ପାରାଦୀପରେ ପ୍ରଦୂଷଣ ନିୟନ୍ତ୍ରଣ ଚିନ୍ତା : ରୁଦ୍ଧଦ୍ୱାର ବୈଠକରେ ହେଲା ସମୀକ୍ଷା

ପାରାଦୀପ,୭ା୮(ସ୍ବ.ପ୍ର.): ବନ୍ଦର ଭିତ୍ତିକ ଶିଳ୍ପ ସହର ପାରାଦୀପ ଦେଶର ଅତ୍ୟଧିକ ପ୍ରଦୂଷିତ ସହର ତାଲିକାରେ ରହିଛି। ପାରାଦୀପକୁ ଯୋଗାଣ ହେଉଥିବା ପାଣି ପିଇବା ଓ ଗାଧୋଇବା ଅନୁପଯୁକ୍ତ। ଏଠାରେ ଧୂଳି ଧୂଅଁା ଆସ୍ତରଣ ଧାର୍ଯ୍ୟ ପାରାମିଟର (ପିଏମ୍‌-୧୦)ଠାରୁ ଦଶଗୁଣା ଅଧିକ ବୋଲି ଖୋଦ୍‌ କେନ୍ଦ୍ର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ୨୦୧୭ ଅକ୍ଟୋବରରୁ ଘୋଷଣା କରାଯାଇଛି। ଏଭଳି କ୍ରମବର୍ଦ୍ଧିଷ୍ଣୁ ପ୍ରଦୂଷଣ ନିୟନ୍ତ୍ରଣ ଦାବିରେ ସ୍ବେଚ୍ଛାସେବୀ ସଙ୍ଗଠନ ପାରାଦୀପ ନାଗରିକ ମଞ୍ଚ ପକ୍ଷରୁ ଗତ ଫେବୃୟାରୀ ୮ରୁ ୧୨ ପର୍ଯ୍ୟନ୍ତ ଧୂଳି ସତ୍ୟାଗ୍ରହ କରାଯାଇଥିଲା। ପ୍ରକୃତିବନ୍ଧୁ ଅୟସକାନ୍ତ ରାୟ ଅନଶନ କରିବାରୁ ଜିଲା ପ୍ରଶାସନ ୨ ମାସ ମଧ୍ୟରେ ଏକ କମିଟି ଗଠନ କରି ସମୀକ୍ଷା କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ତେବେ ଏହାର ୭ମାସ ପରେ ମଙ୍ଗଳବାର ଜଗତ୍‌ସିଂହପୁର ଜିଲା ପ୍ରଶାସନ ପକ୍ଷରୁ ପାରାଦୀପରେ ରୁଦ୍ଧଦ୍ୱାର ବୈଠକ କରାଯାଇଛି। ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଡିଏମ୍‌ କାହ୍ନୁଚରଣ ଧିର, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ରମେଶ ଚନ୍ଦ୍ର ଏକ୍କା, ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧି ଓ କମିଟିରେ ସଦସ୍ୟ ହୋଇଥିବା ୩ ସ୍ବେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ। ବୈଠକ ଶେଷରେ ଜିଲାପାଳ ମହାପାତ୍ର କହିଲେ ଯେ, ପାରାଦୀପରେ ପ୍ରଦୂଷଣ କମୁଛି। ତଥାପି ନିୟମିତ ଯାଞ୍ଚ ପାଇଁ ଏହି କମିଟି ପ୍ରତି ମାସରେ ଥରେ ବସିବ ଓ ପ୍ରଦୂଷଣ ମାତ୍ରା ସମୀକ୍ଷା କରାଯିବ। ପାରାଦୀପ ଦେଶର ସର୍ବାଧିକ ପ୍ରଦୂଷିତ ସହର