Posted inଜାତୀୟ

ଗାଈକୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ମୋହନ ଭାଗବତ

ପୁଣେ, ୧୭।୫: ଆରଏସଏସ ମୁଖ୍ୟ ମୋହନ ଭାଗବତ ଏକ ନିଶ୍ଚିତ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏକ ଗାଇକୁ ବଞ୍ଚାଇବାକୁ ଯାଇ ମୋହନ ଭାଗବତଙ୍କ ଗାଡି ଓଲଟି ଯାଇଥିଲା। କିନ୍ତୁ ଏହି ଦୁର୍ଘଟଣାରେ ଭାଗବତଙ୍କ କିଛି ହୋଇ ନ ଥିଲାବେଳେ ଜଣେ ସିଆରଏଫ ଯବାନ ଆହତ ହୋଇଛନ୍ତି। ମହାରାଷ୍ଟ୍ରର ଚନ୍ଦପୁର-ନାଗପୁର ହାଇଓ୍ବେରେ ଏହି ଦୁର୍ଘଟଣା ଘଟିଛି। ଗାଇକୁ ବଞ୍ଚାଇବା ପାଇଁ ଗାଡି ଡ୍ରାଇଭର୍‌ ହଠାତ୍‌ ବ୍ରେକ୍‌ ଲଗାଇ ଦେଇଥିଲେ। ଫଳରେ କାର୍‌ର ଏକ ଟାୟାର୍‌ ଫାଟି ଯାଇଥିଲା। ଗାଇ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସୂଚନାଯୋଗ୍ୟ, ଗୁରୁବାର ସନ୍ଧ୍ୟା ୫.୧୫ରେ ମୋହନ ଭାଗବତ୍‌ ଜେଡ୍‌ ସୁରକ୍ଷାରେ ଚନ୍ଦ୍ରପୁରରୁ ନାଗପୁର ଯାଉଥିଲେ। ଗାଡିରେ ୬ଜଣ ସୁରକ୍ଷାକର୍ମୀ ଥିଲେ। ଆହତ ଯବାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା


All Right Reserved By

ତେଲେଙ୍ଗାନା ରାଜ୍ୟପାଳ ଭାବେ ଶପଥ ନେଲେ ତାମିଲିସାଇ

ହାଇଦ୍ରାବାଦ,୮।୯: ତାମିଲିସାଇ ସୁନ୍ଦରରାଜନ ରବିବାର ତେଲେଙ୍ଗାନା ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। ପେଶାରେ ତାମିଲିସାଇ ଜଣେ ଡାକ୍ତର ହୋଇଥିବା ବେଳେ ସେ ତେଲେଙ୍ଗାନାର ପ୍ରଥମ...

କୋହିମା ଯୁଦ୍ଧ ସ୍ମାରକୀର ପ୍ରତିଟି କାର୍ଯ୍ୟରେ ଭାରତ ଲୋଡିଥାଏ ବ୍ରିଟେନ୍‌ ସରକାରଙ୍କ ଅନୁମତି

କୋହିମା,୧୮।୭: ଭାରତ ସ୍ବାଧୀନତା ପାଇବାକୁ ଢ଼େର ବର୍ଷ ବିତିଯାଇଛି। ତେବେ ଭାରତରେ ଏପରି ସ୍ଥାନ ରହିଛି ଯାହାର ପ୍ରତିଟି କାର୍ଯ୍ୟରେ ବ୍ରିଟେନ୍‌ ସରକାରଙ୍କ ଅନୁମତି ଲୋଡାଯାଇଥାଏ।...

ବିହାରରେ ବନ୍ୟା ବିତ୍ପାତ: ଭୋକ ବିକଳରେ ମୂଷା ଖାଉଛନ୍ତି ଲୋକେ

ପାଟନା,୧୬।୭: ବିହାରରେ ବିନ୍ୟା ବିତ୍ପାତ ଦେଖିବାକୁ ମିଳିଛି। ବନ୍ୟା ଯୋଗୁ ରାଜ୍ୟରେ ୨୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବା...

ଫାରୁକ୍‌ ଅବ୍‌ଦୁଲ୍ଲାଙ୍କୁ ଇଡିର ଜେରା

ନୂଆଦିଲ୍ଲୀ, ୧ା୮(ପି.ଟି.): ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନ୍‌ଫରେନ୍ସ ନେତା ଫାରୁକ୍‌ ଅବ୍‌ଦୁଲ୍ଲାଙ୍କୁ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ବୁଧବାର ଜେରା...

ପ୍ରତିଦିନ ହିଂସା ଯୋଗୁ ଘର ଛାଡିବାକୁ ବାଧ୍ୟ ହେଉଛନ୍ତି ଲୋକେ

ମିରଠ,୨୭।୬: ଉତ୍ତର ପ୍ରଦେଶର ମିରଠ ଏବେ ଅଶାନ୍ତ ହୋଇପଡିଛି। ଏଠାରେ ଥିବା ପ୍ରହ୍ଲାଦ ନଗରରେ ନିତିଦିନ ଅସାମାଜିକ କାର୍ଯ୍ୟକଳାପ ବଢି ଚାଲିଥିବା ବେଳେ ଲୋକେ ଏଠାରୁ...

କାର୍ଯ୍ୟାନୁଷ୍ଠାନ ନ ନିଆଯିବାରୁ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ବଳାତ୍କାରୀ ପୀଡ଼ିତା

ଜୟପୁର,୨୯।୭: ଜୟପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସହରର ବୈଶାଳୀ ନଗର ଥାନାରେ ଏକ ବଳାତ୍କାର ମାମଲାରେ କାର୍ଯ୍ୟାନୁଷ୍ଠାନ ନ ନିଆଯିବାରୁ ବଳାତ୍କାରୀ ପୀଡ଼ିତା...

ପ୍ରତିଯୋଗିତାରେ ପାରା ଜିତିନେଲେ କାର୍‌ ଓ ବାଇକ୍‌

ଲକ୍ଷ୍ନୌ,୧।୬: ଖେଳ ପ୍ରତିଯୋଗିତାରେ ବିଜେତାଙ୍କୁ ବିଭିନ୍ନ ପୁରସ୍କାର ପ୍ରଦାନ କରାଯାଇଥାଏ। ତେବେ ପାରା ଏଭଳି ପ୍ରତିଯାଗିତାରେ ଅଂଶଗ୍ରହଣ କରି କାର ଓ ବାଇକ୍‌ ଜିଣିବା ଶୁଣିଲେ...

୧୧ ତିବ୍ବତୀୟ ଗିରଫ

ଚେନ୍ନାଇ,୧୨ା୧୦(ପି.ଟି.): ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କୁ ବିରୋଧ କରି ଚେନ୍ନାଇ ବିମାନ ବନ୍ଦର ଓ ସେ ରହିବାକୁ ଥିବା ଷ୍ଟାର ହୋଟେଲ ବାହାରେ ବିକ୍ଷୋଭ ପ୍ରଦର୍ଶନ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *