ନିମ୍ନମାନର ଚାଉଳ ଯୋଗାଣ ଓ ପରିଚାଳନା ସମସ୍ୟା ନେଇ ସ୍କୁଲରେ ତାଲା: ୪ଦିନ ବିତିଲା, ସମାଧାନ ନାହିଁ

ଝୁମ୍ପୁରା, ୭।୮ (ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ବଡନେଉଳି ଉଚ୍ଚ ବିଦ୍ୟାଳୟର ସମସ୍ୟା ନେଇ ଅଭିଭାବକ ଓ ଗ୍ରାମବାସୀ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେବା ଘଟଣାକୁ ୪ଦିନ ବିତିଲାଣି। ୩୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ବିଦ୍ୟାଳୟ ମୁଖ୍ୟ ଫାଟକ ପାଖରେ ମଧ୍ୟ ବସିରହୁଛନ୍ତି। ସ୍କୁଲ ପରିସରରେ ୧୧୦ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଓ ୪୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସକୁ ନିମ୍ନମାନର ଚାଉଳ ଯୋଗାଣର ଯାଞ୍ଚ ନ ହେବା, ଶିକ୍ଷାନୁଷ୍ଠାନ ପରିଚାଳନାଗତ ସମସ୍ୟା ପ୍ରତି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା, ଜଣେ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରଭୃତି ଦାବି ପୂରଣ ଲାଗି ଅଭିଭାବକ ଓ ଗ୍ରାମବାସୀ ଜିଦ୍‌ରେ ଅଡି ବସିଛନ୍ତି। ବ୍ଲକ ଶିକ୍ଷାଧିକାରୀ ଦୁଃଶାସନ ସିଂ ଏବଂ ବିଆରସି କମଳ ଲୋଚନ ବିଶ୍ୱାଳ ଆସି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ସମାଧାନର ବାଟ ଫିଟି ନାହିଁ। ଜିଲା ଶିକ୍ଷାଧିକାରୀ ଏଠାକୁ ନ ଆସିଲେ ତାଲା ଖୋଲିବନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ଆନ୍ଦୋଳନକାରୀ ଅଭିଭାବକ ଦର୍ଶାଇଛନ୍ତି ଯେ, ଅନ୍ତେବାସୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କିଛି ନୂଆ କଥା ନୁହେଁ। ବାରମ୍ବାର ଗନ୍ଧଯୁକ୍ତ ଚାଉଳ ଯୋଗାଣ ହେଉଥିବାରୁ ଏହାକୁ ରୋଷେଇ କରି ପିଲାଙ୍କୁ ଦିଆଯାଉଛି। ପରିଚାଳନାଗତ ସମସ୍ୟା ଯୋଗୁ ଶିକ୍ଷାନୁଷ୍ଠାନରେ ପାଠପଢ଼ା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗ୍ରାମବାସୀଙ୍କ ଅଭିଯୋଗ ସତ୍ତ୍ୱେ ଶିକ୍ଷା ବିଭାଗ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେବାରୁ ୪ଦିନ ହେଲା ୩୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣରୁ ବଞ୍ଚିତ ହୋଇଛନ୍ତି। ଶିକ୍ଷାନୁଷ୍ଠାନକୁ କେନ୍ଦ୍ର କରି ଉତ୍ତେଜନା ଲାଗିରହିଥିବାରୁ ବାରିଆ ଥାନା ପୋଲିସ ପରିସ୍ଥିତି ପ୍ରତି ନଜର ରଖିଥିବା ଥାନା ଅଧିକାରୀ ସୁଶାନ୍ତ ମହାନ୍ତି କହିଛନ୍ତି। ଏସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀ ହେନାରାଣୀ ସ୍ବାଇଁଙ୍କୁ ପଚାରିବାରୁ କହିଛନ୍ତି, ୪ଜଣ ରୋଷେୟାଙ୍କ ମଧ୍ୟରୁ ଜଣକୁ ଅଫିସ ନିର୍ଦ୍ଦେଶ ମୁତାବକ କାର୍ଯ୍ୟରୁ ଅନ୍ତର କରାଯାଇଛି। ଯୋଗାଣ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ଚାଉଳକୁ କେନ୍ଦ୍ରକରି ଏଭଳି ଅପ୍ରୀତିକର ପରିସ୍ଥିତି ଉପୁଜିଛି। ଏନେଇ ସେ ଜିଲା ଶିକ୍ଷାଧିକାରୀଙ୍କୁ ଜଣାଇଛନ୍ତି। ନିମ୍ନମାନର ଚାଉଳକୁ ନେଇ ଶିକ୍ଷାଦାନରେ ବିଶୃଙ୍ଖଳା ହେବା ସହିତ ଆମ୍ଭେମାନେ ମାନସିକ ଚାପର ସମ୍ମୁଖୀନ ହେଉଛୁ ବୋଲି କେତେକ ଶିକ୍ଷୟିତ୍ରୀଶିକ୍ଷକ ମଧ୍ୟ କହିଛନ୍ତି। ବ୍ଲକ ଶିକ୍ଷାଧିକାରୀ ସିଂଙ୍କୁ ପଚାରିବାରୁ ଏସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରାଯାଇଛି ବୋଲି କହିଛନ୍ତି। ଛାତ୍ରାବାସ, ଛାତ୍ରୀ ନିବାସ, ଆଶ୍ରମ ବିଦ୍ୟାଳୟଗୁଡିକୁ ଯୋଗଇ ଦିଆଯାଉଥିବା ଚାଉଳ ସମ୍ପର୍କରେ ଝୁମ୍ପୁରା ଯୋଗାଣ ଅଧିକାରୀ ସରିତା ମିର୍ଦ୍ଧାଙ୍କୁ ପଚାରିବାରୁ ସେ ଘଟଣା ଅନୁଧ୍ୟାନ କରି ଦେଖିବେ ବୋଲି କହିଛନ୍ତି।


