ନାଟ୍ୟ ମାୟାରେ ବିମୁଗ୍ଧ ରମେଶ:ଅବସର ଜୀବନର ସ୍ବପ୍ନ ରହିଛି ଅଧୁରା

ଆରଡ଼ି, ୭।୮ (ଡି.ଏନ.ଏ.) – ନାଟ୍ୟକଳା ପ୍ରତି ପିଲାଦିନର ଆକର୍ଷଣ ତାଙ୍କ ଜୀବନର ଗତି ବଦଳାଇ ଦେଇଥିଲା। ସେ ଏକାଧାରରେ ଥିଲେ ଅଭିନେତା ଓ ନାଟ୍ୟକାର। ଉଚ୍ଚଶିକ୍ଷା ଲାଭ ପରେ ପରିବାରର ବୋଝ ସମ୍ଭାଳିବାକୁ ସେ ଶିକ୍ଷକତା ବୃତ୍ତିକୁ ଆଦରି ନେଇଥିଲେ। ଅବସର ସମୟରେ ନାଟକ ରଚନା କରି କଳା ଦୁନିଆର ଆକର୍ଷଣ ବଢ଼ାଇବାକୁ ଉଦ୍ୟମ କରିଥିଲେ। ଦୀର୍ଘ ୩୫ ବର୍ଷ ଧରି ଶିକ୍ଷକତା କରିବା ପରେ ୨୦୦୮ରେ ଅବସର ଗ୍ରହଣ କରିଥିଲେ। ତାଙ୍କର ସ୍ବପ୍ନ ଥିଲା ଅବସର ଜୀବନରେ କଳା ବିକାଶ କେନ୍ଦ୍ର ଖୋଲି ନୂଆ କଳାକାର ସୃଷ୍ଟି କରିବା ଓ ଗରିବ କଳାକାରଙ୍କୁ ପ୍ରଶିକ୍ଷଣ ଦେବା। କିନ୍ତୁ ରୋଗାକ୍ରାନ୍ତ ଶରୀର ତାଙ୍କ ବାଟ ଓଗାଳିଲା। ଏଣୁ ତାଙ୍କ ସ୍ବପ୍ନ ଏଯାଏ ଅଧୁରା ରହିଛି। କଳା ପାଇଁ ଜୀବନ ନା ଜୀବନ ପାଇଁ କଳା ଏହାର ଅର୍ଥ ସେ ଏବେ ମଧ୍ୟ ଖୋଜି ଚାଲିଛନ୍ତି।
ଏହି ନାଟ୍ୟ ପ୍ରତିଭା ହେଲେ ଭଦ୍ରକ ଜିଲା ଆରଡ଼ି ନିକଟସ୍ଥ ନାନ୍ଦପୁର ଗ୍ରାମର ରମେଶ ଚନ୍ଦ୍ର ପଣ୍ଡା। ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି, ପିଲାଦିନେ ଗଁା ଆଖପାଖରେ ଯେଉଁଠି ବି ଯାତ୍ରା କି ନାଟକ ମଞ୍ଚସ୍ଥ ହୁଏ, ସେଠାକୁ ଛୁଟି ଯାଆନ୍ତି। ସେ ଥିଲେ ନାଟ୍ୟ ମାୟାରେ ବିମୁଗ୍ଧ ଦର୍ଶକ। ନାଟକ ଦେଖୁ ଦେଖୁ ମଞ୍ଚରେ ଅଭିନୟ ଆରମ୍ଭ କରିଥିଲେ। ଶିକ୍ଷକତା ଚାକିରି ସମୟରେ କଳାର ଆକର୍ଷଣକୁ ଏଡ଼ାଇ ନ ପାରି ଦିନରେ ପିଲାଙ୍କୁ ପାଠ ପଢାଇ ସାରି ରାତିରେ ସାଜୁଥିଲେ କଳାର ପୂଜାରୀ। ନାୟକ, ଖଳନାୟକ ଭଳି ବିଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ଅନେକ ପ୍ରଶଂସା ଓ କରତାଳି ସାଉଁଟିଛନ୍ତି। କେତେକ ଯାତ୍ରା ଅନୁଷ୍ଠାନରେ ନିର୍ଦ୍ଦେଶନା ଦେବା ସହ ପ୍ରାୟ ୨୫ଟି ନାଟକ ରଚନା କରିଛନ୍ତି। ବିଭିନ୍ନ ଗଁାକୁ ଯାଇ ଯୁବକଙ୍କୁ ଡ୍ରାମା ଶିଖାଇ ନାଟକ ମଞ୍ଚସ୍ଥ କରି ସେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ରଚିତ ‘ନଦୀର ନାମ ଅଶ୍ରୁଧାର ତଟର ନାମ ପ୍ରେମ’, ‘ସତୀ ଚଉଁରା’, ‘କାହାଣୀ ଏକ ବିପ୍ଲବୀର’, ‘ପ୍ରେୟସୀକୁ ଚିଠି’, ‘କିଏ ଭାଙ୍ଗିଦେଲା ସୁନା ସଂସାର’, ‘ମାଧବୀ ଅପାର ଗୋଲାପି ଓଠ’, ‘ପୁଅ ଚିହ୍ନିଲାନି ନିଜ ଗଁାକୁ’ ବହୁଚର୍ଚ୍ଚିତ ସଫଳ ନାଟକ। ଯାଜପୁର କଳା ନିକେତନ, ପୂରୀ ନାଟ୍ୟସଂସ୍ଥା, ଭଦ୍ରକ ପୂଜ୍ୟପୂଜ୍ୟା ସଂସ୍ଥା, ବାଙ୍କସାହି ନାଟ୍ୟ ପରିଷଦ ଭଳି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସେ ଏଥିପାଇଁ ସମ୍ବର୍ଦ୍ଧିତ ଓ ସମ୍ମାନିତ ହୋଇଛନ୍ତି। ହୃଦ୍‌ରୋଗରେ ପୀଡ଼ିତ ହେବା ପରଠାରୁ ସେ କଳା ଦୁନିଆଠାରୁ ଦୂରେଇ ଯାଇଛନ୍ତି। ଏବେ ରୋଗଶଯ୍ୟାରେ ବିତୁଛି ତାଙ୍କ ଦିନ। ଭଲରେ କଥାବାର୍ତ୍ତା କରିପାରୁ ନାହାନ୍ତି। ମନର କଥା କହିବାକୁ ଚାହିଁଲେ, ଲେଖି କରି ଦିଅନ୍ତି। ଜଣେ ଆଦର୍ଶ ଶିକ୍ଷକ ଓ କଳାକାର ଭାବେ ରମେଶ ଏକ ବିରଳ ଓ ଭିନ୍ନ ପ୍ରତିଭାର ଅଧିକାରୀ ହୋଇଥିଲେ ବି ଅବହେଳିତ ଓ ଅନାଲୋଚିତ ହୋଇ ରହିଛନ୍ତି ବୋଲି ଓଡ଼ିଶାର ବରିଷ୍ଠ ନାଟ୍ୟକାର ସନ୍ତୋଷ ପାଢ଼ୀ ମତବ୍ୟକ୍ତ କରିଛନ୍ତି।


