ଗୁଟ୍‌ଖା କାରଖାନାରେ ଚଢ଼ାଉ: ୩ ଗିରଫ, ମାଲିକ ଫେରାର

ବ୍ରହ୍ମପୁର ଅଫିସ,୭୮-ସଦର ଥାନା ପୋଲିସ ସୋମବାର ରାତିରେ ଭୈରବନଗରରେ ବେଆଇନ ଭାବେ ଚାଲିଥିବା ଏକ ଗୁଟ୍‌ଖା କାରଖାନାରେ ଚଢାଉ କରିଥିଲା। ସେଠାରୁ ବହୁ ପରିମାଣର ଗୁଟ୍‌ଖା ଜବତ କରାଯିବା ସହ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ବ୍ରଜନଗର ୩ୟ ସାରଣୀରେ ରହୁଥିବା ଶରତ ଚନ୍ଦ୍ର ବିଷୋୟୀ, ପାଟପୁର ଥାନା ଧୋବାଡ଼ି ଗ୍ରାମର କାଶୀନାଥ ବେହେରା ଓ ଉତ୍ତରପ୍ରଦେଶ କାନପୁର ଜିଲା ଗୌତମପୁରର ଦିବ୍ୟଅଂଶୁ କୁମାର ବର୍ମା । କାରଖାନା ମାଲିକ ଫେରାର ଥିବା ଥାନାଧିକାରୀ ଭାବନାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି। ଏ ନେଇ ମାମଲା ନଂ.୧୯୬/୧୯ ରୁଜୁ ହେବା ସହ ଅଭିଯୁକ୍ତମାନଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି। ଗୋବିନ୍ଦବିହାର ନିକଟ ଭୈରବନଗରରେ ଗୁଟୁଖା କାରଖାନା ଚାଲିଥିବା ପୋଲିସ ଖବର ପାଇଥିଲା। ସୋମବାର ରାତି ପ୍ରାୟ ୯ଟାରେ ପୋଲିସ ସେଠାରେ ଚଢାଉ କରି ୩୫ ବସ୍ତା ହରିଡାଖଣ୍ଡି, ଗୋକୁଳ ଡିଲକ୍ସ ଜର୍‌ଦା ଗୁଟ୍‌ଖା, ୨ଟି ପ୍ୟାକିଂ ମେଶିନ, ବିଭନ୍ନ ବ୍ରାଣ୍ଡର ପ୍ଲାଷ୍ଟିକ ଜରି ଜବତ କରିଥିଲା। ସେଠାରୁ ୩ ଜଣଙ୍କୁ କାବୁ କରାଯାଇଥିଲା। ସୂଚନାଯୋଗ୍ୟ, ରବିବାର ସଦର ଥାନା ପୋଲିସ ଭୁତପଲ୍ଲୀ, ବୋରିଗାଁ ଓ କାଳୁପାତ୍ର ସାହିରେ ଚଢାଉ କରି କୋଟିଏ ଟଙ୍କାର ଗୁଟ୍‌ଖା ଜବତ କରିବା ସହ ପୃଥକ ସ୍ଥାନରୁ ୩ ଜଣଙ୍କୁ ଗିରଫ କରିଥିଲା। ସଦର ଥାନା ଇଲାକାରେ ଏବେ ବି ଅନେକ ଗୁଟ୍‌ଖା ବ୍ୟବସାୟୀ କାରବାର ଚଳାଇଥିବା ସାଧାରଣରେ ଅଭିଯୋଗ ହେଉଛି।


All Right Reserved By Dharitri.Com

ଫୁଲ ତୋଳିବାକୁ ଯାଇ ପୋଖରୀରେ ବୁଡ଼ମଲେ ବୃଦ୍ଧ

ସୁକିନ୍ଦା,୩ା୯(ଡି.ଏନ୍‌.ଏ.)- ସୁକିନ୍ଦା ବ୍ଲକ ଆମ୍ପଳବା ଗ୍ରାମର ପଦ୍ମପୋଖରୀରେ ବୁଡି ରବିବାର ସନ୍ଧ୍ୟାରେ ଢେଙ୍କାନାଳ ଜିଲା ଭୁବନ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସେନାପତି ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ...

