୧୨ନଂ ୱାର୍ଡବାସୀ ହୀନସ୍ତା

ଫୁଲବାଣୀ ଅଫିସ, ୭ା୮-ଗ୍ରାମାଞ୍ଚଳ ନୁହେଁ ସହରରେ ବି ଲୋକଙ୍କୁ ପାଣି ମିଳୁନି। ୬ ବର୍ଷ ହେଲା ପାଣି ଟାଙ୍କି ନିର୍ମାଣ ହୋଇଛି। ଖାଲି ରଙ୍ଗ ଲଗାଯାଇ ବିଲ୍‌ କରାଯାଉଛି। ହେଲେ ଲୋକେ କିପରି ପାଣି ପାଇବେ ସେଥିପ୍ରତି ଦୃଷ୍ଟି ଦିଆଯାଉନାହିଁ। ବାଲିଗୁଡା ଏନ୍‌ଏସିର ୧୨ ନଂ. ୱାର୍ଡରେ ଏହି ସମସ୍ୟା ଦେଖିବାକୁ ମିିଳିଛି। ଲୋକେ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି। ଯେଉଁ ଗୋଟିଏ ନଳକୂପ ରହିଛି, ସେଥିରୁ ଗୋଳିଆ ଆଇରନ ମିଶ୍ରିତ ପାଣି ବାହରୁଥିବାରୁ ପିଇବା ଦୂରର କଥା, ରୋଷେଇ ପାଇଁ ମଧ୍ୟ ବ୍ୟବହାର ହୋଇପାରୁନି।
୨୦୧୪ରୁ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସ) ମାନ୍ୟତା ପାଇଛି। ୨୦୧୬ରେ ଏନ୍‌ଏସିର ନିର୍ବାଚିତ ପ୍ରତିନିଧିମାନେ ଦାୟିତ୍ୱ ଗ୍ରହଣ କରିଥିଲେ। ପ୍ରଥମ ଅଧ୍ୟକ୍ଷା ଭାବେ ମମତା ବେହେରା ଦାୟିତ୍ୱ ଗ୍ରହଣ କରିଛନ୍ତି। ଏନ୍‌ଏସି ହେବା ପରେ ବାଲିଗୁଡ଼ାବାସୀଙ୍କ ମୌଳିକ ସମସ୍ୟାର ସମାଧାନ ହେବ ବୋଲି ସମସ୍ତେ ଆଶା ବାନ୍ଧିଥିଲେ। ବିକାଶ ଦୂରର କଥା ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଟିକେ ମିଳୁନାହିଁ। ୧୨ନଂ. ୱାର୍ଡ଼ର ଗୁଳିମରାପଦାରେ ୪୦୦ ଲୋକ ବସବାସ କରୁଛନ୍ତି। ସେମାନଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ୱାର୍ଡରେ ଗୋଟିଏ ପାନୀୟ ଜଳ ପ୍ରକଳ୍ପ(ଓଭର ହେଡ ଟ୍ୟାଙ୍କ) ୬ ବର୍ଷ ପୂର୍ବେ ଆରଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ହୋଇଛି। ଏ ପର୍ଯ୍ୟନ୍ତ ପାଇପ ଲାଇନ ବିଚ୍ଛା ହୋଇ ଥିବାରୁ ସେଠାକୁ ପାଣି ଯାଉନାହିଁ। ଏକମାତ୍ର ନଳକୂପରୁ ଆଇରନ ମିଶ୍ରିତ ଗୋଳିଆ ପାଣି ବାହାରୁଛି। ଫଳରେ ଲୋକେ ପିଇବା ପାଣି ପାଇଁ ୧ କିମି ଦୂର ମେଡିକାଲ କଲୋନୀକୁ ଯାଉଛନ୍ତି। ୬ ବର୍ଷ ପୂର୍ବେ ଆରଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ପାଣି ଉକ୍ତ ପାଣି ଟାଙ୍କି ନିର୍ମାଣ ହୋଇଥିଲା। ଏଏନଏସି ଘୋଷଣା ପରେ ତାହାକୁ ଜନ ସ୍ବାସ୍ଥ୍ୟ ବିଭାଗ(ପିଏଚଡି଼)କୁ ହସ୍ତାନ୍ତର କରାଯାଇଥିଲା। ବାଲିଗୁଡା ଉପଖଣ୍ଡ ହୋଇଥିଲେ ମଧ୍ୟ ସେଠାରେ ବିଭାଗ ପକ୍ଷରୁ ଜଣେ କନିଷ୍ଠ ଯନ୍ତ୍ରୀ ନାହାନ୍ତି। ଜି.ଉଦୟଗିରିର କନିଷ୍ଠ ଯନ୍ତ୍ରୀ ଦାୟିତ୍ୱରେ ଅଛନ୍ତି। ତେଣୁ ଲୋକେ ଏତେବାଟ ଯାଇ ଯନ୍ତ୍ରୀଙ୍କୁ ଭେଟି ପାରୁ ନ ଥିବାରୁ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପାଣି ଟାଙ୍କିଟି ଗୁଳିମରାପଦା, ସୁନାପଙ୍ଗା, ପଣସପଡ଼ି ସାହି ପାଇଁ ନିର୍ମାଣ ହୋଇଛି। ହେଲେ ଟାଙ୍କିରୁ ପାଣି ଯୋଗାଇ ଦିଆଯାଉନାହିଁ। ଯେତେ ଗୁହାରି କଲେ ବି କେହି ଶୁଣୁ ନାହାନ୍ତି। ସାହିର କେତେଜଣ ବୋରିଂ କରିଥିବାରୁ ସେମାନଙ୍କୁ ମାଗିଲେ ଗରାଏ ପାଣି ପିଇବାକୁ ଦେଉଛନ୍ତି ବୋଲି ଗୁଳିମରାପଦାର କସ୍ତୁରୀ ନାୟକ, ବିଦ୍ୟୁତ୍‌ ପ୍ରଭା ଦିଗାଲ, ନର୍ମଦା ମହାରଣା, ଇଚ୍ଛା ସାହୁ, ରାକ୍ଷୀ ପରିଡା, ସୀମନ୍ତି କହଁର ପ୍ରମୁଖ ପ୍ରକାଶ କରଛନ୍ତି।
ଏ ନେଇ ପିଏଚ୍‌ଡ଼ି ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ସାମନ୍ତରାୟଙ୍କୁ ପଚାରିବାରୁ କାର୍ଯ୍ୟ ଆରମ୍ଭ ହୋଇ ୬ ମାସ ଭିତରେ ଏହି ୱାର୍ଡ଼କୁ ପାଣି ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଏଥିସହ ପ୍ରାଥମିକତା ଭିତ୍ତିିରେ ଉକ୍ତ ଓ୍ବାର୍ଡରେ ଏକ ନଳକୂପ ବସାଯିବ ବୋଲି ମଧ୍ୟ କହିଛନ୍ତି।


All Right Reserved By Dharitri.Com

ବେଲପାହାଡ଼ ଏକ୍ସସିସ୍‌ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ଘଟଣା: ୧୦ ଦିନ ପରେ ଘଟଣାର ପର୍ଦ୍ଦାଫାସ, ବିହାରରୁ ଜଣେ ଗିରଫ, ବନ୍ଧୁକ ଜବତ

ଝାରସୁଗୁଡା ଅଫିସ/ଲଖନପୁର, ୧୪।୧୯(ଡି .ଏନ୍‌ .ଏ): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଏକ୍ସସିସ ବ୍ୟାଙ୍କରୁ ଗତ ୪ ତାରିଖରେ ସଶସ୍ତ୍ର ଡକାୟତି ହୋଇଥିଲା। ଡକାୟତମାନେ ବନ୍ଧୁକ ଦେଖାଇ...

କୁଲଡିହା ଅଭୟାରଣ୍ୟରେ ଶିକାରୀଙ୍କ ପ୍ରାଦୁର୍ଭାବ: ଜଣେ ଗିରଫ, ଦୁଇ ଫେରାର

ସଜନାଗଡ଼,୬।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟ ଭିତରେ ଦିନକୁ ଦିନ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି। ଗୁରୁବାର ବିଳମ୍ବିତ ରାତିରେ ଶିଆଡ଼ିମାଳ ପଞ୍ଚାୟତର...

