଛି। ଅଧିକ ବର୍ଷା ହେଉଥିବା ସମୟରେ ରାତିରେ ଲୋକେ ଶୋଇଥିବାବେଳେ ଘର ଭାଙ୍ଗିଯିବା ସହ ଧନଜୀବନ ଭସେଇ ନେବା ଆଶଙ୍କାରେ ଗୃହର ଜିନିଷପତ୍ର ଆଦି ଖାଲି କରି ଅନ୍ୟ ଦୁଆରେ ଆଶ୍ରୟ ନେଉଥିବା ଶ୍ରୀଧର ନାୟକ, ବସନ୍ତ ନାୟକ, ଅକ୍ରୁର ନାୟକ, କରୁଣାକର ପ୍ରଧାନ, ମଦନମୋହନ ପ୍ରଧାନ, ବନମାଳୀ ପ୍ରଧାନ ପ୍ରମୁଖ ଗ୍ରାମବାସୀ କହିଛନ୍ତି। ବାପଅଜା ସମୟରୁ ଜାଗା କିଣି ଘର ନିର୍ମାଣ କରି ରହୁଥିବାବେଳେ ଏବେ ନଦୀ ପାଣିରେ ତାହା ଭାସିଯିବା ଚିନ୍ତାରେ ସ୍ଥାନୀୟ ଲୋକଙ୍କ ଆଖିରୁ ନିଦ ହଜିଯାଇଛି। ଏ ସମସ୍ୟା ନେଇ ଗ୍ରାମବାସୀ ପ୍ରଶାସନିକ ଅଧିକାରୀଙ୍କଠାରୁ ରାଜନେତାଙ୍କୁ ଗୁହାରୀ କରି ଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗାର୍ଡଓ୍ବାଲ୍‌ ନିର୍ମାଣ ପାଇଁ ସରପଞ୍ଚ, ବିଧାୟକ, ସାଂସଦ, ବ୍ଲକ କାର୍ଯ୍ୟାଳୟସ୍ଥିତ ବିଭାଗୀୟ ଅଧିକାରୀମାନଙ୍କୁ ବାରମ୍ବାର କାକୁତିମିନତୀ ହେଉଥିବା କହିଛନ୍ତି ସ୍ଥାନୀୟ ଲୋକେ । ଏହି ପରିସ୍ଥିତିରେ କେବଳ ପ୍ରତିଶ୍ରୁତି ହିଁ ମିଳିଛି। ଖୁବ୍‌ଶୀଘ୍ର ଯଦି ବାସଗୃହ ନିକଟରେ ଗାର୍ଡଓ୍ବାଲ ନିର୍ମାଣ କରା ନ ଯାଏ ତେବେ ପାରାଢିପିବାସୀ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ଏ ବିଷୟରେ ସରପଞ୍ଚ ସବିତା ସାହୁଙ୍କୁ ପଚାରିବାରୁ ସେ କହିଥିଲେ, ଡାହୁକା ନଦୀରେ ଗାର୍ଡଓ୍ବାଲ ନିର୍ମାଣ କରିବା ପାଇଁ ଆକ୍ସନ ପ୍ଲାନ୍‌ରେ ଆବେଦନ ରହିଛି। ଅନୁମୋଦନ ପରେ ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସରପଞ୍ଚ ମତ ଦେଇଥିଲେ। ସରପଞ୍ଚଙ୍କ ସହ ଆଲୋଚନା କରି କିପରି ଶୀଘ୍ର ନଦୀରେ ଗାର୍ଡଓ୍ବାଲ ନିର୍ମାଣ କରାଯାଇ ପାରିବ ସେ ବିଷୟରେ ନିଷ୍ପତ୍ତି ନେବେ ବୋଲି ନୂଆଗାଁ ବିଡିଓ ଶିରିୟାଲ ଶୁଭ୍ର ପଟେଲ ପ୍ରକାଶ କରିଛନ୍ତି ।


All Right Reserved By Dharitri.Com

ଜଙ୍ଗଲରୁ ଗଛ କଟାକୁ ନେଇ ବିବାଦ

ବଡ଼ସାହି,୨୫ା୮(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡସାହି ବ୍ଲକ ଅଧୀନ କଉଡିଖଣି ସ୍ଥିତ ଗ୍ରାମ୍ୟ ଜଙ୍ଗଲ ଓ ରିଜର୍ଭ ଜଙ୍ଗଲରେ କାଳବୈଶାଖୀ ପ୍ରଭାବରେ ଭାଙ୍ଗି ପଡିଥିବା ଆକାଶିଆ ଗଛ କଟାକୁ...