All Right Reserved By Dharitri.Com

ମଦଦୋକାନ ଉଚ୍ଛେଦ ନେଇ ତେଜିଲେ ମହିଳା, କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଆନ୍ଦୋଳନ ଚେତାବନୀ

ଭବାନୀପାଟଣା,୨୯।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କେଶିଙ୍ଗା ଥାନା ଅନ୍ତର୍ଗତ ପରଲସିଙ୍ଗା ଗ୍ରାମରର ବେଆଇନ ମଦଦୋକାନଗୁଡିକୁ ଉଚ୍ଛେଦ ଦାବିରେ ମହିଳାମାନେ ଭବାନୀପାଟଣା ଅବକାରୀ ଅଧ୍ୟୀକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ...

ବନବିଭାଗ ଚଢ଼ାଉ : କାଠ ସାମଗ୍ରୀ, ଯନ୍ତ୍ରପାତି ଜବତ

ଲାଠୋର, ୮ା୬ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋରରେ ଥିବା ଏକ ଫର୍ଣ୍ଣିଚର ଦୋକାନ ଉପରେ ବନବିଭାଗ ଶନିବାର ଚଢ଼ାଉ କରିଥିଲା। ଚଢାଉ ବେଳେ...

ଉପଖଣ୍ଡସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ: ଛତ୍ରପୁର ବଜାର ରାସ୍ତାରୁ ହଟିବ ଫାଷ୍ଟଫୁଡ୍‌ ଦୋକାନ

ଛତ୍ରପୁର,୧୨ା୧୨(ଡି.ଏନ.ଏ)-ଛତ୍ରପୁର ଉପଖଣ୍ଡସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ବୁଧବାର ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଅଧ୍ୟକ୍ଷତା...

୧୦ କୋଟି ଟପିଲା ବ୍ୟବସାୟ

ଢେଙ୍କାନାଳ ଅଫିସ, ୨୪।୧୦ – ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଅବସରରେ ସ୍ଥାନୀୟ ମହିଷାପାଟ ପଡ଼ିଆରେ ପ୍ରଥମ ଥର ଲାଗି ଆୟୋଜିତ ହେଉଥିବା ସରସମେଳା ବୁଧବାର ଉଦ୍‌ଯାପିତ...

୨୬ଗ୍ରାମ ବ୍ରାଉନସୁଗାର ଜବତ, ମହିଳା ଗିରଫ

ପୁରୀ ଅଫିସ, ୧୫ା୧୧: ପୁରୀ ସହରରେ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଥିବାବେଳେ ଏବେ ଏଥିରେ ମହିଳା ମାନଙ୍କୁ ବ୍ୟବହାର କରାଯାଉଛି। ଫଳରେ କଲେଜ ବିଦ୍ୟାର୍ଥୀ,...

‘ଓଡ଼ିଆ ଭାଷାରେ ଅଦାଲତ କାର୍ଯ୍ୟ କରାଯାଉ’

ବାଲେଶ୍ୱର ଅଫିସ,୧୧।୭- ଓଡ଼ିଆ ଭାଷାରେ ଅଦାଲତ କାର୍ଯ୍ୟ ପରିଚାଳନା କରାଯାଉ ବୋଲି ବାଲେଶ୍ୱର ଉତ୍କଳ ସମ୍ମିଳନୀ ଶାଖା ପକ୍ଷରୁ ଦାବି କରାଯାଇଛି। ବୁଧବାର ପୂର୍ବାହ୍ନ ୧୦ଟା...

କୁଜଙ୍ଗ ବ୍ଲକରେ ପାନୀୟଜଳ ପ୍ରକଳ୍ପ ଅଧାପନ୍ତରିଆ : କୂଅ, ପୋଖରୀ ପାଣି ପିଉଛନ୍ତି ଲୋକେ

କୁଜଙ୍ଗ,୨୮ା୭(ସ୍ବ.ପ୍ର.): କୁଜଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତରେ ଏବେ କୋଟି କୋଟି ଟଙ୍କାର ପାନୀୟଜଳ ପ୍ରକଳ୍ପ ଅଧାପନ୍ତରିଆ ହୋଇ ରହିଛି। ଫଳରେ ସମ୍ପୃକ୍ତ ଅଞ୍ଚଳର ଲୋକେ ବିଶୁଦ୍ଧ...

ଅନୁଗୋଳ ପୁଅକୁ ଆମେରିକା ଡାକରା; ଶୁଭ୍ରାଂଶୁଙ୍କ ‘ମାଭିକ୍‌’ ଡ୍ରୋନ୍‌କୁ ନାସା କହିଲା ମିରାକିଲ୍‌

ଅନୁଗୋଳ ଅଫିସ, ୪।୧୧:  ୨୪ ଘଣ୍ଟା ଆକାଶରେ ଉଡ଼ାଣ କରିପାରିବ। ୧୫ କେଜିର ଫାଷ୍ଟଏଡ୍‌ ନେଇ ତୁରନ୍ତ ଅପହଞ୍ଚ ଅଞ୍ଚଳର ଗୁରୁତର କିମ୍ବା ଦୁର୍ଘଟଣାଗ୍ରସ୍ତଙ୍କ ନିକଟରେ ପହଞ୍ଚାଇ...

Leave a comment

Your email address will not be published. Required fields are marked *