ବିବାହର ୭ ମାସ ନ ପୂରୁଣୁ ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ: ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ; ମୃତକାଙ୍କ ଭାଇଙ୍କ ଥାନାରେ ଅଭିଯୋଗ

ଜୁନାଗଡ,୭।୮(ଡି.ଏନ.ଏ.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚିଚୈଗୁଡା ଗ୍ରାମରେ ମଙ୍ଗଳବାର ବିବାହର ୭ ମାସ ନ ପୂରୁଣୁ ଜଣେ ନବବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ତାଙ୍କ ନାମ ଦୀପାଞ୍ଜଳୀ ମେହେର (୨୬)। ମୃତାକାଙ୍କ ଭାଇ ଆଶିଷ ମେହେର ଭଉଣୀଙ୍କୁ ସୁପରିକଳ୍ପିତ ଭାବେ ହତ୍ୟା କରାଯାଇଥିବା ନେଇ ଜୁନାଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଜୁନାଗଡ ପୋଲିସ ମୃତାକାଙ୍କ ସ୍ବାମୀ, ଦିଅର, ଶାଶୁଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଜୁନାଗଡ ବ୍ଲକ ଛୋରିଆଗଡ ଗ୍ରାମର ଦୀପାଞ୍ଜଳୀ ମେହେର (୨୬) ଚିଚୈଗୁଡା ଗ୍ରାମର ଧନଞ୍ଜୟ ମେହେର ଓରଫ୍‌ ମନ (୪୦)ଙ୍କୁ ଗତ ଜାନୁୟାରୀ ୨୮ରେ ବୈଦିକ ରୀତିରେ ବିବାହ କରିଥିଲେ। ମଙ୍ଗଳବାର ସକାଳେ ଦୀପାଞ୍ଜଳୀଙ୍କୁ ମୃତ୍ୟୁ ହୋଇଥିବା ନେଇ ଚିଚୈଗୁଡା ଗ୍ରାମର ସମ୍ପର୍କୀୟଙ୍କଠୁ ମୃତାକାଙ୍କ ମା’ ଘର ଲୋକେ ହଠାତ୍‌ ଖବର ପାଇଥିଲେ। ସ୍ବାମୀ, ଦିଅର ଓ ଶାଶୁ ସମସ୍ତେ ମିଶି ସୁପରିକଳ୍ପିତ ଭାବେ ଦୀପାଞ୍ଜଳୀଙ୍କୁ ହତ୍ୟା କରିଥିବା ନେଇ ମୃତାକାଙ୍କ ଭାଇ ଆଶିଷ ଜୁନାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଜୁନାଗଡ ଥାନା ଏସ୍‌ଆଇ କୃଷ୍ଣଚନ୍ଦ୍ର ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲେ। ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଜୁନାଗଡ ବିଡିଓ ଦୁଳାରାମ ମାରାଣ୍ଡିଙ୍କ ଉପସ୍ଥିତିରେ ମୃତଦେହ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ଜୁନାଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। ସନ୍ଧ୍ୟା ହେବା ଯୋଗୁ ବୁଧବାର ବ୍ୟବଚ୍ଛେଦ ହେବ ବୋଲି ଜଣାପଡିଛି। ଏ ନେଇ ଥାନାରେ ଏକ ମାମଲା (ନଂ. ୧୮୩/୧୯) ରୁଜୁ ହୋଇଛି।


All Right Reserved By Dharitri.Com

ପୋଖରୀରେ ବୁଡି ୩ଜଣଙ୍କ ସଳିଳ ସମାଧି

ରୂପ୍‌ସା/ସଜନାଗଡ଼/ବାହାନଗା, ୨୯।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲାର ପୃଥକ ସ୍ଥାନରେ ମଙ୍ଗଳବାର ପୋଖରୀରେ ବୁଡି ୩ଜଣଙ୍କ ସଳିଳ ସମାଧି ଘଟିଛି। ମୃତକମାନେ ହେଲେ ରୂପ୍‌ସା ଥାନା ପୋଡ଼ାଡ଼ିହା ଗ୍ରାମର ଗୋପାଳ...

ବିଷାକ୍ତ ଛତୁ ଖାଇ ୬ ଅସୁସ୍ଥ

ସୁନ୍ଦରଗଡ଼, ୯।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଗ୍ରାମପଞ୍ଚାୟତ ଦାଣ୍ଡପାଣି ଗ୍ରାମରେ ମଙ୍ଗଳବାର ବିଷାକ୍ତ ଛତୁ ଖାଇ ୬ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ କିଂଜିରିକେଲା ଡାକ୍ତରଖାନାରେ ଭର୍ତ୍ତି...

ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ସୁରକ୍ଷାକର୍ମୀ

ବଡ଼ବିଲ,୨୦।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ଓଡ଼ିଶା ଖଣି ନିଗମର ଆଞ୍ଚଳିକ ପରିଚାଳକ (ଓଏମସି ଆରଏମ) କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଖଣିରେ ନିୟୋଜିତ ସୁରକ୍ଷାର୍ମୀମାନେ ବିଭିନ୍ନ...

ଅଜଣା ରୋଗରେ ଆତଙ୍କିତ ଅଁଳା

ଦଶମନ୍ତପୁର,୨୨।୪(ଡି.ଏନ୍‌.ଏ.): ଦଶମନ୍ତପୁର ବ୍ଲକ ଚଣାବାଡ଼ ପଞ୍ଚାୟତ ଅଧୀନରେ ଥିବା ଏସ୍‌. ଦଣ୍ଡାବାଡ଼ ଗ୍ରାମର କଂଶାରୀ ଦିଶାରୀଙ୍କ ସ୍ତ୍ରୀ ଅଁଲା ଦୀର୍ଘବର୍ଷ ହେବ ଅଜଣା ରୋଗରେ ଆକ୍ରାନ୍ତ...

ବାଇକ୍‌କୁ ଧକ୍କା ଦେଲା ଟ୍ରକ :ଦୁଇ ପୁଅ ସହ ବାପାଙ୍କ ଜୀବନ ଗଲା

ଖୋର୍ଦ୍ଧା ଅଫିସ,୨୮ା୮:କୋଲକାତା-ଚେନ୍ନାଇ୧୬ନଂ. ଜାତୀୟ ରାଜପଥର ଗଡ଼ଖୋର୍ଦ୍ଧା ଛକ ନିକଟରେ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୦ଟାରେ ଏକ ଅଣ୍ଡା ବୋଝେଇ ଟ୍ରକ୍‌ ଧକ୍କାରେ ୩ଜଣ ବାଇକ୍‌...

୧୫ ଫୁଟ ତଳକୁ ଓଲଟିଲା ଡିଜେଲ ଟ୍ୟାଙ୍କର

କୁଳିଅଣା,୫ା୬(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ୧୮ ନଂ. ଜାତୀୟ ରାଜପଥର ଚିରଗାଲଡିହି ଛକଠାରେ ମଙ୍ଗଳବାର ଭୋର ସମୟରେ ଏକ ଡିଜେଲ ବୋଝେଇ ଟ୍ୟାଙ୍କର ରାସ୍ତାଠାରୁ...

ଧରାକୋଟରେ ଆନ୍ଧ୍ର ପୋଲିସର ଚଢ଼ାଉ: ଗଞ୍ଜେଇ ଚାଲାଣକାରୀଙ୍କୁ କୋର୍ଟରେ ହାଜର ନିର୍ଦ୍ଦେଶ

ଧରାକୋଟ,୨୬ା୧୧(ଡି.ଏନ.ଏ.)-ଧରାକୋଟ ଥାନା ବାଦଗଡ଼ ଗ୍ରାମର ୨ ଜଣ ଯୁବକଙ୍କୁ ବେଆଇନ୍‌ ଗଞ୍ଜେଇ ଚାଲାଣ ଅଭିଯୋଗରେ ଆନ୍ଧ୍ର ଜିଆରପି (ବିଜୟଓ୍ବାଡ଼ା) ପୋଲିସ ନଂ. ୮୬/୧୩ ଅନୁଯାୟୀ କୋର୍ଟଚାଲାଣ...

ଆଂଗ୍‌ଠି ନାଇଁ ଲେଖାପଢ଼ା କରମି କେନ୍‌ତା: ମୋର ଜୀବନ୍‌ଟା ମାଏଟ୍‌ କରିଦେଲା

ମନମୁଣ୍ଡା, ୧୬।୫ (ଡି.ଏନ.ଏ)-  ସବୁ ଛୁଆ ଛୋଟବେଲେ ଖାଇପିଇ ଖେଲକୁଦ କରସନ୍‌। ସ୍କୁଲରେ ପାଠ୍‌ପଢ଼ା ବାହାରେ ସାଂଗସରସାକର  ସଂଗେ ମିଶି ହସି ମଜାକ୍‌ରେ ସମିଆ ବିତାସନ୍‌।...

Leave a comment

Your email address will not be published. Required fields are marked *