ଜନସେବା କେନ୍ଦ୍ରକୁ ସହଯୋଗ ମିଳୁନି

ବାଲେଶ୍ୱର ଅଫିସ, ୭।୮-ବାଲେଶ୍ୱର ସଦର ବ୍ଲକ ଅଧୀନରେ ଥିବା ଜନସେବା କେନ୍ଦ୍ରଗୁଡ଼ିକୁ ତହସିଲ କର୍ମଚାରୀମାନେ ଅବହେଳା କରୁଥିବା ଅଭିଯୋଗ ହୋଇଛି। ଏନେଇ ଜନସେବା କେନ୍ଦ୍ରର ଭିଏଲ୍‌ସି(ଭିଲେଜ ଲେଭଲ କମିଟି)ମାନେ ମଙ୍ଗଳବାର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ଜନସେବା କେନ୍ଦ୍ରଗୁଡ଼ିକରେ ପଞ୍ଚାୟତର ଲୋକମାନେ ନିର୍ଦ୍ଦିଷ୍ଟ ପଞ୍ଚାୟତ ଜନସେବା କେନ୍ଦ୍ରରୁ ଜନ୍ମ ପ୍ରମାଣପତ୍ର, ବାସିନ୍ଦା ପ୍ରମାଣପତ୍ର, ମୃତ ପ୍ରମାଣପତ୍ର, ଆର୍ଥିକ ପ୍ରମାଣପତ୍ର ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ସରକାରୀ କାଗଜପତ୍ର ମିଳିବାରେ ସୁବିଧା ରହିଛି। ଫଳରେ ଲୋକମାନେ ଦୂରରେ ଥିବା ତହସିଲ ଅଫିସ୍‌କୁ ନ ଆସି ନିର୍ଦ୍ଦିଷ୍ଟ ସମୟ ଅନୁସାରେ ଆବଶ୍ୟକ ପ୍ରମାଣପତ୍ର ପାଇ କାର୍ଯ୍ୟରେ ଲଗାଇଥାନ୍ତି। କିନ୍ତୁ ତହସିଲ ଅଫିସ୍‌ରେ ଥିବା କର୍ମଚାରୀମାନେ ଟାଳଟୁଳ ନୀତି କରି ଭିଏଲ୍‌ସିମାନଙ୍କୁ ଅସୁୁବିଧାରେ ପକାଉଛନ୍ତି। ଏପରିକି ଯେଉଁମାନେ ତହସିଲରେ ସିଧାସଳଖ ଆବେଦନ କରୁଛନ୍ତି ସେମାନଙ୍କୁ ଗୋଟିଏ ଘଣ୍ଟା ଭିତରେ ପ୍ରମାଣପତ୍ର ଯୋଗା ଯାଉଥିବାବେଳେ ଭିଏଲ୍‌ସି ମାଧ୍ୟମରେ ଆସୁଥିବା ଆବେଦନ ପ୍ରମାଣପତ୍ରକୁ ୨ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ନେଉଛନ୍ତି। ଫଳରେ ଏହି ଯୋଜନାର ଉଦ୍ଦେଶ୍ୟ ବାଧାପ୍ରାପ୍ତ ହେଉଛି। ସମସ୍ତ ଲୋକ ଶୀଘ୍ର ପ୍ରମାଣପତ୍ର ପାଇ ଯାଉଥିବାରୁ ତହସିଲରେ ଆବେଦନ କରୁଥିବା ଜଣାପଡ଼ିଛି। ଏଭଳି ହେଲେ ଜନସେବା କେନ୍ଦ୍ର ଖୋଲି ବସିଥିବା ଭିଏଲ୍‌ସିମାନେ କାମ ନ ପାଇ ଧୀରେ ଧୀରେ ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି ଭିଏଲ୍‌ସି ଜୟନ୍ତ କୁମାର ଦାସ ପ୍ରକାଶ କରିଛନ୍ତି। ଏହି ମାମଲାରେ ଜିଲାପାଳ ହସ୍ତକ୍ଷେପ କରି ସମାଧାନ କରିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ଭିଏଲ୍‌ସି ରତିକାନ୍ତ ବେହେରା, ସୁଲେଶ୍ୱର ମାଝି, ଅରୂପ ଜେନା, ଗଗନ ବେହେରା, ମୃମୟ ପାଣିଗ୍ରାହୀ, ଶ୍ରୀକେଶ ଚନ୍ଦ୍ର ମାନ୍ନା, ସରୋଜ କୁମାର ବେହେରା ପ୍ରମୁଖ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ତହସିଲଦାର ପଞ୍ଚାନନ ପାତ୍ର କହନ୍ତି, ଜଣେ ଆବେଦନକାରୀ ଆବେଦନ କରିବାର ୧୫ଦିନ ଭିତରେ ପ୍ରମାଣପତ୍ର ପାଇପାରିବେ। ଏହି ସମୟ ମଧ୍ୟରେ ଭିଏଲ୍‌ସିମାନେ ନିର୍ଦ୍ଦିଷ୍ଟ ସମୟରେ ତହସିଲରେ ଆବେଦନକାରୀଙ୍କ କାଗଜପତ୍ର ନ ପହଞ୍ଚାଇବା ଫଳରେ କାର୍ଯ୍ୟ କରିବାରେ ବିଳମ୍ବ ହେଉଛି। ଯେଉଁମାନଙ୍କର କାଗଜପତ୍ର ଯାଞ୍ଚ କରିବା ସମୟରେ ଠିକ୍‌ଠାକ୍‌ ଥାଏ ସେମାନଙ୍କ ପ୍ରମାଣପତ୍ର ସଙ୍ଗେ ସଙ୍ଗେ ପ୍ରଦାନ କରାଯାଇଥାଏ। ଭିଏଲସିମାନେ କରୁଥିବା ଅଭିଯୋଗ ଭିତ୍ତିହୀନ ଅଟେ।


