ଖୋଲିଲା ସବୁ ଦିନିଆ ଅଭିଯୋଗ ପ୍ରକୋଷ୍ଠ

ବାରିପଦା ଅଫିସ,୭।୮- ଆୟତନ ଦୃଷ୍ଟିରୁ ମୟୂରଭଞ୍ଜ ରାଜ୍ୟର ସର୍ବ ବୃହତ ଜିଲା। ଏହି ଜିଲାରେ ୨୬ଟି ବ୍ଲକ, ୨ଟି ମ୍ୟୁନିସିପାଲିଟି ଓ ୨ଟି ଏନଏସି ରହିଛି। ଆଦିବାସୀ ଅଧ୍ୟୁଷିତ ଜିଲା ହୋଇଥିବାରୁ ବିକାଶର ଚିହ୍ନ ଗ୍ରାମାଞ୍ଚଳରେ ପହଞ୍ଚି ପାରୁ ନ ଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଥାଏ। ତେବେ ଜିଲାସ୍ତରରେ ବାରିପଦା,ଉଦଳା, କରଞ୍ଜିଆ ଓ ରାଇରଙ୍ଗପୁର ଆଦି ଜିଲାର ୪ଟି ଉପଖଣ୍ଡରେ ପର୍ଯ୍ୟାୟକ୍ରମେ ପ୍ରତି ସୋମବାର ଜିଲାପାଳ ଓ ଜିଲା ଆରକ୍ଷୀ ଅଧୀକ୍ଷକ ମିଳିତ ଭାବେ ଜନ ଶୁଣାଣି କରି ଜନସାଧାରଣଙ୍କ ସମସ୍ୟା ସମାଧାନ କରିଥାନ୍ତି। ଜିଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରୁ ଲୋକେ ଏହି ଜନଶୁଣାଣି ଶିବିରରେ ପହଞ୍ଚି ପାରୁ ନ ଥିବା ଅଭିଯୋଗ ହୋଇଥାଏ। ଏପରିକି କିଛି ଲୋକ ବିଭିନ୍ନ ସମୟରେ ବାରିପଦା ଆସି ଜିଲାପାଳଙ୍କୁ ସିଧାସଳଖ ଅଭିଯୋଗ କରିଥାନ୍ତି। ମାତ୍ର ଜିଲାପାଳଙ୍କ କାର୍ଯ୍ୟବ୍ୟସ୍ତତା ଓ କ୍ଷେତ୍ର ଭ୍ରମଣ ସମୟରେ ଲୋକେ ତାଙ୍କୁ ନ ପାଇ ନିରାଶ ହୋଇ ଫେରି ଯାଉଥିବା ମଧ୍ୟ ଅଭିଯୋଗ ହୋଇଥାଏ। ତେବେ ଜନସାଧାରଣ କୌଣସି ସରକାରୀ ସୁବିଧାରୁ ବଞ୍ଚିତ ନ ହେବା ଉଦ୍ଦେଶ୍ୟ ନେଇ ଜିଲାପାଳ ବିନିତ ଭରଦ୍ୱାଜ ଉଦ୍ୟମ କରିଛନ୍ତି। ତାଙ୍କ କାର୍ଯ୍ୟାଳୟ ପରିସରରେ ସୋମବାର ଏକ ସ୍ବତନ୍ତ୍ର ଅଭିଯୋଗ ପ୍ରକୋଷ୍ଠର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯୋଗ ପ୍ରକୋଷ୍ଠ ସମସ୍ତ ସରକାରୀ ଦିବସ ଗୁଡିକରେ ସକାଳ ୧୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରହିବ। ଏଠାରେ ଜନସାଧାରଣ ସେମାନଙ୍କ ବ୍ୟକ୍ତିଗତ ତଥା ସାମୂହିକ ଅଭିଯୋଗ ଦାଖଲ କରିପାରିବେ। ଏହି ଅଭିଯୋଗଗୁଡ଼ିକୁ ଅନୁଧ୍ୟାନ କରି ୨୦ ଦିନ ମଧ୍ୟରେ ସମାଧାନ କରାଯିବ। ଜିଲାର ପ୍ରତି ସରକାରୀ କାର୍ଯ୍ୟାଳୟରେ ଜଣେ ଜଣେ ନୋଡାଲ ଅଫିସର ରହିବେ ବୋଲି ଜିଲାପାଳ ଭରଦ୍ୱାଜ କହିଛନ୍ତି। ଏହା ସହ ସମସ୍ତ ଅଭିଯୋଗଗୁଡ଼ିକର ତଦନ୍ତ ବ୍ୟକ୍ତିଗତ ଭାବେ ସେ ସମୀକ୍ଷା ମଧ୍ୟ କରିବେ ବୋଲି କହିଛନ୍ତି। ଏଠାରେ ଲୋକେ ନିଜ ନିଜ ଅଭିଯୋଗ ଲିଖିତ ଆକାରରେ ଜଣାଇବେ। ଅଭିଯୋଗ ଦାଖଲ ପରେ ରସିଦ ନେବେ। ରସିଦରେ ସୂଚିତ କରାଯାଇଥିବା ନମ୍ବର ଜରିଆରେ ଅଭିଯୋଗର ତଦନ୍ତ କେଉଁ ସ୍ତରରେ ଅଛି ତାହା ମଧ୍ୟ ଅଭିଯୋଗକାରୀ ଜାଣିପାରିବେ। ଜନସାଧାରଣ ଅଭିଯୋଗ ପ୍ରକୋଷ୍ଠରେ ସେମାନଙ୍କ ଲିଖିତ ଅଭିଯୋଗ ଦାଖଲ କରିବା ପରେ ଏହା ଅନ୍‌ଲାଇନ ମାଧ୍ୟମରେ ରେଜିଷ୍ଟ୍ରେଶନ କରାଯିବ। ଯେଉଁ ବିଭାଗର ଏହା ହୋଇଥିବ ତାହା ସେହି ବିଭାଗକୁ ଅବଗତ କରାଯିବ। ଏହାପରେ ତୁରନ୍ତ ଏହାର ସମାଧାନ କରି ଲୋକଙ୍କୁ ନ୍ୟାୟ ପ୍ରଦାନ କରାଯିବ। କୌଣସି ବ୍ୟକ୍ତି ଯେପରି ସେମାନଙ୍କ ମୌଳିକ ଅଧିକାର ତଥା ସରକାରୀ ସୁବିଧାରୁ ଯେମିତି ବଞ୍ଚିତ ନ ହୁଅନ୍ତୁ ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ଜିଲାପାଳ ଭରଦ୍ୱାଜ କହିଛନ୍ତି। ଏହି ପ୍ରକୋଷ୍ଠର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ବ୍ରଜବନ୍ଧୁ ଭୋଳ, ବାରିପଦା ଉପଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲା ଜରୁରୀ ଅଧିକାରୀ ସୁଜୟ କୁମାର ପତିଙ୍କ ସମେତ ଅନ୍ୟ ଜିଲାସ୍ତରୀୟ ଅଧିକାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ।


