କାର୍ଡ ବ୍ୟାଙ୍କ କର୍ମଚାରୀଙ୍କ ଧାରଣା

ଭୁବନେଶ୍ୱର,୭ା୮(ବ୍ୟୁରୋ): ଓଡ଼ିଶା ରାଜ୍ୟ ସମବାୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କର କର୍ମଚାରୀମାନେ ପ୍ରାୟ ଆଠ ବର୍ଷ ହେବ ଦରମା ପାଇ ନାହାନ୍ତି। ଏମାନେ ଦୀର୍ଘ ବର୍ଷ ଧରି ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରିଆସୁଥିଲେ ମଧ୍ୟ ସରକାର ସେମାନଙ୍କ ଦରମା ରୋକି ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ମଙ୍ଗଳବାରଠାରୁ ଓଡ଼ିଶା କାର୍ଡ ବ୍ୟାଙ୍କ କର୍ମଚାରୀ ସଂଘ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟରେ ଥିବା ସମବାୟ ସମିତି ନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସୂଚନାଯୋଗ୍ୟ, ଏହି ବ୍ୟାଙ୍କଗୁଡିକୁ ନାବାର୍ଡ ଆର୍ଥତ୍କ ଯୋଗାଉଥିବାବେଳେ ୨୦୦୩ ପରଠାରୁ ନେଣଦେଣ ଏକରକମ ବନ୍ଦ କରିଦେଇଥିଲା। ଯାହାଫଳରେ ବ୍ୟାଙ୍କଗୁଡିକ ଧୀରେ ଧୀରେ ଦେବାଳିଆ ହୋଇ ପଡିଥିଲା। ପରେ ଏହି ସଂସ୍ଥାଗୁଡିକୁ ସକ୍ରିୟ କରିବା ଲାଗି କାର୍ଡ ବ୍ୟାଙ୍କ ପରିଷଦ ଗଠନ ହୋଇଥିଲା। ହେଲେ ପରିଷଦ ଗଠନ ହେବାର ୪ ବର୍ଷ ବିତିଗଲାଣି କିନ୍ତୁ ଗୋଟିଏ ବି ବ୍ୟାଙ୍କ ସଚଳକ୍ଷମ ହୋଇନି ବୋଲି ସଂଘ ଅଭିଯୋଗ କରିଛି। ଏଭଳି ଅବସ୍ଥାରେ ବ୍ୟାଙ୍କ ଦେବାଳିଆ ହୋଇଥିବାବେଳେ ସରକାର ଆଠ ବର୍ଷ ହେବ କର୍ମଚାରୀମାନଙ୍କୁ ବି ଦରମା ଦେଉ ନାହାନ୍ତି। କେତେକ କର୍ମଚାରୀଙ୍କୁ ପୂର୍ବରୁ ଦରମା ମିଳି ଆସୁଥିଲେ ବି ଗତ ଦୁଇ ବର୍ଷ ହେବ ଅବୈତନିକ ଭାବେ ଖଟୁଛନ୍ତି। ଏନେଇ ସଂଘ ବାରମ୍ବାର ବିଭାଗୀୟ ସଚିବଙ୍କୁ ଗୁହାରି କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନି। ଏବେ ସମୂହ ସ୍ବେଚ୍ଛାକୃତ ଅବସର ନେବା ଲାଗି ସଂଘ ନିଷ୍ପତ୍ତି ନେଇଛି। ମଙ୍ଗଳବାର ନିବନ୍ଧକଙ୍କ ସହ ସଂଘର ଆଲୋଚନା ବେଳେ ନିବନ୍ଧକ କହିଛନ୍ତି ଯେ, ଏହା ତାଙ୍କ ପରିସର ଭୁକ୍ତ ନୁହେଁ। ସମୂହ ଅବସର ଲାଗି ମନ୍ତ୍ରୀ ଓ ସଚିବ ସ୍ତରୀୟ ବୈଠକର ଆବଶ୍ୟକତା ଅଛି। ଏ ବିଷୟରେ ନିବନ୍ଧକ ବିଭାଗକୁ ଚିଠି ଲେଖି ଜଣାଇଛନ୍ତି। ବିଭାଗ ପକ୍ଷରୁ ବୈଠକ ପାଇଁ ସୂଚନା ଆସିଲେ ସଂଘକୁ ଜଣାଇବେ।


All Right Reserved By Dharitri.Com

ବଢ଼ିବ ଚୁକ୍ତିଭିତ୍ତିକ ଡାକ୍ତରଙ୍କ କାର୍ଯ୍ୟକାଳ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୬(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଦୁଇ ଦିନିଆ ସିଡିଏମ୍‌ଓ ସମ୍ମିଳନୀ ଚାଲିଛି। ଏହି ସମ୍ମିଳନୀର ଦ୍ୱିତୀୟ ଦିନରେ ଚୁକ୍ତିଭିତ୍ତିକ ଡାକ୍ତରଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବା ନେଇ ଘୋଷଣା...