All Right Reserved By Dharitri.Com

ଆଶାକର୍ମୀଙ୍କୁ ଘରେ ବାନ୍ଧିବା ଘଟଣାପ୍ରତିବାଦରେ ସିଡିଏମ୍‌ଓଙ୍କ ଅଫିସ୍‌ ଘେରାଉ

ବାଲେଶ୍ୱର ଅଫିସ,୨୭।୭- ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଜୁଆରୀ ପଞ୍ଚାୟତ ଅନ୍ତର୍ଗତ ଆଳୁମେଦା ଗ୍ରାମର ଆଶାକର୍ମୀଙ୍କୁ ଘରେ ବାନ୍ଧି ରାତିସାରା ଅଟକ ରଖିବା ଏବଂ...

ରାସ୍ତା କାମରେ ଅନିୟମିତତା ଅଭିଯୋଗ: ଭିଜିଲାନ୍‌ସ ତଦନ୍ତ ଦାବି

ହାଟଡିହୀ,୧୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହାଟଡିହୀଠାରୁ ପନ୍ଦାଡୋ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣାଧୀନ ରାସ୍ତା କାମରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି...

ଭଦ୍ରକ ଲୋକସଭାରେ ବିଜେଡି ଆଗୁଆ

ଭଦ୍ରକ ଅଫିସ, ୨୩।୫- ଭଦ୍ରକ ଲୋକସଭାର ପ୍ରଥମ ରାଉଣ୍ଡରେ ସିମୁଳିଆ ଓ ସୋରକୁ ବାଦ୍‌ ଦେଲେ ବିଜେଡି ଆଗୁଆ ରହିଛି। ଭାଜପା- ୧୩୮୭, ବିଜେଡି -୨୨୧୮...

ଅଧାପନ୍ତରିଆ ଅବସ୍ଥାରେ ୧୮ ପ୍ରକଳ୍ପ

ବନ୍ତ, ୨୨।୭ (ସ୍ବ.ପ୍ର.) – ଭଦ୍ରକ ଜିଲା ବନ୍ତ ବ୍ଲକରେ ଦିଗହରା ହୋଇପଡ଼ିଛି ଗ୍ରାମ୍ୟ ଜଳ ଯୋଗାଣ ଯୋଜନା। ସରକାରଙ୍କ ଏହି ଯୋଜନାରେ ପ୍ରତ୍ୟେକ ପରିବାରକୁ...

ବ୍ୟବସାୟୀଙ୍କୁ ଗୁଳିମାଡ଼, ୧୫ହଜାର ଲୁଟ୍‌

କେନ୍ଦୁଝର,୨୬।୪( ସ୍ବ.ପ୍ର./ଡି.ଏନ.ଏ.)- କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ବାଁପାର ଗ୍ରାମ ନିକଟରେ ଗୁରୁବାର ରାତି ପ୍ରାୟ ୧୦ଟାରେ ଦିଲୀପ ବେହେରା ନାମକ ବ୍ୟବସାୟୀଙ୍କୁ ଗୁଳି ମାଡ଼...

ରାସ୍ତାରେ ଜଳ ପ୍ରବାହ, ଭାଙ୍ଗିଲା କଲଭର୍ଟ

ବନ୍ତ, ୧୩ା୬ (ଡି.ଏନ.ଏ.) – ଭଦ୍ରକ ଜିଲା ବନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ତ୍ରିକୋଣା-ପଡ଼ିଆପଡ଼ା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କରେ ଅତ୍ୟଧିକ ଜଳ ପ୍ରବାହ ଯୋଗୁ...

କୁଟୁରା ମାଂସ ସହ ବନ୍ଧୁକ ଜବତ

ଖୁଣ୍ଟା, ୩୧ା୫(ଡି.ଏନ.ଏ)- ଉଦଳା ରେଞ୍ଜ ତଥା ଖୁଣ୍ଟା ବ୍ଲକ ଅଧୀନ ବଣିଆବସା ସେକ୍ସନର କମ୍ପାର୍ଟମେଣ୍ଟ ୧୨ ନେତ୍ରକୁଣ୍ଡ ନିକଟରେ ଗୁରୁବାର ଅପରାହ୍ନରେ ବନ କର୍ମଚାରୀମାନେ ଚଢ଼ାଉ...

ନାବାଳିକାଙ୍କ ବିବାହ ରୋକିଲା ଶିଶୁ ସୁରକ୍ଷା କମିଟି

କେନ୍ଦୁଝର, ୧୪ା୫ (ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ସୁଲେଇଖମାର ଗ୍ରାମରେ ସୋମବାର ଜଣେ ନାବାଳିକାଙ୍କ ବିବାହ ଚାଲିଥିଲା। ଖବର ପାଇ ଶିଶୁ ସୁରକ୍ଷା କମିଟି...

Leave a comment

Your email address will not be published. Required fields are marked *