ତାଲିକାରେ ରହିଥିବା ସମ୍ପର୍କରେ ପଚାରିବାରେ ସେ ଏ ସମ୍ପର୍କରେ ଜାଣି ନ ଥିବା ଓ ତର୍ଜମା କରିବେ ବୋଲି କହିଥିଲେ। ସୂଚନାଯୋଗ୍ୟ, ପ୍ରଦୂଷଣ ନିୟନ୍ତ୍ରଣର ପ୍ରମୁଖ ଉପାୟ ହେଲା ବୃକ୍ଷରୋପଣ। ପ୍ରତ୍ୟେକ ଶିଳ୍ପସଂସ୍ଥା ସେମାନଙ୍କ ମୂଳ ଜାଗାର ୩୩ ପ୍ରତିଶତ ଅଞ୍ଚଳରେ ସବୁଜ ବଳୟ କରିବାକୁ ନିୟମ ରହିଛି। କିନ୍ତୁ ପାରାଦୀପରେ ଥିବା ୧୫ ବୃହତ୍‌ ଶିଳ୍ପସଂସ୍ଥା ମଧ୍ୟରୁ ୨୦୧୮ ସୁଦ୍ଧା କୌଣସି ଗୋଟିଏ ବି ସଂସ୍ଥା ଏହା କାର୍ଯ୍ୟକାରୀ କରିନାହାନ୍ତି। ଏ ବିଷୟରେ ଜିଲାପାଳ କହିଲେ ଯେ ବନ ବିଭାଗକୁ କୁହାଯିବ ସେମାନେ ଆଉଥରେ ଯାଞ୍ଚ କରି ରିପୋର୍ଟ ଦେବେ। ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟାହ୍ନ ୧୨ଟାରେ ଏହି ବୈଠକ ବସିଥିଲା। ଠିକ୍‌ ସେହି ସମୟରେ ବିଧାୟକ ସମ୍ବିତ ରାଉତରାୟ ପୌର ପ୍ରଶାସନିକ ଭବନରେ ଭତ୍ତା ବାଣ୍ଟୁଥିଲେ। କିନ୍ତୁ ଉକ୍ତ ବୈଠକକୁ ବିଧାୟକଙ୍କୁ ଡକାଯାଇ ନ ଥିଲା। ପାରାଦୀପ ପୌରପାଳିକା ରାଜ୍ୟ ପ୍ରଦୂଷଣ ନିନ୍ତନ୍ତ୍ରଣ ବୋର୍ଡର ଏକ ସ୍ଥାୟୀ ସଦସ୍ୟ। ଉକ୍ତ ସଂସ୍ଥାକୁ ମଧ୍ୟ ଏହି ବୈଠକକୁ ଡକାଯାଇ ନ ଥିଲା। ଏ ସମ୍ପର୍କରେ ଜାଣିବା ପରେ ବିଧାୟକ ରାଉତରାୟ ବିରକ୍ତି ପ୍ରକାଶ କରିବା ସହ କହିଲେ ଯେ, ଏହା ପ୍ରଶାସନର ଏକପାଖିଆ ନିଷ୍ପତ୍ତି। ମୁଁ ଏ ବିଷୟ ଉଚିତ୍‌ ଜାଗାରେ ଉଠାଇବି। ଦରକାର ହେଲେ ଆଉ ଥରେ ବୈଠକ ହେବ ଓ ସମସ୍ତଙ୍କୁ ନେଇ ଆଲୋଚନା କରାଯିବ। ଅନ୍ୟ ଏକ ପ୍ରସଙ୍ଗ ହେଲା ଏଭଳି ଏକ ବୈଠକ ୨୦୧୭ ଏପ୍ରିଲ୍‌ରେ ତତ୍କାଳୀନ ଜିଲାପାଳ ୟାମିନୀ ଷଡ଼ଙ୍ଗୀ କରିଥିଲେ। ସେତେବେଳେ ପ୍ରମୁଖ ବଡ଼ କମ୍ପାନୀଗୁଡିକୁ ମୁଖ୍ୟ ରାସ୍ତାରେ ଉଡୁଥିବା ଧୂଳି ସଫା କରିବା ପାଇଁ କୁହାଯାଇଥିଲା। କିଛି ଦିନ ସଫା ହେଲା। କିନ୍ତୁ ପରେ ବନ୍ଦ ହୋଇଗଲା।
ଏବେ ପୁଣି ସେଭଳି ବୈଠକ ହେବା ପରେ ପ୍ରଦୂଷଣ ନିୟନ୍ତ୍ରଣ ହେଉଛି କି ନାହିଁ ତାହା ଦେଖିବାକୁ ରହିଲା।