ନୂଆଗାଁ ବ୍ଲକରେ ସ୍ବଚ୍ଛ ଭାରତ ମିଶନରେ ପାଇଖାନା ନିର୍ମାଣ : ନିମ୍ନମାନର କାମ କରି ଟଙ୍କା ହଡ଼ପ ଉଦ୍ୟମ

ନୂଆଗାଁ,୯ା୯ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ସ୍ବଚ୍ଛ ଭାରତ ମିଶନ (ଗ୍ରାମୀଣ) ମାଧ୍ୟମରେ ପ୍ରତି ପରିବାରକୁ ଘରୋଇ ପାଇଖାନା ଯୋଗାଇ ଦିଆଯାଉଛି। ହେଲେ ଅନେକ...

ଚକାଫାଟିବାରୁ ଦୁର୍ଘଟଣା: ଡିଭାଇଡର ଡେଇଁ ଅନ୍ୟ କାର ସହ ପିଟିହେଲା ଓ୍ବାଗ୍‌ନର, ୩ ଗୁରୁତର

ଭୁବନେଶ୍ୱର,୧୯।୫(ବ୍ୟୁରୋ)- ଶହୀଦନଗର ଥାନା ଅନ୍ତର୍ଗତ ଆଚାର୍ଯ୍ୟବିହାର ଓଭରବ୍ରିଜ୍‌ ଉପରେ ଶନିବାର ରାତି ପ୍ରାୟ ୯ଟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଚକା ଫାଟିଯିବାରୁ ଏକ ଓ୍ବାଗନର...

ଦସ୍ତଖତ ଜାଲିଆତି କରି ଆକାଉଣ୍ଟରୁ ୫୯ ଲକ୍ଷ ଗାଏବ ଘଟଣା : ଟଙ୍କା ଫେରିପାଇଲେ ଜିଲାପାଳ

ଅନୁଗୋଳ ଅଫିସ,୧୫।୯: ଅନୁଗୋଳ ଜିଲାପାଳଙ୍କ ଆକାଉଣ୍ଟରୁ ଗାଏବ ହୋଇଥିବା ୫୯ଲକ୍ଷ ୪୧ହଜାର ୪୮୧ଟଙ୍କା ଫେରସ୍ତ ହୋଇଛି। ସମ୍ପୃକ୍ତ ବ୍ୟାଙ୍କ ଉକ୍ତ ଟଙ୍କା ଫେରସ୍ତ କରିଥିବା ବର୍ତ୍ତମାନର...

ଗଞ୍ଜାମରୁ ଉଠିଲା ୧୪୪ ଧାରା: କୋଭିଡ-୧୯ ନିର୍ଦ୍ଦେଶନାମା ବଳବତ୍ତର

ଛତ୍ରପୁର, ୧୯।୩(ଡି.ଏନ୍‌.ଏ.)-କରୋନା ଭୟାବହତା ନେଇ ଗତ ୧୫ ତାରିଖରେ ଗଞ୍ଜାମ ଜ଼ିଲାରେ ଲାଗୁ ହୋଇଥିବା ୧୪୪ ଧାରାକୁ ବୁଧବାର ଜ଼ିଲାପାଳ ଉଠାଇ ଦେଇଛନ୍ତି। ଅପରପକ୍ଷେ କୋଭିଡ-୧୯...

ସାରଥି ସତ୍‌ସଙ୍ଗ ସ୍ଥଳରେ ପୋଲିସ

ଭଦ୍ରକ ଅଫିସ, ୧୧।୧୦ – ଭଦ୍ରକ ପୌରାଞ୍ଚଳ ମଠସାହି ନିକଟ ଏକ ଘରେ ଗୁରୁବାର ରାତି ପ୍ରାୟ ୮ଟା ବେଳେ ବାବା ସାରଥିଙ୍କ ସତ୍‌ସଙ୍ଗ କାର୍ଯ୍ୟକ୍ରମ...

ଆହତ ସମ୍ବରକୁ ଚିକିତ୍ସା କରାଇଲା ବନ ବିଭାଗ

ଧମା, ୭।୪ (ଡି.ଏନ.ଏ.) ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ୍‌ ଖିଣ୍ଡା ଗ୍ରାମର ଖଲିଆବନ୍ଧ ନିକଟରୁ ଧମା ବନ ବିଭାଗ ମଙ୍ଗଳବାର ସକାଳେ ଏକ ଆହତ ସମ୍ବରକୁ...

Leave a comment

Your email address will not be published. Required fields are marked *