ଅବହେଳିତ ସଂସ୍କୃତ ବିଦ୍ୟାଳୟ: ଦୁର୍ଦ୍ଦଶାରେ୧୧୯ ଅନ୍ତେବାସୀ

ଖଇରା, ୨୬ା୮(ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଡଗରପଡା ପଞ୍ଚାୟତ ପରୁଷୋତ୍ତମପୁର ଗାଁ ଶେଷମୁଣ୍ଡରେ ରହିଛି ଦୂରଦେଇ ସଂସ୍କୃତ ବିଦ୍ୟାଳୟ । ୩୧ବର୍ଷ ତଳେ...

‘ଜଳସାଥୀ’ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, ଦେଲେ ୫୯୩ଟଙ୍କା ଜଳକର

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ଏଣିକି ଜଳକର ଆଦାୟ କରିବେ ମିଶନ ଶକ୍ତି ମହିଳା। ଏଥିପାଇଁ ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯିବ ବୈଷୟିକ ତାଲିମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର...

କଲଭର୍ଟ ନିର୍ମାଣରେ ବିଳମ୍ବ

ଗଞ୍ଜାମ,୬ା୬(ଡି.ଏନ.ଏ.)- ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ନଂ ୪ ରାଉଳ ସାହି ମୁଖ୍ୟ ରାସ୍ତା କଲଭର୍ଟ ନିର୍ମାଣ କାର୍ଯ୍ୟ ବିଳମ୍ବ ଯୋଗୁ ଅସନ୍ତୋଷ ଦେଖାଦେଇଛି। ଉକ୍ତ...

ଡାକ୍ତରଖାନା ପରିସରରୁ ସଶସ୍ତ୍ର ଡକାୟତି

କେନ୍ଦୁଝର ,୯।୧୧( ସ୍ବ.ପ୍ର.)- ସ୍ଥାନୀୟ ଟାଉନ ଥାନା ଅନ୍ତର୍ଗତ ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ଜଣେ ଷ୍ଟାଫ ନର୍ସଙ୍କ ଘରେ ଶୁକ୍ରବାର ସାରେ ସଶସ୍ତ୍ର ଡକାୟତି...

ଭାଙ୍ଗିଦେଇ ଭୁଲିଗଲା ବିଏମ୍‌ସି

ବ୍ରହ୍ମପୁର ଅଫିସ୍‌,୨୫ା୧୦- ବ୍ରହ୍ମପୁର ମହାନଗର ନିଗମର ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଯୋଗୁ ସହରବାସୀ କେମିତି ହନ୍ତସନ୍ତ ହେଉଛନ୍ତି, ତାର ଏକ ଉଦାହରଣ ଗୁରୁବାର ଦେଖିବାକୁ ମିଳିଛି। ଜଗବନ୍ଧୁ...

ଗୁଳିମାଡ଼ରେ ବ୍ୟବସାୟୀ ଗୁରୁତର

ଚିକିଟି,୬।୬(ଡି.ଏନ.ଏ.)-ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ବୀରସିଂହ ଲକ୍ଷ୍ମୀ ନାରାୟଣପୁର ଗ୍ରାମର ଜଣେ ବ୍ୟବସାୟୀଙ୍କୁ ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟାରେ ଗୁଳିମାଡ଼ ହୋଇଛି। ସେ ହେଲେ...

ଝାରସୁଗୁଡାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଝାରସୁଗୁଡା ଅଫିସ୍‌/ଲଖନପୁର,୧୩ା୯(ଡି.ଏନ୍‌.ଏ.):ରାଜ୍ୟ ଯୋଜନା ଓ ସଂଯୋଜନା ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗୁରୁବାର ଦିନିକିଆ ଝାରସୁଗୁଡା ଜିଲା ଗସ୍ତରେ ଆସି ସର୍କିଟ୍‌...

Leave a comment

Your email address will not be published. Required fields are marked *