All Right Reserved By Dharitri.Com

ମହାନଦୀ ମୁହାଣରେ ବୁଡ଼ିଲା ଟ୍ରଲର: ୩ ମତ୍ସ୍ୟଜୀବୀ ନିଖୋଜ, ୨ ଉଦ୍ଧାର

ପାରାଦୀପ,୮ା୧୦(ସ୍ବ.ପ୍ର.)- ସମୁଦ୍ରରୁ ମାଛଧରି ଫେରୁ୍‌ଥିବା ଏକ ଟ୍ରଲର ମହାନଦୀ ମୁହାଣରେ ମଙ୍ଗଳବାର ବୁଡ଼ିଯାଇଛି। ସେଥିରେ ଥିବା ୫ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ...

ଛାତ୍ରାବାସରୁ ଖସି ଆସିଥିବା ୪ ଛାତ୍ରଙ୍କୁ ଉଦ୍ଧାର ପରେ ଚାଇଲ୍ଡଲାଇନ୍‌କୁ ହସ୍ତାନ୍ତର

ଜମନକିରା,୧୫।୧୨(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ଥାନା ପୋଲିସ ରବିବାର ୪ ଛାତ୍ରଙ୍କୁ ଉଦ୍ଧାର କରିଛି। ଉଦ୍ଧାର ପରେ କୁଚିଣ୍ଡା ଚାଇଲ୍ଡଲାଇନ୍‌କୁ ହସ୍ତାନ୍ତର କରିଛି। ଛାତ୍ରମାନେ ହେଲେ...

ଜି.ଉଦୟଗିରିରେ ତୁଷାରପାତ: ଘନ କୁହୁଡ଼ିରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ଜି.ଉଦୟଗିରି,୧୩ା୧(ଡି.ଏନ.ଏ.)-ଜି.ଉଦୟଗିରି ସହର ତଥା ଆଖପାଖ ଅଞ୍ଚଳରେ ଗତ ତିନିଦିନ ଧରି ଶୀତର ଲହରି ଜାରି ରହିଛି। ସୋମବାର ପାରଦ ୭ ଡିଗ୍ରୀ ସେଲ୍‌ସିୟସ୍‌ ରହିଥିଲେ ମଧ୍ୟ...

ପାଠକଙ୍କୁ ବାନ୍ଧିରଖେ କବିତାର ଭାଷାବିନ୍ୟାସ

ବାଲେଶ୍ୱର ଅଫିସ, ୧୪।୧୦-ବାଲେଶ୍ୱରର ଏକ ଘରୋଇ ହୋଟେଲ ପରିସରରେ ମାସିକ ସାହିତ୍ୟ ପତ୍ରିକା ‘ସାଗରିକା’ର ୫୦ତମ ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଛି। ଏଥିରେ ବହୁ...

ଜଳିଗଲା ଦୋକାନ ଘର

ଜେନାପୁର,୬।୧୨ (ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଅନ୍ତର୍ଗତ ମର୍ଜିତାପୁର ପଞ୍ଚାୟତ ଅଧୀନ ଚଉଷଠିପଡ଼ା (ନଟିଲୋ) ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ସୁବାସ ବେହେରା...

ଆଜି ଜାଗର: ଚଳଚଞ୍ଚଳ କପିଳାସ

ଢେଙ୍କାନାଳ ଅଫିସ, ୨୧।୨ – ପ୍ରସିଦ୍ଧ ମହାଶିବରାତ୍ରି ଏବଂ ଜାଗରଯାତ୍ରାକୁ ନେଇ ଚଳଚଞ୍ଚଳ ହୋଇଉଠିଛି କପିଳାସ କ୍ଷେତ୍ରାଧିପତି ମହାପ୍ରଭୁ ଚନ୍ଦ୍ରଶେଖର ଜୀଉଙ୍କ ପୀଠ। ଜାଗରଯାତ୍ରା ଅବ୍ୟବହିତ...

୫ ବର୍ଷ ହେଲାଣି ବାରଣ୍ଡାରେ ଚାଲିଛି ପାଠପଢ଼ା : ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ

ଝରିଗାଁ,୨୫।୭(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ବେଲଝରୀ ପ୍ରାଥମିକ ବିଦ୍ୟାଳୟରେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ ରହିଥିବା ଅଭିଯୋଗ ହେଉଛି। ଗ୍ରାମାଞ୍ଚଳରେ ଶିକ୍ଷାର...

ଧଣ୍ଡାତୋପାରେ ଥମୁନି ହାତୀ ଉପଦ୍ରବ

ବଇଣ୍ଡା,୧୯।୧୦(ଡି.ଏନ.ଏ.) ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ରେଞ୍ଜରେ ଦିନକୁ ଦିନ ହାତୀ ଉପଦ୍ରବ ଲାଗି ରହିଛି। ହାତୀମାନେ ନିକଟସ୍ଥ ଜଙ୍ଗଲୁ ଗ୍ରାମାଭିମୁଖୀ ହୋଇ ବ୍ୟାପକ...

Leave a comment

Your email address will not be published. Required fields are marked *