All Right Reserved By Dharitri.Com

ଗ୍ରାହକଙ୍କୁ ଲୁଟିବାକୁ ସୁଯୋଗ ଦେଉଛନ୍ତି ସରକାର

ବ୍ରହ୍ମପୁର ଅଫିସ୍‌,୧୪ା୭-ରାଜ୍ୟର ୪ ଡିସ୍‌କମ୍‌(ବିଦ୍ୟୁତ୍‌ ବିତରଣ ସଂସ୍ଥା) ଯଥା ସାଉଥ୍‌କୋ, ସେସୁ, ନେସ୍‌କୋ ଏବଂ ୱେସ୍‌କୋକୁ ସମ୍ପୂୂର୍ଣ୍ଣ ଭାବେ ଘରୋଇ ସଂସ୍ଥା ହାତକୁ ଟେକିଦେବା ପାଇଁ...

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଖର୍ଚ୍ଚ ଦାବି ଆଲୋଚନା: ପେସା ଆଇନ କଥା ଉଠାଇଲେ ନରସିଂହ

ଭୁବନେଶ୍ୱର, ୨୦ା୭(ବ୍ୟୁରୋ): ବିଧାନସଭାରେ ଶୁକ୍ରବାର ଅପରାହ୍ନରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର...

ରାସ୍ତା ମଝିରେ କାରରଖି ହଙ୍ଗାମାକଲେ ୨ ବଙ୍ଗୀୟ ଯୁବତୀ

ଭୁବନେଶ୍ୱର,୨୧।୯(ବ୍ୟୁରୋ): ରାସ୍ତା ମଝିରେ କାର୍‌ ରଖି ହଙ୍ଗାମା କଲେ ନିଶାସକ୍ତ ୨ ବଙ୍ଗୀୟ ଯୁବତୀ। ଶନିବାର ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ। କମିଶନରେଟ...

ପରିବେଶର ସୁରକ୍ଷା ଲାଗି ବୃକ୍ଷରୋପଣ ଜରୁରୀ

ଖପ୍ରାଖୋଲ,୫।୬(ଡି.ଏନ.ଏ.): ଖପ୍ରାଖୋଲ ବ୍ଲକ ବଡଗୁର୍ଜିଭଟାଠାରେ ବନ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ ବୁଧବାର ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଉଚ୍ଚ ପ୍ରାଥମିକ...

ବିଶ୍ୱ ଆଦିବାସୀ ଦିବସ ପାଳନ

ଭବାନୀପାଟଣା,୯।୮(ଡି.ଏନ.ଏ.): କଳାହାଣ୍ଡି ଡିଷ୍ଟ୍ରିକ୍ଟ ଆଦିବାସୀ ସଂଘ ପକ୍ଷରୁ ହଲିଆପଡା ଭବାନୀପାଟଣାଠାରେ ବିଶ୍ୱ ଆଦିବାସୀ ଦିବସ ଶୁକ୍ରବାର ପାଳନ କରାଯାଇଛି। କଳାହାଣ୍ଡି ଡିଷ୍ଟ୍ରିକ୍ଟ ଆଦିବାସୀ ସଂଘର ସଭାପତି...

ସ୍ଥାୟୀ ଜମିପଟ୍ଟା, ଘରଢ଼ିହ ପ୍ରଦାନ ପାଇଁ ଦାବିପତ୍ର

ଯାଜପୁର ଟାଉନ,୨୨।୧୧(ଡିଏନଏ): ଯାଜପୁର ଜିଲା ଧର୍ମଶାଳା ଅଞ୍ଜିରା ଗ୍ରାମର ଗ୍ରାମବାସୀ ଭାରପ୍ରାପ୍ତ ଜିଲାପାଳଙ୍କୁ ଗୁରୁବାର ଭେଟି ସ୍ଥାୟୀ ଜମିପଟ୍ଟା ଓ ଭୂମିହୀନଙ୍କୁ ଘରଢ଼ିହ ଦେବାକୁ ଦାବିପତ୍ର...

ମହାତ୍ମା ଗାନ୍ଧୀଙ୍କ ଅହିଂସାକୁ ଭାରତର ସମ୍ବିଧାନର ସୁଖବନ୍ଧନରେ ଅନ୍ତର୍ଭୁକ୍ତ ଦାବି: ଦସ୍ତଖତ ଅଭିଯାନ ସଂଗ୍ରହ

କେସିଙ୍ଗା,୩୦।୮(ଡି.ଏନ.ଏ.)-କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କଶୃପଡା ଯୁକ୍ତ ଦୁଇ ମହାବିଦ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀଙ୍କ ଅହିଂସାକୁ ଭାରତର ସମ୍ବିଧାନ ମୁଖବନ୍ଧରେ ସ୍ଥାନ ପାଇବା ପାଇଁ...

ପ୍ଲାଷ୍ଟିକ୍‌ ବର୍ଜନ ସଚେତନତା କାର୍ଯ୍ୟକ୍ରମ

ଲଇକେରା, ୧୪ା୯ (ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ପୂର୍ତ୍ତ ବିଭାଗର ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଲଇକେରା ପୂର୍ତ୍ତ ବିଭାଗ ତରଫରୁ ଏକ ପ୍ଲାଷ୍ଟିକ୍‌ ବର୍ଜନ ସଚେତନତା କାର୍ଯ୍ୟକ୍ରମ...

Leave a comment

Your email address will not be published. Required fields are marked *