କମୁଛେ ପାରମ୍ପରିକ ଥଁଡା ପାନୀୟର ଚାହିଦା

ଭବାନୀପାଟଣା, ୩ା୬ (ଡି.ଏନ୍‌.ଏ):  କଳାହାଣ୍ଡି ଜିଲାର ଭବାନୀପାଟଣା ସହର ସମେତ ଆସର ପାସର ଅଂଚଲରେ ଖରା ଝାଉର ପରକୋପ ଜାରି ରହିଛେ। ଏନ୍‌ତାଥି ଦୁକାନ ବଜାରରେ...

ଇନ୍ଦ୍ରାବତୀ ଜଳଭଣ୍ଡାରର ୨ ଗେଟ ଖୋଲିଲା

ତେନ୍ତୁଳିଖୁଣ୍ଟି,୮।୮(ଡି.ଏନ.ଏ)-ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପର ଇନ୍ଦ୍ରାବତୀ ସ୍ଥିତ ଦେଓପାଲି ବନ୍ଧର ଗୁରୁବାର ୨ଟି ଗେଟ ଖୋଲାଯାଇଛି। ଦେଓପାଲି ବନ୍ଧର ୨ ନଂ...

ଅଂଶୁଘାତରେ ଯୁବକ ମୃତ

ହାଟଡିହୀ,୨୪।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ଗ୍ରାମର ଶ୍ରୀକାନ୍ତ ଜେନା(୩୫) ଅଂଶୁଘାତରେ ମୃତ୍ୟୁବରଣ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଶୁକ୍ରବାର ଶ୍ରୀକାନ୍ତ ନିଜ...

ଚାହିଦା ଥାଇ ମିଳୁନି ପ୍ରୋତ୍ସାହନ

କେନ୍ଦୁଝର,୨ା୧(ସ୍ବ.ପ୍ର.)-କେନ୍ଦୁଝର ଜିଲାର ବଣପାହାଡରୁ ମିଳୁଥିବା ଖାଦ୍ୟଶସ୍ୟ ଫଳମୂଳ, ପନିପରିବା ଆଦିର ଚାହିଦା ସହରାଞ୍ଚଳରେ ଅଧିକ ରହିଛି । କିନ୍ତୁ ଉପଯୁକ୍ତ ସହାୟତା ଓ ବଜାରର ଅଭାବ...

ବାଲିମେଳା ପୌରପରିଷଦରେ ସ୍ବାୟତ୍ତ ଶାସନ ଦିବସ

କୋରୁକୋଣ୍ଡା,୩୧।୮(ଡି.ଏନ୍‌.ଏ): ରାଜ୍ୟବ୍ୟାପୀ ସ୍ବାୟତ୍ତ ଶାସନ ଦିବସ ଶନିବାର ପାଳନ ହେଉଥିବା ବେଳେ ମାଲକାନଗିରି ଜିଲା ବାଲିମେଳା ପୌରପରିଷଦରେ ଏହା ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଏହି...

ବିଜେପୁରରୁ ଜିତିଲେ ମୁଖ୍ୟମନ୍ତ୍ରୀ

ବିଜେପୁର, ୨୪-୫ (ଡି.ଏନ.ଏ):ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ବିଧାନଭା ନିର୍ବାଚନ ମଣ୍ଡଳୀରୁ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ...

ଜଳିଗଲା କୋଇଲା ବୋଝେଇ ଟ୍ରକ

ପରଜଙ୍ଗ,୨୮।୧୨(ଡି.ଏନ.ଏ.)-ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧିନ ୫୩ନଂ. ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଚଳନ୍ତା କୋଇଲା ବୋଝେଇ ଟ୍ରକ...

Leave a comment

Your email address will not be published. Required fields are marked *