ଟୋକନ ବ୍ୟବସ୍ଥାକୁ ଚାଷୀଙ୍କ ବିରୋଧ ପ୍ରସଙ୍ଗ: ଧାନକିଣା ନେଇ ଗୃହରେ ହୋହଲ୍ଲା

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ଧାନ କିଣା ପାଇଁ ରାଜ୍ୟସ୍ତରୀୟ ଟୋକନ ବ୍ୟବସ୍ଥାକୁ ନେଇ ବରଗଡ଼, ସୋନପୁର, ସମ୍ବଲପୁର, ବଲାଙ୍ଗୀର ଆଦି ଜିଲାରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଚାଷୀଙ୍କ ଠାରୁ...

‘ଆସ୍କ୍‌ ମି ଏନିଥିଂ’: ଲୋକଙ୍କ ଉତ୍ତର ରଖିଲେ ପୋଲିସ କମିଶନର

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ଆସ୍କ ମି ଏନିଥିଂ କାର୍ଯ୍ୟକ୍ରମ ଜରିଆରେ ଲୋକେ ଟୁଇଟ୍‌ରେ ପଚାରିଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି ପୋଲିସ କମିଶନର। ଗତ ୧୨ତାରିଖ ସୁଦ୍ଧା ପ୍ରାୟ...

ବିଜେପୁର ଉପନିର୍ବାଚନ ପୂର୍ବରୁ ଭାଜପାରେ ଅସନ୍ତୋଷ: ଅଶୋକ କହିଲେ ‘ଦଳରେ ତାଙ୍କୁ ଅଣଦେଖା କରାଯାଉଛି’

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ବିଜେପୁର ଉପନିର୍ବାଚନକୁ ଆଉ ମାତ୍ର ୧୧ ଦିନ ବାକି ଥିବା ବେଳେ ଭାଜପାରେ ଅସନ୍ତୋଷ ଦେଖାଦେଇଛି। ୨୦୧୮ ନିର୍ବାଚନରେ ଉକ୍ତ ଆସନରୁ ପ୍ରାର୍ଥୀ ହୋଇଥିବା...

ଆଜି ତୀରକମାଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମା’ ମଙ୍ଗଳା

କାକଟପୁର, ୨।୧୦(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁରସ୍ଥତ ମା’ମଙ୍ଗଳାଙ୍କ ମନ୍ଦିରରେ ଆଶ୍ୱିନ ମୂଳାଷ୍ଟମୀ ତିଥିରୁ ପାରମ୍ପରିକ ପ୍ରଥାନୁସାରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା। ମଙ୍ଗଳା ଓ...

ଐତିହାସିକ କଟକ ବାଲିଯାତ୍ରା ଆରମ୍ଭ:ପଡ଼ିଆରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

କଟକ ଅଫିସ, ୧୩।୧୧:କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ମଙ୍ଗଳବାର ଆରମ୍ଭ ହୋଇଛି ଐତିହାସିକ କଟକ ବାଲିଯାତ୍ରା। ପ୍ରଥମ ଦିନରେ ବାଲିଯାତ୍ରା ପଡିଆକୁ ଚାହିଁଲେ ଲୋକ ମାଳମାଳ। ବିଶେଷକରି...

ବାଚସ୍ପତି ହେବେ ସୂର୍ଯ୍ୟ ପାତ୍ର, ପ୍ରମିଳା ହେବେ ଶାସକ ଦଳର ମୁଖ୍ୟ ସଚେତକ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ଓଡ଼ିଶାର ବରିଷ୍ଠ ବିଜେଡି ନେତା ତଥା ବହୁବାର ବିଧାୟକ ହୋଇଥିବା ସୂର୍ଯ୍ୟ ପାତ୍ର ପରବର୍ତ୍ତୀ ବିଧାନସଭାର ବାଚସ୍ପତି ହୋଇପାରନ୍ତି। ତାଙ୍କୁ ବାଚସ୍ପତି କରିବା ନେଇ...

ପ୍ରତିବର୍ଷ ମାର୍ଚ୍ଚ ୫ରେ ଲୋକସେବା ଦିବସ

ଭୁବନେଶ୍ୱର,୬।୩(ବ୍ୟୁରୋ): ବିଜେଡି ସରକାର ପଞ୍ଚମ ପାଳିରେ ଲୋକମାନଙ୍କୁ ଉତ୍ତମ ପ୍ରଶାସନିକ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଗଣତନ୍ତ୍ରର ମାଲିକ...

Leave a comment

Your email address will not be published. Required fields are marked *