All Right Reserved By Dharitri.Com

ଡେଲିଭରି ବୟଠାରୁ ଠକିନେଲେ ୮ମୋବାଇଲ

ବାରିପଦା ଅଫିସ, ୨୩।୨-ବାରିପଦା ଟାଉନରେ ଜଣେ ଡେଲିଭରି ବୟଠାରୁ ଦୁଇ ଜଣ ଯୁବକ ୮ମୋବାଇଲ ଠକି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ...

କୋଟିପତି କନିଷ୍ଠ ଯନ୍ତ୍ରୀ ଘରେ ଭିଜିଲାନ୍ସ ଯାଞ୍ଚ: ୧ କୋଟି ୩୩ ଲକ୍ଷ ୨୦ହଜାର ୯୩୯ ଟଙ୍କାର ସମ୍ପତ୍ତି ଠାବ

କଟକ ଅଫିସ,୨୭ା୬: ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକର କନିଷ୍ଠଯନ୍ତ୍ରୀ ତ୍ରିବିକ୍ରମ ସାମନ୍ତରାୟଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଛି। କଟକ ସ୍ବତନ୍ତ୍ର ଭିଜିଲାନ୍ସ...

ସରକାରୀ ସ୍କୁଲରେ ପ୍ରଥମ ଥର ଶିକ୍ଷକ-ଅଭିଭାବକ ବୈଠକ

ଭୁବନେଶ୍ୱର,୨୯ା୬(ବ୍ୟୁରୋ): ରାଜ୍ୟରେ ଘରୋଇ ସ୍କୁଲ ତୁଳନାରେ ସରକାରୀ ବିଦ୍ୟାଳୟଗୁଡ଼ିକରେ ଲଗାତର ଭାବେ ନିରୁତ୍ସାହଜନକ ଫଳାଫଳ ହେଉଛି। ଉପସ୍ଥାନ ହ୍ରାସ ଏବେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଦେଇଛି।...

ଅଲୋଡା ଶିଶୁକନ୍ୟା: ଅନ୍ଧାର ରାତିରେ ଚାଳିଆରୁ ଉଦ୍ଧାର ହେଲା ନବଜାତକ

ସଜନାଗଡ଼, ୮।୮(ଡି.ଏନ.ଏ.)-ଶିଶୁ କନ୍ୟା ପ୍ରତି ଘୃଣା ଭାବ ପୋଷଣ ନ କରିବା ପାଇଁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ସଫଳ...

ବିଧାନସଭା ସଦାଚାର କମିଟି ବୈଠକ: ନିର୍ବାଚନମଣ୍ଡଳୀ ସ୍ତରୀୟ ଉନ୍ନୟନ କମିଟି କାର୍ଯ୍ୟାବଳୀ ଉପରେ ହେଲା ଆଲୋଚନା

ଭୁବନେଶ୍ୱର,୫ା୧୧(ବ୍ୟୁରୋ): ଓଡ଼ିଶା ସଦାଚାର ଗୃହ କମିଟିର ଚତୁର୍ଥ ବୈଠକ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ.୫୪ରେ...

ଶେଷ ପର୍ଯ୍ୟାୟରେ ଚାରିନାହାକା କାମ

ପୁରୀ ଅଫିସ,୨୩ା୫: ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଜୋର୍‌ଦାର ଚାଲିଛି। ତିନିରଥର ମୁଖ୍ୟ ମହାରଣା ସେବକଙ୍କ ନେତୃତ୍ୱରେ ରଥଖଳାରେ କାମ ଜାରି ରହିଥିବାବେଳେ ଶୁକ୍ରବାର...

ସ୍କର୍ପିଓ ସହ ଅପହୃତ ଯୁବକ ଉଦ୍ଧାର: ୩ ଗିରଫ

ଭୁବନେଶ୍ୱର, ୯ା୧୧(ବ୍ୟୁରୋ): ଇନ୍‌ଫୋସିଟି ଥାନା ଅଞ୍ଚଳରୁ ଅପହରଣ ହୋଇଥିବା ଜଣେ ଯୁବକଙ୍କ ସମେତ ସ୍କର୍ପିଓ ଗାଡ଼ିକୁ ଶୁକ୍ରବାର ପୋଲିସ ରାଜଧାନୀ ଉପକଣ୍ଠରୁ ଉଦ୍ଧାର କରିଛି। ଏହି...

ଧରିତ୍ରୀ ଖବରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌: ରକ୍ତ କର୍କଟ ପୀଡ଼ିତ ଶିଶୁଙ୍କ ଚିକିତ୍ସା ସହାୟତା ପାଇଁ ନିବେଦନ କଲେ ସ୍ବେଚ୍ଛାସେବୀ

ବରଗଡ଼ ଅଫିସ, ୧୪।୩- ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ ନଂ-୧୬ ଡ୍ୟାମ୍‌ କଲୋନୀ (ଗାନ୍ଧୀନଗର) ନିବାସୀ ଅଜୟ ଦୀପଙ୍କ ଏକମାତ୍ର ଶିଶୁପୁତ୍ର ରୋହିତ(୫) ରକ୍ତ...

Leave a comment

Your email address will not be published. Required fields are marked *